୨୦୨୪ରେ ମୋ ବସ୍ ଘଟାଇଛି ୨୦୦ଦୁର୍ଘଟଣା, ବେପରୁଆ ଗାଡି ଚାଳନା ପ୍ରସଙ୍ଗରେ ହାଇକୋର୍ଟଙ୍କ ଉଦବେଗ ପ୍ରକାଶ
କଟକ: ମୋ ବସ୍ ଚାଳକ ମାନଙ୍କ ବେପରୁଆ ଗାଡି ଚାଳନା ପ୍ରସଂଗରେ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଏପରିକି ଏଭଳି ଗାଡି ଚାଳନା ପାଇଁ ରାସ୍ତାରେ ଅନେକ ଦୁର୍ଘଟଣା ଘଟୁଛି। ଏଥିରେ ନିକଟ ଅତୀତରେ କଟକ-ଭୁବନେଶ୍ୱରରେ ଏକାଧିକ ମୃତାହତ ଘଟଣାକୁ ଅଦାଲତ ଗୁରୁତ୍ୱର ସହ ଗ୍ରହଣ କରିବା ସହ ଆଜି ଏହି ମର୍ମରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ମଦ୍ୟପାନ କରି କେତେକ ଚାଳକ ବସ ଚଳାଉଥିବା ଅଭିଯୋଗ ଆସୁଥିବାରୁ ପ୍ରତି ଦିନ ମୋ […]
କଟକ: ମୋ ବସ୍ ଚାଳକ ମାନଙ୍କ ବେପରୁଆ ଗାଡି ଚାଳନା ପ୍ରସଂଗରେ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଏପରିକି ଏଭଳି ଗାଡି ଚାଳନା ପାଇଁ ରାସ୍ତାରେ ଅନେକ ଦୁର୍ଘଟଣା ଘଟୁଛି। ଏଥିରେ ନିକଟ ଅତୀତରେ କଟକ-ଭୁବନେଶ୍ୱରରେ ଏକାଧିକ ମୃତାହତ ଘଟଣାକୁ ଅଦାଲତ ଗୁରୁତ୍ୱର ସହ ଗ୍ରହଣ କରିବା ସହ ଆଜି ଏହି ମର୍ମରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ମଦ୍ୟପାନ କରି କେତେକ ଚାଳକ ବସ ଚଳାଉଥିବା ଅଭିଯୋଗ ଆସୁଥିବାରୁ ପ୍ରତି ଦିନ ମୋ ବସ ଗାଡି ଚାଳକଙ୍କ ବ୍ରେଥ ଆନାଲାଇଜର ଟେଷ୍ଟ କରିବା ପାଇଁ ହାଇକୋର୍ଟ ଆଜି କଡା ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସଂଗମ କୁମାର ସାହୁ ଓ ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟରେ ବସ ଗୁଡିକୁ ଉନ୍ନତ ବୈଷୟିକ ଜ୍ଞାନକୌଶଳଯୁକ୍ତ କରିବା ଉପରେ ମଧ୍ୟ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି ।
ଆଜି ମାମଲାର ଶୁଣାଣି ସମୟରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନସ୍ପୋର୍ଟ(କ୍ରୁଟ)ର ପରିଚାଳନା ନିର୍ଦ୍ଦେଶକ ଡ.ଏନ.ଥିରୁମାଲା ନାଏକ ଓ ଓଏସଆରଟିସି (ଓଡିଶା ରାଜ୍ୟ ସଡକ ପରିବହନ ନିଗମ)ର ପରିଚାଳନା ନିର୍ଦ୍ଦେଶକ ଦିପ୍ତେଶ ପଟ୍ଟନାୟକ ଭର୍ଚୁଆଲ ଜରିଆରେ ଉପସ୍ଥିତ ରହିଥିଲେ । ବିଶେଷକରି ଚାଳକ ମାନେ କିଭଳି ନିର୍ଦ୍ଧାରିତ ବେଗରେ ଗାଡି ଚଳାଇବେ ସେ ସଂକ୍ରାନ୍ତରେ ସେମାନଙ୍କୁ ସଚେତନ କରାଯାଉଛି ଓ ସ୍ପିଡ ଗଭର୍ଣ୍ଣର ଲଗାଯାଇ ଗାଡିର ବେଗ ୫୦ରୁ ୪୦କିଲୋମିଟରକୁ କମାଇଦିଆଯାଇଛି ବୋଲି କ୍ରୁଟ ପକ୍ଷରୁ ସତ୍ୟପାଠ ଦିଆଯାଇଥିଲା । ତେବେ ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଗତ ୨୦୨୨ରେ ମୋ ବସ ୧୦୭ଟି ଦୁର୍ଘଟଣା ଘଟାଇଥିବା ବେଳେ ୨୦୨୩ରେ ୨୮୨ଟି ଓ ୨୦୨୪ର ୧୦ମାସ ମଧ୍ୟରେ ୨୦୦ଟି ଦୁର୍ଘଟଣା ଘଟାଇଥିବା କୁହାଯାଇଛି। ସେହିଭଳି ମୋ ବସ ସେବା ଆରମ୍ଭରୁ ଅଦ୍ୟାବଧି ମଦ୍ୟପାନ କରି ଗାଡି ଚଳାଉଥିବା କାରଣରୁ ୧୨ଜଣ ଚାଳକଙ୍କୁ ବିଦା କରାଯାଇଛି ବୋଲି ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା।
ରାଜ୍ୟରେ ମୋଟ ୪୭୫ଟି ମୋ ବସ ଚଳାଚଳ କରୁଥିବା ବେଳେ କଟକ ସହରରେ ୯୪ଟି ଚାଲୁଛି। କ୍ରୁଟ ପକ୍ଷରୁ ୭୯୦ଜଣଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ନେଇ ହାଇକୋର୍ଟଙ୍କୁ ଅବଗତ କରାଯାଇଛି । ଅନ୍ୟପଟରେ ଓଏସଆରଟିସି ଦ୍ୱାରା ପରିଚାଳିତ ଲକ୍ଷ୍ମୀ ବସ ସେବାରେ ଅଦ୍ୟାବଧି ଜିରୋ କାଜୁଆଲଟି (ଶୂନ୍ୟ ମୃତାହତ) ରହିଛି ବୋଲି ପରିଚାଲନା ନିର୍ଦ୍ଦେଶକ ଜଣାଇଥିଲେ । ବିଶେଷକରି ଲକ୍ଷ୍ମୀ ବସରେ ଚାଳକ ମଦ୍ୟପାନ କରିଥିଲେ କିମ୍ବା ତାଙ୍କ ଆଖି ଲାଗିଲେ ବସରେ ଲାଗିଥିବା ସେନସର ଦ୍ୱାରା ଜଣାପଡିଯାଇଥାଏ । ସେହିଭଳି ବସରେ ଅତ୍ୟାଧୁନିକ କ୍ୟାମେରା ଲାଗିଥିବାରୁ ଯାତ୍ରୀ ପରିବହନ ବ୍ୟବସ୍ଥିତ ରହିଥିବା ନେଇ ପରିଚାଳନା ନିର୍ଦ୍ଦେଶକଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ଏଣୁ ଲକ୍ଷ୍ମୀ ବସ ଭଳି ମୋ ବସରେ ମଧ୍ୟ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଉପଲବ୍ଧ କରାଇବା ଉପରେ ଖଣ୍ଡପୀଠ ଗୁରୁତ୍ୱାରୋପ କରିଛନ୍ତି।