ବିମାନବନ୍ଦର ନିକଟରେ କଲରାପତରିଆ ବାଘ ଦେଖାଯିବା ଘଟଣା; ବାଘ ନୁହେଁ, ଏହା ବଣଭୂଆ ବୋଲି କହିଲା ବନ ବିଭାଗ

The Sakala Picture
Published On

ଭୁବନେଶ୍ୱର: ବାଘ ନୁହେଁ, ଏହା ବଣଭୂଆ । ଭୁବନେଶ୍ୱର ବିମାନବନ୍ଦର ପରିସରରେ କଲରାପତରିଆ ବାଘ ଦେଖାଯିବା ଘଟଣାର ପର୍ଦ୍ଦାଫାଶ କଲା ବନ ବିଭାଗ । ବନ ବିଭାଗର ଛାନଭିନ୍ ପରେ ଜଣାପଡିଲା, ଏହା ବାଘ ନୁହେଁ ବରଂ ବଣଭୂଆ । ବିଳମ୍ବିତ ରାତି ୨ଟା ବେଳେକୁ ଏହା ଏକ ବଣଭୂଆ ବୋଲି ସ୍ପଷ୍ଟ ହୋଇଛି । ଏହାର ଉଚ୍ଚତା ଦେଢ ଫୁଟ ଓ ତିନି ଫୁଟ ଲମ୍ବା ବୋଲି ଅନୁମାନ କରାଯାଉଛି । ଏନେଇ ସ୍ପଷ୍ଟିକରଣ ଦେଇଛନ୍ତି […]

ଭୁବନେଶ୍ୱର: ବାଘ ନୁହେଁ, ଏହା ବଣଭୂଆ । ଭୁବନେଶ୍ୱର ବିମାନବନ୍ଦର ପରିସରରେ କଲରାପତରିଆ ବାଘ ଦେଖାଯିବା ଘଟଣାର ପର୍ଦ୍ଦାଫାଶ କଲା ବନ ବିଭାଗ । ବନ ବିଭାଗର ଛାନଭିନ୍ ପରେ ଜଣାପଡିଲା, ଏହା ବାଘ ନୁହେଁ ବରଂ ବଣଭୂଆ । ବିଳମ୍ବିତ ରାତି ୨ଟା ବେଳେକୁ ଏହା ଏକ ବଣଭୂଆ ବୋଲି ସ୍ପଷ୍ଟ ହୋଇଛି । ଏହାର ଉଚ୍ଚତା ଦେଢ ଫୁଟ ଓ ତିନି ଫୁଟ ଲମ୍ବା ବୋଲି ଅନୁମାନ କରାଯାଉଛି । ଏନେଇ ସ୍ପଷ୍ଟିକରଣ ଦେଇଛନ୍ତି ବନ ବିଭାଗର ଅଧିକାରୀ ଆଲୋକ କୁମାର ପରିଡ଼ା ଏବଂ ତାଙ୍କ ସହଯୋଗୀ ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ବ୍ୟାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

ସୂଚନା ଅନୁସାରେ ଗତକାଲି ବିମାନବନ୍ଦର ପରିସର ଡମ୍ପିଂୟାର୍ଡରେ ବାଘ ବୁଲୁଥିବା ନେଇ ମ୍ପିଂୟାର୍ଡରେ କିଛି କର୍ମଚାରୀ ଅଭିଯୋଗ କରିଥିଲେ । ଡମ୍ପିଂୟାର୍ଡର କର୍ମଚାରୀ ଏହାକୁ ଏକ କଲରାପତରିଆ ବାଘ ବୋଲି ଭାବି ସେମାନେ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବନ ବିଭାଗକୁ ଖବର ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦିନସାରା ଖୋଜାଖୋଜି ଆରମ୍ଭ କରିଥିଲେ । ଜନ୍ତାରେ କୁକୁଡ଼ା ବାନ୍ଧି ବାଘକୁ ଧରିବାକୁ ଉଦ୍ୟମ କରିଥିଲା ବନ ବିଭାଗ । ଜାଲ ବସାଇ ଗଛ ଉପରେ ମଧ୍ୟ ଲୋକ ବସି ରହିଥିଲେ । ଜନ୍ତା ପାଖରେ ନନ୍ଦନକାନନରୁ ଅଣାଯାଇଥିବା ୪ଟି କ୍ୟାମେରା ମଧ୍ୟ ଖଞ୍ଜା ଯାଇଥିଲା । ସନ୍ଧ୍ୟାରେ ଜନ୍ତା ପାଖରେ ପକାଯାଇଥିବା ମାଂସଖଣ୍ଡ ଗୁଡ଼ିକୁ କୌଣସି ଜନ୍ତୁ ଖାଇନଥିଲେ । ହେଲେ ରାତି ୨ଟା ବେଳେ ଗୋଟିଏ ବଣଭୂଆ ଧାଇଁ ପଳାଇଥିଲା । ପାରିପାର୍ଶିକ ସ୍ଥିତି ଆଉ ଜନ୍ତୁର ପାଦ ଚିହ୍ନ ଦେଖି ଏହା ବାଘ ନୁହେଁ ବରଂ ବଣଭୂଆ ବୋଲି ସ୍ପଷ୍ଟ ହୋଇ ଯାଇଥିଲା।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

27 Oct 2024 By The Sakala

ବିମାନବନ୍ଦର ନିକଟରେ କଲରାପତରିଆ ବାଘ ଦେଖାଯିବା ଘଟଣା; ବାଘ ନୁହେଁ, ଏହା ବଣଭୂଆ ବୋଲି କହିଲା ବନ ବିଭାଗ

ଭୁବନେଶ୍ୱର: ବାଘ ନୁହେଁ, ଏହା ବଣଭୂଆ । ଭୁବନେଶ୍ୱର ବିମାନବନ୍ଦର ପରିସରରେ କଲରାପତରିଆ ବାଘ ଦେଖାଯିବା ଘଟଣାର ପର୍ଦ୍ଦାଫାଶ କଲା ବନ ବିଭାଗ । ବନ ବିଭାଗର ଛାନଭିନ୍ ପରେ ଜଣାପଡିଲା, ଏହା ବାଘ ନୁହେଁ ବରଂ ବଣଭୂଆ । ବିଳମ୍ବିତ ରାତି ୨ଟା ବେଳେକୁ ଏହା ଏକ ବଣଭୂଆ ବୋଲି ସ୍ପଷ୍ଟ ହୋଇଛି । ଏହାର ଉଚ୍ଚତା ଦେଢ ଫୁଟ ଓ ତିନି ଫୁଟ ଲମ୍ବା ବୋଲି ଅନୁମାନ କରାଯାଉଛି । ଏନେଇ ସ୍ପଷ୍ଟିକରଣ ଦେଇଛନ୍ତି ବନ ବିଭାଗର ଅଧିକାରୀ ଆଲୋକ କୁମାର ପରିଡ଼ା ଏବଂ ତାଙ୍କ ସହଯୋଗୀ ।

ସୂଚନା ଅନୁସାରେ ଗତକାଲି ବିମାନବନ୍ଦର ପରିସର ଡମ୍ପିଂୟାର୍ଡରେ ବାଘ ବୁଲୁଥିବା ନେଇ ମ୍ପିଂୟାର୍ଡରେ କିଛି କର୍ମଚାରୀ ଅଭିଯୋଗ କରିଥିଲେ । ଡମ୍ପିଂୟାର୍ଡର କର୍ମଚାରୀ ଏହାକୁ ଏକ କଲରାପତରିଆ ବାଘ ବୋଲି ଭାବି ସେମାନେ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବନ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦିନସାରା ଖୋଜାଖୋଜି ଆରମ୍ଭ କରିଥିଲେ । ଜନ୍ତାରେ କୁକୁଡ଼ା ବାନ୍ଧି ବାଘକୁ ଧରିବାକୁ ଉଦ୍ୟମ କରିଥିଲା ବନ ବିଭାଗ । ଜାଲ ବସାଇ ଗଛ ଉପରେ ମଧ୍ୟ ଲୋକ ବସି ରହିଥିଲେ । ଜନ୍ତା ପାଖରେ ନନ୍ଦନକାନନରୁ ଅଣାଯାଇଥିବା ୪ଟି କ୍ୟାମେରା ମଧ୍ୟ ଖଞ୍ଜା ଯାଇଥିଲା । ସନ୍ଧ୍ୟାରେ ଜନ୍ତା ପାଖରେ ପକାଯାଇଥିବା ମାଂସଖଣ୍ଡ ଗୁଡ଼ିକୁ କୌଣସି ଜନ୍ତୁ ଖାଇନଥିଲେ । ହେଲେ ରାତି ୨ଟା ବେଳେ ଗୋଟିଏ ବଣଭୂଆ ଧାଇଁ ପଳାଇଥିଲା । ପାରିପାର୍ଶିକ ସ୍ଥିତି ଆଉ ଜନ୍ତୁର ପାଦ ଚିହ୍ନ ଦେଖି ଏହା ବାଘ ନୁହେଁ ବରଂ ବଣଭୂଆ ବୋଲି ସ୍ପଷ୍ଟ ହୋଇ ଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର