ବେଦାନ୍ତ ଓଡ଼ିଶାରେ ଆଉ ୧ଲକ୍ଷ କୋଟି ଟଙ୍କା ନିବେଶ କରିବ, ସୃଷ୍ଟି ହେବ ୨ ଲକ୍ଷ ନୂଆ ନିଯୁକ୍ତି

The Sakala Picture
Published On

ମୁମ୍ବାଇ, ୧୮ /୧୦/୨୦୨୪ : ବେଦାନ୍ତ ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାର ଅଂଶୀଦାର ହୋଇ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରିବା ସହିତ ରାଜ୍ୟରେ ଏକ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିଥିବାବେଳେ ଆଉ ୧ଲକ୍ଷ କୋଟି ଟଙ୍କାର ନୂତନ ପୁଞ୍ଜି ବିନିଯୋଗ କରିବ । ବେଦାନ୍ତ ଟେଣ୍ଡର ମାଧ୍ୟମରେ ସିଜିମାଳି ଖଣି ପାଇଛି ଯେଉଁଠାରେ ବିପୁଳ ପରିମାଣର ବକ୍ସାଇଟ୍ ଗଚ୍ଛିତ ରହିଛି । ମେକ୍ ଇନ୍ ଓଡ଼ିଶା କନ୍ କ୍ଲେଭ୍ […]

ମୁମ୍ବାଇ, ୧୮ /୧୦/୨୦୨୪ : ବେଦାନ୍ତ ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାର ଅଂଶୀଦାର ହୋଇ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରିବା ସହିତ ରାଜ୍ୟରେ ଏକ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିଥିବାବେଳେ ଆଉ ୧ଲକ୍ଷ କୋଟି ଟଙ୍କାର ନୂତନ ପୁଞ୍ଜି ବିନିଯୋଗ କରିବ । ବେଦାନ୍ତ ଟେଣ୍ଡର ମାଧ୍ୟମରେ ସିଜିମାଳି ଖଣି ପାଇଛି ଯେଉଁଠାରେ ବିପୁଳ ପରିମାଣର ବକ୍ସାଇଟ୍ ଗଚ୍ଛିତ ରହିଛି ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ମେକ୍ ଇନ୍ ଓଡ଼ିଶା କନ୍ କ୍ଲେଭ୍ ୨୦୨୫ ରୋଡ୍ ସୋ’ରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପ୍ରତିନିଧିଦଳ ସହ ଆଲୋଚନାବେଳେ ବେଦାନ୍ତ ଲିମିଟେଡ୍ ୧ ଲକ୍ଷ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ଘୋଷଣା କରିଛି । ଅକ୍ଷୟ ଶକ୍ତି ଦ୍ୱାରା ପରିଚାଳିତ ସବୁଜ ଆଲୁମିନିୟମ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ବାର୍ଷିକ ୬ ନିୟୁତ ଟନ୍ ଆଲୁମିନିୟମ ରିଫାଇନାରୀ ଓ ୩ ମିଲିୟନ ଟନ୍‍ କ୍ଷମତା ବିଶିଷ୍ଟ ଆଲୁମିନିୟମ କାରଖାନା ପ୍ରତିଷ୍ଠା ଦିଗରେ ଏହି ପୁଞ୍ଜିନିବେଶକୁ ଆଗେଇ ନିଆଯିବ । ଅଟୋ, ଶକ୍ତି, ର୍ନିମାଣ ଏବଂ ରେଲୱେ ଭଳି ଶତାଧିକ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଆଲୁମିନିୟମର ଅଧିକ ପ୍ରୟୋଗ ହେଉଥିବାରୁ ଏହା ଆନୁଷଙ୍ଗିକ ଶିଳ୍ପ ପାଇଁ ଏକ ବିଶାଳ ଶିଳ୍ପ କମ୍ପେ୍ଲକ୍ସ ସୃଷ୍ଟି କରିବ ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

୨୦୩୦ ସୁଦ୍ଧା ଅଧା ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ କରିବା ଲକ୍ଷ୍ୟ ନେଇ ଓଡ଼ିଶା ଅନ୍ୟତମ ବିକଶିତ ରାଜ୍ୟରେ ପରିଣତ ହେବା ଦିଗରେ ଅଗ୍ରସର ହେଉଥିବା ବେଳେ ବେଦାନ୍ତ ଝାରସୁଗୁଡ଼ା ଭଳି ରାୟଗଡ଼ାକୁ ଏକ ଉଚ୍ଚ ବିକଶିତ ଅଞ୍ଚଳ ଭାବେ ଉଭା ହେବାକୁ ଲକ୍ଷ୍ୟ ରଖିଛି । ଓଡ଼ିଶା ସରକାରଙ୍କ ସହଯୋଗରେ ବେଦାନ୍ତ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ଦକ୍ଷତା ବିକାଶ କେନ୍ଦ୍ର ଓ ନନ୍ଦଘର ପ୍ରତିଷ୍ଠା କରି ରାଜ୍ୟବାସୀଙ୍କୁ ଉପକୃତ କରିବ । ଓଡ଼ିଶାରେ ଏହା ହେଉଛି ସର୍ବବୃହତ୍‍ ପୁଞ୍ଜିନିବେଶ ଯାହା ୧୦୦୦ ଏମ୍‌ଏସ୍‌ଏମ୍‌ଇ ପାଇଁ ସୁଯୋଗ ସୃଷ୍ଟି ସହିତ ୨ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ । ଆଲୁମିନିୟମ ଭବିଷ୍ୟତର ଭିତ୍ତିଭୂମି ହୋଇଥିବାରୁ ୨୦୩୦ ସୁଦ୍ଧା ଆଲୁମିନିୟମ୍ ର ଚାହିଦା ସମାନ ଭାବରେ ବୃଦ୍ଧି ପାଇବ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଲେ, ୨୦୪୭ ସୁଦ୍ଧା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ପରିକଳ୍ପନା ପ୍ରତି ଓଡ଼ିଶାର ନୂତନ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ । ୨୦୩୦ ସୁଦ୍ଧା ଓଡ଼ିଶାକୁ ଅଧା ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଥିବାରୁ ଆମେ ନୂଆ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ବିଶ୍ୱକୁ ଆମନ୍ତ୍ରଣ କରୁଛୁ । ଆମେ ଜାନୁଆରୀ ୨୦୨୫ରେ ମେକ୍ ଇନ୍ ଓଡ଼ିଶା କାର୍ୟ୍ୟକ୍ରମ ଉତ୍କର୍ଷ ଓଡ଼ିଶା ଆୟୋଜନ କରୁଛୁ ଏବଂ ଆଜି ପ୍ରି-ଇଭେଣ୍ଟ ରୋଡ୍ ସୋଦ’ ସମୟରେ ଆମେ ବେଦାନ୍ତ ଅଧ୍ୟକ୍ଷ ଶ୍ରୀ ଅନୀଲ ଅଗ୍ରୱାଲଙ୍କ ସହ ଫଳପ୍ରଦ ଆଲୋଚନା କରିଛୁ ଯିଏ କି ଆମର ନୂତନ ସୁଦୃଢ଼ ନୀତି ଢାଞ୍ଚାରେ ପ୍ରଭାବିତ ହୋଇଛନ୍ତି । ସେ ଆମ ସରକାରଙ୍କ ସହ ହାତ ମିଳାଇ ଓଡ଼ିଶାରେ ପୁଞ୍ଜିନିବେଶକୁ ଦ୍ୱିଗୁଣିତ କରିଛନ୍ତି । ନୂଆ ଆଳୁମିନା ପ୍ରକଳ୍ପରେ ୧ ଲକ୍ଷ କୋଟି ଟଙ୍କାର ବିନିଯୋଗ ସୁଯୋଗ ରହିଛି ଯାହା ରାଜ୍ୟବାସୀଙ୍କ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି କରିବ । ଏହି ନୂତନ ବିନିଯୋଗ ପାଇଁ ଶ୍ରୀ ଅଗ୍ରୱାଲଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଏହି ପ୍ରକଳ୍ପଗୁଡିକର ବିକାଶ ଦିଗରେ ରାଜ୍ୟ ସରକାର ପୂର୍ଣ୍ଣ ସହଯୋଗ କରିବେ ବୋଲି ମୁଖ୍ୟମନ୍ତୀ ସୁନିଶ୍ଚିତ କରିଛନ୍ତି ।

ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି ଯେ ବେଦାନ୍ତର ଅଭିବୃଦ୍ଧିରେ ଓଡ଼ିଶା ସବୁବେଳେ ଗୁରୁôବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆମର ପୁଞ୍ଜିନିବେଶ ରାଜ୍ୟର ସାମଗ୍ରିକ ଅଭିବୃଦ୍ଧି ଏବଂ ବୃହତ ଶିଳ୍ପାୟନ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମେ ରାଜ୍ୟର ଅର୍ଥନୈତିକ ପ୍ରଗତିରେ ଯୋଗଦାନ ଜାରି ରଖିବୁ, ସମୁଦାୟକୁ ସଶକ୍ତ କରିବୁ ଏବଂ ଓଡ଼ିଶାର କୋଟି କୋଟି ଲୋକଙ୍କ ଜୀବନର ଗୁଣବତ୍ତା ବୃଦ୍ଧି କରିବୁ । ଏହି ଘୋଷଣା କେବଳ ଓଡ଼ିଶାର ବିକାଶରେ ବେଦାନ୍ତର ଏକ ପ୍ରମୁଖ ଅଂଶୀଦାର ଭାବରେ ସ୍ଥିତିକୁ ଦୋହରାଇନାହିଁ ବରଂ ଆଲୁମିନିୟମ ଏବଂ ଶିଳ୍ପ ଉଦ୍ଭାବନ ପାଇଁ ଏକ ବିଶ୍ୱ ସ୍ତରୀୟ କେନ୍ଦ୍ରରେ ପରିଣତ ହେବାର ରାଜ୍ୟର ସମ୍ଭାବନାକୁ ସୁଦୃଢ଼ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର