କାର୍ତ୍ତିକ ପୂର୍ବରୁ ଆକାଶଛୁଆଁ ପରିବା ଦର, ଚିନ୍ତାରେ ଖାଉଟି

The Sakala Picture
Published On

ଭୁବନେଶ୍ୱର: କାର୍ତ୍ତିକ ପୂର୍ବରୁ ଖାଉଟିଙ୍କ ଉପରେ ମହଙ୍ଗା ମାଡ । ଆକାଶଛୁଆଁ ପରିବା ଦର । ନିୟନ୍ତ୍ରଣ ବାହାରେ ଅଧିକାଂଶ ପରିବା ଦର । ଯାହାକୁ ଛୁଇଁବେ ୭୦ରୁ ୮୦ ପାର । ପରିବା ଦରବୃଦ୍ଧି ବଢାଇଲା ଖାଉଟିଙ୍କ ଚିନ୍ତା । ବଜାରରେ ପରିବାରେ ହାତ ମାରିବାକୁ ଭୟ ଲାଗୁଛି । କଟକ ଛତ୍ରବଜାରରେ ଟମାଟୋ କିଲୋ ୮୦ ଟଙ୍କା ରହିଥିବା ବେଳେ ପୋଟଳ କିଲୋ ମଧ୍ୟ ୮୦ ଟଙ୍କା ରହିଛି । ବାଇଗଣ ୭୦, ଝୁଡ଼ଙ୍ଗ […]

ଭୁବନେଶ୍ୱର: କାର୍ତ୍ତିକ ପୂର୍ବରୁ ଖାଉଟିଙ୍କ ଉପରେ ମହଙ୍ଗା ମାଡ । ଆକାଶଛୁଆଁ ପରିବା ଦର । ନିୟନ୍ତ୍ରଣ ବାହାରେ ଅଧିକାଂଶ ପରିବା ଦର । ଯାହାକୁ ଛୁଇଁବେ ୭୦ରୁ ୮୦ ପାର । ପରିବା ଦରବୃଦ୍ଧି ବଢାଇଲା ଖାଉଟିଙ୍କ ଚିନ୍ତା । ବଜାରରେ ପରିବାରେ ହାତ ମାରିବାକୁ ଭୟ ଲାଗୁଛି । କଟକ ଛତ୍ରବଜାରରେ ଟମାଟୋ କିଲୋ ୮୦ ଟଙ୍କା ରହିଥିବା ବେଳେ ପୋଟଳ କିଲୋ ମଧ୍ୟ ୮୦ ଟଙ୍କା ରହିଛି । ବାଇଗଣ ୭୦, ଝୁଡ଼ଙ୍ଗ ୬୦, ଭେଣ୍ଡି ଓ କାକୁଡ଼ି ୬୦ ଟଙ୍କା ରହିଛି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

କଟକ ଛତ୍ର ବଜାରରେ ପରିବା ଦର

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ପୋଟଳ – ୮୦
ବାଇଗଣ – ୭୦
ବିଲାତି – ୭୦
କାକୁଡି – ୬୦
ପିଆଜ – ୬୦
ମୂଳା ବିଡା -୨୦
କଲରା – ୮୦
କାଙ୍କଡ଼ – ୧୨୦
କଖାରୁ – ୩୦
ଶାଗ ବିଡା – ୧୦
ଅମୃତଭଣ୍ଡା – ୪୦

ପରିବା ଦରରେ ଏଭଳି ଅହେତୁକ ବୃଦ୍ଧି ସାଧାରଣ ଖାଉଟିଙ୍କ ପକେଟକୁ ବାଧୁଛି । ଯାହାକୁ ଛୁଇଁବେ ୭୦ରୁ ୮୦ ପାର । ସେଞ୍ଚୁରୀ ମାରି ସାରିଲାଣି କିଛି ପରିବାର ଦର । ଦରବୃଦ୍ଧି ଯନ୍ତ୍ରଣାରେ ଖାଉଟି ଏବେ କଲବଲ । ହାଟ ବଜାରରେ ପ୍ରାୟ ସବୁ ପରିବା ଦର ଅସହ୍ୟ ଭାବେ ବଢ଼ିଚାଲିଛି । ଚଢ଼ା ଦରକୁ ନେଇ ଅତିଷ୍ଠ ହୋଇଗଲେଣି ଖାଉଟି। ରୋଷେଇ ଘରୁ ଏବେ ବହୁ ପରିବା ଧୀରେ ଧୀରେ ଗାଏବ ହବାକୁ ବସିଲାଣି । କଟକ ଛତ୍ର ବଜାରରେ ବି ସମାନ ସ୍ଥିତି ଦେଖା ଦେଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର