ନନ୍ଦିଘୋଷ ଟିଭି ପକ୍ଷରୁ ରିୟଲ ଇଷ୍ଟେଟ କନକ୍ଲେଭ ଓ ଆୱାର୍ଡ କାର୍ଯ୍ଯକ୍ରମ ଆୟୋଜିତ

The Sakala Picture
Published On

ଭୁବନେଶ୍ବର: ସ୍ବପ୍ନର ଘର ପାଇଁ ସମସ୍ତଙ୍କ ଥାଏ ଇଚ୍ଛା । ଖାସ କରି ଭୁବନେଶ୍ବରରେ ଘରଟିଏ ପାଇଁ ସମସ୍ତେ ସ୍ବପ୍ନ ଦେଖିଥାନ୍ତି । ଚଣ୍ଡିଗଡ଼ ସିଟି ପରି ଗୋଟିଏ ପ୍ଲାନ ସିଟି ହୋଇଥିଲା ଭୁବନେଶ୍ବର । ମାତ୍ର ୪୦ ହଜାର ଲୋକଙ୍କ ପାଇଁ ସେତେବେଳେ ହୋଇଥିଲା ପ୍ଲାନ । ୟୁନିଟ୍ ୧ରୁ ୟୁନିଟ୍ ୯ ଯାଏଁ ହୋଇଥିଲା ସିଟିପ୍ଲାନ । ଏବେ ଏହାର କଳେବର ବଢି ୧୮୬ ବର୍ଗ କିଲୋମିଟରରେ ପହଞ୍ଚିଛି । ୧୫ ଲକ୍ଷ ଲୋକ […]

ଭୁବନେଶ୍ବର: ସ୍ବପ୍ନର ଘର ପାଇଁ ସମସ୍ତଙ୍କ ଥାଏ ଇଚ୍ଛା । ଖାସ କରି ଭୁବନେଶ୍ବରରେ ଘରଟିଏ ପାଇଁ ସମସ୍ତେ ସ୍ବପ୍ନ ଦେଖିଥାନ୍ତି । ଚଣ୍ଡିଗଡ଼ ସିଟି ପରି ଗୋଟିଏ ପ୍ଲାନ ସିଟି ହୋଇଥିଲା ଭୁବନେଶ୍ବର । ମାତ୍ର ୪୦ ହଜାର ଲୋକଙ୍କ ପାଇଁ ସେତେବେଳେ ହୋଇଥିଲା ପ୍ଲାନ । ୟୁନିଟ୍ ୧ରୁ ୟୁନିଟ୍ ୯ ଯାଏଁ ହୋଇଥିଲା ସିଟିପ୍ଲାନ । ଏବେ ଏହାର କଳେବର ବଢି ୧୮୬ ବର୍ଗ କିଲୋମିଟରରେ ପହଞ୍ଚିଛି । ୧୫ ଲକ୍ଷ ଲୋକ ବଢିଛନ୍ତି । ଆଖପାଖ ପଞ୍ଚାୟତ ମଧ୍ଯ ଭୁବନେଶ୍ବର ସହ ମିଶି ସମସ୍ତ ସୁବିଧା ପାଇବାକୁ ଚାହୁଁଛନ୍ତି । ହେଲେ ଅନେକ ସମୟରେ ଠକି ଯାଉଛନ୍ତି । ଆଜି ନନ୍ଦିଘୋଷ ଟିଭି ପକ୍ଷରୁ ଆୟୋଜିତ ରିୟଲ ଇଷ୍ଟେଟ କନକ୍ଲେଭ ଓ ଆୱାର୍ଡରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ତେବେ ସାଧାରଣ ଲୋକ କିପରି ସୁବିଧା ପାଇବ ସେଥିପାଇଁ ବିଏମସି ସବୁବେଳେ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

କାର୍ଯ୍ଯକ୍ରମରେ ସାମିଲ ହୋଇ ଓରେରା ସଦସ୍ଯ ପ୍ରଦୀପ ବିଶ୍ବାଳ ନନ୍ଦିଘୋଷ ଟିଭିକୁ ଏପରି ଏକ କାର୍ଯ୍ଯକ୍ରମ ପାଇଁ ଧନ୍ଯବାଦ ଜଣାଇବା ସହ ଏ କ୍ଷେତ୍ରରେ ସରକାରଙ୍କ ଭୂମିକା ଅପରିହାର୍ଯ୍ଯ ବୋଲି ମତ ଦେଇଛନ୍ତି । ଏହାସହ ବିଲଡରମାନଙ୍କୁ ଏଥିକାଲ ବିଜନେସ ପାଇଁ ପରାମର୍ଶ ଦେଇଛନ୍ତି । ରିଏଲ ଇଷ୍ଟେଟ ସେକ୍ଟର ଆମ ଅର୍ଥନୀତିର ଏକ ମୁଖ୍ଯ ଅଂଶ । ୨୦୨୧ରେ ଏଥିରୁ ଆମ ସାମଗ୍ରୀର ଘରୋଇ ଉତ୍ପାଦନ ଡିଜିପିର ୭ ପ୍ରତିଶତ ଆସୁଥିଲା । ୨୦୨୫ ସୁଦ୍ଧା ଏହା ୧୩ ପ୍ରତିଶତ ଆଶା କରାଯାଉଥିବାବେଳେ ୨୦୩୦ ବେଳକୁ ଏହା ୧୫ ପ୍ରତିଶତରେ ପହଞ୍ଚିବ ବୋଲି କହିଛନ୍ତି ପ୍ରଦୀପ । କୃଷି ପରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ରିଏଲ ଇଷ୍ଟେଟ ଅଧିକ ଅନ୍ନ ସଂସ୍ଥାନ ଯୋଗାଉଛି । ତେବେ ଏହାକୁ ଯେପରି ପ୍ରାଧାନ୍ଯ ଦେବା କଥା ତାହା ଦିଆଯାଇ ପାରୁନାହିଁ । ଜମିଜମା ସମସ୍ଯା ଓ ସ୍ମାଲ ହୋଲଡିଂ ଯୋଗୁଁ ଓଡ଼ିଶାରେ ଏହି ଶିଳ୍ପ ପ୍ରଗତି କରିପାରୁ ନାହିଁ । ତେଣୁ ସରକାର ଯଦି ଏଥିପ୍ରତି ଦୃଷ୍ଟି ଦିଅନ୍ତେ ତେବେ ଏହା ଅଧିକ ଉନ୍ନତି ହୋଇପାରନ୍ତା ବୋଲି କହିଛନ୍ତି ପ୍ରଦୀପ ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ରିଅଲ ଇଷ୍ଟେଟ କନକ୍ଲେଭ ଓ ଆୱାର୍ଡସର ପ୍ରଥମ ଅଧିବେଶନରେ ଟପିକ ଥିଲା ଓଡ଼ିଶା ରିଅଲ ଇଷ୍ଟେଟ ପ୍ରମିସେସ ପୋଟେନସିଆଲ ଆଣ୍ଡ ପ୍ରସ୍ପରିଟି । ଏହି ସେସନରେ ଭାଗ ନେଇ ନିଜର ମତ ରଖିଥିଲେ ଓରେରାର ସଦସ୍ଯ ପ୍ରଦୀପ ବିଶ୍ବାଳ, SPD କାର୍ଯ୍ଯନିର୍ବାହୀ ନିର୍ଦ୍ଦେଶକ ଚିରାଗ ଖଇତାନ, ବାରବାଟୀ କଟକ ବିଧାୟିକା ସୋଫିଆ ଫିରଦୌସ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏକେ ସାବତ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ଗୋଟିଏ ସହରର ପରିଚୟ ହେଉଛି ଏହାର ବିଲ୍ଡିଂ । ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ସିଷ୍ଟମ ଏହାକୁ ଅଧିକ ସହଜ କରିପାରିବ । ପ୍ରପର ମାଷ୍ଟର ପ୍ଲାନ ହେବା ଆବଶ୍ଯକ । ମୌଳିକ ସମସ୍ଯାର ସମାଧାନ ହେଲେ ଲୋକେ ଅଧିକ ସୁବିଧା ପାଇବେ ବୋଲି କହିଥିଲେ ବାରବାଟୀ କଟକ ବିଧାୟିକା ସୋଫିଆ ଫିରଦୌସ । ଏଥିପାଇଁ ସରକାର ଓ ରିୟଲ ଇଷ୍ଟେଟ ମଧ୍ଯରେ ତାଳମେଳ ଓ ନୀତି ନିର୍ଦ୍ଧାରଣ ଆବଶ୍ଯକ । ଇନଫ୍ରାଷ୍ଟ୍ରକ୍ଚରରେ ଉନ୍ନତି ହେଲେ ଭୁବନେଶ୍ବର ଉପରେ ଚାପ କମିବ ବୋଲି ସେ ମତ ରଖିଥିଲେ ।

ସେହିପରି ବିଲଡରର ମାନେ ବ୍ଯକ୍ତିଗତ କାମରୁ ବାହାରି ସାମୂହିକ ଚିନ୍ତା କଲେ ଏହି ସେକ୍ଟରକୁ ଏମଏସଏମଇର ମାନ୍ଯତା ମିଳିପାରିବ ବୋଲି କହିଥିଲେ ଓରେରାର ସଦସ୍ଯ ପ୍ରଦୀପ ବିଶ୍ବାଳ । ଏହାଦ୍ବାରା ପ୍ରାଇଭେଟ ଇନଭେଷ୍ଟମେଣ୍ଟ ବଢିବ, ଘର କଷ୍ଟ କମିବ, ରିୟଲ ଇଷ୍ଟେଟର ଭବିଷ୍ଯତ ଉଜ୍ବଳ ହେବ ବୋଲି ସେ ମତ ଦେଇଥିଲେ ।

ଓଡ଼ିଶାରେ ଆଫର୍ଡେବଲ ହାଉସ ସମ୍ଭବ କି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏକେ ସାବତ ଘରର କ୍ବାଲିଟିକୁ ମହତ୍ବପୂର୍ଣ୍ଣ ବୋଲି ମତ ଦେଇଥିଲେ । ଲୋକେ ବିଲଡରଙ୍କ ପରଚିୟ ଦେଖି ଘର କିଣନ୍ତି । ଇନଫ୍ରାଷ୍ଟ୍ରକ୍ଟର ଉନ୍ନତି ଓ ଟ୍ଯାକ୍ସ ବେନିଫିଟ ମିଳିଲେ ଏହା ଅଧିକ ଉନ୍ନତି ହେବ ବୋଲି ସେ ମତ ଦେଇଥିଲେ ।

ସେହିପରି ଭୁବନେଶ୍ବରରେ ଯେଉଁ ସୁବିଧା ମିଳୁଛି ତାହା ଅନ୍ଯ ସବୁ ସହରର ଅପେକ୍ଷା ଅଧିକ ସୁବିଧାଜନକ ବୋଲି କହିଥିଲେ SPD କାର୍ଯ୍ଯନିର୍ବାହୀ ନିର୍ଦ୍ଦେଶକ ଚିରାଗ ଖଇତାନ । ଏଠାରେ ସୁଲଭ ମୂଲ୍ଯରେ ଘର ମିଳିପାରୁଛି । ପୂର୍ବ ସରକାରଙ୍କ ପ୍ରୟାସରୁ ଏଠାରୁ କଞ୍ଚାମାଲ ମଧ୍ଯ ଅତି କମ ଦରରେ ମିଳି ପାରୁଛି ବୋଲି ସେ କହିଥିଲେ ।

କାର୍ଯ୍ଯକ୍ରମରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ସାଂସଦ ସୁଲତା ଦେଓ, ନନ୍ଦିଘୋଷ ଟିଭିର ସିଓଓ ଜବର ସିଂ ପନୱର, ମୁଖ୍ଯ ସମ୍ପାଦକ ଶିଶିର ଭଟ୍ଟମିଶ୍ର, ସକାଳର ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ ମଲ୍ଲିକଙ୍କ ସହ ରିୟଲ ଇଷ୍ଟେଟର ଅନେକ ବ୍ଯକ୍ତିତ୍ବ ସାମିଲ ହୋଇଥିଲେ । ଏହି ଅବସରରେ ସମସ୍ତଙ୍କୁ ସମ୍ମାନୀତ କରିଥିଲେ ନନ୍ଦିଘୋଷ ଟିଭିର ଅଧ୍ଯକ୍ଷ ତଥା ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ଏହାପରେ ସାଂସଦ ସୁଲତା ଦେଓ, ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଉପସ୍ଥିତ ରହି ରିୟଲ ଇଷ୍ଟେଟ କ୍ଷେତ୍ରରେ କୃତିତ୍ବ ଲାଗି କିଛି ପ୍ରତିଭାଙ୍କୁ ସମ୍ମାନିତ କରିଥିଲେ ।

05 Oct 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର