ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକ -ଟ୍ରକ ଧକ୍କା, ୩ ଯୁବକଙ୍କ ମୃତ୍ଯୁ

The Sakala Picture
Published On

ବଡଚଣା: ଯାଜପୁର ଜିଲ୍ଲା ଛତିଆ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସନ୍ଧ୍ଯାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ଜଣ ଯୁବକଙ୍କର ଶୋଚନୀୟ ମୃତ୍ଯୁ ଘଟିଛି। ସୂଚନା ଅନୁଯାୟୀ, ତିନିଜଣ ଯୁବକ କଟକରୁ ଏକ ବାଇକ ଯୋଗେ ଫେରୁଥିଲେ। ଚଟିଘର ନିକଟ ରାଜପଥ ଅତିକ୍ରମ କରୁଥିଲାବେଳେ କଟକରୁ ଚଣ୍ଡିଖୋଲ ଆଡକୁ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୩ ଯୁବକ ରାସ୍ତାରେ ଛିଟିକି ପଡ଼ିବଥିଲେ। ଘଟଣା ସ୍ଥଳରେ ଜଣଙ୍କର […]

ବଡଚଣା: ଯାଜପୁର ଜିଲ୍ଲା ଛତିଆ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସନ୍ଧ୍ଯାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ଜଣ ଯୁବକଙ୍କର ଶୋଚନୀୟ ମୃତ୍ଯୁ ଘଟିଛି।

ଆହୁରି ପଢ଼ନ୍ତୁ: ଭୀମଭୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ପରିବାରର ପକ୍ଷରୁ ତୀବ୍ର ଉତ୍ତେଜନା

ସୂଚନା ଅନୁଯାୟୀ, ତିନିଜଣ ଯୁବକ କଟକରୁ ଏକ ବାଇକ ଯୋଗେ ଫେରୁଥିଲେ। ଚଟିଘର ନିକଟ ରାଜପଥ ଅତିକ୍ରମ କରୁଥିଲାବେଳେ କଟକରୁ ଚଣ୍ଡିଖୋଲ ଆଡକୁ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୩ ଯୁବକ ରାସ୍ତାରେ ଛିଟିକି ପଡ଼ିବଥିଲେ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଗୁରୁତରଙ୍କୁ ଉଦ୍ଧାର କରାଯାଇ କଟକ ସ୍ଥାନାନ୍ତର କରାଯାଇଥିଲା। ହେଲେ କଟକରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲା। ମୃତ ଯୁବକ ମାନେ ନିକଟସ୍ଥ ଅଞ୍ଚଳର ବୋଲି ଆଲୋଚନା ହେଉଥିଲାବେଳେ ସ୍ପଷ୍ଟ ପରିଚୟ ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର