ଗଠନ ହେଲା ବିଜେଡ଼ିର ଜନଜାତି ସେଲ, ପ୍ରତି ଆଦିବାସୀ ଜିଲ୍ଲାରେ ଗଠନ ହେବ ଆଦିବାସୀ କମିଟି

The Sakala Picture
Published On

ଭୁବନେଶ୍ବର: ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜନଜାତି ସେଲର ବୈଠକ ବସିଥିଲା। ନବୀନଙ୍କ ଅନୁମୋଦନରେ ଜନଜାତି ସେଲ ଗଠନ କରାଯାଇଛି।ଆଦିବାସୀଙ୍କ ପାଇଁ ନବୀନ ପଟ୍ଟନାୟକ ବହୁତ କାମ କରି ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଛନ୍ତି। ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ ବିକାଶ ହେଇଥିଲା । ଯାହାକୁ ବର୍ତ୍ତମାନର ସରକାର ବନ୍ଦ କରି ଦେଇଛନ୍ତି। ବିଜେପିର ମିଛ କଥାରେ ଲୋକେ ଢଳିଥିଲେ। ହେଲେ ସେମାନଙ୍କୁ ବିଜେଡି ସହ ଯୋଡିବାକୁ ପ୍ରୟାସ କରାଯିବ। ଅଧିକରୁ ଅଧିକ […]

ଭୁବନେଶ୍ବର: ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜନଜାତି ସେଲର ବୈଠକ ବସିଥିଲା। ନବୀନଙ୍କ ଅନୁମୋଦନରେ ଜନଜାତି ସେଲ ଗଠନ କରାଯାଇଛି।ଆଦିବାସୀଙ୍କ ପାଇଁ ନବୀନ ପଟ୍ଟନାୟକ ବହୁତ କାମ କରି ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଛନ୍ତି। ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ ବିକାଶ ହେଇଥିଲା । ଯାହାକୁ ବର୍ତ୍ତମାନର ସରକାର ବନ୍ଦ କରି ଦେଇଛନ୍ତି। ବିଜେପିର ମିଛ କଥାରେ ଲୋକେ ଢଳିଥିଲେ। ହେଲେ ସେମାନଙ୍କୁ ବିଜେଡି ସହ ଯୋଡିବାକୁ ପ୍ରୟାସ କରାଯିବ। ଅଧିକରୁ ଅଧିକ ଆଦିବାସୀଙ୍କୁ ବିଜେଡି ସହ ଯୋଡ଼ାଯିବ। ପ୍ରତି ଆଦିବାସୀ ଜିଲ୍ଲାରେ ଆଦିବାସୀ କମିଟି ଗଠନ କରାଯିବ। ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଗକୁ ଆହୁରି ଶାଣିତ କାମ କରାଯିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ସାଂସଦ ନିରଞ୍ଜନ ବିଶି  କହିଛନ୍ତି ଯେ,  ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନରେ ଜନଜାତି ସେଲ ଗଠନ ହେଲା। ଆଦିବାସୀଙ୍କ ବିକାଶ ପାଇଁ ଯାହା ଯୋଜନା ନବୀନ ସରକାର କରିଥିଲେ, ତାହା ବର୍ତ୍ତମାନର ମୋହନ ସରକାର ବନ୍ଦ କରି ଦେଉଛନ୍ତି। ଶିକ୍ଷକ ନିଯୁକ୍ତିରେ ଯୋଗ୍ୟ ଆଦିବାସୀ ନ ଥିବା କହି ସଂରକ୍ଷଣ ଦେଉ ନାହାନ୍ତି। ସେହିପରି ବର୍ଷକୁ ଯେଉଁ ଦୁଇଟି ବୃତ୍ତି ମିଳୁଥିଲା, ତାହା ବି ବନ୍ଦ ହେଲାଣି। ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ମୋହନ ସରକାର ଉଛେଦ କରିଦେଲେ। ଏସବୁ ବିରୋଧରେ ଆଗାମୀ ଦିନରେ ଆଦିବାସୀମାନେ ଆନ୍ଦୋଳନ କରିବେ। ସେମାନେ ବୁଝି ଗଲେଣି ଯେ, ବିଜେପି କିପରି ମିଛ କହି ସରକାରକୁ ଆସି ଆଦିବାସୀଙ୍କୁ ପ୍ରତାରଣା ଦେଇଛି। ସମସ୍ତେ ଏବେ ବି ନବୀନ ପଟ୍ଟନାୟକଙ୍କୁ ଝୁରୁଛନ୍ତି ବୋଲି ନିରଞ୍ଜନ ବିଶି କହିଛନ୍ତି।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

28 Sep 2024 By The Sakala

ଗଠନ ହେଲା ବିଜେଡ଼ିର ଜନଜାତି ସେଲ, ପ୍ରତି ଆଦିବାସୀ ଜିଲ୍ଲାରେ ଗଠନ ହେବ ଆଦିବାସୀ କମିଟି

ଭୁବନେଶ୍ବର: ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜନଜାତି ସେଲର ବୈଠକ ବସିଥିଲା। ନବୀନଙ୍କ ଅନୁମୋଦନରେ ଜନଜାତି ସେଲ ଗଠନ କରାଯାଇଛି।ଆଦିବାସୀଙ୍କ ପାଇଁ ନବୀନ ପଟ୍ଟନାୟକ ବହୁତ କାମ କରି ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଛନ୍ତି। ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ ବିକାଶ ହେଇଥିଲା । ଯାହାକୁ ବର୍ତ୍ତମାନର ସରକାର ବନ୍ଦ କରି ଦେଇଛନ୍ତି। ବିଜେପିର ମିଛ କଥାରେ ଲୋକେ ଢଳିଥିଲେ। ହେଲେ ସେମାନଙ୍କୁ ବିଜେଡି ସହ ଯୋଡିବାକୁ ପ୍ରୟାସ କରାଯିବ। ଅଧିକରୁ ଅଧିକ ଆଦିବାସୀଙ୍କୁ ବିଜେଡି ସହ ଯୋଡ଼ାଯିବ। ପ୍ରତି ଆଦିବାସୀ ଜିଲ୍ଲାରେ ଆଦିବାସୀ କମିଟି ଗଠନ କରାଯିବ। ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଗକୁ ଆହୁରି ଶାଣିତ କାମ କରାଯିବ ବୋଲି କୁହାଯାଇଛି।

ସାଂସଦ ନିରଞ୍ଜନ ବିଶି  କହିଛନ୍ତି ଯେ,  ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନରେ ଜନଜାତି ସେଲ ଗଠନ ହେଲା। ଆଦିବାସୀଙ୍କ ବିକାଶ ପାଇଁ ଯାହା ଯୋଜନା ନବୀନ ସରକାର କରିଥିଲେ, ତାହା ବର୍ତ୍ତମାନର ମୋହନ ସରକାର ବନ୍ଦ କରି ଦେଉଛନ୍ତି। ଶିକ୍ଷକ ନିଯୁକ୍ତିରେ ଯୋଗ୍ୟ ଆଦିବାସୀ ନ ଥିବା କହି ସଂରକ୍ଷଣ ଦେଉ ନାହାନ୍ତି। ସେହିପରି ବର୍ଷକୁ ଯେଉଁ ଦୁଇଟି ବୃତ୍ତି ମିଳୁଥିଲା, ତାହା ବି ବନ୍ଦ ହେଲାଣି। ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ମୋହନ ସରକାର ଉଛେଦ କରିଦେଲେ। ଏସବୁ ବିରୋଧରେ ଆଗାମୀ ଦିନରେ ଆଦିବାସୀମାନେ ଆନ୍ଦୋଳନ କରିବେ। ସେମାନେ ବୁଝି ଗଲେଣି ଯେ, ବିଜେପି କିପରି ମିଛ କହି ସରକାରକୁ ଆସି ଆଦିବାସୀଙ୍କୁ ପ୍ରତାରଣା ଦେଇଛି। ସମସ୍ତେ ଏବେ ବି ନବୀନ ପଟ୍ଟନାୟକଙ୍କୁ ଝୁରୁଛନ୍ତି ବୋଲି ନିରଞ୍ଜନ ବିଶି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର