ଭରତପୁର ଥାନା ଲଜ୍ଜା ଘଟଣା: ନିଲମ୍ବିତ ପୁଲିସ କର୍ମଚାରୀଙ୍କ ହେବ ପଲିଗ୍ରାଫ ଟେଷ୍ଟ !

The Sakala Picture
Published On

ଭୁବନେଶ୍ବର: ଭରତପୁର ଥାନାରେ ଭାରତୀୟ ସେନାର ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ଏହି ଘଟଣାକୁ ନେଇ ବଡ଼ ଅପଡ଼େଟି ଆସିଛି। ତତ୍କାଳୀନ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ପରେ ଅନ୍ୟ ୪ ନିଲମ୍ବିତ ପୁଲିସ କର୍ମଚାରୀଙ୍କ ହେବ ପଲିଗ୍ରାଫ ଟେଷ୍ଟ । ପଲିଗ୍ରାଫ ସହ ଆବଶ୍ୟକ ସ୍ଥଳେ ହୋଇପାରେ ଲାଏ ଡିଟେକ୍ସନ ଓ ବ୍ରେନ ମ୍ୟାପିଂ ଟେଷ୍ଟ ହେବ। ଏ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି । ନିଲମ୍ବିତ ପୁଲିସ କର୍ମଚାରୀଙ୍କ ସହମତି […]

ଭୁବନେଶ୍ବର: ଭରତପୁର ଥାନାରେ ଭାରତୀୟ ସେନାର ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ଏହି ଘଟଣାକୁ ନେଇ ବଡ଼ ଅପଡ଼େଟି ଆସିଛି। ତତ୍କାଳୀନ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ପରେ ଅନ୍ୟ ୪ ନିଲମ୍ବିତ ପୁଲିସ କର୍ମଚାରୀଙ୍କ ହେବ ପଲିଗ୍ରାଫ ଟେଷ୍ଟ । ପଲିଗ୍ରାଫ ସହ ଆବଶ୍ୟକ ସ୍ଥଳେ ହୋଇପାରେ ଲାଏ ଡିଟେକ୍ସନ ଓ ବ୍ରେନ ମ୍ୟାପିଂ ଟେଷ୍ଟ ହେବ। ଏ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି । ନିଲମ୍ବିତ ପୁଲିସ କର୍ମଚାରୀଙ୍କ ସହମତି ମଗାଯାଇଛି। ଖୁବଶୀଘ୍ର ଏ ନେଇ ଆସିବ କୋର୍ଟଙ୍କ ନିଷ୍ପତ୍ତି। ୪ ନିଲମ୍ବିତ ପୁଲିସ କର୍ମଚାରୀ ହେଉଛନ୍ତି SI ବୈଶାଳିନୀ ପଣ୍ଡା, ASI ଶୈଳମୟୀ ସାହୁ, ASI ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦା

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ଖବର ଅନୁଯାୟୀ, ତତ୍କାଳୀନ ଥାନାଧିକାରୀ ତଥା ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ପୂର୍ବରୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି ଏସଡିଜେଏମ୍ କୋର୍ଟ।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର