ଓଡ଼ିଶାରେ ଇଭି ପ୍ରକଳ୍ପ କରିବନି ଜେଏସ୍‌ଡବ୍ଲୁ !

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାରୁ ମୁହଁ ଫେରାଉଛନ୍ତି ଶିଳ୍ପ ସଂସ୍ଥା। ରାଜ୍ୟ ଅର୍ଥନୀତିକୁ ଲାଗିପାରେ ଶକ୍ତ ଧକ୍କା। ସୂଚନା ଅନୁଯାୟୀ, ଓଡ଼ିଶାରେ ଇଭି ପ୍ରକଳ୍ପ କରିବନି ଜେଏସଡବ୍ଲୁ । କମ୍ପାନୀ ୪୦ ହଜାର କୋଟିର ପ୍ରକଳ୍ପକୁ ଓଡ଼ିଶାରୁ ମହାରାଷ୍ଟ୍ର ସ୍ଥାନାନ୍ତର କରିନେବ । ଏନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ରିପୋର୍ଟ । ରାଜ୍ୟରେ ନୂଆ ସରକାରକୁ ୧୦୦ଦିନ ପୂରିଥିବା ବେଳେ ପୂର୍ବ ସରକାର ସମୟରେ ରାଜ୍ୟକୁ ଆସିଥିବା ପୁଞ୍ଜିନିବେଶ ଉପରେ କାହିଁକି ଶକ୍ତ ପ୍ରହାର କରାଯାଉଛି ତାକୁ ନେଇ […]

ଭୁବନେଶ୍ୱର: ଓଡ଼ିଶାରୁ ମୁହଁ ଫେରାଉଛନ୍ତି ଶିଳ୍ପ ସଂସ୍ଥା। ରାଜ୍ୟ ଅର୍ଥନୀତିକୁ ଲାଗିପାରେ ଶକ୍ତ ଧକ୍କା। ସୂଚନା ଅନୁଯାୟୀ, ଓଡ଼ିଶାରେ ଇଭି ପ୍ରକଳ୍ପ କରିବନି ଜେଏସଡବ୍ଲୁ । କମ୍ପାନୀ ୪୦ ହଜାର କୋଟିର ପ୍ରକଳ୍ପକୁ ଓଡ଼ିଶାରୁ ମହାରାଷ୍ଟ୍ର ସ୍ଥାନାନ୍ତର କରିନେବ । ଏନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ରିପୋର୍ଟ । ରାଜ୍ୟରେ ନୂଆ ସରକାରକୁ ୧୦୦ଦିନ ପୂରିଥିବା ବେଳେ ପୂର୍ବ ସରକାର ସମୟରେ ରାଜ୍ୟକୁ ଆସିଥିବା ପୁଞ୍ଜିନିବେଶ ଉପରେ କାହିଁକି ଶକ୍ତ ପ୍ରହାର କରାଯାଉଛି ତାକୁ ନେଇ ପ୍ରଶ୍ନ କରିଛି ବିଜେଡି।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗତ ଫେବ୍ରୁଆରୀରେ ୪୦ ହଜାର କୋଟି ପୁଞ୍ଜି ନିବେଶରେ ଓଡ଼ିଶାରେ ଇଭି ଉତ୍ପାଦନ କାରଖାନା କରିବା ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲା ଜେଏସଡବ୍ଲୁ। ଏଥିପାଇଁ ତତ୍‌କାଳୀନ ନବୀନ ସରକାର କଟକ ନରାଜ ଠାରେ ୯୦୦ ଏକର ଜମି କମ୍ପାନୀକୁ ପ୍ରଦାନ କରିଥିଲେ। ମାତ୍ର ବର୍ତମାନର ସରକାରରେ ଏମଓୟୁ ପରେ ବି କମ୍ପାନୀ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ମୁହଁ ଫେରାଉଥିବା ଜାତୀୟସ୍ତରରେ ଆଲୋଚନା ହେଉଛି।

ଆହୁରି ପଢ଼ନ୍ତୁ: ମାଲକାନଗିରି କେରିମେଟି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

ଯଦି ଜାତୀୟ ଗଣମାଧ୍ୟମର ରିପୋର୍ଟ ସତ ହୁଏ ତେବେ ଜେଏସ୍‌ଡବ୍ଲୁର ଏହି ନିଷ୍ପତି ପରେ ରାଜ୍ୟରୁ ୪୦ ହଜାର କୋଟିର ପୁଞ୍ଜି ନିବେଶ ଫେରିଯିବା ସହ ୧୧ହଜାର ପ୍ରତ୍ୟକ୍ଷ ନିଯୁକ୍ତିରେ ବ୍ରେକ ଲାଗିବାର ଆଶଙ୍କା ରହିଛି। ପୂର୍ବ ସରକାରଙ୍କ ଅମଳରେ ଆର୍ଥିକ, ସମାଜିକ, ରପ୍ତାନୀ କ୍ଷେତ୍ର, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରର ଚିତ୍ର ରାଜ୍ୟରେ ବଦଳିଥିଲା । ଦେବାଳିଆ ଅବସ୍ଥାରେ ଥିବା ରାଜ୍ୟକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବାରେ ନବୀନ ପଟ୍ଟନାୟକଙ୍କ ଭୂମିକା ଐତିହାସିକ। ହେଲେ ଡବଲ ଇଞ୍ଜିନ ସରକାରରେ ଓଡିଶାରୁ ଶିଳ୍ପ ସଂସ୍ଥା ମୁହଁ ଫେରାଇବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ।

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

24 Sep 2024 By The Sakala

ଓଡ଼ିଶାରେ ଇଭି ପ୍ରକଳ୍ପ କରିବନି ଜେଏସ୍‌ଡବ୍ଲୁ !

ଭୁବନେଶ୍ୱର: ଓଡ଼ିଶାରୁ ମୁହଁ ଫେରାଉଛନ୍ତି ଶିଳ୍ପ ସଂସ୍ଥା। ରାଜ୍ୟ ଅର୍ଥନୀତିକୁ ଲାଗିପାରେ ଶକ୍ତ ଧକ୍କା। ସୂଚନା ଅନୁଯାୟୀ, ଓଡ଼ିଶାରେ ଇଭି ପ୍ରକଳ୍ପ କରିବନି ଜେଏସଡବ୍ଲୁ । କମ୍ପାନୀ ୪୦ ହଜାର କୋଟିର ପ୍ରକଳ୍ପକୁ ଓଡ଼ିଶାରୁ ମହାରାଷ୍ଟ୍ର ସ୍ଥାନାନ୍ତର କରିନେବ । ଏନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ରିପୋର୍ଟ । ରାଜ୍ୟରେ ନୂଆ ସରକାରକୁ ୧୦୦ଦିନ ପୂରିଥିବା ବେଳେ ପୂର୍ବ ସରକାର ସମୟରେ ରାଜ୍ୟକୁ ଆସିଥିବା ପୁଞ୍ଜିନିବେଶ ଉପରେ କାହିଁକି ଶକ୍ତ ପ୍ରହାର କରାଯାଉଛି ତାକୁ ନେଇ ପ୍ରଶ୍ନ କରିଛି ବିଜେଡି।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗତ ଫେବ୍ରୁଆରୀରେ ୪୦ ହଜାର କୋଟି ପୁଞ୍ଜି ନିବେଶରେ ଓଡ଼ିଶାରେ ଇଭି ଉତ୍ପାଦନ କାରଖାନା କରିବା ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲା ଜେଏସଡବ୍ଲୁ। ଏଥିପାଇଁ ତତ୍‌କାଳୀନ ନବୀନ ସରକାର କଟକ ନରାଜ ଠାରେ ୯୦୦ ଏକର ଜମି କମ୍ପାନୀକୁ ପ୍ରଦାନ କରିଥିଲେ। ମାତ୍ର ବର୍ତମାନର ସରକାରରେ ଏମଓୟୁ ପରେ ବି କମ୍ପାନୀ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ମୁହଁ ଫେରାଉଥିବା ଜାତୀୟସ୍ତରରେ ଆଲୋଚନା ହେଉଛି।

ଯଦି ଜାତୀୟ ଗଣମାଧ୍ୟମର ରିପୋର୍ଟ ସତ ହୁଏ ତେବେ ଜେଏସ୍‌ଡବ୍ଲୁର ଏହି ନିଷ୍ପତି ପରେ ରାଜ୍ୟରୁ ୪୦ ହଜାର କୋଟିର ପୁଞ୍ଜି ନିବେଶ ଫେରିଯିବା ସହ ୧୧ହଜାର ପ୍ରତ୍ୟକ୍ଷ ନିଯୁକ୍ତିରେ ବ୍ରେକ ଲାଗିବାର ଆଶଙ୍କା ରହିଛି। ପୂର୍ବ ସରକାରଙ୍କ ଅମଳରେ ଆର୍ଥିକ, ସମାଜିକ, ରପ୍ତାନୀ କ୍ଷେତ୍ର, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରର ଚିତ୍ର ରାଜ୍ୟରେ ବଦଳିଥିଲା । ଦେବାଳିଆ ଅବସ୍ଥାରେ ଥିବା ରାଜ୍ୟକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବାରେ ନବୀନ ପଟ୍ଟନାୟକଙ୍କ ଭୂମିକା ଐତିହାସିକ। ହେଲେ ଡବଲ ଇଞ୍ଜିନ ସରକାରରେ ଓଡିଶାରୁ ଶିଳ୍ପ ସଂସ୍ଥା ମୁହଁ ଫେରାଇବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର