ଏମସରୁ ଡିସଚାର୍ଜ ହେବା ପରେ ଭରତପୁର ଥାନା ପୋଲିସର ବର୍ବରତାର କାହାଣୀ ବଖାଣିଲେ ମେଜରଙ୍କ ବାନ୍ଧବୀ
ଭୁବନେଶ୍ୱର: ସାମ୍ନାକୁ ଆସିଲା ଭରତପୁର ଥାନା ପୋଲିସର ବର୍ବରତାର ସତ। ସୀମା ଟପିଥିଲା ଭରତପୁର ପୂର୍ବତନ IIC ଙ୍କ ଆଚରଣ । ଏମସରୁ ଡିସଚାର୍ଜ ହେବା ପରେ ୧୪ ତାରିଖ ରାତିରେ ଭରତପୁର ଥାନାରେ ଘଟିଥିବା ପୋଲିସର ବର୍ବରତାର କାହାଣୀ ବଖାଣିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନ । ସେଦିନ ରାତିରେ ସୀମା ଟପିଥିଲା ଭରତପୁର ପୋଲିସ । ଥାନାରେ ଥାର୍ଡ ଡିଗ୍ରୀ ସହ ତାଙ୍କ ସହ ଅଶ୍ଲୀଳ ଆଚରଣ କରିଥିଲେ ବୋଲି କାନ୍ଦି କାନ୍ଦି କହିଛନ୍ତି […]
ଭୁବନେଶ୍ୱର: ସାମ୍ନାକୁ ଆସିଲା ଭରତପୁର ଥାନା ପୋଲିସର ବର୍ବରତାର ସତ। ସୀମା ଟପିଥିଲା ଭରତପୁର ପୂର୍ବତନ IIC ଙ୍କ ଆଚରଣ । ଏମସରୁ ଡିସଚାର୍ଜ ହେବା ପରେ ୧୪ ତାରିଖ ରାତିରେ ଭରତପୁର ଥାନାରେ ଘଟିଥିବା ପୋଲିସର ବର୍ବରତାର କାହାଣୀ ବଖାଣିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନ । ସେଦିନ ରାତିରେ ସୀମା ଟପିଥିଲା ଭରତପୁର ପୋଲିସ । ଥାନାରେ ଥାର୍ଡ ଡିଗ୍ରୀ ସହ ତାଙ୍କ ସହ ଅଶ୍ଲୀଳ ଆଚରଣ କରିଥିଲେ ବୋଲି କାନ୍ଦି କାନ୍ଦି କହିଛନ୍ତି ଅଙ୍କିତା । ତାଙ୍କୁ ଘୋଷଡ଼ିବା ସହ ଜଣେ ମହିଳା ପୋଲିସ କର୍ମଚାରୀ ତାଙ୍କ ତଣ୍ଟି ଚିପି ଦେଇଥିଲେ ବୋଲି କହିଛନ୍ତି। ତାଙ୍କୁ ଆଇଆଇସି ଉଲଗ୍ନ କରିବାକୁ ଚେଷ୍ଟା କରିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଅଙ୍କିତା।ପୂର୍ବତନ ଆଇଆଇସିଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମର ଅଭିଯୋଗ ଆଣିଛନ୍ତି ଅଙ୍କିତା ।
ପୋଲିସ ଥାର୍ଡ ଡିଗ୍ରୀର କଳା କାହାଣୀ ସମସ୍ତଙ୍କ ସାମ୍ନାରେ କହିଛନ୍ତି ଅଙ୍କିତା ପ୍ରଧାନ। ୧୪ ତାରିଖର ରାତିରେ ଏହି ଘଟଣା ଘଟିଥିଲା। ଆଜି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଭରତପୁର ଥାନାର ଅସଲ ଚେହେରା ପଦାରେ ପକାଇଛନ୍ତି ପିଡିତା । ଅଭିଯୋଗ ଅନୁସାରେ ଶନିବାର ବିଳମ୍ବିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ମେଜର ଗୁରବନ୍ତ ସିଂ ଓ ତାଙ୍କ ବାନ୍ଧବୀ । ମେଜର ଗୁରୁବନ୍ତ ଓ ତାଙ୍କ ବାନ୍ଧବୀ ଅଙ୍କିତା ପଟିଆର ଏକ ରେସ୍ତେରାଁରୁ ଆସୁଥିବା ବେଳେ ରାସ୍ତାରେ ଏକ କାରକୁ ଓଭରଟେକ କରିବାପରେ ପଛରୁ ଆସୁଥିବା ଗାଡ଼ିରୁ କିଛି ଯୁବକ ସେମାନଙ୍କୁ ଅଟକାଇ ଧକ୍କା ମାରିବା ସହ ଧମକ ଦେଇଥିଲେ ।
ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ତାଙ୍କ ନିକଟକୁ ଆସିଥିଲେ । ଅଭିଯୋଗ ରଖିବାକୁ ତାଙ୍କୁ କହିବାପରେ ସେ ଶୁଣିନଥିଲେ । ଏନେଇ ଉଭୟଙ୍କ ମଧ୍ଯରେ ଯୁକ୍ତିତର୍କ ହେବା ପରେ ଗୁରୁବନ୍ତଙ୍କୁ ପ୍ଯାଣ୍ଟ ସାର୍ଟ ଖୋଲି ଥାନାରେ ବସାଇ ଦେଇଥିଲେ ।