ଏସସିବି ମେଡିକାଲରେ ଦ୍ୱିତୀୟଥର ପାଇଁ ସଫଳ ହେଲା ଯକୃତ ପ୍ରତିରୋପଣ

The Sakala Picture
Published On

କଟକ: କଟକ ଏସସିବି ମେଡିକାଲରେ ସଫଳ ହେଲା ଦ୍ବିତୀୟ ଲିଭର ପ୍ରତିରୋପଣ । ଅସ୍ତ୍ରୋପଚାର ସଫଳ ହୋଇଥିବା ନେଇ ମେଡିକାଲ୍‌ ପକ୍ଷରୁ ସୂଚନା । ହାଇଦ୍ରାବାଦର ୪ ଜଣିଆ ଡାକ୍ତରୀ ଦଳ ସହ ଏସସିବି ଡାକ୍ତରଙ୍କ ମିଳିତ ଟିମ୍ ଏହି ବିରଳ ଅସ୍ତ୍ରୋପଚାର କରିଛନ୍ତି। ନୟାଗଡ ଅଂଚଳର ୩୯ ବର୍ଷୀୟ ମାନସ ମୁଦୁଲିଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇ ଯକୃତ ପ୍ରତିରୋପଣ କରାଯାଇଛି । ତାଙ୍କ ପତ୍ନୀ ଛବି ମଲ୍ଲିକ ଯକୃତ ଦାନ କରିଛନ୍ତି । ଏସସିବି ମେଡିକାଲର […]

କଟକ: କଟକ ଏସସିବି ମେଡିକାଲରେ ସଫଳ ହେଲା ଦ୍ବିତୀୟ ଲିଭର ପ୍ରତିରୋପଣ । ଅସ୍ତ୍ରୋପଚାର ସଫଳ ହୋଇଥିବା ନେଇ ମେଡିକାଲ୍‌ ପକ୍ଷରୁ ସୂଚନା । ହାଇଦ୍ରାବାଦର ୪ ଜଣିଆ ଡାକ୍ତରୀ ଦଳ ସହ ଏସସିବି ଡାକ୍ତରଙ୍କ ମିଳିତ ଟିମ୍ ଏହି ବିରଳ ଅସ୍ତ୍ରୋପଚାର କରିଛନ୍ତି। ନୟାଗଡ ଅଂଚଳର ୩୯ ବର୍ଷୀୟ ମାନସ ମୁଦୁଲିଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇ ଯକୃତ ପ୍ରତିରୋପଣ କରାଯାଇଛି । ତାଙ୍କ ପତ୍ନୀ ଛବି ମଲ୍ଲିକ ଯକୃତ ଦାନ କରିଛନ୍ତି । ଏସସିବି ମେଡିକାଲର ଯକୃତ ପ୍ରତିରୋପଣ ବିଭାଗ ଅସ୍ତ୍ରୋପଚାର କକ୍ଷରେ ଏହି ଅସ୍ତ୍ରୋପଚାର ସମ୍ପନ୍ନ ହୋଇଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ହାଇଦ୍ରାବାଦରୁ ଆସିଥିବା ଡାକ୍ତର ବାଲକ୍ରିଷ୍ଣନ ମେନନ ଓ ସନ୍ତୋଷ ସାହୁଙ୍କ ସମେତ ୯ ଜଣିଆ ଡାକ୍ତରୀ ଦଳ ଏସସିବି ମେଡିକାଲର ଡାକ୍ତର ରାଜେଶ କୁମାର ଦୋରାଙ୍କ ନେତୃତ୍ୱରେ ଏହି ବିରଳ ଅପରେସନ କରିଥିଲେ। ବିଶେଷଜ୍ଞ ଏନେଇ ଖୁସି ପ୍ରକଟ କରିବା ସହିତ ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି ଜଟିଳ ଅସ୍ତ୍ରୋପଚାର ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା। ଅସ୍ତ୍ରୋପଚାର ପରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କୁ ଯକୃତ ପ୍ରତିରୋପଣ ବିଭାଗର ଆଇସିୟୁରେ ରଖାଯାଇଛି। ସମ୍ପୃକ୍ତ ରୋଗୀ ମାନସ ଗତ ୩ ମାସ ହେବ ଏସସିବି ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏସସିବି ମେଡିକାଲରେ ଏହା ଦ୍ଵିତୀୟ ଯକୃତ ପ୍ରତିରୋପଣ। ଗତ ଏପ୍ରିଲ ୩ ତାରିଖରେ କଟକ ତିଗିରିଆର ଜଣେ ରୋଗୀଙ୍କଠାରେ ସଫଳତାର ସହିତ ଯକୃତ ପ୍ରତିରୋପଣ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର