କ’ଣ ଏହି ମୋବାଇଲ ସ୍ପୁଫିଂ ? ଯେଉଁଥିରେ ଆପଣଙ୍କ ଅଜାଣତରେ ଆପଣଙ୍କ ସିମକୁ ବ୍ୟବହାର କରି ଅପରାଧ ଘଟାଇଥାଏ ସାଇବର ଅପରାଧୀ….

The Sakala Picture
Published On

ଭୁବନେଶ୍ବର: ସାଇବର ଅପରାଧୀଙ୍କ ନୂଆ ତରିକା । ମୋବାଇଲ ସ୍ପୁଫିଂ। ଅର୍ଥାତ ମୋବାଇଲ ଧୋକାବାଜି । ଯେଉଁଥିରେ ଆପଣଙ୍କ ମୋବାଇଲରୁ କଲ ଯାଇ ଅପରାଧ ଘଟିଥିବ କିନ୍ତୁ ଆପଣ ଜାଣି ନଥିବେ । ଆପଣ ଘରେ ବସିଥିବେ, ଆଉଟ ଗୋଇଂ କଲ୍ କରି ନଥିବେ । ଅଥଚ ଆପଣ ବିମାନ ଭିତରେ ବମ୍ ରଖିଥିବା ନେଇ ଧରାପଡ଼ିବେ । ପୋଲିସ ଆସି ଆପଣଙ୍କୁ ବାନ୍ଧିବ । ଆଉ ଆପଣଙ୍କ ନାଁରେ ଯୋଡ଼ି ହୋଇଯିବ ଆତଙ୍କବାଦୀ ଟ୍ୟାଗ୍ । […]

ଭୁବନେଶ୍ବର: ସାଇବର ଅପରାଧୀଙ୍କ ନୂଆ ତରିକା । ମୋବାଇଲ ସ୍ପୁଫିଂ। ଅର୍ଥାତ ମୋବାଇଲ ଧୋକାବାଜି । ଯେଉଁଥିରେ ଆପଣଙ୍କ ମୋବାଇଲରୁ କଲ ଯାଇ ଅପରାଧ ଘଟିଥିବ କିନ୍ତୁ ଆପଣ ଜାଣି ନଥିବେ । ଆପଣ ଘରେ ବସିଥିବେ, ଆଉଟ ଗୋଇଂ କଲ୍ କରି ନଥିବେ । ଅଥଚ ଆପଣ ବିମାନ ଭିତରେ ବମ୍ ରଖିଥିବା ନେଇ ଧରାପଡ଼ିବେ । ପୋଲିସ ଆସି ଆପଣଙ୍କୁ ବାନ୍ଧିବ । ଆଉ ଆପଣଙ୍କ ନାଁରେ ଯୋଡ଼ି ହୋଇଯିବ ଆତଙ୍କବାଦୀ ଟ୍ୟାଗ୍ । ରାତି ପାହିଲାବେଳକୁ ଆପଣଙ୍କୁ ଆସିବ ଶହ ଶହ ଅଫିସ, କଚେରୀ ଓ ବଡ଼ ବଡ଼ ଲୋକଙ୍କ କଲ୍ । ଯାହାଙ୍କୁ କେବେ ବି ଆପଣ ଯୋଗାଯୋଗ କରି ନଥିବେ । ଏପରି ହେଲେ ଜାଣିବେ ଯେ, ଆପଣଙ୍କ ହ୍ବାଟସ୍ଆପ୍ ହାଇଜାକ ହେବା ସହ ଆପଣ ମୋବାଇଲ ସ୍ପୁଫିଂର ଶିକାର ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ହିଟୱେଭ ପାଇଁ SOP: ଅଧିକ ଖରା ହେଉଥିବା ଜାଗାରେ ଆଶ୍ରୟସ୍ଥଳୀ ନିର୍ମାଣ, ଡ୍ରାଇଭରଙ୍କ ପାଇଁ ORS ଓ ପିଇବା ପାଣି ବ୍ୟବସ୍ଥା

ଆଜିକାଲି ସାଇବର ଅପରାଧୀ ଆପଣଙ୍କ ମୋବାଇଲ ସିମ୍କୁ କ୍ଲୋନିଂ କରି ହ୍ବାଟ୍ସଆପ ହାଇଜାକ କରିଦେଉଛନ୍ତି । ଏପରିକି ଆପଣଙ୍କ ସ୍ବରକୁ କ୍ଲୋନିଂ କରି ଅପରାଧୀକ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଛି । ଯାହା ବିଷୟରେ ଆପଣ କେବେ ବି କଳ୍ପନା କରି ନଥିବେ । ଯାହାକୁ ମୋବାଇଲ ସ୍ପୁଫିଂ ବୋଲି ନାମକରଣ କରାଯାଇଛି । ଅର୍ଥାତ ମୋବାଇଲ ଧୋକାବାଜି । କ’ଣ ଏହି ଧୋକାବାଜି ଜାଣନ୍ତୁ ଏହି ରିପୋର୍ଟରୁ ।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

ଆପଣ ବ୍ୟବହାର କରୁଥିବା ମୋବାଇଲ ସିମ୍ ଆପଣଙ୍କ ପାଖରେ ଥିଲେ ବି ଅତି ସହଜରେ ସାଇବର ଅପରାଧୀ କ୍ଲୋନିଂ କରି ତାକୁ ଅପରାଧିକ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ଏପରି କି ଆପଣଙ୍କ ସ୍ବର ବି କ୍ଲୋନିଂହେଉଛି । ସାଇବର ଅପରାଧର ନୂଆ ଗବେଷଣାରୁ ଜଣାପଡ଼ିଛି । ଫ୍ରିରେ ଏପରି ବହୁତ ଆପ୍ ସାଇବର ଅପରାଧୀ ଇଣ୍ଟରନେଟରେ ଛାଡ଼ୁଛନ୍ତି । କେତେବେଳେ ଆପଣଙ୍କ ମୋବାଇଲ ଆପ୍ ଅପଡେଟ୍ କଲା ବେଳେ ଅଟୋ ଡାଉନଲୋଡ ହେଉଯାଉଛି ନଚେତ୍ କିଛି ଦରକାରୀ ଆପ୍ ବ୍ୟବହାର ଯୋଗ୍ୟ ବୋଲି ଭାବି ଆପଣ ଡାଉନଲୋଡ କରୁଛନ୍ତି । ଉଭୟ କ୍ଷେତ୍ରରେ ଆପଣ ବିପଦକୁ ଡାକୁଛନ୍ତି । ଏପରି କି ମୋବାଇଲ ନମ୍ବର ଓ ସିମ୍କୁ କ୍ଲୋନିଂ କରିବା ପରେ ଆପଣଙ୍କ ଇ-ମେଲ୍କୁ ଅତି ସହଜରେ ଆକସେସ୍ କରିପାରୁଛନ୍ତି ସାଇବର ଅପରାଧୀ । ଏପରି ଜଣାପଡ଼ିଲେ ତୁରନ୍ତୁ ସାଇବର ଅପରାଧୀ ନିୟନ୍ତ୍ରଣ କେନ୍ଦ୍ରକୁ ଜଣାଇବାକୁ ପରାମର୍ଶ ।

ଆହୁରି ପଢ଼ନ୍ତୁ: ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜଧାନୀବାସୀ, ଅପରାହ୍ନ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା

କେବଳ ସିମ୍ କ୍ଲୋନିଂ ହେଉନି । ସ୍ବରକୁ ବି ଅତି ସହଜରେ କ୍ଲୋନିଂ କରି ଦେଉଛନ୍ତି ସାଇବର ଅପରାଧୀ । ଯାହା କି ଆପଣ କେବେ ବି କଳ୍ପନା କରି ନଥିବେ । ବିଦେଶରେ ଯଦି କେହି ଆପଣଙ୍କ ଆତ୍ମୀୟ ଅଛନ୍ତି ତା’ହେଲେ ତାଙ୍କ ଟୋନରେ ଆପଣଙ୍କୁ ଯୋଗାଯୋଗ କରି ମୋଟା ଅର୍ଥ ଅତି ସହଜରେ ଠକି ନେଉଛନ୍ତି ସାଇବର ଲୁଟେରା ।

ପୂର୍ବତନ ପୋଲିସ ପ୍ରଶାସକଙ୍କ ମତରେ ଏପରି ଘଟଣା କାହା ସହିତ ବି ଘଟିପାରେ । ଯଦି କେହି ବି ୧୯୩୦ ବିଷୟରେ ଜାଣିନାହାନ୍ତି ତା’ହେଲେ ତାଙ୍କ ସହ ଏପରି ଘଟିଲେ ସ୍ଥାନୀୟ ଥାନା ବା ଫାଣ୍ଡିରେ ନିଜ ମୋବାଇଲ ନମ୍ବରଟି ଦେଇ ଗୋଟିଏ ଅଭିଯୋଗ ପତ୍ର ଦେଇପାରିବେ । ଏପରି କଲେ ନିଜକୁ ଆଇନର ଫାଶରୁ ମୁକୁଳାଇ ହେବ । ଡେରି କଲେ ଭୟଙ୍କର ହେବ ପରିଣତି ।

ବିଶେଷଜ୍ଞଙ୍କ ମତରେ ପ୍ଲେଷ୍ଟୋରରେ ମିଳୁଥିବା ଫ୍ରି-ଆପ୍କୁ ଡାଉନଲୋଡ କରିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ । ଯଦି ଆପ୍ ବିକଶିତ କରିଥିବା କମ୍ପାନୀ ଉପରେ ସନ୍ଦେହ ହେଉଛି ତା’ହେଲେ ତାକୁ ଆଦୌ ଡାଉନଲୋଡ କରନ୍ତୁନି । ଡିଜିଟାଲ ବିପ୍ଳବକୁ ରୋକି ହେବନି । କିନ୍ତୁ ସତର୍କ ନ ରହିଲେ ବିନା ଦୋଷରେ ଜେଲ୍ ଯିବା ସାର ହେବ ।

05 Sep 2024 By The Sakala

କ’ଣ ଏହି ମୋବାଇଲ ସ୍ପୁଫିଂ ? ଯେଉଁଥିରେ ଆପଣଙ୍କ ଅଜାଣତରେ ଆପଣଙ୍କ ସିମକୁ ବ୍ୟବହାର କରି ଅପରାଧ ଘଟାଇଥାଏ ସାଇବର ଅପରାଧୀ….

ଭୁବନେଶ୍ବର: ସାଇବର ଅପରାଧୀଙ୍କ ନୂଆ ତରିକା । ମୋବାଇଲ ସ୍ପୁଫିଂ। ଅର୍ଥାତ ମୋବାଇଲ ଧୋକାବାଜି । ଯେଉଁଥିରେ ଆପଣଙ୍କ ମୋବାଇଲରୁ କଲ ଯାଇ ଅପରାଧ ଘଟିଥିବ କିନ୍ତୁ ଆପଣ ଜାଣି ନଥିବେ । ଆପଣ ଘରେ ବସିଥିବେ, ଆଉଟ ଗୋଇଂ କଲ୍ କରି ନଥିବେ । ଅଥଚ ଆପଣ ବିମାନ ଭିତରେ ବମ୍ ରଖିଥିବା ନେଇ ଧରାପଡ଼ିବେ । ପୋଲିସ ଆସି ଆପଣଙ୍କୁ ବାନ୍ଧିବ । ଆଉ ଆପଣଙ୍କ ନାଁରେ ଯୋଡ଼ି ହୋଇଯିବ ଆତଙ୍କବାଦୀ ଟ୍ୟାଗ୍ । ରାତି ପାହିଲାବେଳକୁ ଆପଣଙ୍କୁ ଆସିବ ଶହ ଶହ ଅଫିସ, କଚେରୀ ଓ ବଡ଼ ବଡ଼ ଲୋକଙ୍କ କଲ୍ । ଯାହାଙ୍କୁ କେବେ ବି ଆପଣ ଯୋଗାଯୋଗ କରି ନଥିବେ । ଏପରି ହେଲେ ଜାଣିବେ ଯେ, ଆପଣଙ୍କ ହ୍ବାଟସ୍ଆପ୍ ହାଇଜାକ ହେବା ସହ ଆପଣ ମୋବାଇଲ ସ୍ପୁଫିଂର ଶିକାର ହୋଇଛନ୍ତି ।

ଆଜିକାଲି ସାଇବର ଅପରାଧୀ ଆପଣଙ୍କ ମୋବାଇଲ ସିମ୍କୁ କ୍ଲୋନିଂ କରି ହ୍ବାଟ୍ସଆପ ହାଇଜାକ କରିଦେଉଛନ୍ତି । ଏପରିକି ଆପଣଙ୍କ ସ୍ବରକୁ କ୍ଲୋନିଂ କରି ଅପରାଧୀକ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଛି । ଯାହା ବିଷୟରେ ଆପଣ କେବେ ବି କଳ୍ପନା କରି ନଥିବେ । ଯାହାକୁ ମୋବାଇଲ ସ୍ପୁଫିଂ ବୋଲି ନାମକରଣ କରାଯାଇଛି । ଅର୍ଥାତ ମୋବାଇଲ ଧୋକାବାଜି । କ’ଣ ଏହି ଧୋକାବାଜି ଜାଣନ୍ତୁ ଏହି ରିପୋର୍ଟରୁ ।

ଆପଣ ବ୍ୟବହାର କରୁଥିବା ମୋବାଇଲ ସିମ୍ ଆପଣଙ୍କ ପାଖରେ ଥିଲେ ବି ଅତି ସହଜରେ ସାଇବର ଅପରାଧୀ କ୍ଲୋନିଂ କରି ତାକୁ ଅପରାଧିକ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ଏପରି କି ଆପଣଙ୍କ ସ୍ବର ବି କ୍ଲୋନିଂହେଉଛି । ସାଇବର ଅପରାଧର ନୂଆ ଗବେଷଣାରୁ ଜଣାପଡ଼ିଛି । ଫ୍ରିରେ ଏପରି ବହୁତ ଆପ୍ ସାଇବର ଅପରାଧୀ ଇଣ୍ଟରନେଟରେ ଛାଡ଼ୁଛନ୍ତି । କେତେବେଳେ ଆପଣଙ୍କ ମୋବାଇଲ ଆପ୍ ଅପଡେଟ୍ କଲା ବେଳେ ଅଟୋ ଡାଉନଲୋଡ ହେଉଯାଉଛି ନଚେତ୍ କିଛି ଦରକାରୀ ଆପ୍ ବ୍ୟବହାର ଯୋଗ୍ୟ ବୋଲି ଭାବି ଆପଣ ଡାଉନଲୋଡ କରୁଛନ୍ତି । ଉଭୟ କ୍ଷେତ୍ରରେ ଆପଣ ବିପଦକୁ ଡାକୁଛନ୍ତି । ଏପରି କି ମୋବାଇଲ ନମ୍ବର ଓ ସିମ୍କୁ କ୍ଲୋନିଂ କରିବା ପରେ ଆପଣଙ୍କ ଇ-ମେଲ୍କୁ ଅତି ସହଜରେ ଆକସେସ୍ କରିପାରୁଛନ୍ତି ସାଇବର ଅପରାଧୀ । ଏପରି ଜଣାପଡ଼ିଲେ ତୁରନ୍ତୁ ସାଇବର ଅପରାଧୀ ନିୟନ୍ତ୍ରଣ କେନ୍ଦ୍ରକୁ ଜଣାଇବାକୁ ପରାମର୍ଶ ।

କେବଳ ସିମ୍ କ୍ଲୋନିଂ ହେଉନି । ସ୍ବରକୁ ବି ଅତି ସହଜରେ କ୍ଲୋନିଂ କରି ଦେଉଛନ୍ତି ସାଇବର ଅପରାଧୀ । ଯାହା କି ଆପଣ କେବେ ବି କଳ୍ପନା କରି ନଥିବେ । ବିଦେଶରେ ଯଦି କେହି ଆପଣଙ୍କ ଆତ୍ମୀୟ ଅଛନ୍ତି ତା’ହେଲେ ତାଙ୍କ ଟୋନରେ ଆପଣଙ୍କୁ ଯୋଗାଯୋଗ କରି ମୋଟା ଅର୍ଥ ଅତି ସହଜରେ ଠକି ନେଉଛନ୍ତି ସାଇବର ଲୁଟେରା ।

ପୂର୍ବତନ ପୋଲିସ ପ୍ରଶାସକଙ୍କ ମତରେ ଏପରି ଘଟଣା କାହା ସହିତ ବି ଘଟିପାରେ । ଯଦି କେହି ବି ୧୯୩୦ ବିଷୟରେ ଜାଣିନାହାନ୍ତି ତା’ହେଲେ ତାଙ୍କ ସହ ଏପରି ଘଟିଲେ ସ୍ଥାନୀୟ ଥାନା ବା ଫାଣ୍ଡିରେ ନିଜ ମୋବାଇଲ ନମ୍ବରଟି ଦେଇ ଗୋଟିଏ ଅଭିଯୋଗ ପତ୍ର ଦେଇପାରିବେ । ଏପରି କଲେ ନିଜକୁ ଆଇନର ଫାଶରୁ ମୁକୁଳାଇ ହେବ । ଡେରି କଲେ ଭୟଙ୍କର ହେବ ପରିଣତି ।

ବିଶେଷଜ୍ଞଙ୍କ ମତରେ ପ୍ଲେଷ୍ଟୋରରେ ମିଳୁଥିବା ଫ୍ରି-ଆପ୍କୁ ଡାଉନଲୋଡ କରିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ । ଯଦି ଆପ୍ ବିକଶିତ କରିଥିବା କମ୍ପାନୀ ଉପରେ ସନ୍ଦେହ ହେଉଛି ତା’ହେଲେ ତାକୁ ଆଦୌ ଡାଉନଲୋଡ କରନ୍ତୁନି । ଡିଜିଟାଲ ବିପ୍ଳବକୁ ରୋକି ହେବନି । କିନ୍ତୁ ସତର୍କ ନ ରହିଲେ ବିନା ଦୋଷରେ ଜେଲ୍ ଯିବା ସାର ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର