ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ସୁଭଦ୍ରା ଫର୍ମ ଦାଖଲ କରିବାର କୌଣସି ଶେଷ ତାରିଖ ନାହିଁ…

The Sakala Picture
Published On

ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନା ଆରମ୍ଭ ହୋଇଯାଇଛି। ମହିଳାମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ବ୍ୟସ୍ତ ହୋଇପଡ଼ିଛନ୍ତି। ମୋ ସେବା କେନ୍ଦ୍ର, ଆନ୍‌ଲାଇନ୍‌ ସେଣ୍ଟର, ପୋଷ୍ଟ ଅଫିସ, ବ୍ୟାଙ୍କରେ ମହିଳାମାନଙ୍କର ଭିଡ଼ ରହୁଛି। ଏହାର କାରଣ ହେଲା ଆଧାରକାର୍ଡ ଓ ବ୍ୟାଙ୍କ ପାସ୍‌ବୁକ୍‌ରେ ଥିବା ତ୍ରୁଟିକୁ ସଂଶୋଧନ କରିବା। ଏହାରି ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଧବାର ଅପରାହ୍‌ଣରେ କଲ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି, ଯାହାକି ହିତାଧିକାରୀଙ୍କୁ […]

ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନା ଆରମ୍ଭ ହୋଇଯାଇଛି। ମହିଳାମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ବ୍ୟସ୍ତ ହୋଇପଡ଼ିଛନ୍ତି। ମୋ ସେବା କେନ୍ଦ୍ର, ଆନ୍‌ଲାଇନ୍‌ ସେଣ୍ଟର, ପୋଷ୍ଟ ଅଫିସ, ବ୍ୟାଙ୍କରେ ମହିଳାମାନଙ୍କର ଭିଡ଼ ରହୁଛି। ଏହାର କାରଣ ହେଲା ଆଧାରକାର୍ଡ ଓ ବ୍ୟାଙ୍କ ପାସ୍‌ବୁକ୍‌ରେ ଥିବା ତ୍ରୁଟିକୁ ସଂଶୋଧନ କରିବା। ଏହାରି ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଧବାର ଅପରାହ୍‌ଣରେ କଲ ସେଣ୍ଟର ଉଦ୍‌ଘାଟନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ଏହି ଅବସରରେ ଶ୍ରୀମତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି, ଯାହାକି ହିତାଧିକାରୀଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ସେ କହିଛନ୍ତି, ୧୭ ତାରିଖ ପରେ ପଞ୍ଜୀକରଣ କଲେ ମଧ୍ୟ ହିତାଧିକାରୀମାନେ ଟଙ୍କା ପାଇପାରିବେ। ସୁଭଦ୍ରା ଫର୍ମ ଦାଖଲ କରିବାର କୌଣସି ଶେଷ ତାରିଖ ନାହିଁ। ଆସନ୍ତା ୧୭ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ସୁବଦ୍ରା ଯୋଜନାରେ ଟଙ୍କା ମିଳିବ। ୧୭ ତାରିଖ ପରେ ମଧ୍ୟ ଫର୍ମ ଦାଖଲ କଲେ ପ୍ରଥମ କିସ୍ତିର ଟଙ୍କା ମିଳିପାରିବ। ଯୋଜନା ସଂପର୍କରେ ଅଧିକ ଜାଣିବା ପାଇଁ ହିତାଧିକାରୀମାନେ ଟୋଲ ଫ୍ରି ନମ୍ବର ୧୪୬୭୮କୁ କଲ କଲେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇପାରିବେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ହିତାଧିକାରୀଙ୍କୁ ଚିହ୍ନଟ:

କ) ସମସ୍ତ ଯୋଗ୍ୟ ମହିଳା ଆବେଦନକାରୀ ଏହି ଯୋଜନା ଅଧୀନରେ ଲାଭ ପାଇବା ପାଇଁ ଆବେଦନ କରିବା ଆବଶ୍ୟକ ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ଖ) ଆବେଦନଗୁଡିକ ଏକ ମୁଦ୍ରିତ ଫର୍ମ ପୁରଣକରି ଅଫଲାଇନ୍ ତଥା ସୁଭଦ୍ରା ପୋର୍ଟାଲ୍ ମାଧ୍ୟମରେ ଅନଲାଇନ୍ କରାଯାଇପାରିବ ।

ଗ) ବିଭିନ୍ନ ସ୍ଥାନ ଓ କାର୍ଯ୍ୟାଳୟ ଯଥା- ଅଙ୍ଗନୱାଡି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ ତଥା ULB କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ର ଇତ୍ୟାଦିରେ ପର୍ଯ୍ୟାପ୍ତ ମୁଦ୍ରିତ ଆବେଦନ ଫର୍ମ ମାଗଣାରେ ଉପଲବ୍ଧ ହେବ ।

ଘ) ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ମୋ ସେବା କେନ୍ଦ୍ର (MSK) / ସାଧାରଣ ସେବା କେନ୍ଦ୍ର (CSC) ରେ ଦାଖଲ କରିବାକୁ ପଡିବ।

ଙ) ଆବେଦନକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଫର୍ମ ଏବଂ ଆଧାରରେ କୌଣସି ଅସଙ୍ଗତି ଥିଲେ, ଆଧାରରେ ଥିବା ସୂଚନାକୁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବ।

ଚ) ସଂଗୃହୀତ ସମସ୍ତ ଆବେଦନକୁ ସରକାରଙ୍କ ପାଖରେ ସଦ୍ୟତମ ଉପଲବ୍ଧ ଡାଟାବେସ୍ ଏବଂ ଆବଶ୍ୟକ ସ୍ଥଳେ କ୍ଷେତ୍ର ଅନୁସନ୍ଧାନ ମାଧ୍ୟମରେ ଯାଞ୍ଚ କରାଯିବ ।

ଛ) ସମସ୍ତ ଆବେଦନକାରୀ “ସୁଭଦ୍ରା” ଅଧୀନରେ ଯୋଗ୍ୟ ବିବେଚିତ ହେବା ପାଇଁ e-KYC ନିମିତ୍ତ ନିଜର ଘୋଷଣା ନାମା ଦେବେ । e-KYC ର ଚେହେରା-ପ୍ରାମାଣିକରଣ (face-authentication) ପଦ୍ଧତ୍ତି ମାଧ୍ୟମରେ ହିତାଧିକାରୀମାନେ ସେମାନଙ୍କର ଆଧାର ନମ୍ବର ପ୍ରଦାନ କରି ସୁଭଦ୍ରା ପୋର୍ଟାଲ / ସୁଭଦ୍ରା ମୋବାଇଲ୍ ଆପ୍ ମାଧ୍ୟମରେ ଏହି ପ୍ରକ୍ରିୟା ସମ୍ପାଦନ କରିପାରିବେ ।

ଜ) ଜଣେ ହିତାଧିକାରୀ ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଓଡ଼ିଶାରେ ଥିବା ତାଙ୍କ ସାଥୀ ଅନ୍ୟ ସମକ୍ଷକ ଭଉଣୀମାନଙ୍କ ସଶକ୍ତିକରଣ ଏବଂ କଲ୍ୟାଣକୁ ସମର୍ଥନ କରିବା ପାଇଁ ସ୍ଵ-ଇଛାରେ ସୁଭଦ୍ରାରୁ ବାହାରିବା ପାଇଁ ଚୟନ କରିପାରିବେ।

ସୁଭଦ୍ରା ଅଧୀନରେ ଲାଭ ପାଇବା ପାଇଁ ଆବଶ୍ୟକତା :

କ) ଯେଉଁ ମହିଳାମାନେ ଯୋଗ୍ୟ ଅଟନ୍ତି ଏବଂ ସୁଭଦ୍ରା ଅଧୀନରେ ଲାଭ ପାଇବା ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ନିମ୍ନଲିଖିତ ସର୍ତ୍ତାବଳୀ ସୁନିଶ୍ଚିତ କରିବାକୁ ପଡିବ:

  • ସେମାନଙ୍କ ନିଜ ନାମରେ ଆଧାର କାର୍ଡ / ଆଧାର ନମ୍ବର ରହିବା ଆବଶ୍ୟକ।
  • ସେମାନେ ନିଶ୍ଚିତ ଭାବରେ ସେମାନଙ୍କର ମୋବାଇଲ୍ ନମ୍ବରକୁ ଆଧାର କାର୍ଡ ସହିତ ଲିଙ୍କ୍ କରିଥିବେ ।
  • ସେମାନଙ୍କର ଏକକ-ଧାରକ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ ଯାହା ଆଧାର-ସକ୍ଷମ ଏବଂ ସିଧାସଳଖ ଲାଭ ସ୍ଥାନାନ୍ତରଣ (DBT)- ସକ୍ଷମ ଅଟେ ।

ଖ) ଯଦି ହିତାଧିକାରୀଙ୍କ ପାଖରେ ଆଧାର ନମ୍ବର ନାହିଁ କିମ୍ବା ତାଙ୍କ ଆଧାର କାର୍ଡରେ ତଥ୍ୟ ମେଳ ଖାଉନାହିଁ, ତେବେ ତାଙ୍କୁ ଆଧାର ଅଧୀନରେ ନିଜକୁ ପଞ୍ଜୀକରଣ କରିବାକୁ ପଡିବ କିମ୍ବା ଆବଶ୍ୟକ ଅନୁଯାୟୀ ତଥ୍ୟ ସଂଶୋଧନ କରିବାକୁ ପଡିବ।

ଗ) ଯଦି ହିତାଧିକାରୀଙ୍କର ଏକକ ଆଧାର-ସକ୍ଷମ ଏବଂ ଡିବିଟି-ସକ୍ଷମ ବ୍ଯାଙ୍କ ଆକାଉଣ୍ଟ ନାହିଁ, ତେବେ ତାଙ୍କୁ (କ) ଏକକ ଧାରକ ବ୍ଯାଙ୍କ ଆକାଉଣ୍ଟ ଖୋଲିବା, (ଖ) ବ୍ଯାଙ୍କ ଆକାଉଣ୍ଟକୁ ଆଧାର-ସକ୍ଷମ କରିବା, (ଗ) ବ୍ଯାଙ୍କ ଆକାଉଣ୍ଟକୁ ଡିବିଟି-ସକ୍ଷମ କରିବା ଏବଂ (ଘ) e-KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରାଯିବ।

ଘ) ୨୦୨୪-୨୫ ଆର୍ଥିକ ବର୍ଷରେ, ଅନୁମୋଦନ ତାରିଖ ନିର୍ବିଶେଷରେ ସମସ୍ତ ହିତାଧିକାରୀ ଯୋଜନାର ଶୁଭାରମ୍ଭ ତାରିଖ ଠାରୁ ସୁଭଦ୍ରା ଅଧୀନରେ ୧୦,୦୦୦ ଟଙ୍କାର ସମ୍ପୂର୍ଣ୍ଣ ଲାଭ ପାଇବେ ।

ଙ) ଆବେଦନକାରୀ ଆବେଦନର ଅଗ୍ରଗତି ସମ୍ପର୍କରେ ନିମ୍ନଲିଖିତ ମାଧ୍ୟମ ରେ ଜାଣିପାରିବେ

  • ପ୍ରାପ୍ତ ଏସଏମଏସ ଦ୍ବାରା,
  • ଟୋଲ୍ ଫ୍ରି ନମ୍ବର-୧୪୬୭୮ ମାଧ୍ୟମରେ ଏବଂ
  • ଆଧାର ନମ୍ବର ବ୍ୟବହାର କରି www.subhadra.odisha.gov.in ଏବଂ ସୁଭଦ୍ରା ପୋର୍ଟାଲରେ ଲଗଇନ୍ ଦ୍ବାରା

ଆବେଦନକାରୀ / ହିତାଧିକାରୀଙ୍କ ଦାୟିତ୍ବ :

ସମସ୍ତ ଆବେଦନକାରୀ / ହିତାଧିକାରୀଙ୍କୁ ନିମ୍ନରେ ଦିଆଯାଇଥିବା ସୁଭଦ୍ରା ଅଧୀନରେ ଥିବା ଦାୟିତ୍ବ ଗ୍ରହଣ କରିବାକୁ ପଡିବ ।

କ) ଲାଭଗୁଡିକର ଦକ୍ଷ ଏବଂ ସ୍ୱଚ୍ଛ ସ୍ଥାନାନ୍ତରଣ ନିଶ୍ଚିତ କରିବାକୁ, ହିତାଧିକାରୀମାନଙ୍କୁ ଏକକ ଧାରକ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ଏହାକୁ ଆଧାର ପେମେଣ୍ଟ ବ୍ରିଜ ସିଷ୍ଟମ (ABPS) ଏବଂ ସିଧାସଳଖ ଲାଭ ସ୍ଥାନାନ୍ତର (DBT) ପାଇଁ ସକ୍ଷମ କରିବା ଓ ଆନୁଷ୍ଠାନିକ ଭାବେ ଇଲେକ୍ଟ୍ରୋନିକ୍ ଗ୍ରାହକ (e-KYC) ସୁନିଶ୍ଚିତ କରିବାକୁ ହେବ ।

ଖ) ହିତାଧିକାରୀମାନେ ଆବେଦନ ପ୍ରକ୍ରିୟା ସମୟରେ ସଠିକ୍ ଏବଂ ନିର୍ଭୁଲ ସୂଚନା ପ୍ରଦାନ କରିବା ଜରୁରୀ । ଯଦି ଯେକୌଣସି ସମୟରେ ହିତାଧିକାରୀ ଅଯୋଗ୍ୟ ପ୍ରମାଣିତ ହୁଅନ୍ତି, ତୁରନ୍ତ ଲାଭର ସମାପ୍ତ କରି ଦିଆଯାଇଥିବା ଲାଭ ପୁନରୁଦ୍ଧାର ଏବଂ ଠକେଇ ପାଇଁ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗ) ଯଦି ଅନୁମୋଦିତ ହିତାଧିକାରୀ ଦୁର୍ଭାଗ୍ୟଜନକ ଘଟଣାରେ ମୃତ ଘୋଷିତ ହୁଅନ୍ତି, ତେବେ ଅନୁମୋଦିତ ସହାୟତା ବାତିଲ କରାଯାଇ ମୃତ ବ୍ୟକ୍ତିଙ୍କ ନାମରେ ଦିଆଯାଉଥିବା ଲାଭ ଦାବି କରାଯାଇପାରିବ ନାହିଁ ।

ଘ) ହିତାଧିକାରୀ / ଆବେଦନକାରୀମାନେ ସୁଭଦ୍ରା ପୋର୍ଟାଲରେ ଯୋଜନାରୁ ନିଜକୁ ବାଦ ଦେବାପାଇଁ ଚୟନ କରିପାରିବେ, ଯେତେବେଳେ ସେମାନେ ଅଯୋଗ୍ୟ ହୁଅନ୍ତି, ଯେପରିକି ସରକାରୀ ଚାକିରିରେ ନିଯୁକ୍ତି ପାଇବା, ଘରର ଆର୍ଥିକ ସ୍ଥିତିର ଉନ୍ନତି ଇତ୍ୟାଦି ।

ଙ) ହିତାଧିକାରୀମାନଙ୍କୁ ପାରା ୩(ଚ) ରେ ବର୍ଣ୍ଣିତ ଅଧିକ ପ୍ରୋତ୍ସାହନ ରାଶି ପାଇବାକୁ ସକ୍ଷମ କରାଇବା ପାଇଁ ଅନଲାଇନ୍ ମାଧ୍ୟମରେ ଅଧିକ ସଂଖ୍ୟକ କାରବାର କରିବାକୁ ଉତ୍ସାହିତ କରାଯିବ ।

ଚ) ସୁଭଦ୍ରା ଅଧୀନରେ ଆବେଦନ କରି କିମ୍ବା ଚୟନ ନକରି, ହିତାଧିକାରୀ ଯୋଜନା କର୍ତ୍ତୃପକ୍ଷଙ୍କ ଦ୍ୱାରା ତଦାରଖ ଏବଂ ମୂଲ୍ୟାଙ୍କନ ଉଦ୍ଦେଶ୍ୟରେ ଆଧାର ସମେତ ସେମାନଙ୍କର ବ୍ୟକ୍ତିଗତ ତଥ୍ୟର ବ୍ୟବହାର ପାଇଁ ସମ୍ମତି ପ୍ରଦାନ କରିବାକୁ ହେବ ।

ଛ) ପ୍ରଶାସନିକ ତ୍ରୁଟି ହେତୁ କୌଣସି ଅଧିକ ଦେୟ ପ୍ରଦାନ କ୍ଷେତ୍ରରେ, ହିତାଧିକାରୀମାନେ ନିଜ ଇଚ୍ଛାରେ କିମ୍ବା କର୍ତ୍ତୃପକ୍ଷଙ୍କ ଦ୍ୱାରା ଚିହ୍ନଟ ହେବା ପରେ ଏବଂ ସେମାନଙ୍କୁ ଯୋଗାଯୋଗ କରାଯିବା ମାତ୍ରେ ଅତିରିକ୍ତ ଅର୍ଥ ରାଶି ଫେରସ୍ତ କରିବାକୁ ବାଧ୍ୟ ହେବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର