କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ-ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତର ହେବ ମିଛଧରା ପରୀକ୍ଷା

The Sakala Picture
Published On

ନୂଆଦିଲ୍ଲୀ: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ଏବେ ମଧ୍ୟ ସାରା ଦେଶରେ ଉଦବେଗ ଜାରି ରହିଛି। ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିବା ସହିତ ଦେଶରେ ମହିଳାଙ୍କ ସୁରକ୍ଷା ମିଳିବା ନେଇ ଏବେ ସାରା ଦେଶରେ ସ୍ବର ଉଠିଛି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମସ୍ୟା ବେଳକୁ ବେଳ ଜଟିଳ ହେବାରେ ଲାଗିଛି। କାରଣ ଏହି ଘଟଣାକୁ ନେଇ ମମତା […]

ନୂଆଦିଲ୍ଲୀ: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ଏବେ ମଧ୍ୟ ସାରା ଦେଶରେ ଉଦବେଗ ଜାରି ରହିଛି। ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିବା ସହିତ ଦେଶରେ ମହିଳାଙ୍କ ସୁରକ୍ଷା ମିଳିବା ନେଇ ଏବେ ସାରା ଦେଶରେ ସ୍ବର ଉଠିଛି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମସ୍ୟା ବେଳକୁ ବେଳ ଜଟିଳ ହେବାରେ ଲାଗିଛି। କାରଣ ଏହି ଘଟଣାକୁ ନେଇ ମମତା ଚାରିପଟୁ ଘେରାବନ୍ଦୀ ହେବା ଭଳି ସ୍ଥିତି ଉପୁଜିଛି। ଡାକ୍ତର ହତ୍ୟା ଘଟଣାକୁ ନେଇ ପ୍ରଥମେ କୋଲକାତା ହାଇକୋର୍ଟ କୋଲକାତା ପୁଲିସର ଭୂମିକା ପ୍ରତି ପ୍ରଶ୍ନ ଉଠାଇବା ସହିତ ଘଟଣାର ସିବିଆଇ ଯାଞ୍ଚ ନିର୍ଦ୍ଦେଶ ଦେବା ମମତାଙ୍କ ପାଇଁ ପ୍ରଥମ ଝଟକା ହୋଇଥିଲା।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଏହାପରେ ସୋମବାର ଶବବ୍ୟବଛେଦ ରିପୋର୍ଟ ସାମ୍ନାକୁ ଆସିବା ପରେ ମମତାଙ୍କ ଚିନ୍ତା ଦ୍ବିଗୁଣିତ ହୋଇଛି। ପୀଡ଼ିତାଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଥିବାରୁ ପୂର୍ବରୁ ଡାକ୍ତର ଜଣକ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ କହିଥିବା ବିଷୟ ଏବେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ମମତାଙ୍କୁ ଭର୍ତ୍ସନା କରିଥିଲା ବେଳେ ସେ ମହିଳାଙ୍କୁ ସୁରକ୍ଷା ଦେବାକୁ ସମର୍ଥ ନୁହେଁ ବୋଲି କହିବା ପରେ ସୋମବାର ଦିଲ୍ଲୀ ଗସ୍ତ କରିବା ମମତାଙ୍କ ପାଇଁ ପୁଣି ସମସ୍ୟା ବଢାଇଛି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ରାଜ୍ୟପାଳ ସି ଭି ଆନନ୍ଦ ବୋଷ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ଏବ ଜରୁରୀକାଳୀନ ବୈଠକରେ ଏହି ଘଟଣା ସମ୍ପର୍କରେ ଆଲୋଚନା କରାଯାଇଛି। ସେପଟେ ଡାକ୍ତର ହତ୍ୟା ଘଟଣାକୁ ନେଇ ସୁପ୍ରିମକୋର୍ଟ ନିଜ ପକ୍ଷରୁ ମାମଲା ରୁଜୁ କରିବା ସହିତ ଏହା ଉପରେ ଆସନ୍ତାକାଲି ଶୁଣାଣି ହେବାକୁ ଯାଉଛି। ପ୍ରଧାନବିଚାରପତି ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଏହି ପ୍ରସଙ୍ଗରେ ଶୁଣାଣି ହେବ ବୋଲି ସ୍ଥିର ହୋଇଛି। ତେଣୁ ମମତା ଚାରିପଟୁ ଘେରି ହୋଇଯାଇଥÒଲା ବେଳେ ତାଙ୍କ ପାଇଁ ଏହି ଘଟଣା ବଡ଼ ଆହ୍ବାନ ସୃଷ୍ଟି କରିଛି। ଡାକ୍ତର ମୃତ୍ୟୁ ଘଟଣାକୁ ନେଇ ଡାକ୍ତରମାନେ ଆନ୍ଦୋଳନ ମଧ୍ୟ ବନ୍ଦ କରିନାହାନ୍ତି। ବରଂ ସେମାନେ ରାସ୍ତା କଡ଼ରେ ରୋଗୀଙ୍କୁ ସେବା ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି। ଏହାମଧ୍ୟ ସବୁ ମହଲ ପାଇଁ ଦୃଷ୍ଟି ଆକର୍ଷଣ କରିବାର ବାଟ କଢାଇଛି। ଅନ୍ୟପକ୍ଷରେ ଘଟଣାର ମୁଖ୍ୟ ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟ କରିବାକୁ ସିବିଆଇକୁ ଅନୁମତି ମିଳିଯାଇଥÒବାରୁ ଆଗାମୀ ଦିନରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ପୀଡ଼ିତାଙ୍କ ପରିଚୟ ସାର୍ବଜନୀନ କରି ଛାତ୍ରୀ ଗିରଫ
ପୀଡ଼ିତା ଡାକ୍ତରଙ୍କ ପରିଚୟ ସାର୍ବଜନୀନ କରିବା ଅଭିଯୋଗରେ କୋଲକାତା ପୁଲିସ୍‌ ଜଣେ ୨୩ ବର୍ଷୀୟ ଛାତ୍ରୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଛାତ୍ରୀ ଜଣକ ଅଗଷ୍ଟ ୯ରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ମହିଳା ଡାକ୍ତରଙ୍କ ଫଟୋ ନିଜ ଇଷ୍ଟାଗ୍ରାମ ଆଇଡିରେ ଶେୟାର କରିଥିବା ଜଣାପଡ଼ିବା ପରେ ପୁଲିସ ତାଙ୍କ ବିରୋଧରେ ଏଭଳି ପଦକ୍ଷେପ ନେଇଛି। ଗିରଫ ଛାତ୍ରୀ ହେଉଛନ୍ତି କୀର୍ତ୍ତି ଶର୍ମା। କୀର୍ତ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ ବୟାନ ଦେଇଛନ୍ତି। ମମତାଙ୍କୁ ଇନ୍ଦିରା ଗାନ୍ଧୀଙ୍କ ଭଳି ହତ୍ୟା କରାଯିବା ଉଚିତ ବୋଲି ମଧ୍ୟ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ତାଙ୍କର ଏଭଳି ପୋଷ୍ଟକୁ ନେଇ ପୁଲିସ୍‌ ଲେକ ଟାଉନ ସ୍ଥିତ ଘରୁ ଗିରଫ କରିଛି। ପୁଲିସ କହିଛି ଯେ ଅଭିଯୁକ୍ତଙ୍କ ସମ୍ପର୍କରେ ଅଭିଯୋଗ ଆସିବା ପରେ ତାଙ୍କ ସୋସିଆଲ ଆକାଉଣ୍ଟ ଚଳାଉଥିବା ଯୁବତୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ରାସ୍ତା କଡ଼ରେ ଓପିଡି ଖୋଲିଲେ ଡାକ୍ତର
ଆରଜି କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସାରା ଦେଶରେ ଏବେ ଡାକ୍ତରମାନେ ବିକ୍ଷୋଭ କରିବା ସହିତ ଆନ୍ଦୋଳନ ଜାରି ରଖିଛନ୍ତି। ଏହିକ୍ରମରେ ସୋମବାର ଦିଲ୍ଲୀ ନିର୍ମାଣ ଭବନ ସମ୍ମୁଖରେ ଡାକ୍ତରମାନେ ଅଭିନବ ପ୍ରତିବାଦ କରିଛନ୍ତି। ଡାକ୍ତରମାନେ ହସ୍ପିଟାଲ ଛାଡ଼ି ରାସ୍ତାରେ ମାଗଣା ଓପିଡି ସେବା ଯୋଗାଇଛନ୍ତି। କାର୍ଯ୍ୟରତ ଡାକ୍ତର ଏବଂ ସେବା କର୍ମୀଙ୍କୁ ସୁନିଶ୍ଚିତ ସୁରକ୍ଷା ବ୍ୟବସ୍ଥା ନମିଳିବା ଯାଏ ରାସ୍ତାରେ ଏପରି ଓପିଡି ସେବା ଜାରି ରହିବ ବୋଲି ଆନ୍ଦୋଳନରତ ଡାକ୍ତରମାନେ କହିଛନ୍ତି। ଏହି ଆନ୍ଦୋଳନରେ ଦିଲ୍ଲୀ ଏମ୍ସ ସହ ଅନ୍ୟ ହସ୍ପିଟାଲର ଡାକ୍ତରମାନେ ମଧ୍ୟ ସାମିଲ ହୋଇଛନ୍ତି। ଏବେ ସକାଳ ୧୧ ଟାରେ ସମସ୍ତ ରେସିଡେଣ୍ଟ ଡାକ୍ତର ନିର୍ମାଣ ଭବନରେ ରୋଗୀଙ୍କୁ ବିକଳ୍ପ ଓପିଡି ସେବା ପ୍ରଦାନ କରିବେ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର