କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା : ଅସହାୟ ଓ ଗରିବଙ୍କ ସାଥୀ ବିଭୂତି ସାହୁ

The Sakala Picture
Published On

ଅନୁଗୁଳ : ମହାମାରୀ କରୋନା ସମୟରେ ଗରିବ ଅସହାୟମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି ତାଳଚେର ଅଞ୍ଚଳର ବିଭୂତି ସାହୁ। ଯେଉଁଠି ଭୋକିଲା ମଣିଷଟିଏ ଖାଇବାକୁ ମୁଠାଏ ପାଉନି, କାହାର ଘର ଉପରେ ଛାତଟିଏ ନାହିଁ, ରୋଗୀଟିଏ ଔଷଧ ନ ପାଇ ଛଟପଟ ହେଉଛି ସେଇଠି ସହାୟତା ନେଇ ପହଞ୍ଚି ଯାଉଛନ୍ତି ବିଭୂତି। ଗତ ଦୁଇ ବର୍ଷ ହେଲା କରୋନା ଲୋକଙ୍କ ସହାୟତାରେ ବିଭୂତି। ଅମ୍ଳଜାନ ହେଉ କି ସାନିଟାଇଜର ସବୁଥିରେ ସବୁ ଆବଶ୍ୟକତାରେ ସେ ଲୋକଙ୍କ ପାଖେ […]

ଅନୁଗୁଳ : ମହାମାରୀ କରୋନା ସମୟରେ ଗରିବ ଅସହାୟମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି ତାଳଚେର ଅଞ୍ଚଳର ବିଭୂତି ସାହୁ। ଯେଉଁଠି ଭୋକିଲା ମଣିଷଟିଏ ଖାଇବାକୁ ମୁଠାଏ ପାଉନି, କାହାର ଘର ଉପରେ ଛାତଟିଏ ନାହିଁ, ରୋଗୀଟିଏ ଔଷଧ ନ ପାଇ ଛଟପଟ ହେଉଛି ସେଇଠି ସହାୟତା ନେଇ ପହଞ୍ଚି ଯାଉଛନ୍ତି ବିଭୂତି। ଗତ ଦୁଇ ବର୍ଷ ହେଲା କରୋନା ଲୋକଙ୍କ ସହାୟତାରେ ବିଭୂତି। ଅମ୍ଳଜାନ ହେଉ କି ସାନିଟାଇଜର ସବୁଥିରେ ସବୁ ଆବଶ୍ୟକତାରେ ସେ ଲୋକଙ୍କ ପାଖେ ପାଖେ ରହିଥା’ନ୍ତି। ସବୁଠାରୁ ବଡ଼ କଥା ହେଉଛି ଏଥିପାଇଁ ଟଙ୍କାଟିଏ ବି କାହା ପାଖରୁ ନିଅନ୍ତି ନାହିଁ ବିଭୂତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ସ୍ୱ-ଅର୍ଜିତ ରୋଜଗାରରୁ ଅସହାୟ, ଗରିବ,ଦିବ୍ୟାଙ୍ଗ ଲୋକଙ୍କ ପାଇଁ ସେ ଖର୍ଚ୍ଚ କରନ୍ତି। କରୋନା କାଳରେ ନିଜ ଆୟର ସିଂହ ଭାଗ ସେ ଜନସେବାରେ ଉତ୍ସର୍ଗ କରି ସାରିଥିବା ବେଳେ ଏବେବି ଏହି ପ୍ରୟାସ ଅବ୍ୟାହତ ରହିଛି। ପ୍ରଶାସନର ସହାୟତା ପହଞ୍ଚିବା ଆଗରୁ ବିଭୂତିଙ୍କ ସହାୟତା ପହଞ୍ଚିଯାଏ ଲୋକଙ୍କ ପାଖରେ। କରୋନାର ଦ୍ୱିତୀୟ ଲହର ଭୟାବହତା ପରେ ବିଭିନ୍ନ ପ୍ରକାରର କଟକଣା ଜାରି ଯୋଗୁଁ ବିଭିନ୍ନ ବସ୍ତିରେ ଗରିବ, ଅସହାୟ ତଥା ବିଭିନ୍ନ ସରକାରୀ ଯୋଜନା ପାଇ ପାରୁନାହାଁନ୍ତି। ଏଭଳି ଦୁର୍ଦ୍ଦିନରେ ଲୋକଙ୍କ ପାଖରେ ସଂକଟମୋଚକ ଭାବେ ଠିଆ ହୋଇଛନ୍ତି ବିଭୂତି। ଜନ ସେବା ପ୍ରତି ଥିବା ତାଙ୍କ ଆଗ୍ରହ ଏବଂ ନିଃସ୍ୱାର୍ଥ ପର ଗୁଣ ଯୋଗୁଁ ସେ ଏବେ ଚାରିଆଡ଼େ ଚର୍ଚ୍ଚିତ। ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବା ଠାରୁ ଆରମ୍ଭ କରି ଗରିବ ଅସହାୟ ପରିବାରକୁ ଆର୍ଥିକ ସହାୟତା, ଭଙ୍ଗା ଚାଳ ଛପର ଘର ଉପରେ ବିଛାଇବାକୁ ଜରି ପାଲ, ରୋଗୀଙ୍କୁ ଚିକିତ୍ସା ସହାୟତା, ଅଗ୍ନିବିପନ ପରିବାରଙ୍କୁ ସହଯୋଗ, ଦିବ୍ୟାଙ୍ଗଙ୍କୁ ସହାୟତା, ସଙ୍ଗରୋଧରେ ଥିବା ଅସହାୟ କରୋନା ରୋଗୀଙ୍କୁ ଖାଦ୍ୟ ପ୍ରଦାନ, କୋଭିଡ୍‌ ଯତ୍ନ କେନ୍ଦ୍ରରେ ଗୁରୁତର ରୋଗୀଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ପ୍ରଦାନ, ବିଭିନ୍ନ ସ୍ଥାନକୁ ବିଶୋଧନ କରିବା ଏଭଳି ଅନେକ କାମ ହାତକୁ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ତାଳଚେର ନିବାସୀ ବିଭୂତି ସାହୁ ଗତ ବର୍ଷର କରୋନାର ଆରମ୍ଭ କାଳରୁ ଲୋକଙ୍କ ଅସୁବିଧା ଅନୁଭବ କରି ଆଗେଇ ଆସି ଏବେ କରୋନାର ଦ୍ବିତୀୟ ଲହରରେ ମଧ୍ୟ ଜାରି ରଖିଛନ୍ତି ସେବା କାମ। ଅନୁଗୁଳ ଜିଲ୍ଲାର ତାଳଚେର ଅଞ୍ଚଳ ସମେତ କଣିହାଁ, ଖମାର, ପାଲଲହଡ଼ା, ଛେଣ୍ଡିପଦା ବନ୍ତଳା, ଆଦି ବିଭିନ୍ନ ସ୍ଥାନରେ ବାସ କରୁଥିବା ଏଭଳି ଲୋକମାନଙ୍କୁ ନିଜସ୍ୱ ଖର୍ଚ୍ଚରେ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରି ଆସୁଛନ୍ତି। ନିଜର ସହଯୋଗୀ ସହାୟତାରେ ଶୁଖିଲା ଖାଦ୍ୟ ପ୍ୟାକିଂ କରି ଅଭାବି ପରିବାରମାନଙ୍କୁ ନିଜ ଗାଡ଼ି ଯୋଗେ ଘରେ ପହଁଞ୍ଚାଉଛନ୍ତି। ଏହାସହ କରୋନା ମହାମାରୀ ସମୟରେ ନିଜ ନିଜର ଚତୁଃପାଶ୍ୱର୍କୁ ସାନିଟାଇଜ କରି କରୋନା ଭୂତାଣୁମୁକ୍ତ କରିବା ସହ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ଅଭିନବ ପ୍ରୟାସ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କରୋନା ସମ୍ମୁଖ ଯୋଦ୍ଧା, ସମାଜସେବୀ ବନ୍ଧୁମାନଙ୍କୁ ସାନିଟାଇଜର ସିଞ୍ଚନ ଯନ୍ତ୍ର, ପିପିଇ କିଟ୍‍, ଅକ୍ସି ମିଟର, ସାନିଟାଇଜର ଆଦି ପ୍ରଦାନ କରିଛନ୍ତି। ଯୁବ ସମାଜସେବୀମାନଙ୍କ ଜରିଆରେ ନିଜ ନିଜ ଅଞ୍ଚଳର କରୋନା ଆକ୍ରାନ୍ତଙ୍କ ଘର, ବିଭିନ୍ନ ଜନଗହଳି ଓ ଦୈନିକ ଚଳପ୍ରଚଳ ସ୍ଥାନଗୁଡ଼ିକ ସହ ଥାନା, କ୍ଲବ, ମନ୍ଦିର, ଦୋକାନ, ବଜାର ଆଦି ଅଞ୍ଚଳକୁ ସାନିଟାଇଜ କରି କରୋନା ସଂକ୍ରମଣରୁ ସୁରକ୍ଷିତ ରଖିବା ସହ କରୋନା ସଚେତନତା କରୁଛନ୍ତି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ପରିବାରର ସୁଖ ଶାନ୍ତିକୁ ପଛରେ ପକାଇ ଦିନରାତି ଗରିବ, ଅସହାୟ ଲୋକଙ୍କୁ ସହାୟତା କରିବାରେ ତାଙ୍କ ପରି ନିଆରା ବ୍ୟକ୍ତିତ୍ୱ ଆଜିକାଲିର ସମାଜରେ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଭୂତି ଏଭଳି ଜଣେ କରୋନା ଯୋଦ୍ଧା ଯିଏକି ନିଜେ ସଂକ୍ରମଣକୁ ଖାତିରି ନ କରି ରୋଗୀମାନଙ୍କ ନିକଟତର ହୁଅନ୍ତି। ନିଜ ହାତରେ ସହାୟତା ପ୍ରଦାନ କରନ୍ତି। ଭଲମନ୍ଦ ବୁଝନ୍ତି। ଆଜି ପର୍ଯ୍ୟନ୍ତ ସେ ଏଥିପାଇଁ ନିଜ ହାତରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସାରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର