ଡରାଇଲାଣି ଡେଙ୍ଗୁ, ରାଜ୍ୟରେ ୧୦୦୦ ପାର କଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

The Sakala Picture
Published On

ଭୁବନେଶ୍ବର: ରାଜ୍ଯରେ ବଢ଼ି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ବର୍ତ୍ତମାନସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୦୦୦ ପାର କରିଛି। ଗତବର୍ଷ ଏହି ସମୟ ସୁଦ୍ଧା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୬୦୦ ଥିଲା ।  ଏହି ବର୍ଷ ଏହା ବଢ଼ି ୧୦୭୬ ରେ ପହଞ୍ଚିଛି। ସୂଚନା ଅନୁଯାୟୀ, ଖୋର୍ଦ୍ଧାରେ ସର୍ବାଧିକ ୨୯୦ ଜଣ ଓ ୨୧୦ ସୁନ୍ଦରଗଡରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗତକାଲି ୨୦୯ ଜଣକ ମଧ୍ୟରୁ ୧୯ ଜଣ ପାଜିଟିଭ ଚିହ୍ନଟ ହୋଇଛନ୍ତି। ସେପଟେ […]

ଭୁବନେଶ୍ବର: ରାଜ୍ଯରେ ବଢ଼ି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ବର୍ତ୍ତମାନସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୦୦୦ ପାର କରିଛି। ଗତବର୍ଷ ଏହି ସମୟ ସୁଦ୍ଧା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୬୦୦ ଥିଲା ।  ଏହି ବର୍ଷ ଏହା ବଢ଼ି ୧୦୭୬ ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ସୂଚନା ଅନୁଯାୟୀ, ଖୋର୍ଦ୍ଧାରେ ସର୍ବାଧିକ ୨୯୦ ଜଣ ଓ ୨୧୦ ସୁନ୍ଦରଗଡରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗତକାଲି ୨୦୯ ଜଣକ ମଧ୍ୟରୁ ୧୯ ଜଣ ପାଜିଟିଭ ଚିହ୍ନଟ ହୋଇଛନ୍ତି। ସେପଟେ ଲଗାଣ ବର୍ଷାରେ ଜଳବାହିତ ରୋଗ ପାଇଁ ସଜାଗ ରହିଛି ସ୍ଵାସ୍ଥ୍ୟ ବିଭାଗ। ବନ୍ୟା ପ୍ରବଣ ଅଞ୍ଚଳରେ ଜଳ ବିଷୋଧନ ପାଇଁ ବାରମ୍ବାର କୁହାଯାଇଛି। ବର୍ଷା ଚାଲିଛି, ବନ୍ୟା ପାଣି ଆସିଲାଣି। ଏଣୁ ଲୋକେ ଅଧିକ ସତର୍କ ରହିବା ପାଇଁ କୁହାଯାଉଛି। ସାପ କାମୁଡା ଭୟ ମଧ୍ୟ ଅଧିକ ରହିଛି।ଡାକ୍ତରଖାନାରେ ଆଣ୍ଟି ଭେନମ ମହଜୁଦ ରଖିବାକୁ ନିର୍ଦ୍ଦେଶ ରହିଛି। ସବୁ ଜିଲ୍ଲାରେ ଆଶା କର୍ମୀ ଓ ସ୍ଵାସ୍ଥ୍ୟ କର୍ମୀ ସଜାଗ ରହିଛନ୍ତି। ରାପିଡ୍ ରେସପନ୍ସ ଟିମ୍ ନଜର ରଖିଛନ୍ତି। ପିଏଚସି, ସିଏଚସିରେ ବେଡ ଠାରୁ ଆରମ୍ଭ କରି ସମସ୍ତ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛି ସ୍ଵାସ୍ଥ୍ୟ ବିଭାଗ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର