ଶେଷ ହେଲା ସର୍ବଦଳୀୟ ବୈଠକ, ବିଧାନସଭା ଅଧିବେଶନ ସୁରୁଖୁରୁରେ ଚାଲିବା ନେଇ ସମସ୍ତଙ୍କ ସହଯୋଗ ଲୋଡ଼ିଲେ ବାଚସ୍ପତି

The Sakala Picture
Published On

ଭୁବନେଶ୍ୱର: ଶେଷ ହେଲା ସର୍ବଦଳୀୟ ବୈଠକ । ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ତେବେ ବିଧାନସଭା ଅଧିବେଶନ କେମିତି ସୁରୁଖୁରରେ ଚାଲିବ ସେ ନେଇ ଆଜି ଏହି ବୈଠକରେ ଆଲୋଚନା ହୋଇଛି । ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକରେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ […]

ଭୁବନେଶ୍ୱର: ଶେଷ ହେଲା ସର୍ବଦଳୀୟ ବୈଠକ । ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ତେବେ ବିଧାନସଭା ଅଧିବେଶନ କେମିତି ସୁରୁଖୁରରେ ଚାଲିବ ସେ ନେଇ ଆଜି ଏହି ବୈଠକରେ ଆଲୋଚନା ହୋଇଛି । ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକରେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି ।

ଆହୁରି ପଢ଼ନ୍ତୁ: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଇନ ମନ୍ତ୍ରୀଙ୍କ ସମେତ ଦଳୀୟ ନେତା ସାମିଲ ହୋଇଥିଲେ । ଆସନ୍ତାକାଲି ଦିନ ୧୧ଟାରୁ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ଅଧିବେଶନକୁ ସୁରୁଖୁରୁରେ ସମ୍ପାଦନ କରିବାକୁ ବିରୋଧୀଙ୍କ ସହଯୋଗ ଲୋଡିଛି ଶାସକ ଦଳ । ତେବେ ବଜେଟ ଆଲୋଚନ ସହ ରାଜ୍ୟପାଳଙ୍କ ଅଭିଭାଷଣ କିପରି ଭଲ ଭାବେ ଚାଲିବ, ସେ ଦିଗରେ ଆଲୋଚନା ହୋଇଛି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ତେବେ ବୈଠକରେ କଂଗ୍ରେସ ବିଧାୟକ ସାମିଲ ହୋଇ ନଥିଲେ ।

ଆହୁରି ପଢ଼ନ୍ତୁ: ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଝିଆରୀ ସମେତ ୮ ଗିରଫ

ବୈଠକ ପରେ ବାଚସ୍ପତି କହିଛନ୍ତି, ‘ବିଧାନସଭା ଅଧିବେଶନ କିପରି ସୂଚାରୁ ରୂପେ ସମ୍ପାଦନ ହେବ ସେ ନେଇ ସମସ୍ତଙ୍କ ମତାମତ ନିଆଗଲା । ଆସନ୍ତାକାଲି ସକାଳ ୧୧ଟାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ରାଜ୍ୟପାଳଙ୍କ ଉଦବୋଧନରୁ ଅଧିବେଶନ ଆରମ୍ଭ ହେବ ।’

ଆହୁରି ପଢ଼ନ୍ତୁ: ଅନୈତିକ କାର୍ଯ୍ୟରେ ଲିପ୍ତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ସେବାରୁ ନିଲମ୍ବନ, ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା

ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ‘ଗୃହ କିପରି ସୁରୁଖୁରରେ ଚାଲିବ ଆଲୋଚନା ହୋଇଛି । ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଓ ବଜେଟ ନେଇ ଆଲୋଚନା କଲୁ ।’

21 Jul 2024 By The Sakala

ଶେଷ ହେଲା ସର୍ବଦଳୀୟ ବୈଠକ, ବିଧାନସଭା ଅଧିବେଶନ ସୁରୁଖୁରୁରେ ଚାଲିବା ନେଇ ସମସ୍ତଙ୍କ ସହଯୋଗ ଲୋଡ଼ିଲେ ବାଚସ୍ପତି

ଭୁବନେଶ୍ୱର: ଶେଷ ହେଲା ସର୍ବଦଳୀୟ ବୈଠକ । ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ତେବେ ବିଧାନସଭା ଅଧିବେଶନ କେମିତି ସୁରୁଖୁରରେ ଚାଲିବ ସେ ନେଇ ଆଜି ଏହି ବୈଠକରେ ଆଲୋଚନା ହୋଇଛି । ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକରେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି ।

ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଇନ ମନ୍ତ୍ରୀଙ୍କ ସମେତ ଦଳୀୟ ନେତା ସାମିଲ ହୋଇଥିଲେ । ଆସନ୍ତାକାଲି ଦିନ ୧୧ଟାରୁ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ଅଧିବେଶନକୁ ସୁରୁଖୁରୁରେ ସମ୍ପାଦନ କରିବାକୁ ବିରୋଧୀଙ୍କ ସହଯୋଗ ଲୋଡିଛି ଶାସକ ଦଳ । ତେବେ ବଜେଟ ଆଲୋଚନ ସହ ରାଜ୍ୟପାଳଙ୍କ ଅଭିଭାଷଣ କିପରି ଭଲ ଭାବେ ଚାଲିବ, ସେ ଦିଗରେ ଆଲୋଚନା ହୋଇଛି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ତେବେ ବୈଠକରେ କଂଗ୍ରେସ ବିଧାୟକ ସାମିଲ ହୋଇ ନଥିଲେ ।

ବୈଠକ ପରେ ବାଚସ୍ପତି କହିଛନ୍ତି, ‘ବିଧାନସଭା ଅଧିବେଶନ କିପରି ସୂଚାରୁ ରୂପେ ସମ୍ପାଦନ ହେବ ସେ ନେଇ ସମସ୍ତଙ୍କ ମତାମତ ନିଆଗଲା । ଆସନ୍ତାକାଲି ସକାଳ ୧୧ଟାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ରାଜ୍ୟପାଳଙ୍କ ଉଦବୋଧନରୁ ଅଧିବେଶନ ଆରମ୍ଭ ହେବ ।’

ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ‘ଗୃହ କିପରି ସୁରୁଖୁରରେ ଚାଲିବ ଆଲୋଚନା ହୋଇଛି । ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଓ ବଜେଟ ନେଇ ଆଲୋଚନା କଲୁ ।’

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର