ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବାହୁଡା଼ ଯାତ୍ରାରେ ରଥ ଉପରେ ଅଧିକ ସେବାୟତ ରହିଲେ ପହଣ୍ଡିରେ ହେବ ବିଭ୍ରାଟ, ଚେତାଇଲେ ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀ

The Sakala Picture
Published On

ପୁରୀ: ଆଡ଼ପ ମଣ୍ଡପକୁ ପହଣ୍ଡି ବିଜେ ସମୟରେ ତାଳଧ୍ବଜ ରଥର ଚାରମାଳ ଉପରେ ପ୍ରଭୁ ବଳଭଦ୍ର ହାମୁଡେଇ ପଡିଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ତାଳଧ୍ଵଜ ରଥର ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର। ସେ କହିଛନ୍ତି ଯେ, ଏଭଳି ଘଟଣା ତାଙ୍କ ଜୀବନକାଳ ଭିତରେ କେବେ ଘଟିନଥିଲା ଯାହା ଚଳିତ ବର୍ଷ ଆଡପ ମଣ୍ଡପ ପହଣ୍ଡି ସମୟରେ ଘଟିଗଲା। ତେବେ ଆସନ୍ତା ବାହୁଡା଼ ଯାତ୍ରାରେ ଯଦି ରଥ ଉପରେ ଆବଶ୍ୟକତା ଠାରୁ ଅଧିକ ସେବାୟତ ରହିବେ ତେବେ […]

ପୁରୀ: ଆଡ଼ପ ମଣ୍ଡପକୁ ପହଣ୍ଡି ବିଜେ ସମୟରେ ତାଳଧ୍ବଜ ରଥର ଚାରମାଳ ଉପରେ ପ୍ରଭୁ ବଳଭଦ୍ର ହାମୁଡେଇ ପଡିଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ତାଳଧ୍ଵଜ ରଥର ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

ସେ କହିଛନ୍ତି ଯେ, ଏଭଳି ଘଟଣା ତାଙ୍କ ଜୀବନକାଳ ଭିତରେ କେବେ ଘଟିନଥିଲା ଯାହା ଚଳିତ ବର୍ଷ ଆଡପ ମଣ୍ଡପ ପହଣ୍ଡି ସମୟରେ ଘଟିଗଲା। ତେବେ ଆସନ୍ତା ବାହୁଡା଼ ଯାତ୍ରାରେ ଯଦି ରଥ ଉପରେ ଆବଶ୍ୟକତା ଠାରୁ ଅଧିକ ସେବାୟତ ରହିବେ ତେବେ ପହଣ୍ଡିରେ ବିଭ୍ରାଟ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।‌ ତେବେ ମହାପ୍ରଭୁଙ୍କ ନୀତି କାନ୍ତିରେ ବିଭ୍ରାଟ, ରଥ ଉପରେ ମାଳ ମାଳ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନର କୋହଳ ମନୋଭାବ ଯୋଗୁ ଗତ ଆଡପ ମଣ୍ଡପ ଦିନ ପହଣ୍ଡି ସମୟରେ ଏତେ ବଡ ଅଘଟଣ ଘଟିଗଲା ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

ପ୍ରଭୁ ବଳଭଦ୍ରଙ୍କ ରଥ ଉପରେ ଅନଧିକୃତ ବା ପାଳି ନ ଥିବା ସେବାୟତ ମାନେ ରଥ ଉପରେ ରହିଥିଲେ। ପହଣ୍ଡି ସମୟରେ ଯେତିକି ସଂଖ୍ୟକ ସେବାୟତଙ୍କ ଆବଶ୍ୟକତା ରହିଛି ତା ଠାରୁ ଅଧିକ ସେବାୟତ ରହିବା ଦ୍ବାରା ପହଣ୍ଡିରେ ଏତେ ବଡ ଅଘଟଣ ଘଟିଗଲା। ପ୍ରଭୁ ବଳଭଦ୍ର ଚାରମାଳ ଉପରେ ଏଭଳି ହାମୁଡେଇ ପଡିବା ଏକ ପ୍ରକାର ଅଶୁଭ ସଙ୍କେତ ଦେଉଛି ବୋଲି ବାଡଗ୍ରାହୀ ହଳଧର ଦାସ ମହାପାତ୍ର କହିଛନ୍ତି। ତେଣୁ ବାହୁଡା ଦିନ ଯଦି ରଥ ଉପରେ ଅନଧିକୃତ ସେବାୟତ ରୁହନ୍ତି ତେବେ ମହାପ୍ରଭୁଙ୍କ ପହଣ୍ଡି ନୀତିରେ ବିଭ୍ରାଟ ହେବ। ଏଣୁ ଶ୍ରୀମନ୍ଦିର ପ୍ରଶାସନ ଏ ସବୁ ଦିଗରେ ବିଶେଷ ଧ୍ୟାନ ଦେବାର ନିହାତି ଆବଶ୍ୟକ ରହିଛି। ନଚେତ୍ ଆଗକୁ ଆହୁରି କିଛି ବଡ ଅଘଟଣ ଘଟିପାରେ ବୋଲି ସୂଚେଇ ଦେଇଛନ୍ତି ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର।

ଆହୁରି ପଢ଼ନ୍ତୁ: ତାତିଲେ ଏମ୍ସ ସୁରକ୍ଷାକର୍ମୀ; ଦୁଇ ମାସର ବକେୟା ଦରମା ପ୍ରଦାନ ଦାବିରେ ଧାରଣାରେ ୪୪୦ସିକ୍ୟୁରିଟି ଗାର୍ଡ

13 Jul 2024 By The Sakala

ବାହୁଡା଼ ଯାତ୍ରାରେ ରଥ ଉପରେ ଅଧିକ ସେବାୟତ ରହିଲେ ପହଣ୍ଡିରେ ହେବ ବିଭ୍ରାଟ, ଚେତାଇଲେ ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀ

ପୁରୀ: ଆଡ଼ପ ମଣ୍ଡପକୁ ପହଣ୍ଡି ବିଜେ ସମୟରେ ତାଳଧ୍ବଜ ରଥର ଚାରମାଳ ଉପରେ ପ୍ରଭୁ ବଳଭଦ୍ର ହାମୁଡେଇ ପଡିଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ତାଳଧ୍ଵଜ ରଥର ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର।

ସେ କହିଛନ୍ତି ଯେ, ଏଭଳି ଘଟଣା ତାଙ୍କ ଜୀବନକାଳ ଭିତରେ କେବେ ଘଟିନଥିଲା ଯାହା ଚଳିତ ବର୍ଷ ଆଡପ ମଣ୍ଡପ ପହଣ୍ଡି ସମୟରେ ଘଟିଗଲା। ତେବେ ଆସନ୍ତା ବାହୁଡା଼ ଯାତ୍ରାରେ ଯଦି ରଥ ଉପରେ ଆବଶ୍ୟକତା ଠାରୁ ଅଧିକ ସେବାୟତ ରହିବେ ତେବେ ପହଣ୍ଡିରେ ବିଭ୍ରାଟ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।‌ ତେବେ ମହାପ୍ରଭୁଙ୍କ ନୀତି କାନ୍ତିରେ ବିଭ୍ରାଟ, ରଥ ଉପରେ ମାଳ ମାଳ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନର କୋହଳ ମନୋଭାବ ଯୋଗୁ ଗତ ଆଡପ ମଣ୍ଡପ ଦିନ ପହଣ୍ଡି ସମୟରେ ଏତେ ବଡ ଅଘଟଣ ଘଟିଗଲା ବୋଲି ସେ କହିଛନ୍ତି।

ପ୍ରଭୁ ବଳଭଦ୍ରଙ୍କ ରଥ ଉପରେ ଅନଧିକୃତ ବା ପାଳି ନ ଥିବା ସେବାୟତ ମାନେ ରଥ ଉପରେ ରହିଥିଲେ। ପହଣ୍ଡି ସମୟରେ ଯେତିକି ସଂଖ୍ୟକ ସେବାୟତଙ୍କ ଆବଶ୍ୟକତା ରହିଛି ତା ଠାରୁ ଅଧିକ ସେବାୟତ ରହିବା ଦ୍ବାରା ପହଣ୍ଡିରେ ଏତେ ବଡ ଅଘଟଣ ଘଟିଗଲା। ପ୍ରଭୁ ବଳଭଦ୍ର ଚାରମାଳ ଉପରେ ଏଭଳି ହାମୁଡେଇ ପଡିବା ଏକ ପ୍ରକାର ଅଶୁଭ ସଙ୍କେତ ଦେଉଛି ବୋଲି ବାଡଗ୍ରାହୀ ହଳଧର ଦାସ ମହାପାତ୍ର କହିଛନ୍ତି। ତେଣୁ ବାହୁଡା ଦିନ ଯଦି ରଥ ଉପରେ ଅନଧିକୃତ ସେବାୟତ ରୁହନ୍ତି ତେବେ ମହାପ୍ରଭୁଙ୍କ ପହଣ୍ଡି ନୀତିରେ ବିଭ୍ରାଟ ହେବ। ଏଣୁ ଶ୍ରୀମନ୍ଦିର ପ୍ରଶାସନ ଏ ସବୁ ଦିଗରେ ବିଶେଷ ଧ୍ୟାନ ଦେବାର ନିହାତି ଆବଶ୍ୟକ ରହିଛି। ନଚେତ୍ ଆଗକୁ ଆହୁରି କିଛି ବଡ ଅଘଟଣ ଘଟିପାରେ ବୋଲି ସୂଚେଇ ଦେଇଛନ୍ତି ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର