୧୪ ହଜାର ଲୋକଙ୍କ ସ୍ୱାବ୍‍ ପରୀକ୍ଷା କରିଛନ୍ତି ଉମାଶଙ୍କର

The Sakala Picture
Published On

ଧର୍ମଗଡ : ତାଙ୍କ ଉପସ୍ଥିତି ହିଁ ସାରା ପରିବେଶରେ ଭରେ ସକରାତ୍ମକ ଭାବନା। ଆଉ ତାଙ୍କ ହାତର ସ୍ପର୍ଶରେ ସୁସ୍ଥ ହୁଅନ୍ତି ଶହ ଶହ କରୋନା ରୋଗୀ। କରୋନା ବାବଦରେ ଲୋକଙ୍କୁ ସଚେତନ କରିବା କଥା ହେଉ କି ଟିକାକରଣ ନେଇ ଲୋକଙ୍କୁ ବୁଝାଇବା, ସବୁଥିରେ ଲୋଡ଼ା ହୁଅନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସବ୍‍ଡିଭିଜନାଲ ଡାକ୍ତରଖାନାର ଲାବ୍‍ ଆସିଷ୍ଟାଣ୍ଟ ଉମାଶଙ୍କର। ପୂରା ନାମ ଉମାଶଙ୍କର ମାଳି। ଧର୍ମଗଡ଼ର ଆଦିବାସୀ ଇଲାକାରେ ଯଦି ଜନସାଧାରଣ କରୋନା ବାବଦରେ କାହାରି […]

ଧର୍ମଗଡ : ତାଙ୍କ ଉପସ୍ଥିତି ହିଁ ସାରା ପରିବେଶରେ ଭରେ ସକରାତ୍ମକ ଭାବନା। ଆଉ ତାଙ୍କ ହାତର ସ୍ପର୍ଶରେ ସୁସ୍ଥ ହୁଅନ୍ତି ଶହ ଶହ କରୋନା ରୋଗୀ। କରୋନା ବାବଦରେ ଲୋକଙ୍କୁ ସଚେତନ କରିବା କଥା ହେଉ କି ଟିକାକରଣ ନେଇ ଲୋକଙ୍କୁ ବୁଝାଇବା, ସବୁଥିରେ ଲୋଡ଼ା ହୁଅନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସବ୍‍ଡିଭିଜନାଲ ଡାକ୍ତରଖାନାର ଲାବ୍‍ ଆସିଷ୍ଟାଣ୍ଟ ଉମାଶଙ୍କର। ପୂରା ନାମ ଉମାଶଙ୍କର ମାଳି। ଧର୍ମଗଡ଼ର ଆଦିବାସୀ ଇଲାକାରେ ଯଦି ଜନସାଧାରଣ କରୋନା ବାବଦରେ କାହାରି କଥା ଶୁଣନ୍ତି, ତେବେ ସେ ହେଉଛନ୍ତି ଉମାଶଙ୍କର। ଧର୍ମଗଡ଼ ଅଞ୍ଚଳବାସୀଙ୍କ ସହ ଉମାଶରଙ୍କ ଏ ସମ୍ପର୍କ ୨୦୨୦ କରୋନା ସମୟରୁ। କରୋନା ପାଇଁ ଏବେ ଉମାଶଙ୍କର ଅଧିକାଂଶ ସମୟ ଡାକ୍ତରଖାନା ଫିବର କ୍ଲିନିକ୍‍ରେ ସମୟ ବିତାଉଥିବା ବେଳେ ଲୋକଙ୍କର ଜ୍ୱର ଓ କାଶର ପରୀକ୍ଷା କରୁଛନ୍ତି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଆବଶ୍ୟକ ସ୍ଥଳେ ସ୍ୱାବ୍‌ ପରୀକ୍ଷା କରି ଲୋକଙ୍କୁ ସଙ୍ଗରୋଧରେ ରହିବା ଓ ଔଷଧ ଖାଇବା ପାଇଁ ବି ପରାମର୍ଶ ଦେଉଛନ୍ତି। ଏସବୁକୁ ଛାଡ଼ିଦେଲେ ଲୋକଙ୍କୁ ଟିକାକରଣ କରିବାକୁ କ୍ୟାମ୍ପରେ ବି ଯାଉଛନ୍ତି। ବିଶେଷକରି ମ୍ୟୁନିସିପାଲିଟି ଅଞ୍ଚଳ, କାଶୀବାହାଲ, ଶିଶୁମନ୍ଦିର, ହାଇସ୍କୁଲ ଯିବାକୁ ପଡୁଛି। ଉପାନ୍ତ ଅଞ୍ଚଳରେ ଲୋକଙ୍କୁ ଚିକିତ୍ସା କରିବା ଯଦିଓ ବେଶୀ କଷ୍ଟ ନୁହେଁ; ଲୋକଙ୍କୁ ଟିକାକରଣ ପାଇଁ ବୁଝାଇବା ସବୁଠୁ ବଡ଼ ଆହ୍ବାନ। ଜିଲ୍ଲା ପ୍ରଶାସନ ସହାୟତାରେ ଏସବୁ କାମ କରୁଛନ୍ତି ଉମାଶଙ୍କର। ବର୍ତ୍ତମାନ ସୁଦ୍ଧା ଉମାଶଙ୍କର ୧୪ ହଜାରରୁ ଅଧିକ ଲୋକଙ୍କୁ ପରୀକ୍ଷା କରି ସାରିଛନ୍ତି। ୧୮ରୁ ୪୫ ଓ ୬୫ ବର୍ଷର ଲୋକଙ୍କୁ ତିନିଟି ପର୍ଯ୍ୟାୟରେ ଟିକାକରଣ ସରିଥିବା ବେଳେ ଆଗକୁ ପର୍ଯ୍ୟାୟକ୍ରମେ ଅନ୍ୟମାନଙ୍କୁ ଟିକା ଦେବାର ଆମେ ବନ୍ଦୋବସ୍ତ କରୁଛୁ। ଗତବର୍ଷ କରୋନାର ପ୍ରଥମ ଲହରରେ ବି ଉମାଶଙ୍କର ସମାନ ଭାବେ ଲୋକଙ୍କୁ ସୁରକ୍ଷା ଓ ଗଣ ସଂକ୍ରମଣ ରୋକିବାକୁ ସରକାରଙ୍କ ଆହ୍ୱାନକୁ ଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

ଏଥିପାଇଁ ସେ କରୋନା ପରୀକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ଅସ୍ଥାୟୀ ସଙ୍ଗରୋଧ ସ୍ଥାପନ ଓ ପ୍ରବାସୀ ମାନଙ୍କ ଥଇଥାନ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ। ତେବେ ଏହି ପରିପ୍ରେକ୍ଷୀରେ କରୋନା ପରୀକ୍ଷା ଏକ ଚ୍ୟାଲେଞ୍ଜ ଭାବରେ ଉଭା ହୋଇଥିବା ବେଳେ ଉମାଶଙ୍କର କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକର ଗୁରୁ ଦାୟିତ୍ୱ ବହନ କରିଥିଲେ। ଗତବର୍ଷ ମାର୍ଚ୍ଚ ଆଡକୁ ଧର୍ମଗଡ଼ ବ୍ଲକରେ ଆରମ୍ଭ ହୋଇଥିବା ବେଳେ ଆକ୍ରାନ୍ତ ହୋଇଥିବା ଗାଁକୁ କଣ୍ଟ୍ରାକ୍ଟ ଟ୍ରେସିଂ କରିବା ସହ ସାଧାରଣ ଲୋକଙ୍କ କରୋନା ପରୀକ୍ଷା କରି ନିଜ ଦାୟିତ୍ୱ ତୁଲାଇଥିଲେ। ସେହିପରି ଚଳିତ ବର୍ଷର ପ୍ରାରମ୍ଭରେ କରୋନାର ଦ୍ୱିତୀୟ ଲହର ଆସିଥିବା ବେଳେ ଏହା ପ୍ରାଣଘାତକ ସାବ୍ୟସ୍ତ ହୋଇଥିଲା।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟର ଲ୍ୟାବ୍‌ ଟେକ୍ନିସିଆନ ଭାବେ କାମ କରୁଥିବା ଉମାଶଙ୍କର ଅନେକ ଆକ୍ରାନ୍ତ ଓ ସେମାନଙ୍କ ପରିବାର ବର୍ଗଙ୍କୁ କରୋନା ୧୯ର ଆଣ୍ଟିଜେନ ଓ ଆରଟି-ପିସିଆର ପରୀକ୍ଷା କରଥିଲେ। କେବଳ ସେତିକି ନୁହେଁ; ସେମାନଙ୍କୁ ଘରୋଇ ସଙ୍ଗରୋଧ ସମ୍ପର୍କରେ ସୂଚନା ଦେଇଥାନ୍ତି। ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଫିବର କ୍ଲିନିକରୁ ବାହାରି ଏବେ ସେ ଜିଲ୍ଲାର ଅଧିକାଂଶ ଉପାନ୍ତ ଅଞ୍ଚଳ ବୁଲି ବୁଲି ଲୋକଙ୍କୁ କରୋନା ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି, ଯାହାକି ଏବେ ସମସ୍ତଙ୍କ ପାଇଁ ଅନୁକରଣୀୟ।

30 Jun 2021 By The Sakala

୧୪ ହଜାର ଲୋକଙ୍କ ସ୍ୱାବ୍‍ ପରୀକ୍ଷା କରିଛନ୍ତି ଉମାଶଙ୍କର

ଧର୍ମଗଡ : ତାଙ୍କ ଉପସ୍ଥିତି ହିଁ ସାରା ପରିବେଶରେ ଭରେ ସକରାତ୍ମକ ଭାବନା। ଆଉ ତାଙ୍କ ହାତର ସ୍ପର୍ଶରେ ସୁସ୍ଥ ହୁଅନ୍ତି ଶହ ଶହ କରୋନା ରୋଗୀ। କରୋନା ବାବଦରେ ଲୋକଙ୍କୁ ସଚେତନ କରିବା କଥା ହେଉ କି ଟିକାକରଣ ନେଇ ଲୋକଙ୍କୁ ବୁଝାଇବା, ସବୁଥିରେ ଲୋଡ଼ା ହୁଅନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସବ୍‍ଡିଭିଜନାଲ ଡାକ୍ତରଖାନାର ଲାବ୍‍ ଆସିଷ୍ଟାଣ୍ଟ ଉମାଶଙ୍କର। ପୂରା ନାମ ଉମାଶଙ୍କର ମାଳି। ଧର୍ମଗଡ଼ର ଆଦିବାସୀ ଇଲାକାରେ ଯଦି ଜନସାଧାରଣ କରୋନା ବାବଦରେ କାହାରି କଥା ଶୁଣନ୍ତି, ତେବେ ସେ ହେଉଛନ୍ତି ଉମାଶଙ୍କର। ଧର୍ମଗଡ଼ ଅଞ୍ଚଳବାସୀଙ୍କ ସହ ଉମାଶରଙ୍କ ଏ ସମ୍ପର୍କ ୨୦୨୦ କରୋନା ସମୟରୁ। କରୋନା ପାଇଁ ଏବେ ଉମାଶଙ୍କର ଅଧିକାଂଶ ସମୟ ଡାକ୍ତରଖାନା ଫିବର କ୍ଲିନିକ୍‍ରେ ସମୟ ବିତାଉଥିବା ବେଳେ ଲୋକଙ୍କର ଜ୍ୱର ଓ କାଶର ପରୀକ୍ଷା କରୁଛନ୍ତି।

ଆବଶ୍ୟକ ସ୍ଥଳେ ସ୍ୱାବ୍‌ ପରୀକ୍ଷା କରି ଲୋକଙ୍କୁ ସଙ୍ଗରୋଧରେ ରହିବା ଓ ଔଷଧ ଖାଇବା ପାଇଁ ବି ପରାମର୍ଶ ଦେଉଛନ୍ତି। ଏସବୁକୁ ଛାଡ଼ିଦେଲେ ଲୋକଙ୍କୁ ଟିକାକରଣ କରିବାକୁ କ୍ୟାମ୍ପରେ ବି ଯାଉଛନ୍ତି। ବିଶେଷକରି ମ୍ୟୁନିସିପାଲିଟି ଅଞ୍ଚଳ, କାଶୀବାହାଲ, ଶିଶୁମନ୍ଦିର, ହାଇସ୍କୁଲ ଯିବାକୁ ପଡୁଛି। ଉପାନ୍ତ ଅଞ୍ଚଳରେ ଲୋକଙ୍କୁ ଚିକିତ୍ସା କରିବା ଯଦିଓ ବେଶୀ କଷ୍ଟ ନୁହେଁ; ଲୋକଙ୍କୁ ଟିକାକରଣ ପାଇଁ ବୁଝାଇବା ସବୁଠୁ ବଡ଼ ଆହ୍ବାନ। ଜିଲ୍ଲା ପ୍ରଶାସନ ସହାୟତାରେ ଏସବୁ କାମ କରୁଛନ୍ତି ଉମାଶଙ୍କର। ବର୍ତ୍ତମାନ ସୁଦ୍ଧା ଉମାଶଙ୍କର ୧୪ ହଜାରରୁ ଅଧିକ ଲୋକଙ୍କୁ ପରୀକ୍ଷା କରି ସାରିଛନ୍ତି। ୧୮ରୁ ୪୫ ଓ ୬୫ ବର୍ଷର ଲୋକଙ୍କୁ ତିନିଟି ପର୍ଯ୍ୟାୟରେ ଟିକାକରଣ ସରିଥିବା ବେଳେ ଆଗକୁ ପର୍ଯ୍ୟାୟକ୍ରମେ ଅନ୍ୟମାନଙ୍କୁ ଟିକା ଦେବାର ଆମେ ବନ୍ଦୋବସ୍ତ କରୁଛୁ। ଗତବର୍ଷ କରୋନାର ପ୍ରଥମ ଲହରରେ ବି ଉମାଶଙ୍କର ସମାନ ଭାବେ ଲୋକଙ୍କୁ ସୁରକ୍ଷା ଓ ଗଣ ସଂକ୍ରମଣ ରୋକିବାକୁ ସରକାରଙ୍କ ଆହ୍ୱାନକୁ ଗ୍ରହଣ କରିଥିଲେ।

ଏଥିପାଇଁ ସେ କରୋନା ପରୀକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ଅସ୍ଥାୟୀ ସଙ୍ଗରୋଧ ସ୍ଥାପନ ଓ ପ୍ରବାସୀ ମାନଙ୍କ ଥଇଥାନ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ। ତେବେ ଏହି ପରିପ୍ରେକ୍ଷୀରେ କରୋନା ପରୀକ୍ଷା ଏକ ଚ୍ୟାଲେଞ୍ଜ ଭାବରେ ଉଭା ହୋଇଥିବା ବେଳେ ଉମାଶଙ୍କର କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକର ଗୁରୁ ଦାୟିତ୍ୱ ବହନ କରିଥିଲେ। ଗତବର୍ଷ ମାର୍ଚ୍ଚ ଆଡକୁ ଧର୍ମଗଡ଼ ବ୍ଲକରେ ଆରମ୍ଭ ହୋଇଥିବା ବେଳେ ଆକ୍ରାନ୍ତ ହୋଇଥିବା ଗାଁକୁ କଣ୍ଟ୍ରାକ୍ଟ ଟ୍ରେସିଂ କରିବା ସହ ସାଧାରଣ ଲୋକଙ୍କ କରୋନା ପରୀକ୍ଷା କରି ନିଜ ଦାୟିତ୍ୱ ତୁଲାଇଥିଲେ। ସେହିପରି ଚଳିତ ବର୍ଷର ପ୍ରାରମ୍ଭରେ କରୋନାର ଦ୍ୱିତୀୟ ଲହର ଆସିଥିବା ବେଳେ ଏହା ପ୍ରାଣଘାତକ ସାବ୍ୟସ୍ତ ହୋଇଥିଲା।

ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟର ଲ୍ୟାବ୍‌ ଟେକ୍ନିସିଆନ ଭାବେ କାମ କରୁଥିବା ଉମାଶଙ୍କର ଅନେକ ଆକ୍ରାନ୍ତ ଓ ସେମାନଙ୍କ ପରିବାର ବର୍ଗଙ୍କୁ କରୋନା ୧୯ର ଆଣ୍ଟିଜେନ ଓ ଆରଟି-ପିସିଆର ପରୀକ୍ଷା କରଥିଲେ। କେବଳ ସେତିକି ନୁହେଁ; ସେମାନଙ୍କୁ ଘରୋଇ ସଙ୍ଗରୋଧ ସମ୍ପର୍କରେ ସୂଚନା ଦେଇଥାନ୍ତି। ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଫିବର କ୍ଲିନିକରୁ ବାହାରି ଏବେ ସେ ଜିଲ୍ଲାର ଅଧିକାଂଶ ଉପାନ୍ତ ଅଞ୍ଚଳ ବୁଲି ବୁଲି ଲୋକଙ୍କୁ କରୋନା ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି, ଯାହାକି ଏବେ ସମସ୍ତଙ୍କ ପାଇଁ ଅନୁକରଣୀୟ।

https://www.thesakala.in/latest-odisha-news/uma-shankar-has-tested-the-self-esteem-of-14000-people/article-3343
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର