ରାଜ୍ୟରେ ଲକ୍‌ଡାଉନ୍ କୋହଳ ହେବ ନା ବଳବତ୍ତର ରହିବ ? ଆସନ୍ତୁ ଜାଣିବା କ’ଣ କହିଲେ ଡିଏମ୍ଇଟି ନିର୍ଦ୍ଦେଶକ

The Sakala Picture
Published On

ଭୁବନେଶ୍ୱର: ଜୁଲାଇ ୧ରେ କଣ ହେବ ? ଲକ୍‌ଡାଉନ୍ କୋହଳ ହେବ ନା ବଳବତ୍ତର ରହିବ? କାରଣ ବର୍ତମାନ ବଳବତ୍ତର ଥିବା ଲକ୍‌ଡାଉନ୍ ଜୁଲାଇ ୧ ସକାଳେ ଶେଷ ହେଉଛି । ରାଜ୍ୟରେ କିଛି ଜିଲ୍ଲାରେ କ୍ରମାଗତ କରୋନା ସଂକ୍ରମଣ କମୁଥିବା ବେଳେ ଆଉ କିଛି ଜିଲ୍ଲାରେ ବଢୁଛି। ତେବେ ସଂକ୍ରମଣର ସ୍ଥିତିକୁ ନଜରରେ ରଖି କେଉଁ ଜିଲ୍ଲାରେ ଲକଡାଉନ ଉଠିବ ଓ କେଉଁ ଜିଲ୍ଲାରେ ଲକଡାଉନ୍ ଜାର ରହିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଡିଏମ୍ଇଟି […]

ଭୁବନେଶ୍ୱର: ଜୁଲାଇ ୧ରେ କଣ ହେବ ? ଲକ୍‌ଡାଉନ୍ କୋହଳ ହେବ ନା ବଳବତ୍ତର ରହିବ? କାରଣ ବର୍ତମାନ ବଳବତ୍ତର ଥିବା ଲକ୍‌ଡାଉନ୍ ଜୁଲାଇ ୧ ସକାଳେ ଶେଷ ହେଉଛି । ରାଜ୍ୟରେ କିଛି ଜିଲ୍ଲାରେ କ୍ରମାଗତ କରୋନା ସଂକ୍ରମଣ କମୁଥିବା ବେଳେ ଆଉ କିଛି ଜିଲ୍ଲାରେ ବଢୁଛି। ତେବେ ସଂକ୍ରମଣର ସ୍ଥିତିକୁ ନଜରରେ ରଖି କେଉଁ ଜିଲ୍ଲାରେ ଲକଡାଉନ ଉଠିବ ଓ କେଉଁ ଜିଲ୍ଲାରେ ଲକଡାଉନ୍ ଜାର ରହିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଡିଏମ୍ଇଟି ନିର୍ଦ୍ଦେଶକ କହିଛନ୍ତି । ଲକ୍‌ଡାଉନ୍ ନିଷ୍ପତ୍ତି ନେବା ପୂର୍ବରୁ ପଜିଟିଭ ହାର, ଦୈନିକ ସଂକ୍ରମଣ, ଟିକାକରଣ, କରୋନା କଟକଣା କେତେ ମାନୁଛନ୍ତି ସେସବୁକୁ ବିଚାର କରିବେ ସରକାର। ସବୁ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରି ଜୁଲାଇ ମାସରେ ନୂଆ କଟକଣା ଜାରି କରାଯିବ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ନିୟନ୍ତ୍ରଣ ସ୍ଥିତିରେ ଥିବା ବେଳେ ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼ ଜିଲ୍ଲାରେ ପଜିଟିଭ ହାର ୫ପ୍ରତିଶତ ଉପରେ ରହୁଛି। ତେଣୁ ଏସବୁ ଜିଲ୍ଲାରେ ଜୁଲାଇ ୧ ପରେ କଣ ହେବ, ସେନେଇ ରାଜ୍ୟ ସରକାର ବିଚାରବିମର୍ଶ କରୁଛନ୍ତି। ରାଜ୍ୟରେ ମୋଟ୍ ୨୧ଟି ଜିଲ୍ଲା ଗ୍ରୀନ୍ ଜୋନରେ ଥିବା ବେଳେ ୪ଟି ଜିଲ୍ଲା ରେଡ୍ ଜୋନରେ ରହିଛି। ସେପଟେ କଟକଣା କୋହଳ କରି ମାସ୍କ ପିନ୍ଧିବା ନିୟମକୁ ଅଧିକ କଡ଼ାକଡି କରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର