ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ; ଆଜି ରାତି ୧୨ଟା ପର୍ଯ୍ୟନ୍ତ ପୁରା ଅଞ୍ଚଳରେ କର୍ଫ୍ୟୁ ଜାରି, ଇଣ୍ଟରନେଟ୍ ବନ୍ଦ

The Sakala Picture
Published On

ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପରେ ଅଶାନ୍ତ ବାଲେଶ୍ୱର । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଉତ୍ତେଜନା, ପୋଡାଜଳା ପରେ ବାଲେଶ୍ୱରରେ କର୍ଫ୍ୟୁ । ଗୋଷ୍ଠୀ ସଂଘର୍ଷ ଘଟଣାରେ ଅଶାନ୍ତ ହୋଇ ପଡ଼ିଥିବା ବାଲେଶ୍ୱର ସହରରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୂରା ସହରରେ ଲାଗୁ ହୋଇଛି କର୍ଫ୍ୟୁ। ବାଲେଶ୍ୱରକୁ ସଂଯୋଗ ସବୁ ରାସ୍ତା ସିଲ କରାଯାଇଛି । ଏହାସହ ପରିସ୍ଥିତି ଶାନ୍ତ ନପଡିବା ଯାଏଁ ଘରୁ ନବାହାରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ଏସପି । ସମ୍ବେଦନଶୀଳ […]

ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପରେ ଅଶାନ୍ତ ବାଲେଶ୍ୱର । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଉତ୍ତେଜନା, ପୋଡାଜଳା ପରେ ବାଲେଶ୍ୱରରେ କର୍ଫ୍ୟୁ । ଗୋଷ୍ଠୀ ସଂଘର୍ଷ ଘଟଣାରେ ଅଶାନ୍ତ ହୋଇ ପଡ଼ିଥିବା ବାଲେଶ୍ୱର ସହରରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୂରା ସହରରେ ଲାଗୁ ହୋଇଛି କର୍ଫ୍ୟୁ। ବାଲେଶ୍ୱରକୁ ସଂଯୋଗ ସବୁ ରାସ୍ତା ସିଲ କରାଯାଇଛି । ଏହାସହ ପରିସ୍ଥିତି ଶାନ୍ତ ନପଡିବା ଯାଏଁ ଘରୁ ନବାହାରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ଏସପି । ସମ୍ବେଦନଶୀଳ ଅଞ୍ଚଳରେ ଇଣ୍ଟରନେଟ ବି ବନ୍ଦ ରହିବ।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ସର୍ବସାଧାରଣ ସ୍ଥାନ କିମ୍ବା ରାସ୍ତାରେ ଚାଲି ଚାଲି ଯିବା କିମ୍ବା ଯାନ ବାହନରେ ବୁଲିବା କିମ୍ବା ଠିଆ ହୋଇ ପାରିବେ ନାହିଁ । କର୍ଫ୍ୟୁ ସମୟରେ କୌଣଷି ବ୍ୟାବସାୟିକ ପ୍ରତିଷ୍ଠାନ କିମ୍ବା ଦୋକାନ ବଜାର ଖୋଲାଯିବ ନାହିଁ। କେବଳ ପୌରପାଳିକା କର୍ମଚାରୀ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ, ପୋଲିସ କର୍ମଚାରୀ, ସ୍ବାସ୍ଥ୍ୟ ବିଭାଗ, ବିଦ୍ୟୁତ୍, ପିଏଚଡି ଓ ସରକାରୀ ଯାନ୍ତ୍ରିକ ବିଭାଗ ଅଧିକାରୀଙ୍କ ପାଇଁ କଟକଣା କୋହଳ ହୋଇଛି।

ଆହୁରି ପଢ଼ନ୍ତୁ: ଅସୁରକ୍ଷିତ ରାଜଧାନୀ: ଡେଲିଭରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ସୂଚନା ଅନୁସାରେ, ଗତକାଲି ଦିନ ପ୍ରାୟ ୧ଟାରେ ଟାଉନ୍‌ ଥାନା ଅନ୍ତର୍ଗତ ସୁନହଟ ଛକଠାରୁ ଭୁଜାଖିଆପୀର ରାସ୍ତାରେ ଥିବା ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖ ଡ୍ରେନ୍‌‌ରେ ରକ୍ତ ଭାସୁଥିବା ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀର ଲୋକମାନେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଉକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିବାରୁ ସେମାନଙ୍କ ମଧ୍ୟ‌ରେ କଥା କଟାକଟି ହୋଇଥିଲା। ପରେ ସେମାନେ ଭୁଜାଖିଆପୀର ନିକଟରେ ରାସ୍ତା ଉପରେ ଧାରଣା ଦେଇଥିଲେ। ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଧାରଣାରତ ଲୋକମାନଙ୍କୁ ବୁଝାସୁଝା କରି ଉଠାଇଥିଲେ। ସେମାନେ ଫେରିଯାଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ଲୋକମାନେ ହଠାତ ସେମାନଙ୍କ ଉପରକୁ ଢେଲା, କାଚବୋତଲ ମାଡ଼ କରିଥିଲେ। ଯାହାକୁ ନେଇ ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ପରସ୍ପରକୁ ପଥର, କାଚ ବୋତଲ ଫୋପାଡିବାରୁ ପୁଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଲହୁଲୁହାଣ ହୋଇପହିଛନ୍ତି । ବାଲେଶ୍ୱରରେ ବିଶେଷକରି ଗୋଳାପାଖରୀ, ମୋତିଗଞ୍ଜ, ସିନେମାଛକ ଆଦି ଅଞ୍ଚଳରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି । ହିଂସାକାରୀମାନେ ବିଭିନ୍ନ ସାହିରେ ପଶି ଲୋକଙ୍କ ଘରକୁ ଢେଲାପଥର ମାଡ କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ପୁଲିସ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବା ସହ ଲାଠି ଚାର୍ଜ କରିଛି ।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

18 Jun 2024 By The Sakala

ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ; ଆଜି ରାତି ୧୨ଟା ପର୍ଯ୍ୟନ୍ତ ପୁରା ଅଞ୍ଚଳରେ କର୍ଫ୍ୟୁ ଜାରି, ଇଣ୍ଟରନେଟ୍ ବନ୍ଦ

ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପରେ ଅଶାନ୍ତ ବାଲେଶ୍ୱର । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଉତ୍ତେଜନା, ପୋଡାଜଳା ପରେ ବାଲେଶ୍ୱରରେ କର୍ଫ୍ୟୁ । ଗୋଷ୍ଠୀ ସଂଘର୍ଷ ଘଟଣାରେ ଅଶାନ୍ତ ହୋଇ ପଡ଼ିଥିବା ବାଲେଶ୍ୱର ସହରରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୂରା ସହରରେ ଲାଗୁ ହୋଇଛି କର୍ଫ୍ୟୁ। ବାଲେଶ୍ୱରକୁ ସଂଯୋଗ ସବୁ ରାସ୍ତା ସିଲ କରାଯାଇଛି । ଏହାସହ ପରିସ୍ଥିତି ଶାନ୍ତ ନପଡିବା ଯାଏଁ ଘରୁ ନବାହାରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ଏସପି । ସମ୍ବେଦନଶୀଳ ଅଞ୍ଚଳରେ ଇଣ୍ଟରନେଟ ବି ବନ୍ଦ ରହିବ।

ସର୍ବସାଧାରଣ ସ୍ଥାନ କିମ୍ବା ରାସ୍ତାରେ ଚାଲି ଚାଲି ଯିବା କିମ୍ବା ଯାନ ବାହନରେ ବୁଲିବା କିମ୍ବା ଠିଆ ହୋଇ ପାରିବେ ନାହିଁ । କର୍ଫ୍ୟୁ ସମୟରେ କୌଣଷି ବ୍ୟାବସାୟିକ ପ୍ରତିଷ୍ଠାନ କିମ୍ବା ଦୋକାନ ବଜାର ଖୋଲାଯିବ ନାହିଁ। କେବଳ ପୌରପାଳିକା କର୍ମଚାରୀ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ, ପୋଲିସ କର୍ମଚାରୀ, ସ୍ବାସ୍ଥ୍ୟ ବିଭାଗ, ବିଦ୍ୟୁତ୍, ପିଏଚଡି ଓ ସରକାରୀ ଯାନ୍ତ୍ରିକ ବିଭାଗ ଅଧିକାରୀଙ୍କ ପାଇଁ କଟକଣା କୋହଳ ହୋଇଛି।

ସୂଚନା ଅନୁସାରେ, ଗତକାଲି ଦିନ ପ୍ରାୟ ୧ଟାରେ ଟାଉନ୍‌ ଥାନା ଅନ୍ତର୍ଗତ ସୁନହଟ ଛକଠାରୁ ଭୁଜାଖିଆପୀର ରାସ୍ତାରେ ଥିବା ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖ ଡ୍ରେନ୍‌‌ରେ ରକ୍ତ ଭାସୁଥିବା ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀର ଲୋକମାନେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଉକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିବାରୁ ସେମାନଙ୍କ ମଧ୍ୟ‌ରେ କଥା କଟାକଟି ହୋଇଥିଲା। ପରେ ସେମାନେ ଭୁଜାଖିଆପୀର ନିକଟରେ ରାସ୍ତା ଉପରେ ଧାରଣା ଦେଇଥିଲେ। ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଧାରଣାରତ ଲୋକମାନଙ୍କୁ ବୁଝାସୁଝା କରି ଉଠାଇଥିଲେ। ସେମାନେ ଫେରିଯାଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ଲୋକମାନେ ହଠାତ ସେମାନଙ୍କ ଉପରକୁ ଢେଲା, କାଚବୋତଲ ମାଡ଼ କରିଥିଲେ। ଯାହାକୁ ନେଇ ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ପରସ୍ପରକୁ ପଥର, କାଚ ବୋତଲ ଫୋପାଡିବାରୁ ପୁଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଲହୁଲୁହାଣ ହୋଇପହିଛନ୍ତି । ବାଲେଶ୍ୱରରେ ବିଶେଷକରି ଗୋଳାପାଖରୀ, ମୋତିଗଞ୍ଜ, ସିନେମାଛକ ଆଦି ଅଞ୍ଚଳରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି । ହିଂସାକାରୀମାନେ ବିଭିନ୍ନ ସାହିରେ ପଶି ଲୋକଙ୍କ ଘରକୁ ଢେଲାପଥର ମାଡ କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ପୁଲିସ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବା ସହ ଲାଠି ଚାର୍ଜ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର