କମିଶନରେଟ ପୋଲିସ ପଞ୍ଝାରେ ହାଇୱେ ଲୁଟେରା ଗ୍ୟାଙ୍ଗ, ୫ ଅଭିଯୁକ୍ତ ଗିରଫ

The Sakala Picture
Published On

ଭୁବନେଶ୍ୱର: କମିଶନରେଟ ପୋଲିସ ପଞ୍ଝାରେ ହାଇୱେ ଲୁଟେରା ଗ୍ୟାଙ୍ଗ । ୫ ଅଭିଯୁକ୍ତଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ସ୍ପିଡ୍ ବାଇକରେ ଆସି ଚଳନ୍ତା ଗାଡିରୁ ଲୁଟୁଥିଲେ ଚେନ । ଚେନ ଲୁଟ ପରେ ବଦଳାଇ ଦେଉଥିଲେ ନମ୍ବର ପ୍ଲେଟ । ଅଭିଯୁକ୍ତମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା ଗହଣା, ବାଇକ ଓ ଟଙ୍କା ଜବତ ହୋଇଛି । ଗ୍ୟାଙ୍ଗର ମୁଖ୍ୟ ଆୟୁଷ୍ମାନ ଓ ଆୟସ ହୋଇଥିବା ଜଣାପଡିଛି । ଜଟଣୀରେ ରହି ଭୁବନେଶ୍ୱରରେ ଅପରେସନ କରୁଥିଲେ ଏହି […]

ଭୁବନେଶ୍ୱର: କମିଶନରେଟ ପୋଲିସ ପଞ୍ଝାରେ ହାଇୱେ ଲୁଟେରା ଗ୍ୟାଙ୍ଗ । ୫ ଅଭିଯୁକ୍ତଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ସ୍ପିଡ୍ ବାଇକରେ ଆସି ଚଳନ୍ତା ଗାଡିରୁ ଲୁଟୁଥିଲେ ଚେନ । ଚେନ ଲୁଟ ପରେ ବଦଳାଇ ଦେଉଥିଲେ ନମ୍ବର ପ୍ଲେଟ । ଅଭିଯୁକ୍ତମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା ଗହଣା, ବାଇକ ଓ ଟଙ୍କା ଜବତ ହୋଇଛି ।

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ଗ୍ୟାଙ୍ଗର ମୁଖ୍ୟ ଆୟୁଷ୍ମାନ ଓ ଆୟସ ହୋଇଥିବା ଜଣାପଡିଛି । ଜଟଣୀରେ ରହି ଭୁବନେଶ୍ୱରରେ ଅପରେସନ କରୁଥିଲେ ଏହି ଗ୍ୟାଙ୍ଗ । ହାଇୱେରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରିବା ସହ ମହିଳାଙ୍କୁ ଅଧିକ ଟାର୍ଗେଟ କରନ୍ତି ଏମାନେ । କେବଳ ସୁନା ଚେନ ଲୁଟନ୍ତି ଏହି ଗ୍ୟାଙ୍ଗ । ଏମାନଙ୍କ ପାଖରୁ ୪୦ଟି ସୁନା ଚେନ ଜବତ ହୋଇଛି। ଏହା ସହ ଅଭିଯୁକ୍ତଙ୍କ ପାଖରୁ ୨ ଲକ୍ଷ ଟଙ୍କା, ୪ଟି ସ୍ପିଡ଼ ବାଇକ ଜବତ ହୋଇଛି ।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ସୂଚନା ଅନୁସାରେ, ଗତ ୪ ମାସ ହେବ ଭୁବନେଶ୍ୱରରେ ଏମାନେ ଲୁଟପାଟ କରୁଥିଲେ । ବିଭିନ୍ନ ଥାନାରେ ଗ୍ୟାଙ୍ଗ ନାମରେ ମୋଟ ୨୪ଟି କେସ ରହିଛି । ଏମାନେ ପୂର୍ବରୁ ଗିରଫ ଜେଲ ଯାଇଥିଲେ । ଲୁଟ ପରେ ନିଜର ଚେନ କହି, ସୁନାକୁ ବନ୍ଧା ପକାଇ ଟଙ୍କା ଆଣୁଥିଲେ । ସେହି ଟଙ୍କାରେ ଦାମୀ ସାର୍ଟ ପ୍ୟାଣ୍ଟ, ଜୋତା କିଣୁଥିଲେ । ଅଭିଯୁକ୍ତମାନଙ୍କ ନାମରେ ବ୍ରହ୍ମପୁର, ଖୋର୍ଦ୍ଧା, ଗଞ୍ଜାମ ଓ ପୁରୀରେ ମାମଲା ରହିଛି । ଲୁଟ ପରେ ଗାଡି ସହ ନମ୍ବର ପ୍ଲେଟ ଚେଞ୍ଜ କରୁଥିଲେ ଏହି ଗ୍ୟାଙ୍ଗ ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

13 Jun 2024 By The Sakala

କମିଶନରେଟ ପୋଲିସ ପଞ୍ଝାରେ ହାଇୱେ ଲୁଟେରା ଗ୍ୟାଙ୍ଗ, ୫ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସ ପଞ୍ଝାରେ ହାଇୱେ ଲୁଟେରା ଗ୍ୟାଙ୍ଗ । ୫ ଅଭିଯୁକ୍ତଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ସ୍ପିଡ୍ ବାଇକରେ ଆସି ଚଳନ୍ତା ଗାଡିରୁ ଲୁଟୁଥିଲେ ଚେନ । ଚେନ ଲୁଟ ପରେ ବଦଳାଇ ଦେଉଥିଲେ ନମ୍ବର ପ୍ଲେଟ । ଅଭିଯୁକ୍ତମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା ଗହଣା, ବାଇକ ଓ ଟଙ୍କା ଜବତ ହୋଇଛି ।

ଗ୍ୟାଙ୍ଗର ମୁଖ୍ୟ ଆୟୁଷ୍ମାନ ଓ ଆୟସ ହୋଇଥିବା ଜଣାପଡିଛି । ଜଟଣୀରେ ରହି ଭୁବନେଶ୍ୱରରେ ଅପରେସନ କରୁଥିଲେ ଏହି ଗ୍ୟାଙ୍ଗ । ହାଇୱେରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରିବା ସହ ମହିଳାଙ୍କୁ ଅଧିକ ଟାର୍ଗେଟ କରନ୍ତି ଏମାନେ । କେବଳ ସୁନା ଚେନ ଲୁଟନ୍ତି ଏହି ଗ୍ୟାଙ୍ଗ । ଏମାନଙ୍କ ପାଖରୁ ୪୦ଟି ସୁନା ଚେନ ଜବତ ହୋଇଛି। ଏହା ସହ ଅଭିଯୁକ୍ତଙ୍କ ପାଖରୁ ୨ ଲକ୍ଷ ଟଙ୍କା, ୪ଟି ସ୍ପିଡ଼ ବାଇକ ଜବତ ହୋଇଛି ।

ସୂଚନା ଅନୁସାରେ, ଗତ ୪ ମାସ ହେବ ଭୁବନେଶ୍ୱରରେ ଏମାନେ ଲୁଟପାଟ କରୁଥିଲେ । ବିଭିନ୍ନ ଥାନାରେ ଗ୍ୟାଙ୍ଗ ନାମରେ ମୋଟ ୨୪ଟି କେସ ରହିଛି । ଏମାନେ ପୂର୍ବରୁ ଗିରଫ ଜେଲ ଯାଇଥିଲେ । ଲୁଟ ପରେ ନିଜର ଚେନ କହି, ସୁନାକୁ ବନ୍ଧା ପକାଇ ଟଙ୍କା ଆଣୁଥିଲେ । ସେହି ଟଙ୍କାରେ ଦାମୀ ସାର୍ଟ ପ୍ୟାଣ୍ଟ, ଜୋତା କିଣୁଥିଲେ । ଅଭିଯୁକ୍ତମାନଙ୍କ ନାମରେ ବ୍ରହ୍ମପୁର, ଖୋର୍ଦ୍ଧା, ଗଞ୍ଜାମ ଓ ପୁରୀରେ ମାମଲା ରହିଛି । ଲୁଟ ପରେ ଗାଡି ସହ ନମ୍ବର ପ୍ଲେଟ ଚେଞ୍ଜ କରୁଥିଲେ ଏହି ଗ୍ୟାଙ୍ଗ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର