ଦଇତାପତି ଏବଂ ପୂଜାପଣ୍ଡା ସେବାୟତଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା; ଶୃଙ୍ଖଳିତ ସ୍ନାନଯାତ୍ରା, ରଥଯାତ୍ରା ନୀତିକାନ୍ତି ପାଇଁ ପରାମର୍ଶ

The Sakala Picture
Published On

ପୁରୀ: ଆସନ୍ତା ୨୨ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ। ଲକ୍ଷଲକ୍ଷ ସଂଖ୍ୟାରେ ଭକ୍ତ ଦେଖିବେ ଦାରୁଦିଅଁଙ୍କ ଦିବ୍ୟସ୍ନାନ। ଏହାପରେ ଗୁଣ୍ଡିଚା ଯାତ୍ରା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ପଡୁଥିବା ବେଳେ ଅଣସର ନୀତି ୧୩ ଦିନ ହେବ। ତେଣୁ ସବୁ ନୀତିକାନ୍ତି କିପରି ଶୃଙ୍ଖଳିତ ହେବ, ସେନେଇ ଶନିବାର ଦଇତାପତି ସେବାୟତ ଏବଂ ପୂଜାପଣ୍ଡା ସେବାୟତଙ୍କ ସହ ପୃଥକ୍‌‌ ପୃଥକ୍‌‌ […]

ପୁରୀ: ଆସନ୍ତା ୨୨ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ। ଲକ୍ଷଲକ୍ଷ ସଂଖ୍ୟାରେ ଭକ୍ତ ଦେଖିବେ ଦାରୁଦିଅଁଙ୍କ ଦିବ୍ୟସ୍ନାନ। ଏହାପରେ ଗୁଣ୍ଡିଚା ଯାତ୍ରା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ପଡୁଥିବା ବେଳେ ଅଣସର ନୀତି ୧୩ ଦିନ ହେବ। ତେଣୁ ସବୁ ନୀତିକାନ୍ତି କିପରି ଶୃଙ୍ଖଳିତ ହେବ, ସେନେଇ ଶନିବାର ଦଇତାପତି ସେବାୟତ ଏବଂ ପୂଜାପଣ୍ଡା ସେବାୟତଙ୍କ ସହ ପୃଥକ୍‌‌ ପୃଥକ୍‌‌ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଅପରାହ୍ଣରେ ପ୍ରଥମେ ଦଇତାପତି ନିଯୋଗ ଏବଂ ପରେ ପୂଜାପଣ୍ଡା ନିଯୋଗ ସହ ବୈଠକ ହୋଇଥିଲା। ଦାୟିତ୍ୱରେ ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏଥିରେ ଅଧ୍ୟକ୍ଷତା କରିଥିଲେ।
ବୈଠକରେ ସ୍ନାନଯାତ୍ରା, ରଥଯାତ୍ରା, ଅଣସର ନୀତିକାନ୍ତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସ୍ନାନଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଦଇତାପତି ସେବକଙ୍କ ପ୍ରମୁଖ ଭୂମିକା ରହିଛି। ସେମାନେ ଗୋଷ୍ଠୀଗତ ଭାବେ ମହାପ୍ରଭୁଙ୍କ ସେବା କରିଥାନ୍ତି। ଏଥର ୧୩ ଦିନିଆ ଅଣସର ପଡ଼ୁଥିବା ବେଳେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ପଡ଼ିଛି। ତେଣୁ ନୀତିକାନ୍ତି କିପରି ଶୃଙ୍ଖଳିତ ଏବଂ ସମନ୍ୱୟ ରକ୍ଷା କରାଯାଇ ସମ୍ପନ୍ନ ହେବ; ସେନେଇ ଦୁଇ ନିଯୋଗର ସେବାୟତଙ୍କୁ କୁହାଯାଇଥିଲା। ଏମିତି ସ୍ଥିତି ୧୯୭୧ ମସିହାରେ ପଡ଼ିଥିଲା। ତେଣୁ ୧୯୭୧ ମସିହାର ନୀତିକାନ୍ତି ଆଧାରରେ ଚଳିତ ବର୍ଷର ନୀତିକାନ୍ତି କରିବା ନେଇ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ୧୯୭୧ ମସିହା ରଥଯାତ୍ରା ରେକର୍ଡ ଉପସ୍ଥାପନ କରିଥିବା ବେଳେ ଏହା ଉପରେ ବିଶେଷ ତର୍ଜମା କରାଯାଇଥିଲା। ସେ ବର୍ଷ ବି ୧୩ ଦିନ ଅଣସର ନୀତି ହୋଇଥିଲା। ଯେହେତୁ ଠାକୁର ଅଣସର ପିଣ୍ଡିରେ ଥିଲେ ତେଣୁ ସେହିବର୍ଷ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆସିବା ପରେ ତିନିରଥକୁ ଟାଣି ରଥ ସିଂହଦ୍ୱାର ଚକଡ଼ାକୁ ନିଆଯାଇଥିଲା। ତେଣୁ ସେହି ଆଧାରରେ ଏବର୍ଷ ନୀତିକାନ୍ତି କରାଯିବ ବୋଲି ଆଲୋଚନା ହୋଇଛି। ଅନ୍ୟପକ୍ଷରେ ମନ୍ଦିର ପ୍ରଶାସନ ୧୯୭୧ ମସିହା ନୀତିକାନ୍ତିର ତାଲିକା ଦଇତାପତି ନିଯୋଗକୁ ପ୍ରଦାନ କରିବ। ନିଯୋଗ ତାଙ୍କର ଏକ ବୈଠକ କରି ଏହା ଉପରେ ଆଲୋଚନା କରିବା ସହ ପ୍ରଶାସନ ନିଷ୍ପତ୍ତି ଆଧାରରେ ସହଯୋଗ କରିବେ ବୋଲି ସ୍ଥିର ହୋଇଛି।

ସେହିପରି ପୂଜାପଣ୍ଡା ନିଯୋଗକୁ ମଧ୍ୟ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା ଯେପରି ଶୃଙ୍ଖଳିତ ହେବ ତା’ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ଭକ୍ତମାନେ ଯେପରି ମହାପ୍ରଭୁଙ୍କର ଏହିସବୁ ଯାତ୍ରା ଭଲ ଭାବେ ଦର୍ଶନ କରିପାରିବେ; ସେନେଇ ଉଭୟ ନିଯୋଗ କର୍ମକର୍ତ୍ତାଙ୍କୁ କୁହାଯାଇଛି। ଏଥିରେ ସମସ୍ତେ ମନ୍ଦିର ପ୍ରଶାସନକୁ ସହଯୋଗ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଇନ ବିଭାଗ ଅଧିକାରୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍‌‌ପି ପିନାକ ମିଶ୍ରଙ୍କ ସମେତ ଉଭୟ ନିଯୋଗର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

09 Jun 2024 By The Sakala

ଦଇତାପତି ଏବଂ ପୂଜାପଣ୍ଡା ସେବାୟତଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା; ଶୃଙ୍ଖଳିତ ସ୍ନାନଯାତ୍ରା, ରଥଯାତ୍ରା ନୀତିକାନ୍ତି ପାଇଁ ପରାମର୍ଶ

ପୁରୀ: ଆସନ୍ତା ୨୨ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ। ଲକ୍ଷଲକ୍ଷ ସଂଖ୍ୟାରେ ଭକ୍ତ ଦେଖିବେ ଦାରୁଦିଅଁଙ୍କ ଦିବ୍ୟସ୍ନାନ। ଏହାପରେ ଗୁଣ୍ଡିଚା ଯାତ୍ରା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ପଡୁଥିବା ବେଳେ ଅଣସର ନୀତି ୧୩ ଦିନ ହେବ। ତେଣୁ ସବୁ ନୀତିକାନ୍ତି କିପରି ଶୃଙ୍ଖଳିତ ହେବ, ସେନେଇ ଶନିବାର ଦଇତାପତି ସେବାୟତ ଏବଂ ପୂଜାପଣ୍ଡା ସେବାୟତଙ୍କ ସହ ପୃଥକ୍‌‌ ପୃଥକ୍‌‌ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ।

ଅପରାହ୍ଣରେ ପ୍ରଥମେ ଦଇତାପତି ନିଯୋଗ ଏବଂ ପରେ ପୂଜାପଣ୍ଡା ନିଯୋଗ ସହ ବୈଠକ ହୋଇଥିଲା। ଦାୟିତ୍ୱରେ ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏଥିରେ ଅଧ୍ୟକ୍ଷତା କରିଥିଲେ।
ବୈଠକରେ ସ୍ନାନଯାତ୍ରା, ରଥଯାତ୍ରା, ଅଣସର ନୀତିକାନ୍ତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସ୍ନାନଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଦଇତାପତି ସେବକଙ୍କ ପ୍ରମୁଖ ଭୂମିକା ରହିଛି। ସେମାନେ ଗୋଷ୍ଠୀଗତ ଭାବେ ମହାପ୍ରଭୁଙ୍କ ସେବା କରିଥାନ୍ତି। ଏଥର ୧୩ ଦିନିଆ ଅଣସର ପଡ଼ୁଥିବା ବେଳେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ପଡ଼ିଛି। ତେଣୁ ନୀତିକାନ୍ତି କିପରି ଶୃଙ୍ଖଳିତ ଏବଂ ସମନ୍ୱୟ ରକ୍ଷା କରାଯାଇ ସମ୍ପନ୍ନ ହେବ; ସେନେଇ ଦୁଇ ନିଯୋଗର ସେବାୟତଙ୍କୁ କୁହାଯାଇଥିଲା। ଏମିତି ସ୍ଥିତି ୧୯୭୧ ମସିହାରେ ପଡ଼ିଥିଲା। ତେଣୁ ୧୯୭୧ ମସିହାର ନୀତିକାନ୍ତି ଆଧାରରେ ଚଳିତ ବର୍ଷର ନୀତିକାନ୍ତି କରିବା ନେଇ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ୧୯୭୧ ମସିହା ରଥଯାତ୍ରା ରେକର୍ଡ ଉପସ୍ଥାପନ କରିଥିବା ବେଳେ ଏହା ଉପରେ ବିଶେଷ ତର୍ଜମା କରାଯାଇଥିଲା। ସେ ବର୍ଷ ବି ୧୩ ଦିନ ଅଣସର ନୀତି ହୋଇଥିଲା। ଯେହେତୁ ଠାକୁର ଅଣସର ପିଣ୍ଡିରେ ଥିଲେ ତେଣୁ ସେହିବର୍ଷ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆସିବା ପରେ ତିନିରଥକୁ ଟାଣି ରଥ ସିଂହଦ୍ୱାର ଚକଡ଼ାକୁ ନିଆଯାଇଥିଲା। ତେଣୁ ସେହି ଆଧାରରେ ଏବର୍ଷ ନୀତିକାନ୍ତି କରାଯିବ ବୋଲି ଆଲୋଚନା ହୋଇଛି। ଅନ୍ୟପକ୍ଷରେ ମନ୍ଦିର ପ୍ରଶାସନ ୧୯୭୧ ମସିହା ନୀତିକାନ୍ତିର ତାଲିକା ଦଇତାପତି ନିଯୋଗକୁ ପ୍ରଦାନ କରିବ। ନିଯୋଗ ତାଙ୍କର ଏକ ବୈଠକ କରି ଏହା ଉପରେ ଆଲୋଚନା କରିବା ସହ ପ୍ରଶାସନ ନିଷ୍ପତ୍ତି ଆଧାରରେ ସହଯୋଗ କରିବେ ବୋଲି ସ୍ଥିର ହୋଇଛି।

ସେହିପରି ପୂଜାପଣ୍ଡା ନିଯୋଗକୁ ମଧ୍ୟ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା ଯେପରି ଶୃଙ୍ଖଳିତ ହେବ ତା’ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ଭକ୍ତମାନେ ଯେପରି ମହାପ୍ରଭୁଙ୍କର ଏହିସବୁ ଯାତ୍ରା ଭଲ ଭାବେ ଦର୍ଶନ କରିପାରିବେ; ସେନେଇ ଉଭୟ ନିଯୋଗ କର୍ମକର୍ତ୍ତାଙ୍କୁ କୁହାଯାଇଛି। ଏଥିରେ ସମସ୍ତେ ମନ୍ଦିର ପ୍ରଶାସନକୁ ସହଯୋଗ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଇନ ବିଭାଗ ଅଧିକାରୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍‌‌ପି ପିନାକ ମିଶ୍ରଙ୍କ ସମେତ ଉଭୟ ନିଯୋଗର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

https://www.thesakala.in/latest-odisha-news/advice-for-disciplined-debasnana-purnnima-and-rathyatra/article-32769
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର