ଦାନ ମାଝୀଙ୍କ ଝିଅ ପାଇଁ ଗାଁ ରେ ଖୁସିର ମାହୋଲ, ଗାଁର ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ସୁଧାରିବେ ଚାନ୍ଦିନୀ

The Sakala Picture
Published On

ଭବାନୀପାଟଣା : କଳାହାଣ୍ଡି ଜିଲା ବଣ ପାହାଡ଼ ଘେରା ଥୁଆମୂଳ ରାମପୁରର ଦୁର୍ଗମ ଅଞ୍ଚଳ ମେଲଘରା ଗାଁ ରେ ଖୁସିର ମାହୋଲ। କାରଣ ଏହି ଗାଁର ବିଶ୍ୱ ଚର୍ଚ୍ଚିତ ଦାନ ମାଝୀଙ୍କ ଝିଅ ଚାନ୍ଦିନୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ଭୁବନେଶ୍ୱର କିସରେ ପଢୁଥିଲେ। ଗ୍ରାମବାସୀ ଶନିବାର ଚାନ୍ଦିନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏବଂ ଗ୍ରାମରେ ମିଠା ବାଣ୍ଟିଛନ୍ତି। ନିପଟ ମଫସଲ ଗାଁର ଆଦିବାସୀ ଝିଅ ଭୁବନେଶ୍ୱରରେ ପଢ଼ି କୃତକାର୍ଯ୍ୟ ହୋଇଥିବାରୁ ଗ୍ରାମବାସୀ ବହୁତ […]

ଭବାନୀପାଟଣା : କଳାହାଣ୍ଡି ଜିଲା ବଣ ପାହାଡ଼ ଘେରା ଥୁଆମୂଳ ରାମପୁରର ଦୁର୍ଗମ ଅଞ୍ଚଳ ମେଲଘରା ଗାଁ ରେ ଖୁସିର ମାହୋଲ। କାରଣ ଏହି ଗାଁର ବିଶ୍ୱ ଚର୍ଚ୍ଚିତ ଦାନ ମାଝୀଙ୍କ ଝିଅ ଚାନ୍ଦିନୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ଭୁବନେଶ୍ୱର କିସରେ ପଢୁଥିଲେ। ଗ୍ରାମବାସୀ ଶନିବାର ଚାନ୍ଦିନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏବଂ ଗ୍ରାମରେ ମିଠା ବାଣ୍ଟିଛନ୍ତି। ନିପଟ ମଫସଲ ଗାଁର ଆଦିବାସୀ ଝିଅ ଭୁବନେଶ୍ୱରରେ ପଢ଼ି କୃତକାର୍ଯ୍ୟ ହୋଇଥିବାରୁ ଗ୍ରାମବାସୀ ବହୁତ ଖୁସି ଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ପ୍ରକାଶ ଯେ ଗତ ୨୦୧୬ ମସିହାରେ ଦାନ ମାଝୀ ନିଜ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ଦୀର୍ଘ ୧୦ କିମି ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ। ପରେ କିଛି ସାମାଜିକ କର୍ମୀଙ୍କ ସହଯୋଗରେ ତାଙ୍କୁ ଆମ୍ବୁଲାନ୍ସ ପ୍ରଦାନ କରାଯାଇଥିଲା। ଏହି ଘଟଣା ସେତେବେଳେ ବିଶ୍ୱ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଥିଲା ଓ ଦାନ ମାଝୀଙ୍କ ନିକଟକୁ ଦେଶ ବିଦେଶରୁ ସହଯୋଗର ସୁଅ ଛୁଟିଥିଲା। ସେତେବେଳେ ପ୍ରଶାସନ ମଧ୍ୟ ଦାନ ମାଝୀଙ୍କ ଗାଁ କୁ ଯାଇ ଗାଁର ଚିତ୍ର ବଦଳାଇବାକୁ ଉଦ୍ୟମ କରିଥିଲେ। ଇତି ମଧ୍ୟରେ ୫ ବର୍ଷରୁ ଉର୍ଦ୍ଧ ସମୟ ବିତିଗଲାଣି। ହେଲେ ମେଲଘରା ଆଜିବି ଅବହେଳିତ ହୋଇ ରହିଛି।

ଆହୁରି ପଢ଼ନ୍ତୁ: ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରସଙ୍ଗ: ବିଜେଡି କହିଲା, 'ପୋଲିସ ଡିଜି ମାନିଲେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ନାହିଁ'

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସାଇସୁରନି ଠାରୁ ମେଲଘରା ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଏହି ପରି ରାସ୍ତାର ପୋଲ ଗୁଡିକ ନଷ୍ଟ ହେଲାଣି। ବର୍ଷା ଦିନେ ଏହି ଗ୍ରାମବାସୀ ବିଛିନାଞ୍ଚଳ ଯନ୍ତ୍ରଣା ଭୋଗିଥାନ୍ତି। ଏହି ଗାଁ ର ଲୋକ ଆଜିବି ସ୍ୱାସ୍ଥ୍ୟ ସେବା ପାଇଁ ବହୁ ହଇରାଣ ହେଉଥିବା ଜଣାପଡିଛି। ସେହିପରି ଗାଁ ରେ ଥିବା ପ୍ରାଥମିକ ବିଦ୍ୟାଳୟ ବିପଦ ସଂକୁଳ ହୋଇ ରହିଛି। ତେବେ ଆଗକୁ ଉଚ୍ଚ ଶିକ୍ଷା ପରେ ଗାଁ ର ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ସୁଧାରିବା ପାଇଁ କାର୍ଯ୍ୟ କରିବେ ବୋଲି ଦାନ ମାଝୀଙ୍କ ଝିଅ ଚାନ୍ଦିନୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଆହତ, ୩ ପୋଲିସ କର୍ମଚାରୀ ବି ଆହତ

26 Jun 2021 By The Sakala

ଦାନ ମାଝୀଙ୍କ ଝିଅ ପାଇଁ ଗାଁ ରେ ଖୁସିର ମାହୋଲ, ଗାଁର ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ସୁଧାରିବେ ଚାନ୍ଦିନୀ

ଭବାନୀପାଟଣା : କଳାହାଣ୍ଡି ଜିଲା ବଣ ପାହାଡ଼ ଘେରା ଥୁଆମୂଳ ରାମପୁରର ଦୁର୍ଗମ ଅଞ୍ଚଳ ମେଲଘରା ଗାଁ ରେ ଖୁସିର ମାହୋଲ। କାରଣ ଏହି ଗାଁର ବିଶ୍ୱ ଚର୍ଚ୍ଚିତ ଦାନ ମାଝୀଙ୍କ ଝିଅ ଚାନ୍ଦିନୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ଭୁବନେଶ୍ୱର କିସରେ ପଢୁଥିଲେ। ଗ୍ରାମବାସୀ ଶନିବାର ଚାନ୍ଦିନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏବଂ ଗ୍ରାମରେ ମିଠା ବାଣ୍ଟିଛନ୍ତି। ନିପଟ ମଫସଲ ଗାଁର ଆଦିବାସୀ ଝିଅ ଭୁବନେଶ୍ୱରରେ ପଢ଼ି କୃତକାର୍ଯ୍ୟ ହୋଇଥିବାରୁ ଗ୍ରାମବାସୀ ବହୁତ ଖୁସି ଥିବା କହିଛନ୍ତି।

ପ୍ରକାଶ ଯେ ଗତ ୨୦୧୬ ମସିହାରେ ଦାନ ମାଝୀ ନିଜ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ଦୀର୍ଘ ୧୦ କିମି ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ। ପରେ କିଛି ସାମାଜିକ କର୍ମୀଙ୍କ ସହଯୋଗରେ ତାଙ୍କୁ ଆମ୍ବୁଲାନ୍ସ ପ୍ରଦାନ କରାଯାଇଥିଲା। ଏହି ଘଟଣା ସେତେବେଳେ ବିଶ୍ୱ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଥିଲା ଓ ଦାନ ମାଝୀଙ୍କ ନିକଟକୁ ଦେଶ ବିଦେଶରୁ ସହଯୋଗର ସୁଅ ଛୁଟିଥିଲା। ସେତେବେଳେ ପ୍ରଶାସନ ମଧ୍ୟ ଦାନ ମାଝୀଙ୍କ ଗାଁ କୁ ଯାଇ ଗାଁର ଚିତ୍ର ବଦଳାଇବାକୁ ଉଦ୍ୟମ କରିଥିଲେ। ଇତି ମଧ୍ୟରେ ୫ ବର୍ଷରୁ ଉର୍ଦ୍ଧ ସମୟ ବିତିଗଲାଣି। ହେଲେ ମେଲଘରା ଆଜିବି ଅବହେଳିତ ହୋଇ ରହିଛି।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସାଇସୁରନି ଠାରୁ ମେଲଘରା ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଏହି ପରି ରାସ୍ତାର ପୋଲ ଗୁଡିକ ନଷ୍ଟ ହେଲାଣି। ବର୍ଷା ଦିନେ ଏହି ଗ୍ରାମବାସୀ ବିଛିନାଞ୍ଚଳ ଯନ୍ତ୍ରଣା ଭୋଗିଥାନ୍ତି। ଏହି ଗାଁ ର ଲୋକ ଆଜିବି ସ୍ୱାସ୍ଥ୍ୟ ସେବା ପାଇଁ ବହୁ ହଇରାଣ ହେଉଥିବା ଜଣାପଡିଛି। ସେହିପରି ଗାଁ ରେ ଥିବା ପ୍ରାଥମିକ ବିଦ୍ୟାଳୟ ବିପଦ ସଂକୁଳ ହୋଇ ରହିଛି। ତେବେ ଆଗକୁ ଉଚ୍ଚ ଶିକ୍ଷା ପରେ ଗାଁ ର ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ସୁଧାରିବା ପାଇଁ କାର୍ଯ୍ୟ କରିବେ ବୋଲି ଦାନ ମାଝୀଙ୍କ ଝିଅ ଚାନ୍ଦିନୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର