ବିଜେପିକୁ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଟାର୍ଗେଟ, କହିଲେ ଦମ୍ ଅଛି ତ ରାଜନୈତିକ ଭାବେ ବିଜେଡି ସହ ଲଢ

The Sakala Picture
Published On

ଭୁବନେଶ୍ୱର : ବିଜେପିକୁ ନିଶାନା କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ। କହିଲେ, ଯଦି ଦମ୍ ଅଛି ତ ରାଜନୈତିକ ଭାବେ ବିଜେଡି ସହିତ ଲଢ। କିନ୍ତୁ ଅଯଥାରେ ଅଫିସରଙ୍କୁ ଟାର୍ଗେଟ କଲେ କିଛି ଲାଭ ପାଇବ ନାହିଁ । ତୃତୀୟ ପର୍ଯ୍ଯାୟ ସୁଦ୍ଧା ବିଜେଡି ସଂଖ୍ଯାଗରିଷ୍ଠତା ପାଇଛି । ଏଥିପାଇଁ ବିଜେପି ହତାଶ ହୋଇ ଯାଇଛି। ବିଶେଷ କରି ଓଡ଼ିଶାକୁ ପ୍ରଚାର କରିବାକୁ ଆସିଥିବା  ବାହାରର ନେତା ଭାବୁଛନ୍ତି, ଆମେ ଏତେ ବୁଲିଲୁ, ତଥାପି ଓଡ଼ିଶାବାସୀଙ୍କ […]

ଭୁବନେଶ୍ୱର : ବିଜେପିକୁ ନିଶାନା କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ। କହିଲେ, ଯଦି ଦମ୍ ଅଛି ତ ରାଜନୈତିକ ଭାବେ ବିଜେଡି ସହିତ ଲଢ। କିନ୍ତୁ ଅଯଥାରେ ଅଫିସରଙ୍କୁ ଟାର୍ଗେଟ କଲେ କିଛି ଲାଭ ପାଇବ ନାହିଁ । ତୃତୀୟ ପର୍ଯ୍ଯାୟ ସୁଦ୍ଧା ବିଜେଡି ସଂଖ୍ଯାଗରିଷ୍ଠତା ପାଇଛି । ଏଥିପାଇଁ ବିଜେପି ହତାଶ ହୋଇ ଯାଇଛି। ବିଶେଷ କରି ଓଡ଼ିଶାକୁ ପ୍ରଚାର କରିବାକୁ ଆସିଥିବା  ବାହାରର ନେତା ଭାବୁଛନ୍ତି, ଆମେ ଏତେ ବୁଲିଲୁ, ତଥାପି ଓଡ଼ିଶାବାସୀଙ୍କ ସହାନୁଭୂତି ନାହିଁ । ଓଡ଼ିଶାବାସୀ କେବେ ଅହଙ୍କାରକୁ ବରଦାସ୍ତ କରନ୍ତି ନାହିଁ। ତେଣୁ ସେମାନେ ନବୀନଙ୍କୁ ୫ ଥର ମୁଖ୍ଯମନ୍ତ୍ରୀ କରିଛନ୍ତି। ଷଷ୍ଠ ଥର ମଧ୍ଯ ନବୀନ ମୁଖ୍ଯମନ୍ତ୍ରୀ ହେବେ। ବିଜେପିର ନେତାମାନେ ଯେଉଁ କହୁଛନ୍ତି, ଆମ ପାଇଁ ଦୁଇ ଜଣ ଅଫିସରଙ୍କ ବିରୋଧରେ କାର୍ଯାନୁଷ୍ଠାନ ନିଆଗଲା, ତାହା ECI ର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି। କୌଣସି ପ୍ରମାଣ ନ ଥାଇ ଇସିଆଇ ଏକପାଖିଆ ନିଷ୍ପତ୍ତି ନେଇଛନ୍ତି । ଏହାକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଏକପାଖିଆ ନିଷ୍ପତ୍ତି କେବେ ବି ଠିକ୍ ନୁହେଁ । ତେଣୁ ECI ଉପରୁ ଭରସା ଉଠି ଯାଇଛି । ପବ୍ଲିକ ସବୁ ଜାଣୁଛନ୍ତି, ସବୁ ଦେଖୁଛନ୍ତି । ଠିକ୍ ସମୟରେ ମୋହର ମାରି ସେମାନେ ଜବାବ ଦେବେ । ମାନସ ମଙ୍ଗରାଜ ଏହା ବି କହିଛନ୍ତି, ବିଜେପି ବିରୋଧରେ ଆମେ ଶହ ଶହ ପିଟିସନ କରିଛି। କିନ୍ତୁ କୌଣସି କାର୍ଯ୍ଯାନୁଷ୍ଠାନ ନେଇ ନାହାନ୍ତି ECI । ଏକପାଖିଆ ନିଷ୍ପତ୍ତି କେବେ ବି ଠିକ୍ ନୁହେଁ। ଏହା ଦ୍ବାରା ECI ଙ୍କ ଉପରୁ ଆମର ଭରସା ଉଠିଛି।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

ECI କୁ ଲଗାଇ ବିଜେପି ଅଫିସରଙ୍କୁ ଟାର୍ଗେଟ କରୁଛି। ଏହାର କୌଣସି ପ୍ରଭାବ ପଡ଼ିବ। ଯଦି ଦମ୍ ଅଛି  ବିଜେପି ରାଜନୀତିରେ ବିଜେଡି ସହିତ ଲଢୁ ବୋଲି ଆହ୍ବାନ ଦେଇଛନ୍ତି ମାନସ ମଙ୍ଗରାଜ । ବିଜେପିର ନେତାମାନେ ଏଥର ନିର୍ବାଚନକୁ ନିମ୍ନସ୍ତରକୁ ନେଇ ଯାଇଛନ୍ତି । ମୁଖ୍ଯମନ୍ତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ଯ ଦେଇଛନ୍ତି  । ମୁଖ୍ଯମନ୍ତ୍ରୀ କି ବିଜେଡି କେବେ ବି କାହା ପ୍ରତି କଟୁ ଭାଷା ପ୍ରୟୋଗ କରେ ନାହିଁ । କାରଣ ଆମର ସଂସ୍କାର ସେମିତି ନୁହେଁ । ଏହାର ଜବାବ ଲୋକେ ଦେବେ ବୋଲି କହିଛନ୍ତି ମାନସ ମଙ୍ଗରାଜ । ଜୁନ ୪ ତାରିଖରେ ଲୋକଙ୍କ ଜବାବ ଜଣାପଡ଼ିବ ବୋଲି ମାନସ ମଙ୍ଗରାଜ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଦୁର୍ନୀତି ମାମଲାରେ ଭିଜିଲାନ୍ସର କଡା କାର୍ଯ୍ୟାନୁଷ୍ଠାନ: ବାରିପଦା ଜଳସେଚନ ଏସ୍‌ଇ ଅଫିସର ପୂର୍ବତନ କର୍ମଚାରୀଙ୍କୁ ୩ବର୍ଷ ଜେଲ

29 May 2024 By The Sakala

ବିଜେପିକୁ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଟାର୍ଗେଟ, କହିଲେ ଦମ୍ ଅଛି ତ ରାଜନୈତିକ ଭାବେ ବିଜେଡି ସହ ଲଢ

ଭୁବନେଶ୍ୱର : ବିଜେପିକୁ ନିଶାନା କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ। କହିଲେ, ଯଦି ଦମ୍ ଅଛି ତ ରାଜନୈତିକ ଭାବେ ବିଜେଡି ସହିତ ଲଢ। କିନ୍ତୁ ଅଯଥାରେ ଅଫିସରଙ୍କୁ ଟାର୍ଗେଟ କଲେ କିଛି ଲାଭ ପାଇବ ନାହିଁ । ତୃତୀୟ ପର୍ଯ୍ଯାୟ ସୁଦ୍ଧା ବିଜେଡି ସଂଖ୍ଯାଗରିଷ୍ଠତା ପାଇଛି । ଏଥିପାଇଁ ବିଜେପି ହତାଶ ହୋଇ ଯାଇଛି। ବିଶେଷ କରି ଓଡ଼ିଶାକୁ ପ୍ରଚାର କରିବାକୁ ଆସିଥିବା  ବାହାରର ନେତା ଭାବୁଛନ୍ତି, ଆମେ ଏତେ ବୁଲିଲୁ, ତଥାପି ଓଡ଼ିଶାବାସୀଙ୍କ ସହାନୁଭୂତି ନାହିଁ । ଓଡ଼ିଶାବାସୀ କେବେ ଅହଙ୍କାରକୁ ବରଦାସ୍ତ କରନ୍ତି ନାହିଁ। ତେଣୁ ସେମାନେ ନବୀନଙ୍କୁ ୫ ଥର ମୁଖ୍ଯମନ୍ତ୍ରୀ କରିଛନ୍ତି। ଷଷ୍ଠ ଥର ମଧ୍ଯ ନବୀନ ମୁଖ୍ଯମନ୍ତ୍ରୀ ହେବେ। ବିଜେପିର ନେତାମାନେ ଯେଉଁ କହୁଛନ୍ତି, ଆମ ପାଇଁ ଦୁଇ ଜଣ ଅଫିସରଙ୍କ ବିରୋଧରେ କାର୍ଯାନୁଷ୍ଠାନ ନିଆଗଲା, ତାହା ECI ର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି। କୌଣସି ପ୍ରମାଣ ନ ଥାଇ ଇସିଆଇ ଏକପାଖିଆ ନିଷ୍ପତ୍ତି ନେଇଛନ୍ତି । ଏହାକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଏକପାଖିଆ ନିଷ୍ପତ୍ତି କେବେ ବି ଠିକ୍ ନୁହେଁ । ତେଣୁ ECI ଉପରୁ ଭରସା ଉଠି ଯାଇଛି । ପବ୍ଲିକ ସବୁ ଜାଣୁଛନ୍ତି, ସବୁ ଦେଖୁଛନ୍ତି । ଠିକ୍ ସମୟରେ ମୋହର ମାରି ସେମାନେ ଜବାବ ଦେବେ । ମାନସ ମଙ୍ଗରାଜ ଏହା ବି କହିଛନ୍ତି, ବିଜେପି ବିରୋଧରେ ଆମେ ଶହ ଶହ ପିଟିସନ କରିଛି। କିନ୍ତୁ କୌଣସି କାର୍ଯ୍ଯାନୁଷ୍ଠାନ ନେଇ ନାହାନ୍ତି ECI । ଏକପାଖିଆ ନିଷ୍ପତ୍ତି କେବେ ବି ଠିକ୍ ନୁହେଁ। ଏହା ଦ୍ବାରା ECI ଙ୍କ ଉପରୁ ଆମର ଭରସା ଉଠିଛି।

ECI କୁ ଲଗାଇ ବିଜେପି ଅଫିସରଙ୍କୁ ଟାର୍ଗେଟ କରୁଛି। ଏହାର କୌଣସି ପ୍ରଭାବ ପଡ଼ିବ। ଯଦି ଦମ୍ ଅଛି  ବିଜେପି ରାଜନୀତିରେ ବିଜେଡି ସହିତ ଲଢୁ ବୋଲି ଆହ୍ବାନ ଦେଇଛନ୍ତି ମାନସ ମଙ୍ଗରାଜ । ବିଜେପିର ନେତାମାନେ ଏଥର ନିର୍ବାଚନକୁ ନିମ୍ନସ୍ତରକୁ ନେଇ ଯାଇଛନ୍ତି । ମୁଖ୍ଯମନ୍ତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ଯ ଦେଇଛନ୍ତି  । ମୁଖ୍ଯମନ୍ତ୍ରୀ କି ବିଜେଡି କେବେ ବି କାହା ପ୍ରତି କଟୁ ଭାଷା ପ୍ରୟୋଗ କରେ ନାହିଁ । କାରଣ ଆମର ସଂସ୍କାର ସେମିତି ନୁହେଁ । ଏହାର ଜବାବ ଲୋକେ ଦେବେ ବୋଲି କହିଛନ୍ତି ମାନସ ମଙ୍ଗରାଜ । ଜୁନ ୪ ତାରିଖରେ ଲୋକଙ୍କ ଜବାବ ଜଣାପଡ଼ିବ ବୋଲି ମାନସ ମଙ୍ଗରାଜ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର