ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ରୋଲ ନମ୍ବର ନେଇ ଦ୍ବନ୍ଦ୍ବ ଦୂରକଲେ ଗଣଶିକ୍ଷା ମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ । ଉଭୟ ରେଗୁଲାର, ଏକ୍ସ ରେଗୁଲାର ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ । କଟକ ସ୍ଥିତ ବୋର୍ଡ ଅଫିସରେ ୪ଟାରେ ପରୀକ୍ଷାଫଲ ପ୍ରକାଶ ପାଇବ । ସନ୍ଧ୍ୟା ୬ଟା ପରଠୁ ୱେବସାଇଟ୍‌ରେ ଏହା ଉପଲବ୍ଧ ହେବ । ରେଜଲ୍ଟ ଦେଖିବା ପାଇଁ ୱେବସାଇଟଟି ହେଲା- www.bseodisha.nic.in , www.bseodisha.ac.in ଯେଉଁମାନଙ୍କ ପାଖରେ ଇଣ୍ଟରନେଟର ସୁବିଧା ନାହିଁ ସେମାନେ ମୋବାଇଲ […]

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ । ଉଭୟ ରେଗୁଲାର, ଏକ୍ସ ରେଗୁଲାର ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ । କଟକ ସ୍ଥିତ ବୋର୍ଡ ଅଫିସରେ ୪ଟାରେ ପରୀକ୍ଷାଫଲ ପ୍ରକାଶ ପାଇବ । ସନ୍ଧ୍ୟା ୬ଟା ପରଠୁ ୱେବସାଇଟ୍‌ରେ ଏହା ଉପଲବ୍ଧ ହେବ ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ରେଜଲ୍ଟ ଦେଖିବା ପାଇଁ ୱେବସାଇଟଟି ହେଲା- www.bseodisha.nic.in , www.bseodisha.ac.in

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଯେଉଁମାନଙ୍କ ପାଖରେ ଇଣ୍ଟରନେଟର ସୁବିଧା ନାହିଁ ସେମାନେ ମୋବାଇଲ ମେସେଜ ମାଧ୍ୟମରେ ମଧ୍ୟ ଫଳ ଜାଣିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ସେପଟେ ଛାତ୍ରଛାତ୍ରୀ ବୋର୍ଡ ପକ୍ଷରୁ କୌଣସି ରୋଲ ନମ୍ବର ପାଇ ନ ଥିବାରୁ ରେଜଲ୍ଟ କେମିତି ଜାଣିବେ ସେ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଦ୍ୱନ୍ଦ୍ୱ ଉପୁଜିଥିଲା । ଏ ନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ଯେଉଁମାନେ ଫର୍ମ ପୂରଣ କରିଥିଲେ ସେମାନଙ୍କର ରୋଲ ନମ୍ବର ସ୍କୁଲକୁ ପଠାସରିଛି । ମାର୍କ ଜାଣିବା ପାଇଁ କୌଣସି ଅସୁବିଧା ହେବ ନାହିଁ ସବୁ ଛାତ୍ରଛାତ୍ରୀଙ୍କୁ ଆଜି ଅପରାହ୍ନ ସୁଦ୍ଧା ସେମାନଙ୍କ ରୋଲ ନମ୍ବର ମିଳିଯିବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର