୪ ସାଙ୍ଗଙ୍କ ସଲିଳ ସମାଧି: ଚିତ୍ରୋତ୍ପଳାରେ ବୁଡ଼ି ୨, ଜଳପ୍ରପାତ ସୁଅରେ ଭାସିଗଲେ ୨

The Sakala Picture
Published On

ସାଲେପୁର/ପଟାଙ୍ଗି: ପାଣିରେ ବୁଡ଼ି ଗତକାଲି ରାଜ୍ୟରେ ୪ଜଣଙ୍କ ମୃତ୍ୟୁ ଘଟିଛି। କୋରାପୁଟ ଜିଲ୍ଲା ଗାଲିଗାବଟର ଜଳପ୍ରପାତରେ ବୁଡ଼ି ୨ସାଙ୍ଗ ଏବଂ ସାଲେପୁର ଦେଇ ଯାଇଥିବା ଚିତ୍ରୋତ୍ପଳ ନଦୀରେ ୨ ସାଙ୍ଗ ପ୍ରାଣ ହରାଇଛନ୍ତି।ଗାଲିଗାବଟର ଜଳପ୍ରପାତ ନିକଟ‌ରେ ପ୍ରାଣ ହରାଇଥିବା ଦୁଇ ସାଙ୍ଗ ହେଲେ, ଆଶିଷ କୁମାର ପଣ୍ଡା (୨୫) ଏବଂ ରିତେଶ ଦାସ (୨୫)। ସୂଚନା ଅନୁଯାୟୀ, ଏହି ଦୁଇଜଣଙ୍କ ସହ ମୋଟ ୩ ଜଣ ସୋମବାର ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଗାଲିଗାବଟର ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ। […]

ସାଲେପୁର/ପଟାଙ୍ଗି: ପାଣିରେ ବୁଡ଼ି ଗତକାଲି ରାଜ୍ୟରେ ୪ଜଣଙ୍କ ମୃତ୍ୟୁ ଘଟିଛି। କୋରାପୁଟ ଜିଲ୍ଲା ଗାଲିଗାବଟର ଜଳପ୍ରପାତରେ ବୁଡ଼ି ୨ସାଙ୍ଗ ଏବଂ ସାଲେପୁର ଦେଇ ଯାଇଥିବା ଚିତ୍ରୋତ୍ପଳ ନଦୀରେ ୨ ସାଙ୍ଗ ପ୍ରାଣ ହରାଇଛନ୍ତି।ଗାଲିଗାବଟର ଜଳପ୍ରପାତ ନିକଟ‌ରେ ପ୍ରାଣ ହରାଇଥିବା ଦୁଇ ସାଙ୍ଗ ହେଲେ, ଆଶିଷ କୁମାର ପଣ୍ଡା (୨୫) ଏବଂ ରିତେଶ ଦାସ (୨୫)।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ସୂଚନା ଅନୁଯାୟୀ, ଏହି ଦୁଇଜଣଙ୍କ ସହ ମୋଟ ୩ ଜଣ ସୋମବାର ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଗାଲିଗାବଟର ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ। ତିନିଜଣଯାକ ଜଳପ୍ରପାତ ନିକଟରେ ଗାଧୋଇବା ବେଳେ ଗଭୀର ଜଳରାଶିରେ ବୁଡ଼ି ଯାଇଥିଲେ। ତୃତୀୟ ସାଙ୍ଗଜଣକ ସେମାନଙ୍କୁ ବାହାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ। ଉଭୟ ପାଣିରେ ବୁଡ଼ି ଯାଇଥିଲେ। ବ୍ଲକ୍ ଅଧ୍ୟକ୍ଷା କଳ୍ପନା ପାଙ୍ଗିଙ୍କଠାରୁ ସୂଚନା ପାଇ ପୁଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉଭୟଙ୍କୁ ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। କୋଟିଆ ଥାନା ପୁଲିସ୍‌ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

‌ସେହିପରି ସାଲେପୁର ଅଞ୍ଚଳରେ ଚିତ୍ରୋତ୍ପଳା ନଦୀକୁ ଗାଧୋଇବାକୁ ଆସିଥିବା ୪ଜଣ ସାଙ୍ଗ ନଦୀଗଣ୍ଡରେ ପଡ଼ି ଯାଇଥିଲେ। ସେଥିମଧ୍ୟରୁ ୨ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୨ ଜଣ ନିଖୋଜ ହୋଇଯାଇଥିଲେ। ସାଲେପୁର ଦମକଳ ବାହିନୀ ଓ ଓଡ୍ରାଫ୍‌‌ ଟିମ୍‌‌ ଖବର ପାଇଁ ପହଞ୍ଚି ନଦୀ ପାଣିରେ ଖୋଜାଖୋଜି କରିଥିଲେ। ପରେ ନିଖୋଜ ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ଗତକାଲି ଅପରାହ୍ଣରେ ମିର୍ଜାପୁର ପଞ୍ଚାୟତ କାନପୁର ଗ୍ରାମର ସେକ୍‌‌ ରିହାନ୍‌‌, ସେକ୍‌‌ ଜିସାନ୍‌‌ ଓ ଅନ୍ୟ ଦୁଇଜଣ ସାଙ୍ଗଙ୍କ ସହ ଚିତ୍ରୋତ୍ପଳା ନଦୀର ଜଳହରି ନିକଟ ନଦୀ ତୁଠରେ ଗାଧୋଉଥିବାବେଳେ ହଠାତ୍‌‌ ୪ଜଣ ଯାକ ଗଣ୍ଡରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକ ୨ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଅନ୍ୟ ୨ଜଣ ନଦୀ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ଏ ସମ୍ପର୍କରେ ଖବର ପାଇ ସାଲେପୁର ଦମକଳ ବାହିନୀ ଓ ଓଡ୍ରାଫ୍‌‌ ଟିମ୍‌‌ ନଦୀରେ ଖୋଜାଖୋଜି କରି ସେକ୍‌‌ ରିହାନ୍‌‌ ଓ ସେକ୍‌‌ ଜିସାନ୍‌‌ଙ୍କ ମୃତଦେହ ଜବତ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର