ଭୋଟ ଦେଲା ଓଡ଼ିଶା: ପ୍ରଥମ ପର୍ଯ୍ୟାୟରେ ୭୩.୯୭% ମତଦାନ

The Sakala Picture
Published On

ଭୁବନେଶ୍ୱର: ଗଣତନ୍ତ୍ର ମହାନ ପର୍ବ ନିର୍ବାଚନର ଆଦ୍ୟଚରଣ ଗତକାଲି ଦେଶରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦେଶରେ ଚତୁର୍ଥ ତଥା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହୋଇଛି। ଏହାସହ ଉପରୋକ୍ତ ଲୋକସଭା ଏବଂ ବିଧାନସଭା ଆସନରେ ଲଢ଼ୁଥିବା ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌‌ରେ ସିଲ୍‌‌ ହୋଇଛି। କାଁଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ, ମତଦାନ ପ୍ରକ୍ରିୟା ମୋଟାମୋଟି […]

ଭୁବନେଶ୍ୱର: ଗଣତନ୍ତ୍ର ମହାନ ପର୍ବ ନିର୍ବାଚନର ଆଦ୍ୟଚରଣ ଗତକାଲି ଦେଶରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦେଶରେ ଚତୁର୍ଥ ତଥା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହୋଇଛି। ଏହାସହ ଉପରୋକ୍ତ ଲୋକସଭା ଏବଂ ବିଧାନସଭା ଆସନରେ ଲଢ଼ୁଥିବା ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌‌ରେ ସିଲ୍‌‌ ହୋଇଛି। କାଁଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ, ମତଦାନ ପ୍ରକ୍ରିୟା ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଭାବେ ଶେଷ‌ ହୋଇଛି। ମିଳିଥିବା ପ୍ରାଥମିକ ତଥ୍ୟ ଅନୁସାରେ, ରାଜ୍ୟରେ ମତଦାନ ହାର ୭୩.୯୭ % ରହିଛି।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନିର୍ଯାତନା: ବୋହୂ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଶ୍ୱଶୁର

ଭାରତୀୟ ନିର୍ବାଚନ ଆୟୋଗଙ୍କ ଭୋଟର୍‌ ଟର୍ଣ୍ଣଆଉଟ୍‌ ଆପ୍ଲିକେସନ୍‌ରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ନବରଙ୍ଗପୁର ଲୋକସଭା କ୍ଷେତ୍ରରେ ସର୍ବାଧିକ ୮୦.୨୨ ପ୍ରତିଶତ ମତଦାନ ହୋଇଛି। ଏହା ପଛକୁ କୋରାପୁଟରେ ୭୬.୯୮ ପ୍ରତିଶତ ମତଦାନ ହୋଇଥିବା ବେଳେ କଳାହାଣ୍ଡିରେ ୭୫.୭୧ ପ୍ରତିଶତ ମତଦାନ ହୋଇଛି। ବ୍ରହ୍ମପୁର ଲୋକସଭା ଆସନରେ ସର୍ବନିମ୍ନ ୬୩.୩୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ସେହିପରି ବିଧାନସଭା ଆସନ କ୍ଷେତ୍ରରେ ବ୍ରହ୍ମପୁର ବିଧାନସଭା ଆସନରେ ସର୍ବନିମ୍ନ ୪୭.୯୦ ପ୍ରତିଶତ ମତଦାନ ହୋଇଥିବା ବେଳେ ନବରଙ୍ଗପୁରରେ ସର୍ବାଧିକ ୭୩.୪୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଡ୍ରାଇଭରର ଆତଙ୍କ: ୫-୬ଟି ବାଇକକୁ ଧକ୍କା ଦେଲା କାର, ଦୁର୍ଘଟଣା ନା ହତ୍ୟା ଉଦ୍ୟମ ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର