ଚଳଚଞ୍ଚଳ ପୁରୀ ରଥ ଖଳା; ଗଢ଼ାଚାଲିଛି ତିନିରଥ, ଆରମ୍ଭ ହୋଇଛି ତୁମ୍ବ କାମ

The Sakala Picture
Published On

ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ବୈଦିକ ଦେବତା। ତାଙ୍କର ସମସ୍ତ ରୀତିନୀତି ବୈଦିକ ବିଧିସମ୍ମତ। ଏହି ବିଧି ଅନୁଯାୟୀ ପବିତ୍ର ଅକ୍ଷୟ ତୃତୀୟାରେ ରଥଖଳାରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବା ପରେ ରଥ ନିର୍ମାଣ ଅନୁକୂଳ କରାଯାଇଥିଲା। ଶନିବାରଠାରୁ ବିଧିବଦ୍ଧ ଭାବେ ନିର୍ମାଣ କାମ ଆରମ୍ଭ ହୋଇଛି। ପ୍ରଥମେ କରତି ସେବକ ତୁମ୍ବ ପାଇଁ କାଠ କାଟିଥିଲେ। ଏହାପରେ ମହାରଣା ସେବକମାନେ ତୁମ୍ବ ନିର୍ମାଣ କାମ ଆରମ୍ଭ କରିଛନ୍ତି। ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର, […]

ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ବୈଦିକ ଦେବତା। ତାଙ୍କର ସମସ୍ତ ରୀତିନୀତି ବୈଦିକ ବିଧିସମ୍ମତ। ଏହି ବିଧି ଅନୁଯାୟୀ ପବିତ୍ର ଅକ୍ଷୟ ତୃତୀୟାରେ ରଥଖଳାରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବା ପରେ ରଥ ନିର୍ମାଣ ଅନୁକୂଳ କରାଯାଇଥିଲା। ଶନିବାରଠାରୁ ବିଧିବଦ୍ଧ ଭାବେ ନିର୍ମାଣ କାମ ଆରମ୍ଭ ହୋଇଛି। ପ୍ରଥମେ କରତି ସେବକ ତୁମ୍ବ ପାଇଁ କାଠ କାଟିଥିଲେ। ଏହାପରେ ମହାରଣା ସେବକମାନେ ତୁମ୍ବ ନିର୍ମାଣ କାମ ଆରମ୍ଭ କରିଛନ୍ତି। ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର, ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର ଓ ଦର୍ପଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ନେତୃତ୍ୱରେ କାମ ଚାଲିଛି। ସେମାନଙ୍କୁ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଭୋଇସେବକ ସହଯୋଗ କରୁଛନ୍ତି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ତିନିବାଡ଼ର ତିନୋଟି ତୁମ୍ବ ପାଇଁ ପରମ୍ପରା ଅନୁଯାୟୀ, ହାତ କରତରେ କାଠ ଚିରଟ କରାଯାଇଛି। ପ୍ରଥମେ ତାଳଧ୍ୱଜ ରଥର ତୁମ୍ବ କାଠ ଚିରଟ ହେଲା ପରେ ନନ୍ଦିଘୋଷ ଏବଂ ଶେଷରେ ଦର୍ପଦଳନ ରଥର ତୁମ୍ବ କାଠ ଚିରଟ କରାଯାଇଥିଲା। କୁଅଁର ଦ୍ୱାରା କାଠକୁ ଗୋଲେଇ କରି ବାରିସିରେ ତୁମ୍ବ କଟାଯାଇଥିଲା। ପ୍ରତି ଚକରେ ତୁମ୍ବ ରହିଥାଏ। ଚକର ମଝି ଅଂଶକୁ ତୁମ୍ବ କୁହାଯାଏ। ତୁମ୍ବ ନିର୍ମାଣ ସରିବା ପରେ ଅର ଲାଗିଥାଏ। ଅରରେ ପହି ଖଞ୍ଜା ହୋଇ ଚକ ନିର୍ମାଣ କରାଯାଏ। ତୁମ୍ବ ମଝିରେ ଅଖ ପଶିବା ଲାଗି କଣା ରହିଥାଏ। ତିନିରଥ ପାଇଁ ମୋଟ ୪୨ଟି ତୁମ୍ବ ନିର୍ମାଣ କରାଯିବ। ନନ୍ଦିଘୋଷ ରଥ ପାଇଁ ୧୬ଟି, ତାଳଧ୍ୱଜ ୧୪ ଓ ଦର୍ପଦଳନ ରଥ ପାଇଁ ୧୨ଟି ତୁମ୍ବ ତିଆରି ହେବ। ତାଳଧ୍ୱଜ ରଥରେ ନାହାକା ତୁମ୍ବ ୨ଟି, ପଡ଼ି ନାହାକା ତୁମ୍ବ ୪ଟି, ବଡ଼ ଉଛୁଳା ତୁମ୍ବ ୪ ଏବଂ ସାନ ଉଛୁଳା ତୁମ୍ବ ୪ଟି ରହିବ। ଦର୍ପଦଳନ ରଥରେ ନାହାକା ତୁମ୍ବ ୪ଟି, ପଡ଼ି ନାହାକା ତୁମ୍ବ ୪ ଏବଂ ଉଛୁଳା ତୁମ୍ବ ୪ଟି ରହିଥାଏ। ସେହିପରି ନନ୍ଦିଘୋଷ ରଥରେ ନାହାକା ତୁମ୍ବ ୪ଟି, ପଡ଼ି ନାହାକା ତୁମ୍ବ ୪, ବଡ଼ ଉଛୁଳା ତୁମ୍ବ ୪ ଏବଂ ସାନ ଉଛୁଳା ତୁମ୍ବ ୪ଟି ରହିଥାଏ। ପ୍ରଥମ ପର୍ଯ୍ୟାୟରେ ରଥ ନିର୍ମାଣରେ ପ୍ରାୟ ୩୦ଜଣ ସେବକ ନିୟୋଜିତ ହୋଇଛନ୍ତି। ଆଗକୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

12 May 2024 By The Sakala

ଚଳଚଞ୍ଚଳ ପୁରୀ ରଥ ଖଳା; ଗଢ଼ାଚାଲିଛି ତିନିରଥ, ଆରମ୍ଭ ହୋଇଛି ତୁମ୍ବ କାମ

ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ବୈଦିକ ଦେବତା। ତାଙ୍କର ସମସ୍ତ ରୀତିନୀତି ବୈଦିକ ବିଧିସମ୍ମତ। ଏହି ବିଧି ଅନୁଯାୟୀ ପବିତ୍ର ଅକ୍ଷୟ ତୃତୀୟାରେ ରଥଖଳାରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବା ପରେ ରଥ ନିର୍ମାଣ ଅନୁକୂଳ କରାଯାଇଥିଲା। ଶନିବାରଠାରୁ ବିଧିବଦ୍ଧ ଭାବେ ନିର୍ମାଣ କାମ ଆରମ୍ଭ ହୋଇଛି। ପ୍ରଥମେ କରତି ସେବକ ତୁମ୍ବ ପାଇଁ କାଠ କାଟିଥିଲେ। ଏହାପରେ ମହାରଣା ସେବକମାନେ ତୁମ୍ବ ନିର୍ମାଣ କାମ ଆରମ୍ଭ କରିଛନ୍ତି। ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର, ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର ଓ ଦର୍ପଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ନେତୃତ୍ୱରେ କାମ ଚାଲିଛି। ସେମାନଙ୍କୁ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଭୋଇସେବକ ସହଯୋଗ କରୁଛନ୍ତି।

ତିନିବାଡ଼ର ତିନୋଟି ତୁମ୍ବ ପାଇଁ ପରମ୍ପରା ଅନୁଯାୟୀ, ହାତ କରତରେ କାଠ ଚିରଟ କରାଯାଇଛି। ପ୍ରଥମେ ତାଳଧ୍ୱଜ ରଥର ତୁମ୍ବ କାଠ ଚିରଟ ହେଲା ପରେ ନନ୍ଦିଘୋଷ ଏବଂ ଶେଷରେ ଦର୍ପଦଳନ ରଥର ତୁମ୍ବ କାଠ ଚିରଟ କରାଯାଇଥିଲା। କୁଅଁର ଦ୍ୱାରା କାଠକୁ ଗୋଲେଇ କରି ବାରିସିରେ ତୁମ୍ବ କଟାଯାଇଥିଲା। ପ୍ରତି ଚକରେ ତୁମ୍ବ ରହିଥାଏ। ଚକର ମଝି ଅଂଶକୁ ତୁମ୍ବ କୁହାଯାଏ। ତୁମ୍ବ ନିର୍ମାଣ ସରିବା ପରେ ଅର ଲାଗିଥାଏ। ଅରରେ ପହି ଖଞ୍ଜା ହୋଇ ଚକ ନିର୍ମାଣ କରାଯାଏ। ତୁମ୍ବ ମଝିରେ ଅଖ ପଶିବା ଲାଗି କଣା ରହିଥାଏ। ତିନିରଥ ପାଇଁ ମୋଟ ୪୨ଟି ତୁମ୍ବ ନିର୍ମାଣ କରାଯିବ। ନନ୍ଦିଘୋଷ ରଥ ପାଇଁ ୧୬ଟି, ତାଳଧ୍ୱଜ ୧୪ ଓ ଦର୍ପଦଳନ ରଥ ପାଇଁ ୧୨ଟି ତୁମ୍ବ ତିଆରି ହେବ। ତାଳଧ୍ୱଜ ରଥରେ ନାହାକା ତୁମ୍ବ ୨ଟି, ପଡ଼ି ନାହାକା ତୁମ୍ବ ୪ଟି, ବଡ଼ ଉଛୁଳା ତୁମ୍ବ ୪ ଏବଂ ସାନ ଉଛୁଳା ତୁମ୍ବ ୪ଟି ରହିବ। ଦର୍ପଦଳନ ରଥରେ ନାହାକା ତୁମ୍ବ ୪ଟି, ପଡ଼ି ନାହାକା ତୁମ୍ବ ୪ ଏବଂ ଉଛୁଳା ତୁମ୍ବ ୪ଟି ରହିଥାଏ। ସେହିପରି ନନ୍ଦିଘୋଷ ରଥରେ ନାହାକା ତୁମ୍ବ ୪ଟି, ପଡ଼ି ନାହାକା ତୁମ୍ବ ୪, ବଡ଼ ଉଛୁଳା ତୁମ୍ବ ୪ ଏବଂ ସାନ ଉଛୁଳା ତୁମ୍ବ ୪ଟି ରହିଥାଏ। ପ୍ରଥମ ପର୍ଯ୍ୟାୟରେ ରଥ ନିର୍ମାଣରେ ପ୍ରାୟ ୩୦ଜଣ ସେବକ ନିୟୋଜିତ ହୋଇଛନ୍ତି। ଆଗକୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ।

https://www.thesakala.in/latest-odisha-news/work-of-making-chariot-of-lord-jagannath-is-going-on/article-32077
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର