ବନ୍ଧୁକ ମୁନରେ ଫାଇନାନ୍ସ କର୍ମଚାରୀଙ୍କଠାରୁ ୨୨ ହଜାର ଟଙ୍କା ଲୁଟ

The Sakala Picture
Published On

ବାଲିପାଟଣା : ପୁଣି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନ ରେ ଲୁଟ୍ ହୋଇଛି । ଫାଇନାନ୍ସ କର୍ମଚାରୀ ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨୨ ହଜାର ଟଙ୍କା ଲୁଟି ନେଲେ ତିନି ଲୁଟେରା । ଘଟଣା ଘଟିଛି ବାଲିପାଟଣା ଥାନା ଭାକରସାହି ରାସ୍ତାରେ । ସୂର୍ଯୋଦୟ ଫାଇନାନ୍ସ କର୍ମଚାରୀ ପ୍ରକାଶ ଚନ୍ଦ୍ର ଚମ୍ପତି ଋଣ ଟଙ୍କା ଆଦାୟ କରି ବନମାଳିପୁର ଅଭିମୁଖେ ଫେରୁଥିଲା ବେଳେ ୩ ଜଣ ଯୁବକ ବାଇକରେ ଆସି ତାଙ୍କୁ ଭାକରସାହି କେନାଲ […]

ବାଲିପାଟଣା : ପୁଣି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନ ରେ ଲୁଟ୍ ହୋଇଛି । ଫାଇନାନ୍ସ କର୍ମଚାରୀ ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨୨ ହଜାର ଟଙ୍କା ଲୁଟି ନେଲେ ତିନି ଲୁଟେରା । ଘଟଣା ଘଟିଛି ବାଲିପାଟଣା ଥାନା ଭାକରସାହି ରାସ୍ତାରେ ।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ସୂର୍ଯୋଦୟ ଫାଇନାନ୍ସ କର୍ମଚାରୀ ପ୍ରକାଶ ଚନ୍ଦ୍ର ଚମ୍ପତି ଋଣ ଟଙ୍କା ଆଦାୟ କରି ବନମାଳିପୁର ଅଭିମୁଖେ ଫେରୁଥିଲା ବେଳେ ୩ ଜଣ ଯୁବକ ବାଇକରେ ଆସି ତାଙ୍କୁ ଭାକରସାହି କେନାଲ ବନ୍ଧ ରାସ୍ତାରେ ଅଟକାଇ ଥିଲେ । କିଛି ବୁଝିବା ପୂର୍ବରୁ ମୁଣ୍ଡରେ ବନ୍ଧୁକ ଲଗାଇ ଧମକାଇବା ସହ ପାଖରେ ଯାହା ଅଛି ଦେଇଦେବାକୁ କହିଥିଲେ। ସେହି ସମୟରେ ଅନ୍ୟ ଜଣେ ତାଙ୍କ ଠାରୁ ୨୨ ହଜାର ଟଙ୍କା ଏବଂ ଦାମୀ ମୋବାଇଲ ଫୋନ ଛଡାଇ ଆଖି ପିଛୁଳାକେ ଘଟଣାସ୍ଥଳରୁ ଚମ୍ପଟ ମାରି ଥିଲା। ଖବର ପାଇ ବାଲିପାଟଣା ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି। ଦିନ କୁ ଦିନ ଚୋରୀ ଡକାୟତି ବଢିବାରେ ଲାଗିଛି ବାଲି ପାଟଣା ଅଞ୍ଚଳରେ । ସାଧାରଣ ଜନତା, ଫାଇନାନ୍ସ କର୍ମଚାରୀ, ବ୍ୟାଙ୍କ ସବୁ ଅସୁରକ୍ଷିତ ହୋଇ ପଡିଛି ।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

21 Jun 2021 By The Sakala

ବନ୍ଧୁକ ମୁନରେ ଫାଇନାନ୍ସ କର୍ମଚାରୀଙ୍କଠାରୁ ୨୨ ହଜାର ଟଙ୍କା ଲୁଟ

ବାଲିପାଟଣା : ପୁଣି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନ ରେ ଲୁଟ୍ ହୋଇଛି । ଫାଇନାନ୍ସ କର୍ମଚାରୀ ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨୨ ହଜାର ଟଙ୍କା ଲୁଟି ନେଲେ ତିନି ଲୁଟେରା । ଘଟଣା ଘଟିଛି ବାଲିପାଟଣା ଥାନା ଭାକରସାହି ରାସ୍ତାରେ ।

ସୂର୍ଯୋଦୟ ଫାଇନାନ୍ସ କର୍ମଚାରୀ ପ୍ରକାଶ ଚନ୍ଦ୍ର ଚମ୍ପତି ଋଣ ଟଙ୍କା ଆଦାୟ କରି ବନମାଳିପୁର ଅଭିମୁଖେ ଫେରୁଥିଲା ବେଳେ ୩ ଜଣ ଯୁବକ ବାଇକରେ ଆସି ତାଙ୍କୁ ଭାକରସାହି କେନାଲ ବନ୍ଧ ରାସ୍ତାରେ ଅଟକାଇ ଥିଲେ । କିଛି ବୁଝିବା ପୂର୍ବରୁ ମୁଣ୍ଡରେ ବନ୍ଧୁକ ଲଗାଇ ଧମକାଇବା ସହ ପାଖରେ ଯାହା ଅଛି ଦେଇଦେବାକୁ କହିଥିଲେ। ସେହି ସମୟରେ ଅନ୍ୟ ଜଣେ ତାଙ୍କ ଠାରୁ ୨୨ ହଜାର ଟଙ୍କା ଏବଂ ଦାମୀ ମୋବାଇଲ ଫୋନ ଛଡାଇ ଆଖି ପିଛୁଳାକେ ଘଟଣାସ୍ଥଳରୁ ଚମ୍ପଟ ମାରି ଥିଲା। ଖବର ପାଇ ବାଲିପାଟଣା ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି। ଦିନ କୁ ଦିନ ଚୋରୀ ଡକାୟତି ବଢିବାରେ ଲାଗିଛି ବାଲି ପାଟଣା ଅଞ୍ଚଳରେ । ସାଧାରଣ ଜନତା, ଫାଇନାନ୍ସ କର୍ମଚାରୀ, ବ୍ୟାଙ୍କ ସବୁ ଅସୁରକ୍ଷିତ ହୋଇ ପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର