ଟ୍ରାଫିକ୍‌‌ ଛକରେ ମୋବାଇଲ୍‌‌ ଫୋନ୍‌‌ ବ୍ୟବହାରକୁ ବାରଣ

The Sakala Picture
Published On

ଭୁବନେଶ୍ୱର: ଏଣିକି ଟ୍ରାଫିକ ଛକରେ ମୋବାଇଲ ଫୋନ୍‌‌ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ଟ୍ରାଫିକ୍‌‌ ଛକରେ ସିଗ୍‌‌ନାଲ ନାଲି ହେଲେ ଚାଳକ ଅଟକିଯାଆନ୍ତି। ପରେ ସମୟ କାଟିବା ପାଇଁ ମୋବାଇଲ୍‌‌ ଫୋନ୍‌‌କୁ ପକେଟ୍‌‌ରୁ କାଢ଼ି ବ୍ୟବହାର କରନ୍ତି। କିଏ ଫେସ୍‌‌ବୁକ୍‌‌ ଖୋଲେ, ପୁଣି କିଏ ୟୁ-ଟ୍ୟୁବ କିମ୍ବା ଇନ୍‌‌ଷ୍ଟାଗ୍ରାମ୍‌‌ରୁ ଭିଡିଓ ଖୋଜି ଦେବେ। ହେଲେ ଏଣିକି ଟ୍ରାଫିକ ଛକରେ ଛିଡ଼ା ହୋଇ ମୋବାଇଲ ଫୋନ୍‌‌ରେ ଟାଇମ୍‌‌ପାସ୍‌‌ କରିପାରିବ ନାହିଁ। ଟ୍ରାଫିକ ସିଗ୍‌‌ନାଲ ଡ୍ରାଇଭିଂର ଏକ ଅଂଶ […]

ଭୁବନେଶ୍ୱର: ଏଣିକି ଟ୍ରାଫିକ ଛକରେ ମୋବାଇଲ ଫୋନ୍‌‌ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ଟ୍ରାଫିକ୍‌‌ ଛକରେ ସିଗ୍‌‌ନାଲ ନାଲି ହେଲେ ଚାଳକ ଅଟକିଯାଆନ୍ତି। ପରେ ସମୟ କାଟିବା ପାଇଁ ମୋବାଇଲ୍‌‌ ଫୋନ୍‌‌କୁ ପକେଟ୍‌‌ରୁ କାଢ଼ି ବ୍ୟବହାର କରନ୍ତି। କିଏ ଫେସ୍‌‌ବୁକ୍‌‌ ଖୋଲେ, ପୁଣି କିଏ ୟୁ-ଟ୍ୟୁବ କିମ୍ବା ଇନ୍‌‌ଷ୍ଟାଗ୍ରାମ୍‌‌ରୁ ଭିଡିଓ ଖୋଜି ଦେବେ। ହେଲେ ଏଣିକି ଟ୍ରାଫିକ ଛକରେ ଛିଡ଼ା ହୋଇ ମୋବାଇଲ ଫୋନ୍‌‌ରେ ଟାଇମ୍‌‌ପାସ୍‌‌ କରିପାରିବ ନାହିଁ। ଟ୍ରାଫିକ ସିଗ୍‌‌ନାଲ ଡ୍ରାଇଭିଂର ଏକ ଅଂଶ ହୋଇଥିବା ଯୋଗୁଁ ଏହି ନିୟମ କରାଯାଇଛି। ରାଜଧାନୀରେ ମୋବାଇଲ୍‌‌ ଫୋନ୍‌‌ରେ କଥା ହେବା କ୍ଷେତ୍ରରେ ଧରପଗଡ଼କୁ ବ୍ୟାପକ କରାଯାଇଛି। ମୋବାଇଲ୍‌‌ ଫୋନ୍‌‌ରେ କଥା ହେବା ସମୟରେ ଧରାପଡ଼ିଲେ, ଗାଡି ଜବତ କରାଯାଉଛି। ଏହି ଉଲ୍ଳଂଘନ ଲାଗି ଚାଳକଙ୍କ ଠାରୁ ଜରିମାନା ଆଦାୟ କରା ନ ଯାଇ ଗାଡ଼ିଗୁଡ଼ିକୁ ଜବତ କରାଯାଉଛି। ପରେ କୋର୍ଟକୁ ପିଆର୍‌‌ ପଠାଇ ଦିଆଯାଉଛି। କୋର୍ଟରେ ଜରିମାନା ରାଶି ପଇଠ କରିବା ପରେ ଗାଡ଼ି ମୁକୁଳୁଛି। ତେବେ ଟ୍ରାଫିକ୍‌‌ ଛକଗୁଡ଼ିକରେ ଗାଡ଼ି ରଖି ମୋବାଇଲ୍‌‌ ଫୋନ୍‌‌ ଟିପୁଥିବା ଚାଳକଙ୍କ ପ୍ରତି କଠୋର ହୋଇଛି ପୁଲିସ। ଏହି ନିୟମ ଉଲ୍ଳଂଘନ କରୁଥିବା ୭୮୮ ଚାଳକଙ୍କ ଠାରୁ ଜରିମାନା ଆଦାୟ ହୋଇଛି।

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

ସୂଚନା ଅନୁଯାୟୀ, ଗାଡ଼ି ଚଳାଇବା ବେଳେ ମୋବାଇଲ୍‌‌ ଫୋନ୍‌‌ର ବ୍ୟବହାର, କାନରେ ଇଅର୍‌‌ଫୋନ୍‌‌ ଦେଇ ଗୀତ ଶୁଣିବା ବା କଥା ହେବା, ବ୍ଲୁ-ଟୁଥ୍‌‌ ଡିଭାଇସ୍‌‌ କାନରେ ଦେବା, ଫଟୋ ଉଠାଇବା, ଭିଡିଓ ଶୁଟ୍‌‌ କରିବାକୁ ବାରଣ କରାଯାଇଛି। ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍‌‌ର ବ୍ୟବହାର ଯୋଗୁଁ ଦୁର୍ଘଟଣା ବଢ଼଼ିଯାଇଛି। ଏହାକୁ ରୋକିବାକୁ କମିସନରେଟ ପୁଲିସ ପକ୍ଷରୁ ବିବିଧ କାର୍ଯ୍ୟପନ୍ଥା ନିଆଯାଉଛି। ଏହି ନିୟମକୁ ଅବମାନନା କଲେ ଓଡ଼ିଶା ମୋଟରଯାନ ଆଇନ୍‌‌ ଅନୁଯାୟୀ ୫ହଜାର ଟଙ୍କା ଜରିମାନା ଏବଂ ସହରାଞ୍ଚଳ ପୁଲିସ ଆଇନ୍‌‌ ଅନୁସାରେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଶୃଙ୍ଖଳିତ ଗାଡି ଚାଳଚଳକୁ ଦିଆଯାଉଛି ଗୁରୁତ୍ୱ। ସମସ୍ତ ଆଇନ୍‌‌କାନୁନ ଅନୁପାଳନ କରି ଗାଡ଼ି ଚଳାଇବା ଲାଗି କୁହାଯାଉଛି। ନଚେତ୍‌‌ ଗାଡ଼ିଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏମିତିକି ମୋବାଇଲ ଫୋନ୍‌‌ ବ୍ୟବହାର କଲେ ଚାଳକଙ୍କ ଲାଇସେନ୍ସ ବାତିଲ୍‌‌ ହେବାର ନିୟମ ରହିଛି। ସେହିପରି ମୋବାଇଲ ଫୋନ୍‌‌ ବ୍ୟବହାର କରି ଗାଡ଼ି ଚାଳକଙ୍କ ଧରିବା ସହ ଧରପଗଡ଼କୁ ଜୋର୍‌‌ଦାର କରିବା ପରେ ଗଳାବାଟ ଖୋଜିଛନ୍ତି ଅମାନିଆ ଚାଳକ। ପୁଲିସ କବଳରୁ ବର୍ତ୍ତିବା ଲାଗି କାନରେ ଇୟରଫୋନ୍‌‌ ଲଗାଉଛନ୍ତି। ଏଣିକି ଇୟରଫୋନ୍‌‌ ଲଗାଇ ଗାଡ଼ି ଚଳାଉ ଧରାପଡ଼ିଲେ ଜରିମାନା ଗଣିବେ ଚାଳକ। ଏନେଇ ସହରର କିଛି ଛକରେ ସଚେତନତା ଲାଗି ଫଳକ ଲଗାଯାଇଛି। ଆହୁରି ୧୫ ଛକରେ ଲାଗିବ ବୋଲି ହୋର୍ଡିଂ ଆସିଛି। ଘରୋଇ ସଂସ୍ଥା ପକ୍ଷରୁ ଗାଡ଼ି ଚଳାଇବା ସମୟରେ ଇଅରଫୋନ୍‌‌ ବ୍ୟବହାର ନ କରିବା ଲାଗି ଏଥିରେ ଉଲ୍ଲେଖ ରହିଛି।

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

03 Apr 2024 By The Sakala

ଟ୍ରାଫିକ୍‌‌ ଛକରେ ମୋବାଇଲ୍‌‌ ଫୋନ୍‌‌ ବ୍ୟବହାରକୁ ବାରଣ

ଭୁବନେଶ୍ୱର: ଏଣିକି ଟ୍ରାଫିକ ଛକରେ ମୋବାଇଲ ଫୋନ୍‌‌ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ଟ୍ରାଫିକ୍‌‌ ଛକରେ ସିଗ୍‌‌ନାଲ ନାଲି ହେଲେ ଚାଳକ ଅଟକିଯାଆନ୍ତି। ପରେ ସମୟ କାଟିବା ପାଇଁ ମୋବାଇଲ୍‌‌ ଫୋନ୍‌‌କୁ ପକେଟ୍‌‌ରୁ କାଢ଼ି ବ୍ୟବହାର କରନ୍ତି। କିଏ ଫେସ୍‌‌ବୁକ୍‌‌ ଖୋଲେ, ପୁଣି କିଏ ୟୁ-ଟ୍ୟୁବ କିମ୍ବା ଇନ୍‌‌ଷ୍ଟାଗ୍ରାମ୍‌‌ରୁ ଭିଡିଓ ଖୋଜି ଦେବେ। ହେଲେ ଏଣିକି ଟ୍ରାଫିକ ଛକରେ ଛିଡ଼ା ହୋଇ ମୋବାଇଲ ଫୋନ୍‌‌ରେ ଟାଇମ୍‌‌ପାସ୍‌‌ କରିପାରିବ ନାହିଁ। ଟ୍ରାଫିକ ସିଗ୍‌‌ନାଲ ଡ୍ରାଇଭିଂର ଏକ ଅଂଶ ହୋଇଥିବା ଯୋଗୁଁ ଏହି ନିୟମ କରାଯାଇଛି। ରାଜଧାନୀରେ ମୋବାଇଲ୍‌‌ ଫୋନ୍‌‌ରେ କଥା ହେବା କ୍ଷେତ୍ରରେ ଧରପଗଡ଼କୁ ବ୍ୟାପକ କରାଯାଇଛି। ମୋବାଇଲ୍‌‌ ଫୋନ୍‌‌ରେ କଥା ହେବା ସମୟରେ ଧରାପଡ଼ିଲେ, ଗାଡି ଜବତ କରାଯାଉଛି। ଏହି ଉଲ୍ଳଂଘନ ଲାଗି ଚାଳକଙ୍କ ଠାରୁ ଜରିମାନା ଆଦାୟ କରା ନ ଯାଇ ଗାଡ଼ିଗୁଡ଼ିକୁ ଜବତ କରାଯାଉଛି। ପରେ କୋର୍ଟକୁ ପିଆର୍‌‌ ପଠାଇ ଦିଆଯାଉଛି। କୋର୍ଟରେ ଜରିମାନା ରାଶି ପଇଠ କରିବା ପରେ ଗାଡ଼ି ମୁକୁଳୁଛି। ତେବେ ଟ୍ରାଫିକ୍‌‌ ଛକଗୁଡ଼ିକରେ ଗାଡ଼ି ରଖି ମୋବାଇଲ୍‌‌ ଫୋନ୍‌‌ ଟିପୁଥିବା ଚାଳକଙ୍କ ପ୍ରତି କଠୋର ହୋଇଛି ପୁଲିସ। ଏହି ନିୟମ ଉଲ୍ଳଂଘନ କରୁଥିବା ୭୮୮ ଚାଳକଙ୍କ ଠାରୁ ଜରିମାନା ଆଦାୟ ହୋଇଛି।

ସୂଚନା ଅନୁଯାୟୀ, ଗାଡ଼ି ଚଳାଇବା ବେଳେ ମୋବାଇଲ୍‌‌ ଫୋନ୍‌‌ର ବ୍ୟବହାର, କାନରେ ଇଅର୍‌‌ଫୋନ୍‌‌ ଦେଇ ଗୀତ ଶୁଣିବା ବା କଥା ହେବା, ବ୍ଲୁ-ଟୁଥ୍‌‌ ଡିଭାଇସ୍‌‌ କାନରେ ଦେବା, ଫଟୋ ଉଠାଇବା, ଭିଡିଓ ଶୁଟ୍‌‌ କରିବାକୁ ବାରଣ କରାଯାଇଛି। ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍‌‌ର ବ୍ୟବହାର ଯୋଗୁଁ ଦୁର୍ଘଟଣା ବଢ଼଼ିଯାଇଛି। ଏହାକୁ ରୋକିବାକୁ କମିସନରେଟ ପୁଲିସ ପକ୍ଷରୁ ବିବିଧ କାର୍ଯ୍ୟପନ୍ଥା ନିଆଯାଉଛି। ଏହି ନିୟମକୁ ଅବମାନନା କଲେ ଓଡ଼ିଶା ମୋଟରଯାନ ଆଇନ୍‌‌ ଅନୁଯାୟୀ ୫ହଜାର ଟଙ୍କା ଜରିମାନା ଏବଂ ସହରାଞ୍ଚଳ ପୁଲିସ ଆଇନ୍‌‌ ଅନୁସାରେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଶୃଙ୍ଖଳିତ ଗାଡି ଚାଳଚଳକୁ ଦିଆଯାଉଛି ଗୁରୁତ୍ୱ। ସମସ୍ତ ଆଇନ୍‌‌କାନୁନ ଅନୁପାଳନ କରି ଗାଡ଼ି ଚଳାଇବା ଲାଗି କୁହାଯାଉଛି। ନଚେତ୍‌‌ ଗାଡ଼ିଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏମିତିକି ମୋବାଇଲ ଫୋନ୍‌‌ ବ୍ୟବହାର କଲେ ଚାଳକଙ୍କ ଲାଇସେନ୍ସ ବାତିଲ୍‌‌ ହେବାର ନିୟମ ରହିଛି। ସେହିପରି ମୋବାଇଲ ଫୋନ୍‌‌ ବ୍ୟବହାର କରି ଗାଡ଼ି ଚାଳକଙ୍କ ଧରିବା ସହ ଧରପଗଡ଼କୁ ଜୋର୍‌‌ଦାର କରିବା ପରେ ଗଳାବାଟ ଖୋଜିଛନ୍ତି ଅମାନିଆ ଚାଳକ। ପୁଲିସ କବଳରୁ ବର୍ତ୍ତିବା ଲାଗି କାନରେ ଇୟରଫୋନ୍‌‌ ଲଗାଉଛନ୍ତି। ଏଣିକି ଇୟରଫୋନ୍‌‌ ଲଗାଇ ଗାଡ଼ି ଚଳାଉ ଧରାପଡ଼ିଲେ ଜରିମାନା ଗଣିବେ ଚାଳକ। ଏନେଇ ସହରର କିଛି ଛକରେ ସଚେତନତା ଲାଗି ଫଳକ ଲଗାଯାଇଛି। ଆହୁରି ୧୫ ଛକରେ ଲାଗିବ ବୋଲି ହୋର୍ଡିଂ ଆସିଛି। ଘରୋଇ ସଂସ୍ଥା ପକ୍ଷରୁ ଗାଡ଼ି ଚଳାଇବା ସମୟରେ ଇଅରଫୋନ୍‌‌ ବ୍ୟବହାର ନ କରିବା ଲାଗି ଏଥିରେ ଉଲ୍ଲେଖ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର