ଦଳକୁ ଅଧିକ ସୁଦୃଢ଼ ପାଇଁ ପ୍ରଣବ ପ୍ରକାଶଙ୍କ ଆହ୍ବାନ

The Sakala Picture
Published On

କପ୍ତିପଦା : ତୃଣମୂଳସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଦଳକୁ ଆହୁରି ଅଧିକ ସୁଦୃଢ଼ କରିବାକୁ ହେଲେ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରହିବାକୁ ପଡ଼ିବ ବୋଲି ବିଜେଡିର ରାଜ୍ୟ ସଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କପ୍ତିପଦା ଗସ୍ତରେ ଆସି ଆୟୋଜିତ ସଭାରେ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି। କପ୍ତିପଦା ବ୍ଲକ୍ ବିଜେଡି ସଭାପତି ସୁବାସ ଚନ୍ଦ୍ର ସାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଭଦ୍ରକ ବିଧାୟକ ତଥା ସହସଂଯୋଜକ ସଞ୍ଜୀବ […]

କପ୍ତିପଦା : ତୃଣମୂଳସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଦଳକୁ ଆହୁରି ଅଧିକ ସୁଦୃଢ଼ କରିବାକୁ ହେଲେ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରହିବାକୁ ପଡ଼ିବ ବୋଲି ବିଜେଡିର ରାଜ୍ୟ ସଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କପ୍ତିପଦା ଗସ୍ତରେ ଆସି ଆୟୋଜିତ ସଭାରେ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି। କପ୍ତିପଦା ବ୍ଲକ୍ ବିଜେଡି ସଭାପତି ସୁବାସ ଚନ୍ଦ୍ର ସାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଭଦ୍ରକ ବିଧାୟକ ତଥା ସହସଂଯୋଜକ ସଞ୍ଜୀବ ମଲ୍ଲିକ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାଣ୍ଡି, ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରି, କୃଷି ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ରାଜ୍ୟ ସାଧାରଣ ସଂପାଦକ ଦେବାଶୀଷ ମାଣ୍ଡି ଜିଲ୍ଲା ସହପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ। ବାରିପଦାରେ ଅକ୍ସିଜେନ୍‌ ପ୍ଲାଣ୍ଟ ସ୍ଥାପନ ଜିଲ୍ଲାର ସ୍ଵାସ୍ଥ୍ୟସେବା ଭିତ୍ତିଭୂମିର ସୁଦୃଢ଼ ହେବା ନେଇ ପ୍ରଣବ ପ୍ରକାଶଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି କୁହାଯାଇଥିଲା । ପୂର୍ବତନ ଜିଲ୍ଲା ଉପସଭାପତି ପ୍ରବୀର ଚନ୍ଦ୍ର ସାଏ ବୈଠକରେ ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ ସହିତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର