ଗେମ୍‌ ଖେଳିବା ପାଇଁ ମୋବାଇଲ ନ ଦେବାରୁ ସ୍କୁଲ ଛାତ୍ରଙ୍କ ଆତ୍ମହତ୍ୟା

The Sakala Picture
Published On

ବାହାନଗା : ଛୋଟପିଲାମାନଙ୍କୁ ଏବେ ମୋବାଇଲ୍‌ ରେ ଥିବା ଗେମ ନିଶା ଘାରିଛି । ମାତ୍ର ଏହି ମୋବାଇଲ୍‌ ଗେମ ଯୋଗୁ ଯେ ଜଣେ ନାବାଳକ ନିଜ ଜୀବନ ହାରିଦେବ ଏହା ବିଶ୍ୱାସ କରିହେଉନି । ବାହାନଗା ବ୍ଲକ କୁରୁଡ଼ା ପଂଚାୟତ କୁରୁଡ଼ା ଶାସନରେ ଆଜି ପୂର୍ବାହ୍ନରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି। ଘରେ ମୋବାଇଲ ପାଇଁ ତାଗିଦ କରିବାରୁ ସ୍କୁଲ ଛାତ୍ର ରଶୀରେ ଝୁଲି ପଡି ଜୀବନ ହାରିଛନ୍ତି। ମୃତ ଛାତ୍ର ଜଣକ ହେଲେ […]

ବାହାନଗା : ଛୋଟପିଲାମାନଙ୍କୁ ଏବେ ମୋବାଇଲ୍‌ ରେ ଥିବା ଗେମ ନିଶା ଘାରିଛି । ମାତ୍ର ଏହି ମୋବାଇଲ୍‌ ଗେମ ଯୋଗୁ ଯେ ଜଣେ ନାବାଳକ ନିଜ ଜୀବନ ହାରିଦେବ ଏହା ବିଶ୍ୱାସ କରିହେଉନି । ବାହାନଗା ବ୍ଲକ କୁରୁଡ଼ା ପଂଚାୟତ କୁରୁଡ଼ା ଶାସନରେ ଆଜି ପୂର୍ବାହ୍ନରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି। ଘରେ ମୋବାଇଲ ପାଇଁ ତାଗିଦ କରିବାରୁ ସ୍କୁଲ ଛାତ୍ର ରଶୀରେ ଝୁଲି ପଡି ଜୀବନ ହାରିଛନ୍ତି। ମୃତ ଛାତ୍ର ଜଣକ ହେଲେ ଶୁଶାନ୍ତ କୁମାର ହୋତାଙ୍କ ବଡ଼ ପୁଅ ଦିବ୍ୟରଞ୍ଜନ(୧୫)। ସୂଚନା ମୁତାବକ ଦଶମ ଶ୍ରେଣୀରେ ପଢିଥିବା ଦିବ୍ୟ ପୂର୍ବାହ୍ନ ୯ଟା ସମୟରେ ମୋବାଇଲରେ ଗେମ ଖେଳୁଥିଲେ। ପାଠ ନପଡ଼ି ମୋବାଇଲରେ ଗେମ ଖେଳୁଥିବାରୁ ଘରଲୋକେ ପାଠ ପଢିବାକୁ ତାଗିଦ କରିଥିଲେ। ତେବେ ଘର ଲୋକଙ୍କ ତାଗିଦ ଶୁଣି ଦିବ୍ୟ ନିଜ ଭାରସାମ୍ୟ ହରେଇ ବସିଥିଲେ। ପରେ ଦିନ ୧୧ଟା ସମୟରେ ଘରଲୋକେ କୌଣସି କାରଣରୁ ଦିବ୍ୟଙ୍କୁ ଖୋଜିବାରୁ ସେ ଘରେ ଭିତରେ ଫ୍ୟାନରେ ରଶୀରେ ଝୁଲିଥିବାର ଦେଖିବାକୁ ପାଇଥିଲେ। ଘରଲୋକେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଅନନ୍ତପୁର ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନନ୍ତପୁର ଫାଣ୍ଡି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରି ଘର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

19 Jun 2021 By The Sakala

ଗେମ୍‌ ଖେଳିବା ପାଇଁ ମୋବାଇଲ ନ ଦେବାରୁ ସ୍କୁଲ ଛାତ୍ରଙ୍କ ଆତ୍ମହତ୍ୟା

ବାହାନଗା : ଛୋଟପିଲାମାନଙ୍କୁ ଏବେ ମୋବାଇଲ୍‌ ରେ ଥିବା ଗେମ ନିଶା ଘାରିଛି । ମାତ୍ର ଏହି ମୋବାଇଲ୍‌ ଗେମ ଯୋଗୁ ଯେ ଜଣେ ନାବାଳକ ନିଜ ଜୀବନ ହାରିଦେବ ଏହା ବିଶ୍ୱାସ କରିହେଉନି । ବାହାନଗା ବ୍ଲକ କୁରୁଡ଼ା ପଂଚାୟତ କୁରୁଡ଼ା ଶାସନରେ ଆଜି ପୂର୍ବାହ୍ନରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି। ଘରେ ମୋବାଇଲ ପାଇଁ ତାଗିଦ କରିବାରୁ ସ୍କୁଲ ଛାତ୍ର ରଶୀରେ ଝୁଲି ପଡି ଜୀବନ ହାରିଛନ୍ତି। ମୃତ ଛାତ୍ର ଜଣକ ହେଲେ ଶୁଶାନ୍ତ କୁମାର ହୋତାଙ୍କ ବଡ଼ ପୁଅ ଦିବ୍ୟରଞ୍ଜନ(୧୫)। ସୂଚନା ମୁତାବକ ଦଶମ ଶ୍ରେଣୀରେ ପଢିଥିବା ଦିବ୍ୟ ପୂର୍ବାହ୍ନ ୯ଟା ସମୟରେ ମୋବାଇଲରେ ଗେମ ଖେଳୁଥିଲେ। ପାଠ ନପଡ଼ି ମୋବାଇଲରେ ଗେମ ଖେଳୁଥିବାରୁ ଘରଲୋକେ ପାଠ ପଢିବାକୁ ତାଗିଦ କରିଥିଲେ। ତେବେ ଘର ଲୋକଙ୍କ ତାଗିଦ ଶୁଣି ଦିବ୍ୟ ନିଜ ଭାରସାମ୍ୟ ହରେଇ ବସିଥିଲେ। ପରେ ଦିନ ୧୧ଟା ସମୟରେ ଘରଲୋକେ କୌଣସି କାରଣରୁ ଦିବ୍ୟଙ୍କୁ ଖୋଜିବାରୁ ସେ ଘରେ ଭିତରେ ଫ୍ୟାନରେ ରଶୀରେ ଝୁଲିଥିବାର ଦେଖିବାକୁ ପାଇଥିଲେ। ଘରଲୋକେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଅନନ୍ତପୁର ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନନ୍ତପୁର ଫାଣ୍ଡି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରି ଘର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

https://www.thesakala.in/latest-odisha-news/student-commits-suicide-for-not-giving-mobile-phone-to-play-game/article-3077
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର