ମୁକେଶଙ୍କ ହାତରେ ୧୫ ହଜାର ଆଦିବାସୀଙ୍କ ଭାର

The Sakala Picture
Published On

ନିୟମଗିରି ପାହାଡ଼ ଉପରେ ନୀରିହ ଆଦିବାସୀଙ୍କୁ କରୋନା ପାଠ ପଢ଼ାଇବାରେ ମୁକେଶ ହେଉଛନ୍ତି ଏକମାତ୍ର ଠିକଣା। ଆଦିବାସୀଙ୍କୁ କରୋନା ଟିକା ପାଇଁ ବୁଝାଇବା କଥା ହେଉ କି ସ୍ଵାବ୍‌ ପରୀକ୍ଷା ପ୍ରସଙ୍ଗ; ତାଙ୍କ ବିନା ଏଠି କେହି କିଛି ଶୁଣନ୍ତିନି। ପ୍ରଶାସନ ବା ସରକାରୀ କଳ କହିଲେ ଗାଁ ଲୋକ ବୁଝନ୍ତି କେବଳ ଲ୍ୟାବ୍ ଟେକ୍ନିସିଆନ୍‌ ମୁକେଶଙ୍କୁ। ପୂରା ନାମ ମୁକେଶ ପାଣିଗ୍ରାହୀ। ମୁକେଶଙ୍କ ସହ ୩୦ ଖଣ୍ଡ ଆଦିବାସୀ ଗାଁର ଏ ସମ୍ପର୍କ କେଉଁ ଯୁଗ […]

ନିୟମଗିରି ପାହାଡ଼ ଉପରେ ନୀରିହ ଆଦିବାସୀଙ୍କୁ କରୋନା ପାଠ ପଢ଼ାଇବାରେ ମୁକେଶ ହେଉଛନ୍ତି ଏକମାତ୍ର ଠିକଣା। ଆଦିବାସୀଙ୍କୁ କରୋନା ଟିକା ପାଇଁ ବୁଝାଇବା କଥା ହେଉ କି ସ୍ଵାବ୍‌ ପରୀକ୍ଷା ପ୍ରସଙ୍ଗ; ତାଙ୍କ ବିନା ଏଠି କେହି କିଛି ଶୁଣନ୍ତିନି। ପ୍ରଶାସନ ବା ସରକାରୀ କଳ କହିଲେ ଗାଁ ଲୋକ ବୁଝନ୍ତି କେବଳ ଲ୍ୟାବ୍ ଟେକ୍ନିସିଆନ୍‌ ମୁକେଶଙ୍କୁ। ପୂରା ନାମ ମୁକେଶ ପାଣିଗ୍ରାହୀ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ମୁକେଶଙ୍କ ସହ ୩୦ ଖଣ୍ଡ ଆଦିବାସୀ ଗାଁର ଏ ସମ୍ପର୍କ କେଉଁ ଯୁଗ ଯୁଗରୁ ନୁହେଁ; ବରଂ କରୋନାର ପ୍ରଥମ ଲହର ସମୟରୁ। ନୂଆ କରି ମୁକେଶ ଲ୍ୟାବ୍ ଟେକ୍ନିସିଆନ୍ ଭାବେ ଲାଞ୍ଜିଗଡ଼ ବ୍ଲକ୍‌ର ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯୋଗଦେଇଥିଲେ। ସେବେଠାରୁଆଦିବାସୀଙ୍କୁ କରୋନା ସଚେତନତାର ପାଠ ପଢ଼ାଇବା ହେଉ କି ଲୋକଙ୍କୁ ସାମାଜିକ ଦୂରତା ଓ ସଙ୍ଗରୋଧ ରହିବା ବାବଦରେ ବୁଝାଇବା କଥା ହେଉ, ସବୁଥ୍‌ରେ ଖୋଜାପଡ଼ନ୍ତି ମୁକେଶ | କାରଣ ନୀରିହ ଗାଁ ଲୋକଙ୍କ ପାଇଁ ଯେଉଁ ଆନୁସଙ୍ଗିକ ସୁବିଧା ଦରକାର ପଡ଼େ ତାହା ମୁକେଶଙ୍କ ଦ୍ବାରା ହିଁ ସମାଧାନ ହୋଇଯାଏ | କରୋନା ମହାମାରୀରେ ଏବେ ସ୍ବାସ୍ଥ୍ୟ ସମସ୍ୟା ସବୁଠାରୁ ବଡ଼ ବିପର୍ଯ୍ୟୟ ଭାବେ ଉଭା ହୋଇଥିବା ବେଳେ ସାମାନ୍ୟ ସ୍ଵାସ୍ଥ୍ୟଗତ ସମସ୍ୟାର ସମାଧାନ ପାଇଁ ଖୋଜା ପଡ଼ନ୍ତି ମୁକେଶ। ଯାହାଙ୍କ ହାତର ପରଶରେ ଜୀବନ୍ୟାସ ପାଆନ୍ତି ମୁମୂର୍ଷୁ ରୋଗୀ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ପ୍ରତିଦିନ ନିୟମଗିରି ପାହାଡ଼ ଚଢ଼ି ମୁକେଶ ଯାଆନ୍ତି ଏ ଗାଁରୁ ସେ ଗାଁ । ପାହାଡ଼ିଆ ଅଞ୍ଚଳର ୧୫ ହଜାରରୁ ଅଧିକ ଲୋକଙ୍କ ଭାଗ୍ୟ ମୁକେଶଙ୍କ ହାତରେ ସପ୍ତାହର ତିନି ଦିନ ଗାଁ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଭଲ ମନ୍ଦ ବୁଝୁଥିବା ବେଳେ ବାକି ଦିନରେ ଅସ୍ଥାୟୀ ଶିବିର କରି ଲୋକଙ୍କ ସ୍ବାବ୍‌ ସଂଗ୍ରହ କରିଥା’ନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏସବୁ ପରୀକ୍ଷା କରାଗଲା ପରେ ଯାହାଙ୍କଠାରେ କରୋନା ପଜିଟିଭ୍ ଲକ୍ଷଣ ଦେଖାଯାଏ, ତାଙ୍କୁ ଯାଇ ପୁଣି ଔଷଧ ବି ଦିଅନ୍ତି ନିଜେ ମୁକେଶ। ଏଥୂପାଇଁ ପ୍ରତିଦିନ ଲମ୍ବା ରାସ୍ତା ଯାତ୍ରା କରିବାକୁ ପଡ଼େ ତାଙ୍କୁ। କେତେବେଳେ ପାହାଡ଼ିଆ ଘାଟି ଚଢ଼ିବାକୁ ହୁଏ ତ କେତେବେଳେ ନଦୀ ଓ ନାଳ ଦେଇ ଖସଡ଼ିଆ ରାସ୍ତାରେ ସେ ପହଞ୍ଚନ୍ତି ଗାଁ ଲୋକଙ୍କ ପାଖେ |

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ଗତବର୍ଷ କରୋନାର ପ୍ରଥମ ଲହର ବେଳେ ଲୋକଙ୍କୁ ସୁରକ୍ଷା ଦେବା ଓ ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ସରକାର କରୋନା ପରୀକ୍ଷା ଉପରେ ଗୁରୁତ୍ବ ଦେଇଥିଲେ। ସେହିପରି ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ସ୍ଥାପନ ଓ ପ୍ରବାସୀମାନଙ୍କୁ ରଖିବା ପାଇଁ ପ୍ରଶାସନ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିବା ବେଳେ ଏହାର ଭାର ମୁକେଶଙ୍କ କାନ୍ଧରେ ପଡ଼ିଥିଲା। ମାଇକ୍ରୋ ବାୟୋଲୋଜିଷ୍ଟ ମୁକେଶ ପାଣିଗ୍ରାହୀ ଗତବର୍ଷ ଫେବୃୟାରୀ ମାସର ଶେଷଆଡ଼କୁ ଲାଞ୍ଜିଗଡ଼ ବ୍ଳକରେ କୋଭିଡ୍ ପରୀକ୍ଷା ଆରମ୍ଭ କରିଥିଲେ। ଥରେ ଯେଉଁ ଗାଁରେ ଆକ୍ରାନ୍ତ ଚିହ୍ନଟ ହେଲେ ସେହି ଗାଁକୁ ଟ୍ରେସିଂ କରିବା ସହ ଲୋକଙ୍କୁ ଏ ବାବଦରେ ବୁଝାଇବା ଓ ସେମାନଙ୍କ ସ୍ବାବ୍‌ ପରୀକ୍ଷା କରିବା କାମ ମୁକେଶ କରିଥିଲେ। ଆଉ ଚଳିତବର୍ଷର ପ୍ରାରମ୍ଭରେ କରୋନାର ଦ୍ବିତୀୟ ଲହର ଆସିଥିବା ବେଳେ ଏହା ପ୍ରାଣଘାତକ ସାବ୍ୟସ୍ତ ହୋଇଥିଲା। ଏସବୁ ସତ୍ତ୍ୱେ କିନ୍ତୁ ମୁକେଶ ନିଜ ଦାୟିତ୍ବରୁ ଓହରି ନାହାଁନ୍ତି। ବିଶ୍ଵନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ବ୍ଲକର ଅନେକ ଗାଁରେ ଥିବା ଆକ୍ରାନ୍ତ ଓ ସେମାନଙ୍କ ପରିବାର ବର୍ଗଙ୍କୁ କୋଭିଡ୍-୧୯ ର ଆଣ୍ଟିଜେନ୍ ଓ ଆର୍‌ଟିପିସିଆର୍ ପରୀକ୍ଷା କରିବା ସହିତ ସେମାନଙ୍କୁ ଘରୋଇ ସଙ୍ଗରୋଧ ସମ୍ପର୍କରେ ପରାମର୍ଶ ଦେଉଛନ୍ତି। ଆଜି ପର୍ଯ୍ୟନ୍ତ ସେ ବ୍ଲକର ପ୍ରାୟ ୧୫ ହଜାର ଲୋକଙ୍କ କରୋନା ପରୀକ୍ଷା କରିସାରିଛନ୍ତି। କେବଳ ସେତିକି ନୁହେଁ; ଆଦିବାସୀବହୁଳ ଲାଞ୍ଜିଗଡ଼ ବ୍ଲକରେ ଯଦି କୌଣସି ଲୋକ କରୋନା ଆକ୍ରାନ୍ତ ଚିହ୍ନଟ ହୁଅନ୍ତି, ତେବେ ସେମାନଙ୍କୁ ମାନସିକ ଭାବେ ସକରାତ୍ମକ ରହିବାକୁ ବି ମୁକେଶ ପରାମର୍ଶ ଦେଉଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର