ରାଜ୍ୟରେ ବଦଳୁଛି ଶିକ୍ଷା ବ୍ୟବସ୍ଥା, ୫-ଟି ରୂପାନ୍ତରଣ ପରେ ବିଦ୍ୟାଳୟରେ ଉନ୍ନତ ହେଉଛି ଶୈକ୍ଷିକ ବାତାବରଣ
ଭୁବନେଶ୍ୱର(ବିଶ୍ୱଜିତ୍ ଗାଇଗରିଆ): ‘୫-ଟି’ ଉପକ୍ରମରେ ଚାଲିଥିବା ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ସରିଛି। ସବୁଠି ବିଦ୍ୟାଳୟ ପରିବେଶ ସବୁଜ ଓ ସୁନ୍ଦର ହୋଇଛି। ସବୁଆଡ଼େ ପରିବର୍ତ୍ତନର ରଙ୍ଗିନ୍ ସ୍ପର୍ଶ ପାଇଛି। ବିଦ୍ୟାଳୟ ହତା ପାର୍କ ବା ଘରୋଇ ବିଦ୍ୟାଳୟ ଭ୍ରମ ସୃଷ୍ଟି କରୁଛି। ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ସମସ୍ତଙ୍କୁ ଆକର୍ଷିତ କରୁଛି। ପାରମ୍ପରିକ ପଦ୍ଧତିରୁ ଆଧୁନିକ ପଦ୍ଧତିରେ ଶିକ୍ଷାଦାନ କରାଯାଉଛି। ଶିକ୍ଷା ସହ ଶାରୀରିକ ଅଭିବୃଦ୍ଧି ପାଇଁ ଆକାଂକ୍ଷୀ ପାଠ୍ୟକ୍ରମ ଆରମ୍ଭ ହୋଇଛି। ଏହି ସମସ୍ତ ରୂପାନ୍ତରଣ ପାଠ […]
ଭୁବନେଶ୍ୱର(ବିଶ୍ୱଜିତ୍ ଗାଇଗରିଆ): ‘୫-ଟି’ ଉପକ୍ରମରେ ଚାଲିଥିବା ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ସରିଛି। ସବୁଠି ବିଦ୍ୟାଳୟ ପରିବେଶ ସବୁଜ ଓ ସୁନ୍ଦର ହୋଇଛି। ସବୁଆଡ଼େ ପରିବର୍ତ୍ତନର ରଙ୍ଗିନ୍ ସ୍ପର୍ଶ ପାଇଛି। ବିଦ୍ୟାଳୟ ହତା ପାର୍କ ବା ଘରୋଇ ବିଦ୍ୟାଳୟ ଭ୍ରମ ସୃଷ୍ଟି କରୁଛି। ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ସମସ୍ତଙ୍କୁ ଆକର୍ଷିତ କରୁଛି। ପାରମ୍ପରିକ ପଦ୍ଧତିରୁ ଆଧୁନିକ ପଦ୍ଧତିରେ ଶିକ୍ଷାଦାନ କରାଯାଉଛି। ଶିକ୍ଷା ସହ ଶାରୀରିକ ଅଭିବୃଦ୍ଧି ପାଇଁ ଆକାଂକ୍ଷୀ ପାଠ୍ୟକ୍ରମ ଆରମ୍ଭ ହୋଇଛି। ଏହି ସମସ୍ତ ରୂପାନ୍ତରଣ ପାଠ ପ୍ରତି ଛାତ୍ରଛାତ୍ରୀଙ୍କ ରୁଚିକୁ ଅପ୍ରତ୍ୟାଶିତ ଭାବେ ବୃଦ୍ଧି କରିଛି। ଶୈକ୍ଷିକ ମାନବୃଦ୍ଧି ପାଇଁ ରୂପାନ୍ତରଣ ସହ ନିଯୁକ୍ତି ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଇଛି। ପୁରାତନ ଛାତ୍ରଛାତ୍ରୀଙ୍କୁ ନିଜ ବିଦ୍ୟାଳୟ ସହ ଯୋଡ଼ିଛି। ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଶିଖର ପହଞ୍ଚାଇବା ପାଇଁ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପରି ଶିକ୍ଷା ପ୍ରୋତ୍ସାହନ ଯୋଜନା ସାମିଲ କରାଯାଇଛି।
ଆକର୍ଷିତ କରୁଛି ଅତ୍ୟାଧୁନିକ ବ୍ୟବସ୍ଥା
୨୦୧୭ ମସିହା ଶିଶୁ ଦିବସରୁ ଉଦ୍ଘୋଷିତ ଏହି ରୂପାନ୍ତରଣ କାର୍ଯ୍ୟକ୍ରମ ସରିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତଥା ‘୫-ଟି’ ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାମ ଶେଷ ହୋଇଛି। ଫଳରେ ରାଜ୍ୟରେ ବଦଳୁଛି ଶିକ୍ଷା ବ୍ୟବସ୍ଥା। ବଦଳିଛି ବିଦ୍ୟାଳୟ କାୟାକଳ୍ପ। ଉନ୍ନତ ହେଉଛି ଶୈକ୍ଷିକ ବାତାବରଣ। ବହି ବଦଳରେ ଇ-କଣ୍ଟେଣ୍ଟ ଏବଂ କଳାପଟା ବଦଳରେ ପ୍ରୋଜେକ୍ଟର୍ ବ୍ୟବହାର କରୁଛନ୍ତି। ଉନ୍ନତ ଭିତ୍ତିଭୂମି ସାଙ୍ଗକୁ ଶୈକ୍ଷିକ ମାନ ବୃଦ୍ଧି କରିବାକୁ ସରକାର ମଧ୍ୟ ସଂକଳ୍ପବଦ୍ଧ। ଉନ୍ନତମାନର ସୂଚନା ଓ ପ୍ରଯୁକ୍ତିବିଦ୍ୟାରେ ଶିକ୍ଷା ପ୍ରଦାନ ପାଇଁ ସୁଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି। ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରେ ପଢ଼଼ିବା ସାଙ୍ଗକୁ ରୋବଟିକ୍ସ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ଅତ୍ୟାଧୁନିକ ବ୍ୟବସ୍ଥା କରିଛନ୍ତି। ‘୫-ଟି’ ଉପକ୍ରମରେ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଶେଷ ହୋଇଛି। ମୋଟ ଚାରୋଟି ପର୍ଯ୍ୟାୟରେ ସମସ୍ତ ୮୬୮୧ ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ ହୋଇଛି। ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ୍, ସାଇନ୍ସଲ୍ୟାବ୍ ଭଳି ଉନ୍ନତ ମାନର ଶିକ୍ଷଣୀୟ ବ୍ୟବସ୍ଥା ଉପଲବ୍ଧ କରାଯାଉଛି। ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ସମୁଦାୟ ୧୬,୯୨୦ ଟି ସ୍ମାର୍ଟ ଶ୍ରେଣୀଗୃହ କରାଯାଇଛି। ସେହିପରି ୭୯୨୦ଟି ଇ-ପାଠାଗାର, ୭୮୬୩ ଟି ବିଜ୍ଞାନ ପ୍ରୟୋଗଶାଳା ମଧ୍ୟ ପ୍ରସ୍ତୁତ ହୋଇଛି। ବିଭିନ୍ନ କର୍ପୋରେଟ ସଂସ୍ଥା, ଜିଲ୍ଲା ଖଣିଜ ପାଣ୍ଠି, ରାଜ୍ୟ ସରକାରଙ୍କ ସହାୟତା ରାଶି ଏବଂ ଓମ୍ବାଡ୍ସ ସହଯୋଗରେ ମୋଟ୍ ୪ଟି ପର୍ଯ୍ୟାୟରେ ୪,୩୫୨ କୋଟି ଟଙ୍କା ବ୍ୟୟରେ ୮,୬୮୧ଟି ବିଦ୍ୟାଳୟର ରୂପାନ୍ତରଣ କରାଯାଇଛି। ବିଦ୍ୟାଳୟର ବିକାଶ ପାଇଁ ‘ମୋ ସ୍କୁଲ ଯୋଜନା’ ରେ ଆସୁଥିବା ପାଣ୍ଠି ସହ ରାଜ୍ୟ ସରକାର ଦୁଇଗୁଣା ଅର୍ଥ ମିଶାଇ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି।
ମାଆ କରିବେ ରକ୍ଷଣାବେକ୍ଷଣ
ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିବା ‘୫-ଟି’ ବିଦ୍ୟାଳୟ ଲୋକାର୍ପଣ କାର୍ଯ୍ୟକ୍ରମ ଯାଜପୁରରେ ଶେଷ ହୋଇଛି। ବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ଦୀର୍ଘସ୍ଥାୟୀ କରିବା ପାଇଁ ସମସ୍ତ ରୂପାନ୍ତରିତ ବିଦ୍ୟାଳୟରେ ସୁରକ୍ଷା ଓ ରକ୍ଷଣାବେକ୍ଷଣକୁ ମଧ୍ୟ ଗୁରୁତ୍ଵ ଦିଆଯାଇଛି। ସ୍ଵୟଂ ସହାୟକ ଗୋଷ୍ଠୀର ମାଆମାନେ ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣ କରିବେ। ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟରୁ ୩ ଜଣଙ୍କୁ ଏଥିପାଇଁ ନିୟୋଜିତ କରାଯାଉଛି। ବିଦ୍ୟାଳୟର ପୁଷ୍ପ ଉଦ୍ୟାନ, ଫଳ ଉଦ୍ୟାନ ସମେତ ପରିଷ୍କାର ରଖିବା ଦାୟିତ୍ଵ ନିର୍ବାହ କରିବେ। ଏହାସହ ଆନୁସାଙ୍ଗିକ କାର୍ଯ୍ୟ କରି ବିଦ୍ୟାଳୟକୁ ଶ୍ରେଷ୍ଠ କରିବେ। ବର୍ତ୍ତମାନ ସୁଦ୍ଧା ୫,୫୮୯ଟି ଗୋଷ୍ଠୀ ବିଦ୍ୟାଳୟଗୁଡ଼ିକର ସୁପରିଚାଳନା ପାଇଁ କାର୍ଯ୍ୟ କରୁଛନ୍ତି।
ବିଦ୍ୟାଳୟ ଡାକୁଛି ଆ’
ଯେଉଁ ବିଦ୍ୟାଳୟ ଜୀବନର ମୂଳଦୂଆ ଗଢ଼ିଥିଲା, ଆଜି ସେହି ବିଦ୍ୟାଳୟ ହାତଠାରି ଡାକୁଛି ଆ’। ନିଜର ଅବଦାନ ଦେଇ ପରବର୍ତ୍ତୀ ପିଢ଼ିକୁ ଶିଖରରେ ପହଞ୍ଚାଇବାକୁ ଦେଉଛି ଆହ୍ଵାନ। ସରକାରଙ୍କ ‘ମୋ ସ୍କୁଲ୍’ ଯୋଜନା ଏହାକୁ ତ୍ୱରାନ୍ୱିତ କରୁଛି। ପୁରାତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୂତ୍ରଧର ସାଜିଛି ‘ମୋ ସ୍କୁଲ୍’। ଆର୍ଥିକ, ମାନସିକ ଓ ବୌଦ୍ଧିକ ସହାୟତା ଦେଇ ବିଦ୍ୟାଳୟ ବିକାଶର ବିନ୍ଧାଣି ସାଜୁଛନ୍ତି ପୁରାତନ ଛାତ୍ରଛାତ୍ରୀ। ଫଳରେ କେଉଁଠି ଶିକ୍ଷାନୁଷ୍ଠାନ ପରିସର ପାର୍କର ଭ୍ରମ ସୃଷ୍ଟି କରୁଛି ଆଉ କେଉଁଠି ଇ-ଲାଇବ୍ରେରୀ ଓ ଆଇସିଟି ଲ୍ୟାବ୍ ପିଲାଙ୍କ ପାଠପଢ଼଼ା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ୨୦୧୭ ନଭେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିବା ଏହି ଯୋଜନାରେ ଅଦ୍ୟାବଧି ୩୦ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ସମ୍ପର୍କ, ଅବଦାନ, ଉତ୍ସବ, ସୃଷ୍ଟି ଓ ସହଯୋଗ ପରି ପାଞ୍ଚଟି କ୍ଷେତ୍ରକୁ ଆଧାର କରି କାର୍ଯ୍ୟକ୍ରମ ଜାରି ରହିଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା, କଳା, ସଂସ୍କୃତି ସହିତ ବିଜ୍ଞାନ ପ୍ରତି ଆଗ୍ରହ ଜନ୍ମାଇବା ପାଇଁ ମଧ୍ୟ ପୁରାତନ ଛାତ୍ରଛାତ୍ରୀମାନେ ସାମିଲ ହୋଇଛନ୍ତି। ପିଲାଙ୍କୁ ପାଠ ପଢ଼ାଇବା, କ୍ରୀଡ଼ା, ନୃତ୍ୟ ସହ ବ୍ୟକ୍ତିତ୍ୱ ବିକାଶରେ ମଧ୍ୟ ସହାୟତା କରୁଛନ୍ତି । ସେହି ଅର୍ଥର ଦୁଇଗୁଣ ଅଧିକ ଅର୍ଥ ସରକାର ଦେଉଛନ୍ତି। ତହିଁରେ ଶ୍ରେଣୀ ଗୃହ ଉନ୍ନତି କରଣ, ପୃଥକ ଶୌଚାଳୟ, ଅଡିଟୋରିୟମ ଆଦିର ନିର୍ମାଣ କରାଯାଉଛି। ଏବେ ସୁଦ୍ଧା ୭ଲକ୍ଷ ୯୩ ହଜାର ୯୪୦ ଜଣ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ବିଭିନ୍ନ ଉପକରଣ ପ୍ରଦାନ କରିଥିବା ବେଳେ ୧୪ ଲକ୍ଷ ୩୦ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ସେବା ଯୋଗାଇଛନ୍ତି। ସେହିପରି ୮ ଲକ୍ଷ ୨୮ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
ବଢ଼ୁଛି ଅଭିଭାବକଙ୍କ ଆଗ୍ରହ
ରୂପାନ୍ତରଣ ପରେ ସରକାରୀ ବିଦ୍ୟାଳୟରେ ଉନ୍ନତମାନର ଶିକ୍ଷାଦାନ ସହ ଅଭିଜ୍ଞ ଶିକ୍ଷକ ନିଯୁକ୍ତି, ଅତ୍ୟାଧୁନିକ ଶୈକ୍ଷିକ ଉପକରଣ ଆଦି ଯୋଗାଇ ଦିଆଯାଉଛି। ବିଶେଷତଃ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ସମସ୍ତ ଆବଶ୍ୟକ ଉପକରଣ ସହିତ ଉତ୍ତମ ଶୈକ୍ଷିକ ବାତାବାରଣ ଉପରେ ଧ୍ୟାନ ଦିଆଯାଉଛି। ପିଲାମାନଙ୍କୁ ବହି ବଦଳରେ ଏଣିକି ଇ-କଣ୍ଟେଣ୍ଟ ଓ ସ୍ମାର୍ଟ କ୍ଲାସରୁମର ପ୍ରୋଜେକ୍ଟରରେ ପାଠ ପଢ଼଼ାଯାଉଛି। ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଦକ୍ଷ ମଧ୍ୟ କରାଯାଉଛି। ଅତ୍ୟାଧୁନିକ ଯନ୍ତ୍ରାଂଶ ସାହାଯ୍ୟରେ ସେମାନେ କିପରି ଶିକ୍ଷାଦାନ କରିବେ ସେନେଇ ପ୍ରଶିକ୍ଷଣ ନେଉଛନ୍ତି। ୨୦୨୨ରୁ ୨୦୨୪ ମସିହା ମଧ୍ୟରେ ପ୍ରାୟ ୩୬ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କ ଦକ୍ଷତା ବିକାଶ କରାଯାଇଛି। ସୁସଜ୍ଜିତ ଓ ଅତ୍ୟାଧୁନିକ ଶ୍ରେଣୀ ଗୃହ, ପାଠାଗାର ଆଦି ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରୁଛି। ଖାଲି ମାଧ୍ୟମିକ ବିଦ୍ୟାଳୟ ନୁହେଁ, ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ମଧ୍ୟ ନବକଳେବର କରାଯାଉଛି। ସୌନ୍ଦର୍ଯ୍ୟକରଣ ସହ ଶ୍ରେଣୀ ଗୃହରେ ଅତ୍ୟାଧୁନିକ ଶିକ୍ଷାଦାନ ବ୍ୟବସ୍ଥା ଅଭିଭାବକଙ୍କ ଆସ୍ଥା ଜିଣିଛି। ଏଣୁ ଘରୋଇ ବିଦ୍ୟାଳୟ ଠାରୁ ମୁହଁ ଫେରାଇ ଅଭିଭାବକମାନେ କ୍ରମାଗତ ଭାବେ ସରକାରୀ ବିଦ୍ୟାଳୟରେ ପିଲାଙ୍କ ନାମ ଲେଖାଉଛନ୍ତି। ୨୦୨୧-୨୨ ଓ ୨୦୨୨-୨୦୨୩ ଶିକ୍ଷାବର୍ଷରେ ସରକାରୀ ବିଦ୍ୟାଳୟରେ ନାମଲେଖା ବଢ଼ିଥିବା ବିଧାନସଭା ତଥ୍ୟରୁ ସ୍ପଷ୍ଟ ହୋଇଛି।
ବ୍ୟକ୍ତିତ୍ୱ ବିକାଶ ପାଇଁ ଆକାଂକ୍ଷୀ
ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀଙ୍କ ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶ ପାଇଁ ଆକାଂକ୍ଷୀ ପାଠ୍ୟକ୍ରମର ଆରମ୍ଭ କରାଯାଇଛି। ଶିକ୍ଷାର୍ଥୀଙ୍କ ସାମର୍ଥ୍ୟ ବିକାଶ ପାଇଁ ୪ ଟି ସ୍ୱତନ୍ତ୍ର କ୍ଲବ ଜିଜ୍ଞାସା, ସାହିତ୍ୟ ସୃଜନୀ, କୁଶଳୀ ଓ କ୍ରୀଡ଼ାଙ୍ଗନ ଗଠନ କରାଯାଇଛି। ଏହି କ୍ଲବ୍ ମାଧ୍ୟମରେ ସେମାନଙ୍କୁ କୋଡ଼ିଂ, ପୁସ୍ତକ ସମୀକ୍ଷା, କ୍ରୀଡ଼ା, କଳା, କୌଶଳ ବିକାଶ ନେତୃତ୍ୱ ନେବାର ଦକ୍ଷତା ଏବଂ ବିଜ୍ଞାନଭିତ୍ତିକ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଯାଇଛି।
ଶିକ୍ଷା ପାଇଁ ପ୍ରୋତ୍ସାହନ
ଶିକ୍ଷାକ୍ଷେତ୍ରରେ ଓଡ଼ିଶାକୁ ଶୀର୍ଷରେ ପହଞ୍ଚାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଉନ୍ନତ ଶିକ୍ଷା ଭିତ୍ତିଭୂମି ଗଢ଼ିବା ପାଇଁ ପ୍ରଥମଥର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ଶିକ୍ଷା କ୍ଷେତ୍ର ସହ ଜଡ଼ିତ ଥିବା ବିଭିନ୍ନ ବର୍ଗ ଓ ଗୋଷ୍ଠୀଙ୍କୁ ପୁରସ୍କୃତ କରାଯାଇଛି। ରାଜ୍ୟସ୍ତରରେ ୧୯ ହଜାର ୪୬୭ଟି ପୁରସ୍କାର ବାବଦରେ ୩୨ କୋଟି ୧୭ ଲକ୍ଷ ୨୯ ହଜାର ଟଙ୍କା, ଜିଲ୍ଲାସ୍ତରରେ ୪,୬୮୦ଟି ପୁରସ୍କାର ପାଇଁ ୨୪ କୋଟି ୫୮ ଲକ୍ଷ ୫୦ ହଜାର ଟଙ୍କା, ବ୍ଲକ୍ସ୍ତରରେ ୩୪, ୮୫୪ଟି ପୁରସ୍କାର ବାବଦକୁ ୫୯ କୋଟି ୯୭ ଲକ୍ଷ ୪୦ ହଜାର ଟଙ୍କା, ମହାନଗରନିଗମ ସ୍ତରରେ ୫୦ଟି ଓ ଉପଖଣ୍ଡ ସ୍ତରରେ ୫୮ଟି ପୁରସ୍କାର ପାଇଁ ୧୧ ଲକ୍ଷ ୬୦ ହଜାର ଟଙ୍କା ପୁରସ୍କାର ରାଶି ଦିଆଯାଇଛି।
ଏସ୍ସି-ଏସ୍ଟି ଆବାସିକ ବିଦ୍ୟାଳୟର ନୂଆରୂପ
ସବୁବର୍ଗର ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟର ଅନୁସୂଚିତ ଜନଜାତି(ଏସ୍ସି) ଏବଂ ଅନୁସୂଚିତ ଜାତି(ଏସ୍ଟି) ବହୁଳ ଅଞ୍ଚଳଗୁଡ଼ିକର ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଏହି କ୍ରମରେ ରାଜଧାନୀର ଆବାସିକ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କରାଯାଉଛି। ଏସ୍ଟି ଓ ଏସ୍ସି ବର୍ଗର ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ ସହ ସେମାନଙ୍କ ଶାରୀରିକ ବିକାଶ(ପୁଷ୍ଟିସାଧନ)କୁ ଗୁରୁତ୍ୱ ଦିଆଯିବା ଲାଗି ବ୍ୟବସ୍ଥା ହୋଇଥିବା ବେଳେ ଆବାସିକ ସ୍କୁଲଗୁଡ଼ିକର ୨୪ ଘଣ୍ଟିଆ ଆମୋଦପ୍ରମୋଦ ବ୍ୟବସ୍ଥା ପ୍ରଦାନ କରାଯାଉଛି। ଏସ୍ସି-ଏସ୍ଟି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ, ସ୍କୁଲ ଓ ଗଣଶିକ୍ଷା, ପଞ୍ଚାୟତିରାଜ ଓ ପାନୀୟ ଜଳ, ପୂର୍ତ୍ତ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ସହଯୋଗରେ କାର୍ଯ୍ୟ ତ୍ୱରାନ୍ୱିତ ହେଉଥିବାବେଳେ ସ୍କୁଲଗୁଡ଼ିକରେ ସାଂସ୍କୃତିକ ମଞ୍ଚ, ମୁକ୍ତାକାଶ ରଙ୍ଗମଞ୍ଚ, ସକାଳ ପ୍ରାର୍ଥନା ଓ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ବୈଠକ ହେବା ଭଳି ଭିତ୍ତିଭୂମି ନିର୍ମାଣକୁ ପ୍ରାଥମିକତା ଦିଆଯାଇଛି। ଆଦିବାସୀ ପିଲାଟିଏ ନିଜ ବାପାମାଆଙ୍କ ଠାରୁ ଦୂରରେ ରହି ଶିକ୍ଷା ଗ୍ରହଣ କରୁଥିବାରୁ ମାନସିକସ୍ତରରେ ଯେପରି ପିଲାଟି ସକାରାତ୍ମକ ରହିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ପ୍ରତି ଭିତ୍ତିଭୂମିରେ ନିରାପତ୍ତା, ନିରବଚ୍ଛିନ୍ନ ଶୁଦ୍ଧ ପାନୀୟ ଜଳ ଯୋଗାଣ, ଉଜ୍ଜ୍ୱଳ ଆଲୋକ, ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବସ୍ଥା କରାଯାଉଛି।
ପୋଷ୍ୟ ବିଦ୍ୟାଳୟ ଉନ୍ନତିକରଣ ପାଇଁ ପ୍ରତିଜ୍ଞା
ପୁରାତନ ଛାତ୍ରଛାତ୍ରୀ ତଥା ପ୍ରମୁଖ ବ୍ୟକ୍ତିମାନେ ବିଭିନ୍ନ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି। ନିଜେ ପଢି଼ଥିବା ବିଦ୍ୟାଳୟ ବା ଭାବାବେଗ ଜଡ଼ିତ ଥିବା ବିଦ୍ୟାଳୟର ଉନ୍ନତିକରଣ ପାଇଁ ପ୍ରତିଜ୍ଞା କରୁଛନ୍ତି। ବିଦ୍ୟାଳୟର ଶୈକ୍ଷିକ ଓ ଭିତ୍ତିଭୂମି ସୁଦୃଢୀକରଣ ପାଇଁ ପ୍ରୟାସ କରୁଛନ୍ତି। ଅଦ୍ୟାବଧି ଏହି କାର୍ଯ୍ୟକ୍ରମରେ ୧୧୩୮ ଜଣ ମେଣ୍ଟର ୧୩୧୫ଟି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି।
ପ୍ରେରଣା ଦେଉଛନ୍ତି ପୁରୁଖା
ଲକ୍ଷ୍ୟ ହାସଲ ପାଇଁ ଛାତ୍ରଛାତ୍ରୀଙ୍କୁ ମାନସିକ ସ୍ତରରେ ଦୃଢ଼ କରଯାଉଛି। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ବ୍ୟକ୍ତି ନିଜର ଅଭିଜ୍ଞତା, ସଂଘର୍ଷ ଓ ଜୀବନ ଯାତ୍ରା ସମ୍ପର୍କରେ ଅବଗତ କରୁଛନ୍ତି। ଉଜ୍ଜଳ ଭବିଷ୍ୟତ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଉଛନ୍ତି। ପାଠ ସହ ଆନୁସଙ୍ଗିକ ବିଷୟରେ ଅବଗତ କରାଉଛନ୍ତି। ବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ ୟୁ-ଟ୍ୟୁବରେ ପ୍ରସାରିତ ହେଉଛି। ମାସକୁ ୨ ଥର ଛାତ୍ରଛାତ୍ରୀଙ୍କୁ ପୁରୁଖାମାନେ ପ୍ରେରଣା ଦେଉଛନ୍ତି।