ଠାକୁରପଡା ଉମାକାନ୍ତ ହତ୍ୟାକାଣ୍ଡ ଘଟଣା: ଦୁଇ ମହିଳାଙ୍କ ସମେତ ୩ଗିରଫ, ମାରଣାସ୍ତ୍ର ଜବତ

The Sakala Picture
Published On

ଖୋର୍ଦ୍ଧା : ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଠାକୁରପଡା ଗ୍ରାମରେ ପ୍ରେମଜନିତ ବ୍ୟାପରକୁ ନେଇ ହୋଇଥିବା ହତ୍ୟାକାଣ୍ଡର ଗୁମର ଖୋଲିଛି ଟାଉନ ଥାନା ପୋଲିସ । ଗତକାଲିର ହତ୍ୟାକାଣ୍ଡ ଘଟଣାରେ ପୋଲିସ ୩ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ହତ୍ୟାକାଣ୍ଡର ମୁଖ୍ୟ କାରଣର ପର୍ଦାଫାସ କରିଛି । ସୂଚନା ଅନୁସାରେ ଖୋର୍ଦ୍ଧା ଟାଉନ ଥାନା ପୋଲିସ ପକ୍ଷରୁ ଗତକାଲି ଠାକୁରପଡାରେ ଘଟିଥିବା ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ତଦନ୍ତ ବେଳେ ଘଟଣାର ମୁଖ୍ୟ କାରଣ ପଦାକୁ […]

ଖୋର୍ଦ୍ଧା : ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଠାକୁରପଡା ଗ୍ରାମରେ ପ୍ରେମଜନିତ ବ୍ୟାପରକୁ ନେଇ ହୋଇଥିବା ହତ୍ୟାକାଣ୍ଡର ଗୁମର ଖୋଲିଛି ଟାଉନ ଥାନା ପୋଲିସ । ଗତକାଲିର ହତ୍ୟାକାଣ୍ଡ ଘଟଣାରେ ପୋଲିସ ୩ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ହତ୍ୟାକାଣ୍ଡର ମୁଖ୍ୟ କାରଣର ପର୍ଦାଫାସ କରିଛି ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସୂଚନା ଅନୁସାରେ ଖୋର୍ଦ୍ଧା ଟାଉନ ଥାନା ପୋଲିସ ପକ୍ଷରୁ ଗତକାଲି ଠାକୁରପଡାରେ ଘଟିଥିବା ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ତଦନ୍ତ ବେଳେ ଘଟଣାର ମୁଖ୍ୟ କାରଣ ପଦାକୁ ଆସିଛି । ଠାକୁରପଡାର ମୃତ ଉମାକାନ୍ତ ସାହୁ ଦୀର୍ଘ ୧୫ ବର୍ଷ ତଳେ ୨୦୦୮ ମସିହା ସମୟରେ ସେହି ଗ୍ରାମର ନୃସିଂହ ସାହୁଙ୍କ ଝିଅ ପ୍ରଭାସିନୀଙ୍କୁ ପ୍ରେମ କରିବା ସହିତ ବିବାହର ମିଥ୍ୟା ପ୍ରତିଶୁତି ଦେଇ ଦୈହିକ ସମ୍ପର୍କ ସ୍ଥାପନ କରିଥିଲେ, ଏବଂ ପରବର୍ତ୍ତୀ ସମୟରେ ପଭାସିନୀଙ୍କ ସହିତ ପ୍ରତାରଣା କରିବାରୁ ପ୍ରଭାସିନୀ ମର୍ମାହତ ହୋଇ ବାଲୁଗାଁ ଠାରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଏ ନେଇ ଖୋର୍ଦ୍ଧା ଟାଉନ ଥାନାରେ ପ୍ରଭାସିନୀଙ୍କ ପରିବାର ତରଫରୁ ଉମାକାନ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ଘଟଣାରେ ମାନ୍ୟବର କୋର୍ଟ ଉମାକାନ୍ତଙ୍କୁ ନିର୍ଦୋଷ ରାୟ ଦେଇଥିଲେ । ସେବେଠାରୁ ଉଭୟଙ୍କ ପରିବାର ମଧ୍ୟରେ ତିକ୍ତତା ଲାଗିରହିଥିବା ବେଳେ ଗତକାଲି ସନ୍ଧ୍ୟାରେ ନୃସିଂହ ସାହୁଙ୍କ ପୁଅ ଅମୂଲ୍ୟ ସାହୁ ପ୍ରତିହିଂସା ପରାୟଣ ହୋଇ ଉମାକାନ୍ତଙ୍କୁ ହତ୍ୟା କରିଥିବା ଜଣାପଡିଛି । ଏହି ଘଟଣାରେ ଟାଉନ ଥାନା ପୋଲିସ ନୃସିଂହ ସାହୁଙ୍କ ପୁଅ ଅମୂଲ୍ୟ ସାହୁଙ୍କ ସମେତ ସ୍ତ୍ରୀ ସୁଲୋଚନା ସାହୁ ଏବଂ ଝିଅ ମମତା ସାହଙ୍କୁ ଗିରଫ କରିଛି । ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ରଡ଼, ପାଇପ ଓ କଟୁରୀକୁ ଜବତ କରିଛି । ଏ ନେଇ ଖୋର୍ଦ୍ଧା ଟାଉନ ଥାନାରେ ୩୦୨, ୩୭୯ ଏବଂ ୩୪ ରେ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଆଜି ଆଦର୍ଶ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସ୍.ଡି.ପି.ଓ ସୁଶୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

16 Jun 2021 By The Sakala

ଠାକୁରପଡା ଉମାକାନ୍ତ ହତ୍ୟାକାଣ୍ଡ ଘଟଣା: ଦୁଇ ମହିଳାଙ୍କ ସମେତ ୩ଗିରଫ, ମାରଣାସ୍ତ୍ର ଜବତ

ଖୋର୍ଦ୍ଧା : ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଠାକୁରପଡା ଗ୍ରାମରେ ପ୍ରେମଜନିତ ବ୍ୟାପରକୁ ନେଇ ହୋଇଥିବା ହତ୍ୟାକାଣ୍ଡର ଗୁମର ଖୋଲିଛି ଟାଉନ ଥାନା ପୋଲିସ । ଗତକାଲିର ହତ୍ୟାକାଣ୍ଡ ଘଟଣାରେ ପୋଲିସ ୩ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ହତ୍ୟାକାଣ୍ଡର ମୁଖ୍ୟ କାରଣର ପର୍ଦାଫାସ କରିଛି ।

ସୂଚନା ଅନୁସାରେ ଖୋର୍ଦ୍ଧା ଟାଉନ ଥାନା ପୋଲିସ ପକ୍ଷରୁ ଗତକାଲି ଠାକୁରପଡାରେ ଘଟିଥିବା ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ତଦନ୍ତ ବେଳେ ଘଟଣାର ମୁଖ୍ୟ କାରଣ ପଦାକୁ ଆସିଛି । ଠାକୁରପଡାର ମୃତ ଉମାକାନ୍ତ ସାହୁ ଦୀର୍ଘ ୧୫ ବର୍ଷ ତଳେ ୨୦୦୮ ମସିହା ସମୟରେ ସେହି ଗ୍ରାମର ନୃସିଂହ ସାହୁଙ୍କ ଝିଅ ପ୍ରଭାସିନୀଙ୍କୁ ପ୍ରେମ କରିବା ସହିତ ବିବାହର ମିଥ୍ୟା ପ୍ରତିଶୁତି ଦେଇ ଦୈହିକ ସମ୍ପର୍କ ସ୍ଥାପନ କରିଥିଲେ, ଏବଂ ପରବର୍ତ୍ତୀ ସମୟରେ ପଭାସିନୀଙ୍କ ସହିତ ପ୍ରତାରଣା କରିବାରୁ ପ୍ରଭାସିନୀ ମର୍ମାହତ ହୋଇ ବାଲୁଗାଁ ଠାରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଏ ନେଇ ଖୋର୍ଦ୍ଧା ଟାଉନ ଥାନାରେ ପ୍ରଭାସିନୀଙ୍କ ପରିବାର ତରଫରୁ ଉମାକାନ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ଘଟଣାରେ ମାନ୍ୟବର କୋର୍ଟ ଉମାକାନ୍ତଙ୍କୁ ନିର୍ଦୋଷ ରାୟ ଦେଇଥିଲେ । ସେବେଠାରୁ ଉଭୟଙ୍କ ପରିବାର ମଧ୍ୟରେ ତିକ୍ତତା ଲାଗିରହିଥିବା ବେଳେ ଗତକାଲି ସନ୍ଧ୍ୟାରେ ନୃସିଂହ ସାହୁଙ୍କ ପୁଅ ଅମୂଲ୍ୟ ସାହୁ ପ୍ରତିହିଂସା ପରାୟଣ ହୋଇ ଉମାକାନ୍ତଙ୍କୁ ହତ୍ୟା କରିଥିବା ଜଣାପଡିଛି । ଏହି ଘଟଣାରେ ଟାଉନ ଥାନା ପୋଲିସ ନୃସିଂହ ସାହୁଙ୍କ ପୁଅ ଅମୂଲ୍ୟ ସାହୁଙ୍କ ସମେତ ସ୍ତ୍ରୀ ସୁଲୋଚନା ସାହୁ ଏବଂ ଝିଅ ମମତା ସାହଙ୍କୁ ଗିରଫ କରିଛି । ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ରଡ଼, ପାଇପ ଓ କଟୁରୀକୁ ଜବତ କରିଛି । ଏ ନେଇ ଖୋର୍ଦ୍ଧା ଟାଉନ ଥାନାରେ ୩୦୨, ୩୭୯ ଏବଂ ୩୪ ରେ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଆଜି ଆଦର୍ଶ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସ୍.ଡି.ପି.ଓ ସୁଶୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି ।

https://www.thesakala.in/latest-odisha-news/3-arrested-in-thakurpada-umakanta-murder-case/article-2995
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର