ରାଜ୍ୟ ବିକାଶରେ ଷୋଡଶ ଅଧିବେଶନ ସ୍ମରଣୀୟ ହୋଇ ରହିବ: ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ସରିଲା ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ। ବିଧାନସଭାକୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ମୁଲତବି କଲେ ବାଚସ୍ପତି। ୨ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭା ଅଧିବେଶନ ଶେଷ ହୋଇଛି। ମୋଟ ୫ଦିନ ଚାଲିଥିଲ ବିଧାନସଭା।  ଆଗକୁ ନିର୍ବାଚନ ଥିବାରୁ ଷୋଡଶ ବିଧାନସଭାର ଏହା ଥିଲା ଶେଷ ଅଧିବେଶନ। ୫ଦିନ ଧରି ଚାଲିଥିବା ଏହି ଅଧିବେଶନରେ ରାଜ୍ୟପାଳ ରଘୁବାର ଦାସ ପ୍ରଥମ କରି ଅଭିଭାଷଣ ରଖିଥିଲେ। ସ୍ୱଳ୍ପକାଳୀନ ଅଧିବେଶନରେ ଧନ୍ୟବାଦ ପ୍ରସ୍ତାବ ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା […]

ଭୁବନେଶ୍ବର: ସରିଲା ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ। ବିଧାନସଭାକୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ମୁଲତବି କଲେ ବାଚସ୍ପତି। ୨ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭା ଅଧିବେଶନ ଶେଷ ହୋଇଛି। ମୋଟ ୫ଦିନ ଚାଲିଥିଲ ବିଧାନସଭା।  ଆଗକୁ ନିର୍ବାଚନ ଥିବାରୁ ଷୋଡଶ ବିଧାନସଭାର ଏହା ଥିଲା ଶେଷ ଅଧିବେଶନ। ୫ଦିନ ଧରି ଚାଲିଥିବା ଏହି ଅଧିବେଶନରେ ରାଜ୍ୟପାଳ ରଘୁବାର ଦାସ ପ୍ରଥମ କରି ଅଭିଭାଷଣ ରଖିଥିଲେ। ସ୍ୱଳ୍ପକାଳୀନ ଅଧିବେଶନରେ ଧନ୍ୟବାଦ ପ୍ରସ୍ତାବ ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍‌ ପାରିତ ହୋଇଛି। ଷୋଡଶ ବିଧାନସଭାର ଅନ୍ତିମ ଅଧିବେଶନ ହୋଇଥିବାରୁ ଭାବବିହ୍ୱଳ ହୋଇ ଶୁକ୍ରବାର ଗୃହକୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ରାଜ୍ୟ ବିକାଶରେ ଷୋଡଶ ଅଧିବେଶନ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଗତ ୫ବର୍ଷରେ ବାଚସ୍ପତି, ଉପବାଚସ୍ପତି ଓ ବାଚସ୍ପତି ପ୍ୟାନେଲ ଗୃହ ପରିଚାଳନା ସୁଚାରୁରୂପେ କରିଥିଲେ। ସବୁ ଦଳର ନେତା ଓ ହ୍ୱିପମାନଙ୍କୁ ଗୃହ ପରିଚାଳନାରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ବିଧାୟକମାନଙ୍କ ଯୋଗଦାନ ଓ ବତର୍କ ଉଚ୍ଚ କୋଟିର ରହିଛି। କଠିନ ପରିଶ୍ରମ କରି ଗୃହର ଖବର ପରିବେଷଣ କରିଥିବାରୁ ଗଣମାଧ୍ୟମକୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ସବୁଠୁ ସ୍ମରଣୀୟ ଥିଲା ଶେଷ ଅଧିବେଶନର ଶେଷ ଦିନରେ ଫଟୋ ସେସନର ମୁହୂର୍ତ୍ତ। ଗୋଟିଏ ଫ୍ରେମରେ ନଜର ଆସିଥିଲେ ଉଭୟ ଶାସକ ଓ ବିରୋଧୀ। ଭାବବିହ୍ୱଳ ହୋଇପଡିଥିଲେ ସମସ୍ତ ବିଧାୟକ। ସବୁଦଳର ବିଧାୟକମାନେ ଏକାଠି ହୋଇଥିବା ବେଳେ ସମସ୍ତଙ୍କ ସହ ଫଟୋ ଉଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନେକ ବରିଷ୍ଠ ରାଜନୀତିରୁ ସନ୍ନ୍ୟାସ ନେବାକୁ ନିଷ୍ପତି ନେଇଥିବାରୁ ସମସ୍ତେ ପରସ୍ପର ସହ ହାତ ମିଶାଇ ଆଗାମୀ ଦିନ ପାଇଁ ଶୁଭେଛା ଜଣାଇଥିଲେ।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର