ବଜେଟ୍‌ ଅଧିବେଶନ ଆରମ୍ଭ: ଅଭିଭାଷଣରେ ଉତ୍କଳମଣିଙ୍କୁ ମନେପକାଇଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

The Sakala Picture
Published On

ନୂଆଦିଲ୍ଲୀ: ଆରମ୍ଭ ହେଲା ସଂସଦରେ କାମଚଳା ବଜେଟ୍ ଅଧିବେଶନ । ପରମ୍ପରା ଅନୁସାରେ ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଅନ୍ତରୀଣ ବଜେଟ୍ ସେସନ୍‌କୁ ଆରମ୍ଭ କରିଛନ୍ତି । ନୂଆ ସଂସଦ ଭବନରେ ସମସ୍ତଙ୍କୁ ମୋର ନମସ୍କାର କହି ବକ୍ତବ୍ୟ ଆରମ୍ଭ କରିଥିଲେ ମୁର୍ମୁ । ଏହାପରେ ଓଡ଼ିଆରେ ଅଭିଭାଷଣ ଦେଇଛନ୍ତି ରାଷ୍ଟ୍ରପତି । ପ୍ରଥମ ଅଭିଭାଷଣରେ ଉଭୟ ଲୋକସଭା ଏବଂ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ନୂଆ ଭାରତ ଏବଂ ଶ୍ରେଷ୍ଠ […]

ନୂଆଦିଲ୍ଲୀ: ଆରମ୍ଭ ହେଲା ସଂସଦରେ କାମଚଳା ବଜେଟ୍ ଅଧିବେଶନ । ପରମ୍ପରା ଅନୁସାରେ ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଅନ୍ତରୀଣ ବଜେଟ୍ ସେସନ୍‌କୁ ଆରମ୍ଭ କରିଛନ୍ତି । ନୂଆ ସଂସଦ ଭବନରେ ସମସ୍ତଙ୍କୁ ମୋର ନମସ୍କାର କହି ବକ୍ତବ୍ୟ ଆରମ୍ଭ କରିଥିଲେ ମୁର୍ମୁ । ଏହାପରେ ଓଡ଼ିଆରେ ଅଭିଭାଷଣ ଦେଇଛନ୍ତି ରାଷ୍ଟ୍ରପତି । ପ୍ରଥମ ଅଭିଭାଷଣରେ ଉଭୟ ଲୋକସଭା ଏବଂ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ନୂଆ ଭାରତ ଏବଂ ଶ୍ରେଷ୍ଠ ଭାରତ ନେଇ ସଂକଳ୍ପ ପାଇଁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି । ଫେବ୍ରୁଆରି ୧ (ଗୁରୁବାର) ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିବେ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଦେଶରେ ଏବେ ଗୋଟିଏ ଭାରତ, ଶ୍ରେଷ୍ଠ ଭାରତର ବାସ୍ନା ବାରି ହେଉଛି । ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ପୂରଣ ହୋଇଛି । ଅମୃତକାଳ ଆରମ୍ଭରେ ସଂସଦ କୋଠା ନିର୍ମାଣ କରାଯାଇଛି । ଦେଶରେ ୭୦ ହଜାରରୁ ଅଧିକ ଅମୃତ ସରୋବର ନିର୍ମାଣ ହୋଇଛି । ରାମ ମନ୍ଦିର ନିର୍ମାଣ ସ୍ବପ୍ନ ସତ ହୋଇଛି । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ ଉତ୍କଳମଣି ଗୋପବନ୍ଧୁଙ୍କୁ ମନେପକାଇଛନ୍ତି । ତାଙ୍କ କାଳଜୟୀ କବିତାକୁ ପ୍ରଥମେ ଓଡିଆ ଓ ପରେ ହିନ୍ଦିରେ ଗାଇ ବୁଝାଇଛନ୍ତି । ଏହି କବିତାର ପଂକ୍ତିରେ କର୍ତ୍ତବ୍ୟର ପରାକାଷ୍ଠା ଏବଂ ରାଷ୍ଟ୍ର ସର୍ବୋପରି ଦେଖିବାକୁ ମିଳିଛି ବୋଲି କହିଛନ୍ତି ରାଷ୍ଟ୍ରପତି ମୁର୍ମୁ ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି, ଏସିଆନ୍ ଗେମସ୍‌ରେ ଭାରତକୁ ସଫଳତା ମିଳିଛି । କ୍ରୀଡ଼ାବିତ୍ ମାନେ ଶହେରୁ ଅଧିକ ମେଡାଲ ଜିତି ଦେଶରେ ନାଁକୁ ଗୌରାବନ୍ବିତ କରିଛନ୍ତି । ଏହା ଭାରତ ପାଇଁ ଏକ ବଡ଼ ଉପଲବ୍ଧି । ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ବିକାଶର ଏକ ନିରନ୍ତର ଧାରା ଜାରି ରହିଛି । ଆତଙ୍କବାଦ ଓ ବିସ୍ତାରବାଦର ଜବାବ ଦେଉଛନ୍ତି ସେନା ବାହିନୀ । ଜମ୍ମୁ କଶ୍ମୀରରେ ଶାନ୍ତି ଫେରିଛି । ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ବିଶ୍ବରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି । ଆଜି ଭାରତର ଅର୍ଥ ବ୍ୟବସ୍ଥା ଶ୍ରେଷ୍ଠ ୫ରେ ରହିଛି । ୧ କୋଟି ୪୦ ଲକ୍ଷ ଲୋକ ଜିଏସଟି ଦେଉଛନ୍ତି । ପୂର୍ବ ତୁଳନାରେ ଏଫଡିଆଇ ଦୁଇ ଗୁଣା ହୋଇଛି । ଡିଜିଟାଲ୍ ଇଣ୍ଡିଆ ପାଇଁ ବ୍ୟାକିଂ ବ୍ୟବସ୍ଥା ସହଜ ହୋଇଛି ।
ମହାମହିମ ଆହୁରି କହିଛନ୍ତି ଯେ, ମେକ୍ ଇନ୍ ଇଣ୍ଡିଆ ସବୁଠୁ ବଡ଼ ଅଭିଯାନ ପାଲଟିଛି । ଭାରତ ବିଶ୍ୱର ସବୁଠୁ ବଡ଼ ମୋବାଇଲ୍ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି । ୫ଜି ସେବା ସାରା ଦେଶରେ ଖ୍ୟାତି ଅର୍ଜନ କରିଛି । ସମଗ୍ର ଭାରତରେ ଏୟାରପୋର୍ଟ ସଂଖ୍ୟା ୭୪ରୁ ବଢ଼ି ୧୪୯ ରେ ପହଞ୍ଚିଛି । ୫ ସହରରୁ ମେଟ୍ରୋ ବ୍ୟବସ୍ଥା ୨୫ ସହରକୁ ବୃଦ୍ଧି ପାଇଛି । ୩୯ଟି ନୂଆ ରୁଟ୍‌ରେ ବନ୍ଦେଭାରତ ଏକ୍ସପ୍ରେସ ରୁଟ୍ ପ୍ରତିଷ୍ଠା ହୋଇଛି । ୧୩୦୦ ଷ୍ଟେସନର କାୟାକଳ୍ପ ସ୍ଥିର ହୋଇଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।

ଦେଶରେ ଉଜ୍ବଳା ଯୋଜନା ପାଇଁ ୨.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୧୦ ହଜାର କିମି ଗ୍ୟାସ୍ ପାଇପ୍ ଲାଇନ୍ ବଢ଼ିଛି । ଦେଶବାସୀଙ୍କୁ ଆହୁରି ୫ବର୍ଷ ବିନା ମୂଲ୍ୟରେ ରାସନ ମିଳିବ ବୋଲି ଘୋଷଣା ହୋଇଛି । ୧୧ କୋଟି ଲୋକଙ୍କ ଘରେ ନଳ ଯୋଗେ ଜଳ ପହଞ୍ଚିଛି । ଦେଶରେ ଚାଷୀଙ୍କ ପାଇଁ ସରକାର ଅନେକ ଜନକଲ୍ୟାଣ ଯୋଜନା ଆଣିଛନ୍ତି । ଏମଏସପି ବାବଦରେ ଚାଷୀଙ୍କ ପାଇଁ ୧୮ ଲକ୍ଷ କୋଟି ଖର୍ଚ୍ଚ ହୋଇଛି । ଏମଏସପି ପ୍ରାୟତଃ ଅଢ଼େଇ ଗୁଣ ବୃଦ୍ଧି କରାଯାଇଛି ।

ଆହୁରି ପଢ଼ନ୍ତୁ: ମୁମ୍ବାଇ ATSର ବଡ଼ କାର୍ଯ୍ୟାନୁଷ୍ଠାନ: ଜୈଶ-ଇ-ମହମ୍ମଦ ଓ ISIS ସହ ଲିଙ୍କ୍ ଥିବା ଇଞ୍ଜିନିୟରିଂ ଛାତ୍ର ଗିରଫ

ଭାରତକୁ ମହାକାଶ ବିଜ୍ଞାନରେ ବଡ଼ ଶକ୍ତି କରିବାକୁ କାମ ଚାଲିଛି । ଚନ୍ଦ୍ରରେ ତ୍ରିରଙ୍ଗା ଉଡିଛି । ଖୁବଶୀଘ୍ର ଗଗନଯାନ ମଧ୍ୟ ମହାକାଶକୁ ଯିବ । ବିକଶିତ ଭାରତର ମହାନ ସ୍ଥାପନା ଚାରୋଟି ସ୍ତମ୍ଭ ଉପରେ ରହିଛି ସେସବୁ ହେଉଛି ଯୁବ ଶକ୍ତି, ମହିଳା ଶକ୍ତି, କୃଷକ ଏବଂ ଗରିବ । ଚଳିତ ଗଣତନ୍ତ୍ର ଦିବସରେ ବିଶ୍ବ ନାରୀ ଶକ୍ତି ଦେଖିଛି । ୩ ସେନା ବାହିନୀରେ ନାରୀ ଶକ୍ତି ପ୍ରଦର୍ଶନ କରିଛନ୍ତି । ପ୍ରଥମ କରି ମହିଳାଙ୍କୁ ସେନାରେ ସ୍ଥାୟୀ କମିଶନ ପଦ ମିଳିଛି ଏହାସହ ପ୍ରଥମ କରି ନୌସେନାରେ ମଧ୍ୟ କମାଣ୍ଡର କାର୍ଯ୍ୟ କରୁଛନ୍ତି ନାରୀ ଶକ୍ତି । ସବୁ କ୍ଷେତ୍ରରେ ନାରୀଙ୍କ ଭାଗିଦାରୀ ବଢ଼ିଛି ।

31 Jan 2024 By The Sakala

ବଜେଟ୍‌ ଅଧିବେଶନ ଆରମ୍ଭ: ଅଭିଭାଷଣରେ ଉତ୍କଳମଣିଙ୍କୁ ମନେପକାଇଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆରମ୍ଭ ହେଲା ସଂସଦରେ କାମଚଳା ବଜେଟ୍ ଅଧିବେଶନ । ପରମ୍ପରା ଅନୁସାରେ ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଅନ୍ତରୀଣ ବଜେଟ୍ ସେସନ୍‌କୁ ଆରମ୍ଭ କରିଛନ୍ତି । ନୂଆ ସଂସଦ ଭବନରେ ସମସ୍ତଙ୍କୁ ମୋର ନମସ୍କାର କହି ବକ୍ତବ୍ୟ ଆରମ୍ଭ କରିଥିଲେ ମୁର୍ମୁ । ଏହାପରେ ଓଡ଼ିଆରେ ଅଭିଭାଷଣ ଦେଇଛନ୍ତି ରାଷ୍ଟ୍ରପତି । ପ୍ରଥମ ଅଭିଭାଷଣରେ ଉଭୟ ଲୋକସଭା ଏବଂ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ନୂଆ ଭାରତ ଏବଂ ଶ୍ରେଷ୍ଠ ଭାରତ ନେଇ ସଂକଳ୍ପ ପାଇଁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି । ଫେବ୍ରୁଆରି ୧ (ଗୁରୁବାର) ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିବେ।

ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଦେଶରେ ଏବେ ଗୋଟିଏ ଭାରତ, ଶ୍ରେଷ୍ଠ ଭାରତର ବାସ୍ନା ବାରି ହେଉଛି । ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ପୂରଣ ହୋଇଛି । ଅମୃତକାଳ ଆରମ୍ଭରେ ସଂସଦ କୋଠା ନିର୍ମାଣ କରାଯାଇଛି । ଦେଶରେ ୭୦ ହଜାରରୁ ଅଧିକ ଅମୃତ ସରୋବର ନିର୍ମାଣ ହୋଇଛି । ରାମ ମନ୍ଦିର ନିର୍ମାଣ ସ୍ବପ୍ନ ସତ ହୋଇଛି । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ ଉତ୍କଳମଣି ଗୋପବନ୍ଧୁଙ୍କୁ ମନେପକାଇଛନ୍ତି । ତାଙ୍କ କାଳଜୟୀ କବିତାକୁ ପ୍ରଥମେ ଓଡିଆ ଓ ପରେ ହିନ୍ଦିରେ ଗାଇ ବୁଝାଇଛନ୍ତି । ଏହି କବିତାର ପଂକ୍ତିରେ କର୍ତ୍ତବ୍ୟର ପରାକାଷ୍ଠା ଏବଂ ରାଷ୍ଟ୍ର ସର୍ବୋପରି ଦେଖିବାକୁ ମିଳିଛି ବୋଲି କହିଛନ୍ତି ରାଷ୍ଟ୍ରପତି ମୁର୍ମୁ ।

ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି, ଏସିଆନ୍ ଗେମସ୍‌ରେ ଭାରତକୁ ସଫଳତା ମିଳିଛି । କ୍ରୀଡ଼ାବିତ୍ ମାନେ ଶହେରୁ ଅଧିକ ମେଡାଲ ଜିତି ଦେଶରେ ନାଁକୁ ଗୌରାବନ୍ବିତ କରିଛନ୍ତି । ଏହା ଭାରତ ପାଇଁ ଏକ ବଡ଼ ଉପଲବ୍ଧି । ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ବିକାଶର ଏକ ନିରନ୍ତର ଧାରା ଜାରି ରହିଛି । ଆତଙ୍କବାଦ ଓ ବିସ୍ତାରବାଦର ଜବାବ ଦେଉଛନ୍ତି ସେନା ବାହିନୀ । ଜମ୍ମୁ କଶ୍ମୀରରେ ଶାନ୍ତି ଫେରିଛି । ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ବିଶ୍ବରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି । ଆଜି ଭାରତର ଅର୍ଥ ବ୍ୟବସ୍ଥା ଶ୍ରେଷ୍ଠ ୫ରେ ରହିଛି । ୧ କୋଟି ୪୦ ଲକ୍ଷ ଲୋକ ଜିଏସଟି ଦେଉଛନ୍ତି । ପୂର୍ବ ତୁଳନାରେ ଏଫଡିଆଇ ଦୁଇ ଗୁଣା ହୋଇଛି । ଡିଜିଟାଲ୍ ଇଣ୍ଡିଆ ପାଇଁ ବ୍ୟାକିଂ ବ୍ୟବସ୍ଥା ସହଜ ହୋଇଛି ।
ମହାମହିମ ଆହୁରି କହିଛନ୍ତି ଯେ, ମେକ୍ ଇନ୍ ଇଣ୍ଡିଆ ସବୁଠୁ ବଡ଼ ଅଭିଯାନ ପାଲଟିଛି । ଭାରତ ବିଶ୍ୱର ସବୁଠୁ ବଡ଼ ମୋବାଇଲ୍ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି । ୫ଜି ସେବା ସାରା ଦେଶରେ ଖ୍ୟାତି ଅର୍ଜନ କରିଛି । ସମଗ୍ର ଭାରତରେ ଏୟାରପୋର୍ଟ ସଂଖ୍ୟା ୭୪ରୁ ବଢ଼ି ୧୪୯ ରେ ପହଞ୍ଚିଛି । ୫ ସହରରୁ ମେଟ୍ରୋ ବ୍ୟବସ୍ଥା ୨୫ ସହରକୁ ବୃଦ୍ଧି ପାଇଛି । ୩୯ଟି ନୂଆ ରୁଟ୍‌ରେ ବନ୍ଦେଭାରତ ଏକ୍ସପ୍ରେସ ରୁଟ୍ ପ୍ରତିଷ୍ଠା ହୋଇଛି । ୧୩୦୦ ଷ୍ଟେସନର କାୟାକଳ୍ପ ସ୍ଥିର ହୋଇଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।

ଦେଶରେ ଉଜ୍ବଳା ଯୋଜନା ପାଇଁ ୨.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୧୦ ହଜାର କିମି ଗ୍ୟାସ୍ ପାଇପ୍ ଲାଇନ୍ ବଢ଼ିଛି । ଦେଶବାସୀଙ୍କୁ ଆହୁରି ୫ବର୍ଷ ବିନା ମୂଲ୍ୟରେ ରାସନ ମିଳିବ ବୋଲି ଘୋଷଣା ହୋଇଛି । ୧୧ କୋଟି ଲୋକଙ୍କ ଘରେ ନଳ ଯୋଗେ ଜଳ ପହଞ୍ଚିଛି । ଦେଶରେ ଚାଷୀଙ୍କ ପାଇଁ ସରକାର ଅନେକ ଜନକଲ୍ୟାଣ ଯୋଜନା ଆଣିଛନ୍ତି । ଏମଏସପି ବାବଦରେ ଚାଷୀଙ୍କ ପାଇଁ ୧୮ ଲକ୍ଷ କୋଟି ଖର୍ଚ୍ଚ ହୋଇଛି । ଏମଏସପି ପ୍ରାୟତଃ ଅଢ଼େଇ ଗୁଣ ବୃଦ୍ଧି କରାଯାଇଛି ।

ଭାରତକୁ ମହାକାଶ ବିଜ୍ଞାନରେ ବଡ଼ ଶକ୍ତି କରିବାକୁ କାମ ଚାଲିଛି । ଚନ୍ଦ୍ରରେ ତ୍ରିରଙ୍ଗା ଉଡିଛି । ଖୁବଶୀଘ୍ର ଗଗନଯାନ ମଧ୍ୟ ମହାକାଶକୁ ଯିବ । ବିକଶିତ ଭାରତର ମହାନ ସ୍ଥାପନା ଚାରୋଟି ସ୍ତମ୍ଭ ଉପରେ ରହିଛି ସେସବୁ ହେଉଛି ଯୁବ ଶକ୍ତି, ମହିଳା ଶକ୍ତି, କୃଷକ ଏବଂ ଗରିବ । ଚଳିତ ଗଣତନ୍ତ୍ର ଦିବସରେ ବିଶ୍ବ ନାରୀ ଶକ୍ତି ଦେଖିଛି । ୩ ସେନା ବାହିନୀରେ ନାରୀ ଶକ୍ତି ପ୍ରଦର୍ଶନ କରିଛନ୍ତି । ପ୍ରଥମ କରି ମହିଳାଙ୍କୁ ସେନାରେ ସ୍ଥାୟୀ କମିଶନ ପଦ ମିଳିଛି ଏହାସହ ପ୍ରଥମ କରି ନୌସେନାରେ ମଧ୍ୟ କମାଣ୍ଡର କାର୍ଯ୍ୟ କରୁଛନ୍ତି ନାରୀ ଶକ୍ତି । ସବୁ କ୍ଷେତ୍ରରେ ନାରୀଙ୍କ ଭାଗିଦାରୀ ବଢ଼ିଛି ।

https://www.thesakala.in/latest-odisha-news/president-murmu-recites-utkalamanis-misu-mora-deha-e-desha-matire-in-her-address-in-parliament/article-29550
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର