ରାଜଧାନୀରେ ଯୁବକଙ୍କୁ ନିର୍ମମ ହତ୍ୟା

The Sakala Picture
Published On

ଭୁବନେଶ୍ବର : ରକ୍ତ ରଞ୍ଜିତ ହେଲା ରାଜଧାନୀ ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା । ଶିଶୁଭବନ ଛକରୁ ରାଜମହଲ ଯିବା ରାସ୍ତାରେ ଘଟିଛି ଏଭଳି ହତ୍ୟାକାଣ୍ଡ। ଘଟଣାରେ ଜଣଙ୍କୁ ଅଟକ ରଖିଛି କ୍ୟାପିଟାଲ ଥାନା ପୋଲିସ । ଏଥିସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲ ପଠାଇଛି ପୋଲିସ । ଆଜି ସଂଧ୍ୟାରେ ଶିଶୁଭବନ ଛକରୁ ରାଜମହଲ ଯିବା ରାସ୍ତାରେ ଦୁଇ ଜଣ ଶ୍ରମିକଙ୍କ ମଧ୍ୟରେ କୌଣସି କାରଣକୁ […]

ଭୁବନେଶ୍ବର : ରକ୍ତ ରଞ୍ଜିତ ହେଲା ରାଜଧାନୀ ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା । ଶିଶୁଭବନ ଛକରୁ ରାଜମହଲ ଯିବା ରାସ୍ତାରେ ଘଟିଛି ଏଭଳି ହତ୍ୟାକାଣ୍ଡ। ଘଟଣାରେ ଜଣଙ୍କୁ ଅଟକ ରଖିଛି କ୍ୟାପିଟାଲ ଥାନା ପୋଲିସ । ଏଥିସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲ ପଠାଇଛି ପୋଲିସ ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଆଜି ସଂଧ୍ୟାରେ ଶିଶୁଭବନ ଛକରୁ ରାଜମହଲ ଯିବା ରାସ୍ତାରେ ଦୁଇ ଜଣ ଶ୍ରମିକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚଶା ହୋଇଥିଲା । ଯାହାକୁ ନେଇ ଜଣେ ଶ୍ରମିକ ଅନ୍ୟ ଜଣଙ୍କୁ ପଥରେ ଛେଚି ନୃଶଂସ ଭାବେ ହତ୍ୟା କରିଛି । ମୃତକଙ୍କ ପରିଚୟ ଜଣାପଡିନାହିଁ । ତେବେ କେଉଁଥି ପାଇଁ ଏଭଳି ଘଟଣା ଘଟିଲା ତାହା ଜଣାପଡିନାହିଁ । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି ପୋଲିସ ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର