ମହଙ୍ଗା ପଡ଼ିଲା ୬ ହଜାର ଟଙ୍କା ଲାଞ୍ଚ, ଭିଜିଲାନ୍ସ ଜାଲରେ ଥାନା ବାବୁ

The Sakala Picture
Published On

ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଯୌତୁକ ନିର୍ଯାତନା ମାମଲାରେ ୩୦୭ଦଫାକୁ କାଟିଦେବା ପାଇଁ  ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ, ଏକ ଯୌତୁକ ନିର୍ଯାତନା ମାମଲାରେ ୩୦୭ଦଫାକୁ କାଟିଦେବା ପାଇଁ ନିହାଲପ୍ରସାଦ ଗ୍ରାମର ଅଇଁଠା ସେଠୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଇଁଠାଙ୍କର ପୁଅ ଦିପୁନାଙ୍କ ନାମରେ […]

ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଯୌତୁକ ନିର୍ଯାତନା ମାମଲାରେ ୩୦୭ଦଫାକୁ କାଟିଦେବା ପାଇଁ  ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ସୂଚନା ଅନୁଯାୟୀ, ଏକ ଯୌତୁକ ନିର୍ଯାତନା ମାମଲାରେ ୩୦୭ଦଫାକୁ କାଟିଦେବା ପାଇଁ ନିହାଲପ୍ରସାଦ ଗ୍ରାମର ଅଇଁଠା ସେଠୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଇଁଠାଙ୍କର ପୁଅ ଦିପୁନାଙ୍କ ନାମରେ ତାଙ୍କ ପତ୍ନୀ ସରୋଜିନୀ ସେଠୀ ଏକ ଯୌତୁକଜନିତ ମାମଲା ରୁଜୁ କରିଥିଲେ। କଟକ ଭିଜିଲାନ୍ସ ଡି.ଏସ୍.ପି ସୁରେନ୍ଦ୍ରନାଥ ରାୟଗୁରୁଙ୍କ ନେତୃତ୍ୱରେ ଇନସ୍ପେକ୍ଟର ଅନିରୁଦ୍ଧ ନାୟକ, ଅନୁପମା ସାହୁ ଓ ବିଜୟ କୁମାର ସେଠୀ ପ୍ରମୁଖ ଚଢ଼ାଉ କରିଥିଲେ। ଏହି ଘଟଣାରେ ଟଙ୍କା ଦେବାରେ ମଧ୍ୟସ୍ଥି ସାଜିଥିବା ଚିତ୍ତରଞ୍ଜନଙ୍କର ବ୍ୟକ୍ତିଗତ ଡ୍ରାଇଭର ପ୍ରକାଶ ମହାଳିକ ଓ ଜଣେ ଲଣ୍ଡରୀ ବ୍ୟବସାୟୀ ଲକ୍ଷ୍ମଣ ସେଠୀଙ୍କୁ ମଧ୍ୟ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: କୂଅ ସଫାବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ, ୨ ଗୁରୁତର

26 Feb 2021 By The Sakala

ମହଙ୍ଗା ପଡ଼ିଲା ୬ ହଜାର ଟଙ୍କା ଲାଞ୍ଚ, ଭିଜିଲାନ୍ସ ଜାଲରେ ଥାନା ବାବୁ

ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଯୌତୁକ ନିର୍ଯାତନା ମାମଲାରେ ୩୦୭ଦଫାକୁ କାଟିଦେବା ପାଇଁ  ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ସୂଚନା ଅନୁଯାୟୀ, ଏକ ଯୌତୁକ ନିର୍ଯାତନା ମାମଲାରେ ୩୦୭ଦଫାକୁ କାଟିଦେବା ପାଇଁ ନିହାଲପ୍ରସାଦ ଗ୍ରାମର ଅଇଁଠା ସେଠୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଇଁଠାଙ୍କର ପୁଅ ଦିପୁନାଙ୍କ ନାମରେ ତାଙ୍କ ପତ୍ନୀ ସରୋଜିନୀ ସେଠୀ ଏକ ଯୌତୁକଜନିତ ମାମଲା ରୁଜୁ କରିଥିଲେ। କଟକ ଭିଜିଲାନ୍ସ ଡି.ଏସ୍.ପି ସୁରେନ୍ଦ୍ରନାଥ ରାୟଗୁରୁଙ୍କ ନେତୃତ୍ୱରେ ଇନସ୍ପେକ୍ଟର ଅନିରୁଦ୍ଧ ନାୟକ, ଅନୁପମା ସାହୁ ଓ ବିଜୟ କୁମାର ସେଠୀ ପ୍ରମୁଖ ଚଢ଼ାଉ କରିଥିଲେ। ଏହି ଘଟଣାରେ ଟଙ୍କା ଦେବାରେ ମଧ୍ୟସ୍ଥି ସାଜିଥିବା ଚିତ୍ତରଞ୍ଜନଙ୍କର ବ୍ୟକ୍ତିଗତ ଡ୍ରାଇଭର ପ୍ରକାଶ ମହାଳିକ ଓ ଜଣେ ଲଣ୍ଡରୀ ବ୍ୟବସାୟୀ ଲକ୍ଷ୍ମଣ ସେଠୀଙ୍କୁ ମଧ୍ୟ ଗିରଫ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର