ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଟ୍ରକରେ ଗଂଜେଇ ଚାଲାଣ, ୨ ଗିରଫ

The Sakala Picture
Published On

ଜୟପୁର: ମହାମାରୀ କରୋନା ଆଳରେ ଅଭିନବ ଉପାୟରେ ହେଉଛି ଗଞ୍ଜେଇ ଚୋରା ଚାଲାଣ । ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଟ୍ରକରେ ଚାଲାଣ କରୁଥିଲେ ଗଞ୍ଜେଇ । ଉପରେ ସିଲିଣ୍ଡର ତଳେ କୁଇଂଟାଲ କୁଇଂଟାଲ ଗଞ୍ଜେଇ । ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଗାଡିରେ ଗଞ୍ଜେଇ ନେଇ ବିଶାଖପାଟଣାରୁ ଦିଲ୍ଲୀ ଯାଉଥିଲା ଏକ ଟ୍ରକ । ସଂପୃକ୍ତ ଟ୍ରକକୁ କୋରାପୁଟରୁ ଜବତ କରିଛି ପୁଲିସ । ଆଜି କୋରାପୁଟ ଜିଲ୍ଲା ଜୟପୁରରେ ସଦର ପୋଲିସ ୧୨ ଶହ ୭୭ କି.ଗ୍ରା […]

ଜୟପୁର: ମହାମାରୀ କରୋନା ଆଳରେ ଅଭିନବ ଉପାୟରେ ହେଉଛି ଗଞ୍ଜେଇ ଚୋରା ଚାଲାଣ । ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଟ୍ରକରେ ଚାଲାଣ କରୁଥିଲେ ଗଞ୍ଜେଇ । ଉପରେ ସିଲିଣ୍ଡର ତଳେ କୁଇଂଟାଲ କୁଇଂଟାଲ ଗଞ୍ଜେଇ । ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଗାଡିରେ ଗଞ୍ଜେଇ ନେଇ ବିଶାଖପାଟଣାରୁ ଦିଲ୍ଲୀ ଯାଉଥିଲା ଏକ ଟ୍ରକ । ସଂପୃକ୍ତ ଟ୍ରକକୁ କୋରାପୁଟରୁ ଜବତ କରିଛି ପୁଲିସ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ଆଜି କୋରାପୁଟ ଜିଲ୍ଲା ଜୟପୁରରେ ସଦର ପୋଲିସ ୧୨ ଶହ ୭୭ କି.ଗ୍ରା ଗଞ୍ଜେଇ ଜବତ କରିଛି । ଅଭିନବ ଉପାୟରେ ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଟ୍ରକରେ ହେଉଥିଲା ଗଞ୍ଜେଇ ଚାଲାଣ । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ସଦର ପୋଲିସ ଗଞ୍ଜେଇ ସହ ଟ୍ରକକୁ ଜବତ କରିଥିବା ଅନୁମାନ କରାଯାଉଛି । ଜବତ ହୋଇଥିବା ଗଞ୍ଜେଇ ର ଆନୁମାନିକ ମୁଲ୍ୟ ପାଖାପାଖି ଏକ କୋଟି ୧୦ ଲକ୍ଷ ଟଙ୍କା ହେବ ।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ଜବତ ଟ୍ରକରୁ ଦୁଇ ଜଣଙ୍କୁ ଗିରଫ କରି ସଦର ପୋଲିସ ପଚରାଉଚରା କରୁଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଯଶପାଲ ଓ ଲଖବିନ୍ଦର ସିଂହ। ଯଶପାଲ ଟ୍ରକ୍ ଡ୍ରାଇଭର ହୋଇଥିବା ବେଳେ ଲଖବିନ୍ଦର ଜବତ ଗଞ୍ଜେଇ କିଣି ଥିଲେ। ଉଭୟ ଅଭିଯୁକ୍ତ ପଞ୍ଜାବର। ଜବତ ଗଞ୍ଜେଇ ପଞ୍ଜାବକୁ ଚାଲାଣ ହେଉଥିଲା ବୋଲି ଜୟପୁର ସଦର ଥାନା ପୁଲିସ୍ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର