ଆଜିଠୁ କଟକରେ ଅଲ୍ଟିମେଟ୍‌ ଖୋ ଖୋ, ଓଡ଼ିଶା ଜଗରନଟ୍ସ ଓ ରାଜସ୍ଥାନ ୱାରିୟର୍ସ ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା

The Sakala Picture
Published On

ଭୁବନେଶ୍ୱର: ଭାରତର ପାରମ୍ପରିକ କ୍ରୀଡ଼ା ଭାବେ ପରିଚିତ ଖୋ ଖୋ’ର ଫ୍ରାଞ୍ଚାଇଜଭିତ୍ତିକ ପ୍ରତିଯୋଗିତା ଅଲ୍ଟିମେଟ୍‌ ଖୋ ଖୋ’ର ଦ୍ୱିତୀୟ ସଂସ୍କରଣ ଆଜିଠୁ କଟକର ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ସଂସ୍କରଣରେ ଚାମ୍ପିଅନ ହେବାର ସୌଭାଗ୍ୟ ଲାଭ କରିଥିବା ଓଡ଼ିଶା ଜଗରନଟ୍ସ ଓ ରାଜସ୍ଥାନ ୱାରିୟର୍ସ ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ଖେଳାଯିବ। ଯାହାକୁ ନେଇ ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କ୍ରିକେଟ୍‌, ହକି, ଫୁଟ୍‌ବଲ ପରେ ରାଜ୍ୟରେ ଆଉ ଏକ […]

ଭୁବନେଶ୍ୱର: ଭାରତର ପାରମ୍ପରିକ କ୍ରୀଡ଼ା ଭାବେ ପରିଚିତ ଖୋ ଖୋ’ର ଫ୍ରାଞ୍ଚାଇଜଭିତ୍ତିକ ପ୍ରତିଯୋଗିତା ଅଲ୍ଟିମେଟ୍‌ ଖୋ ଖୋ’ର ଦ୍ୱିତୀୟ ସଂସ୍କରଣ ଆଜିଠୁ କଟକର ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ସଂସ୍କରଣରେ ଚାମ୍ପିଅନ ହେବାର ସୌଭାଗ୍ୟ ଲାଭ କରିଥିବା ଓଡ଼ିଶା ଜଗରନଟ୍ସ ଓ ରାଜସ୍ଥାନ ୱାରିୟର୍ସ ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ଖେଳାଯିବ। ଯାହାକୁ ନେଇ ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କ୍ରିକେଟ୍‌, ହକି, ଫୁଟ୍‌ବଲ ପରେ ରାଜ୍ୟରେ ଆଉ ଏକ ଫ୍ରାଞ୍ଚାଇଜଭିତ୍ତିକ କ୍ରୀଡ଼ା ପ୍ରତିଯୋଗିତା ଅଲ୍ଟିମେଟ୍‌ ଖୋ ଖୋ’କୁ ଏଥର ଓଡ଼ିଶାବାସୀ ସିଧାସଳଖ ଦେଖିବାର ସୁଯୋଗ ପାଇଛନ୍ତି।

ଆହୁରି ପଢ଼ନ୍ତୁ: ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ପ୍ରତିଶ୍ରୁତି ରକ୍ଷା କରି ୱାଙ୍ଖେଡେ ଗ୍ରାଉଣ୍ଡଷ୍ଟାଫଙ୍କୁ କଲେ ପୁରସ୍କୃତ

ଭାରତୀୟ ଖୋ ଖୋ ମହାସଂଘର ସହଭାଗିତାରେ ଅମିତ୍‌ ବର୍ମନଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍‌ ଖୋ ଖୋ’ର ପ୍ରଥମ ସଂସ୍କରଣ ୨୦୨୨ରେ ପୁଣେର ବାଲେୱାଡିସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଖେଳାଯାଇଥିଲା। ଓଡ଼ିଶା ସରକାରଙ୍କ ମାଲିକାନାରେ ଥିବା ଓଡ଼ିଶା ଜଗରନଟ୍ସ ଅତ୍ୟନ୍ତ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ତେଲୁଗୁ ଯୋଦ୍ଧାସକୁ ପରାସ୍ତ କରି ଚାମ୍ପିଅନ ହୋଇଥିଲା। ଦ୍ୱିତୀୟ ସଂସ୍କରଣ ଆରମ୍ଭ ପୂର୍ବରୁ ଅଲ୍ଟିମେଟ୍‌ ଖୋ ଖୋ’ର ସିଇଓ ଓ କମିଶନର ତେଞ୍ଜିଙ୍ଗ ନିୟୋଗୀ ଶନିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ଉଦ୍‌ଘାଟନୀ ସଂସ୍କରଣରେ ଏହି ପ୍ରତିଯୋଗିତା ଅତୁଳନୀୟ ସଫଳତା ହାସଲ କରିଥିଲା। ଟେଲିଭିଜନ ଓ ଓଟିଟି ପ୍ଲାଟଫର୍ମରେ କେବଳ ଭାରତରୁ ୪୧ ମିଲିୟନ ଦର୍ଶକ ଏବଂ ୬୪ ମିଲିୟନ ଅନ୍ତର୍ଜାତୀୟ ଦର୍ଶକ ଏହାକୁ ଉପଭୋଗ କରିଥିଲେ। ତେଣୁ କଟକରେ ହେବାକୁ ଥିବା ୨ୟ ସଂସ୍କରଣକୁ ଅସାଧାରଣ ଭାବେ ପରିଣତ କରିବା ପାଇଁ ଆମ ଦାୟିତ୍ୱ ବଢ଼ାଇଦେଇଛି। ଏହି ଚମତ୍କାର ଖେଳ ପାଇଁ ଉଭୟ କ୍ରୀଡ଼ାପ୍ରେମୀ ଓ କର୍ପୋରେଟ ସଂସ୍ଥାଗୁଡ଼ିକ ପ୍ରଦର୍ଶିତ କରିଥିବା ଉତ୍ସାହ ଲିଗ୍‌ ସହ ଜଡ଼ିତ ଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ଏକ ପ୍ରେରଣା ଭାବେ ପ୍ରମାଣିତ ହୋଇଛି। ଚଳିତବର୍ଷ ଏହାର ଭ୍ୟୁୟରଶିପ୍‌ ଆହୁରି ବଢ଼ିବ ବୋଲି ଆମର ଆଶା ରହିଛି। ସେହିଭଳି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱକୁ ନିୟୋଗୀ ବେଶ୍‌ ପ୍ରଶଂସା କରିଛନ୍ତି। ‘ଓଡ଼ିଶା ଗତ ଦଶନ୍ଧି ମଧ୍ୟରେ କ୍ରୀଡ଼ାକୁ ସମର୍ଥନ କରିବା କ୍ଷେତ୍ରରେ ଦେଶର ଏକ ନମ୍ବର ସ୍ଥାନ ଗ୍ରହଣ କରିଛି। ଓଡ଼ିଶା ସରକାର ରାଜ୍ୟରେ ଏକ ଖୋ ଖୋ ଉଚ୍ଚ ପ୍ରଦର୍ଶନକ୍ଷମ କେନ୍ଦ୍ର (ଏଚ୍‌ପିସି) କେନ୍ଦ୍ର ପ୍ରତିଷ୍ଠା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ କାରଣରୁ ବର୍ତ୍ତମାନ ଓଡ଼ିଶା ଦେଶରେ କ୍ରୀଡ଼ାକୁ ଅନୁସରଣ କରିବା କ୍ଷେତ୍ରରେ ଏକଅଗ୍ରଗାମୀ ରାଜ୍ୟ ଭାବେ ଛିଡ଼ା ହୋଇଛି। ରାଜ୍ୟ ସରକାର ଅନେକ ସମ୍ମାନଜନକ ଇଭେଣ୍ଟର ଆୟୋଜନ କରିଛନ୍ତି, ଯାହାଫଳରେ ଏକ ଅନ୍ତର୍ଜାତୀୟ ଅନୁସରଣ ସୃଷ୍ଟି ହୋଇଛି। କଟକ ଓ ସମଗ୍ର ଦେଶର ଲୋକମାନଙ୍କୁ ଏଠାକୁ ଆସି ଉଚ୍ଚମାନର ଖେଳର ସାକ୍ଷୀ ହେବାପାଇଁ ସମସ୍ତଙ୍କୁ ଆବେଦନ କରୁଛି’ ବୋଲି ନିୟୋଗୀ ଶନିବାର ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସଙ୍କ ସମେତ ଅଂଶଗ୍ରହଣକାରୀ ୬ ଦଳର ଅଧିନାୟକ ଉପସ୍ଥିତ ରହିଥିଲେ।

ଆହୁରି ପଢ଼ନ୍ତୁ: ବିଜୁ ବିରୋଧୀ ମନ୍ତବ୍ୟ: ବିଜେଡି ନେତାଙ୍କ ତୀବ୍ର ବିରୋଧ ସହ ନିଶିକାନ୍ତ ଦୁବେଙ୍କୁ କଟୁ ଭର୍ତ୍ସନା

୬ଟି ଫ୍ରାଞ୍ଚାଇଜ୍‌ରେ ୧୪୫ ଖେଳାଳି:
ପ୍ରଥମ ସଂସ୍କରଣ ଭଳି ଅଲ୍ଟିମେଟ୍‌ ଖୋ ଖୋ’ର ୨ୟ ସଂସ୍କରଣରେ ୬ଟି ଫ୍ରାଞ୍ଚାଇଜ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶା ସରକାରଙ୍କ ମାଲିକାନାରେ ଥିବା ଡିଫେଣ୍ଡିଂ ଚାମ୍ପିଅନ ଓଡ଼ିଶା ଜଗରନଟ୍‌ସ ସମେତ ରାଜସ୍ଥାନ ୱାରିୟର୍ସ (କାପ୍ରି ଗ୍ଲୋବାଲ ସ୍କୁଲ ମାଲିକାନାରେ ରହିଛି), ଚେନ୍ନାଇ କୁଇକ୍‌ ଗନ୍ସ (କେଏଲ୍‌ଓ ସ୍ପୋର୍ଟ୍ସ ମାଲିକାନା), ଗୁଜରାଟ ଜାଏଣ୍ଟସ (ଆଦାନି ସ୍ପୋର୍ଟ୍ସ ଲାଇନ), ମୁମ୍ବାଇ ଖିଲାଡିସ (ପୁନିତ୍‌ ବଲାନ ଗ୍ରୁପ୍‌) ଓ ଗତ ସଂସ୍କରଣର ଉପବିଜେତା ତେଲୁଗୁ ଯୋଦ୍ଧାସ (ଜିଏମ୍‌ଆର୍‌ ସ୍ପୋର୍ଟ୍ସ) ଏଥର ମଧ୍ୟ ଲଢେ଼ଇରେ ଅବତୀର୍ଣ୍ଣ ହେବେ। ଅଂଶଗ୍ରହଣକାରୀ ୬ଟି ଫ୍ରାଞ୍ଚାଇଜ ନିଲାମୀରେ ମୋଟ୍‌ ୧୪୫ଜଣ ଖେଳାଳିଙ୍କୁ କ୍ରୟ କରିଛନ୍ତି। ଯେଉଁମାନଙ୍କ ମଧ୍ୟରେ ୧୬ରୁ ୧୮ ବର୍ଷ ମଧ୍ୟରେ ୩୩ଜଣ ଖେଳାଳି ରହିଛନ୍ତି। ପ୍ରତ୍ୟେକ ଦଳ ଖେଳାଳି ନିଲାମୀରେ ୬୫ ଲକ୍ଷ ମଧ୍ୟରେ କ୍ରୟ କରିବାର ନିୟମ ରହିଥିଲା। ଏଥିରେ ଗତ ସଂସ୍କରଣର ରିଟେନ ଖେଳାଳିଙ୍କୁ ୬ଲକ୍ଷ, ଗ୍ରେଡ୍‌-ଏ’ରେ ଥିବା ଖେଳାଳିଙ୍କୁ ୫ ଲକ୍ଷ, ଗ୍ରେଡ୍‌-ବି ୩ ଲକ୍ଷ, ଗ୍ରେଡ୍‌-ସି ୨ ଲକ୍ଷ ଏବଂ ଗ୍ରେଡ୍‌-ଡି’ରେ ଯେଉଁ ଖେଳାଳି ରହିଛନ୍ତି ସେମାନେ ୧ ଲକ୍ଷ ଟଙ୍କାରେ କ୍ରୟ ହୋଇଛନ୍ତି।

୬ ଦଳରେ ୧୨ ଓଡ଼ିଆ:
ଚଳିତ ଅଲ୍ଟିମେଟ୍‌ ଖୋ ଖୋ’ର ଦ୍ୱିତୀୟ ସଂସ୍କରଣରେ ଅଂଶଗ୍ରହଣକାରୀ ୬ ଦଳରେ ମୋଟ୍‌ ୧୨ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଓଡ଼ିଶା ଜଗରନଟ୍ସରେ ସର୍ବାଧିକ ୫ଜଣ ରହିଛନ୍ତି। ସେମାନେ ହେଲେ ଦୀପକ କୁମାର ସାହୁ, ସିଦ୍ଧେଶ୍ୱର ଟୁଡୁ, ନିରଞ୍ଜନ ସାମଲ, ବିଶାଲ ଓରାମ ଓ ଦେବେନ୍ଦ୍ର ନାଥ। ସେହିଭଳି ରାଜସ୍ଥାନ ୱାରିୟର୍ସରେ ଜଗନ୍ନାଥ ଦାସ ଓ ଜଗନ୍ନାଥ ମୁର୍ମୁ, ମୁମ୍ବାଇ ଖିଲାଡିସରେ ସୁନିଲ ପାତ୍ର, ଗୁଜରାଟ ଜାଏଣ୍ଟ୍‌ସରେ ଭରତ କୁମାର ଓ ପବନ ଶବର, ଚେନ୍ନାଇ କୁଇକ ଗନ୍ସରେ ଅର୍ଜୁନ ସିଂ ଓ ତେଲୁଗୁ ଯୋଦ୍ଧାସରେ ଲିପୁନ ମୁଖି ଖେଳୁଛନ୍ତି।

୨୧ ଦିନରେ ୩୪ ମ୍ୟାଚ୍‌:
ରବିବାରଠାରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତା ୨୧ ଦିନ ଧରି କଟକରେ ଚାଲିବ। ଯେଉଁଥିରେ ଫାଇନାଲକୁ ମିଶାଇ ୩୪ ମ୍ୟାଚ୍‌ ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ୨ଟି ଓ ଜାନୁଆରୀ ୧୩ରେ ଗ୍ରାଣ୍ଡ ଫାଇନାଲ ଖେଳାଯିବ। ରାଉଣ୍ଡରବିନ ଭିତ୍ତିରେ ପ୍ରତ୍ୟେକ ଦଳ ପରସ୍ପରକୁ ଦୁଇଥର ଭେଟିବେ। ଏହାପରେ ଶ୍ରେଷ୍ଠ-୪ ଦଳ ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିବେ। ସୋନି ସ୍ପୋର୍ଟ୍ସ ନେଟ୍‌ୱର୍କରେ ସମସ୍ତ ମ୍ୟାଚର ସିଧାପ୍ରସାରଣ କରାଯିବ।

24 Dec 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର