ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୬ ସଂଯୋଜକ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର:  ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୧୬ ଜଣ ସଂଯୋଜକ ନିଯୁକ୍ତ କରିଛନ୍ତି ।  ଅନୁଗୁଳ ପାଇଁ କୈଳାସ ଚନ୍ଦ୍ର ସାହୁ, ବାଲେଶ୍ୱର ପାଇଁ ରଞ୍ଜନ ବାଗ, ଭଦ୍ରକ ପାଇଁ ଡକ୍ଟର ସଂଜୟ ଦାସ, ଗଜପତି ପାଇଁ ଓ୍ୱାଇ ରାମଚନ୍ଦ୍ର ରାଓ, ଭବାନୀପାଟଣା ଉପଖଣ୍ଡ ପାଇଁ ବଦ୍ରିନାରାୟଣ ପଟ୍ଟନାୟକ, ଧର୍ମଗଡ଼ ଉପଖଣ୍ଡ ପାଇଁ ଆଦିତ୍ୟ ନନ୍ଦ, କନ୍ଧମାଳ ପାଇଁ ରାଜୀବ ପାତ୍ର, ଖୋର୍ଦ୍ଧା ପାଇଁ ଶ୍ରୀମୟୀ ମିଶ୍ର, କୋରାପୁଟ […]

ଭୁବନେଶ୍ବର:  ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୧୬ ଜଣ ସଂଯୋଜକ ନିଯୁକ୍ତ କରିଛନ୍ତି ।  ଅନୁଗୁଳ ପାଇଁ କୈଳାସ ଚନ୍ଦ୍ର ସାହୁ, ବାଲେଶ୍ୱର ପାଇଁ ରଞ୍ଜନ ବାଗ, ଭଦ୍ରକ ପାଇଁ ଡକ୍ଟର ସଂଜୟ ଦାସ, ଗଜପତି ପାଇଁ ଓ୍ୱାଇ ରାମଚନ୍ଦ୍ର ରାଓ, ଭବାନୀପାଟଣା ଉପଖଣ୍ଡ ପାଇଁ ବଦ୍ରିନାରାୟଣ ପଟ୍ଟନାୟକ, ଧର୍ମଗଡ଼ ଉପଖଣ୍ଡ ପାଇଁ ଆଦିତ୍ୟ ନନ୍ଦ, କନ୍ଧମାଳ ପାଇଁ ରାଜୀବ ପାତ୍ର, ଖୋର୍ଦ୍ଧା ପାଇଁ ଶ୍ରୀମୟୀ ମିଶ୍ର, କୋରାପୁଟ ଉପଖଣ୍ଡ ପାଇଁ ଲତା ସାହୁ, ଜୟପୁର ଉପଖଣ୍ଡ ପାଇଁ ତୁଳସୀ କିର୍ସାନିଙ୍କୁ ଆମ ଓଡ଼ିଶା ନବୀନ ଓଡ଼ିଶା ସଂଯୋଜକ ଭାବେ ନିଯୁକ୍ତ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ସେହିପରି ମାଲକାନଗିରି ପାଇଁ ଚିତ୍ତ ପଟ୍ଟନାୟକ, ରାଇରଙ୍ଗପୁର ଉପଖଣ୍ଡ ପାଇଁ ଅମରେନ୍ଦ୍ର କର, ବାରିପଦା ଉପଖଣ୍ଡ ପାଇଁ ସୁନୀଲ ଦାସ , ନବରଂଗପୁର ପାଇଁ ମଞ୍ଜୁଳା ମାଝୀ, ନୟାଗଡ଼ ପାଇଁ ଗଙ୍ଗାଧର ପଣ୍ଡା, ନୂଆପଡ଼ା ପାଇଁ ରାମଲାଲ ହଂସ, ରାୟଗଡ଼ା ପାଇଁ ପି. ଗୌରୀଶଙ୍କର ରାଓ, ସମ୍ବଲପୁର ପାଇଁ ସିଦ୍ଧାନ୍ତ ଦାସ, ସୁନ୍ଦରଗଡ଼ ଉପଖଣ୍ଡ ପାଇଁ ଯୋଗେନ୍ଦ୍ର ସିଂ ଙ୍କୁ ଆମ ଓଡ଼ିଶା ନବୀନ ଓଡ଼ିଶା ସଂଯୋଜକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ ଦେଇଛନ୍ତି ।ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ନିକଟରେ ମୁଖ୍ୟମନ୍ତ୍ରୀ ନିକଟରେ ଆରମ୍ଭ କରିଛନ୍ତି  । ଏହାଦ୍ୱାରା ଡିଜିଟାଲ ଭିତ୍ତିଭୂମିର ଉନ୍ନତିକରଣ ,ରାଜ୍ୟର ଜଗନ୍ନାଥ ସଂସ୍କୃତି ଓ ସମୃଦ୍ଧ ଓଡିଆ ସଂସ୍କୃତିର ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି  ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର