ମଦ ବ୍ୟବସାୟୀଙ୍କ ପାଖରୁ ଜବତ ଟଙ୍କା ଗଣି ଗଣି ହାଲିଆ ଆୟକର ବିଭାଗ, ଆଜି ପୁଣି ଆରମ୍ଭ ହେଲା ନୋଟ ଗଣତି ପ୍ରକ୍ରିୟା

The Sakala Picture
Published On

ବଲାଙ୍ଗୀର: ବଲାଙ୍ଗୀରର ମଦ ବ୍ୟବସାୟୀ ଓ ମ୍ୟାନେଜରଙ୍କ ଘରୁ ଶହଶହ କୋଟି ଜବତ ଘଟଣା । ଚତୁର୍ଥ ଦିନରେ ପହଞ୍ଚିଛି ଆୟକର ବିଭାଗର ରେଡ । ମଦଭାଟି କାର୍ଯ୍ୟାଳୟ ପରେ ଏବେ ଭାଟି ମାଲିକର ମୁଖ୍ୟ ସହଯୋଗୀଙ୍କ ଘରେ ଚାଲିଛି ଖୋଡତାଳ । ୧୪ ଜଣିଆ ଆୟକର ଟିମ୍ ଚଳାଇଛି ଖୋଡତାଳ । ଆୟକର ବିଭାଗ ପକ୍ଷରୁ ପୋଲିସ ଉପସ୍ଥିତିରେ ମଦଭାଟି ମ୍ୟାନେଜରଙ୍କ ଘରେ ଚଢାଉ କରି ବିପୁଳ ପରିମାଣର ଟଙ୍କା ଜବତ କରିଛି । ଗତକାଲି […]

ବଲାଙ୍ଗୀର: ବଲାଙ୍ଗୀରର ମଦ ବ୍ୟବସାୟୀ ଓ ମ୍ୟାନେଜରଙ୍କ ଘରୁ ଶହଶହ କୋଟି ଜବତ ଘଟଣା । ଚତୁର୍ଥ ଦିନରେ ପହଞ୍ଚିଛି ଆୟକର ବିଭାଗର ରେଡ । ମଦଭାଟି କାର୍ଯ୍ୟାଳୟ ପରେ ଏବେ ଭାଟି ମାଲିକର ମୁଖ୍ୟ ସହଯୋଗୀଙ୍କ ଘରେ ଚାଲିଛି ଖୋଡତାଳ । ୧୪ ଜଣିଆ ଆୟକର ଟିମ୍ ଚଳାଇଛି ଖୋଡତାଳ । ଆୟକର ବିଭାଗ ପକ୍ଷରୁ ପୋଲିସ ଉପସ୍ଥିତିରେ ମଦଭାଟି ମ୍ୟାନେଜରଙ୍କ ଘରେ ଚଢାଉ କରି ବିପୁଳ ପରିମାଣର ଟଙ୍କା ଜବତ କରିଛି ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଗତକାଲି ଶୁଦ୍ଧା ୬୦ଲକ୍ଷ ଟଙ୍କାର ଗଣତି ଶେଷ ହୋଇଛି । କଡା ସୁରକ୍ଷାରେ ଜବତ ଟଙ୍କାକୁ ୧୯ଟି ବ୍ୟାଗ, ପେଟି ଓ ଟିଣ ବାକ୍ସରେ ଭର୍ତି କରି ଏସବିଆଇ ଶାଖାକୁ ନିଆଯାଇଛି । ଟଙ୍କା ପେଟି ବୋହିବାକୁ ୭ରୁ ୮ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଏତେ ପରିମାଣର ଟଙ୍କା ଗଣିବା ସମୟରେ ମେସିନ୍ ଅଚଳ ହୋଇଥିବା ଜଣାପଡ଼ିଛି । ସେଥିପାଇଁ ଆୟକର ବିଭାଗ ଅଧିକ ମେସିନ୍ ଓ କର୍ମଚାରୀ ମଗାଇଛି ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ପୂର୍ବରୁ ୧୫୬ ବସ୍ତା ଟଙ୍କା ଵଲାଙ୍ଗିର ସୁଦପଡା ମଦଭାଟିରୁ ଜବତ କରାଇଥିଲା । ସେହି ଟଙ୍କା ବସ୍ତାକୁ ଏକ ଟ୍ରକରେ SBIକୁ ଅଣାଯାଇଥିଲା । ଗତକାଲି ଅବକାରୀ ଅଫିସରେ ଆୟକର ବିଭାଗର ପହଞ୍ଚି ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିଥିଲା । କେତେ ରାଜସ୍ୱ ଦେଉଥିଲେ ମଦ ବ୍ୟବସାୟୀ ? କିପରି ଆୟକର ଟିକସ ଫାଙ୍କୁଥିଲେ ? ଏନେଇ ତଦନ୍ତ କରିବା ସହିତ ଵଲାଙ୍ଗିର SBIରେ ଆୟକର ବିଭାଗ ଟଙ୍କା ଗଣତି ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ସୂଚନାଯୋଗ୍ୟ, ଓଡ଼ିଶା ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟର ବିଭିନ୍ନ ସ୍ଥାନରୁ ଆୟକର ବିଭାଗ ଗତ ୩ ଦିନ ମଧ୍ୟରେ ଜବତ କରିଛି ୨୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା। ୧୫୭ଟି ବ୍ୟାଗରେ ଜବତ ଟଙ୍କାକୁ ଭର୍ତ୍ତି କରି ବ୍ୟାଙ୍କକୁ ଅଣାଯାଇଛି। ଆବଶ୍ୟକ ବ୍ୟାଗ ଅଭାବରୁ କେତେକ ସ୍ଥାନରେ ଟଙ୍କାକୁ ଅଖାରେ ଭର୍ତ୍ତି କରି ଟ୍ରକ ଯୋଗେ ବ୍ୟାଙ୍କରେ ପହଞ୍ଚାଯାଇଛି। ଜବତ ଅର୍ଥ ଗଣତି କାର୍ଯ୍ୟରେ ଲାଗିଥିବା ଟଙ୍କା ଗଣା ମେସିନ ଗରମ ହୋଇ ଅଚଳ ହୋଇ ଯାଇଥିବା କୁହାଯାଉଛି।

09 Dec 2023 By The Sakala

ମଦ ବ୍ୟବସାୟୀଙ୍କ ପାଖରୁ ଜବତ ଟଙ୍କା ଗଣି ଗଣି ହାଲିଆ ଆୟକର ବିଭାଗ, ଆଜି ପୁଣି ଆରମ୍ଭ ହେଲା ନୋଟ ଗଣତି ପ୍ରକ୍ରିୟା

ବଲାଙ୍ଗୀର: ବଲାଙ୍ଗୀରର ମଦ ବ୍ୟବସାୟୀ ଓ ମ୍ୟାନେଜରଙ୍କ ଘରୁ ଶହଶହ କୋଟି ଜବତ ଘଟଣା । ଚତୁର୍ଥ ଦିନରେ ପହଞ୍ଚିଛି ଆୟକର ବିଭାଗର ରେଡ । ମଦଭାଟି କାର୍ଯ୍ୟାଳୟ ପରେ ଏବେ ଭାଟି ମାଲିକର ମୁଖ୍ୟ ସହଯୋଗୀଙ୍କ ଘରେ ଚାଲିଛି ଖୋଡତାଳ । ୧୪ ଜଣିଆ ଆୟକର ଟିମ୍ ଚଳାଇଛି ଖୋଡତାଳ । ଆୟକର ବିଭାଗ ପକ୍ଷରୁ ପୋଲିସ ଉପସ୍ଥିତିରେ ମଦଭାଟି ମ୍ୟାନେଜରଙ୍କ ଘରେ ଚଢାଉ କରି ବିପୁଳ ପରିମାଣର ଟଙ୍କା ଜବତ କରିଛି ।

ଗତକାଲି ଶୁଦ୍ଧା ୬୦ଲକ୍ଷ ଟଙ୍କାର ଗଣତି ଶେଷ ହୋଇଛି । କଡା ସୁରକ୍ଷାରେ ଜବତ ଟଙ୍କାକୁ ୧୯ଟି ବ୍ୟାଗ, ପେଟି ଓ ଟିଣ ବାକ୍ସରେ ଭର୍ତି କରି ଏସବିଆଇ ଶାଖାକୁ ନିଆଯାଇଛି । ଟଙ୍କା ପେଟି ବୋହିବାକୁ ୭ରୁ ୮ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଏତେ ପରିମାଣର ଟଙ୍କା ଗଣିବା ସମୟରେ ମେସିନ୍ ଅଚଳ ହୋଇଥିବା ଜଣାପଡ଼ିଛି । ସେଥିପାଇଁ ଆୟକର ବିଭାଗ ଅଧିକ ମେସିନ୍ ଓ କର୍ମଚାରୀ ମଗାଇଛି ।

ପୂର୍ବରୁ ୧୫୬ ବସ୍ତା ଟଙ୍କା ଵଲାଙ୍ଗିର ସୁଦପଡା ମଦଭାଟିରୁ ଜବତ କରାଇଥିଲା । ସେହି ଟଙ୍କା ବସ୍ତାକୁ ଏକ ଟ୍ରକରେ SBIକୁ ଅଣାଯାଇଥିଲା । ଗତକାଲି ଅବକାରୀ ଅଫିସରେ ଆୟକର ବିଭାଗର ପହଞ୍ଚି ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିଥିଲା । କେତେ ରାଜସ୍ୱ ଦେଉଥିଲେ ମଦ ବ୍ୟବସାୟୀ ? କିପରି ଆୟକର ଟିକସ ଫାଙ୍କୁଥିଲେ ? ଏନେଇ ତଦନ୍ତ କରିବା ସହିତ ଵଲାଙ୍ଗିର SBIରେ ଆୟକର ବିଭାଗ ଟଙ୍କା ଗଣତି ଜାରି ରଖିଛି ।

ସୂଚନାଯୋଗ୍ୟ, ଓଡ଼ିଶା ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟର ବିଭିନ୍ନ ସ୍ଥାନରୁ ଆୟକର ବିଭାଗ ଗତ ୩ ଦିନ ମଧ୍ୟରେ ଜବତ କରିଛି ୨୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା। ୧୫୭ଟି ବ୍ୟାଗରେ ଜବତ ଟଙ୍କାକୁ ଭର୍ତ୍ତି କରି ବ୍ୟାଙ୍କକୁ ଅଣାଯାଇଛି। ଆବଶ୍ୟକ ବ୍ୟାଗ ଅଭାବରୁ କେତେକ ସ୍ଥାନରେ ଟଙ୍କାକୁ ଅଖାରେ ଭର୍ତ୍ତି କରି ଟ୍ରକ ଯୋଗେ ବ୍ୟାଙ୍କରେ ପହଞ୍ଚାଯାଇଛି। ଜବତ ଅର୍ଥ ଗଣତି କାର୍ଯ୍ୟରେ ଲାଗିଥିବା ଟଙ୍କା ଗଣା ମେସିନ ଗରମ ହୋଇ ଅଚଳ ହୋଇ ଯାଇଥିବା କୁହାଯାଉଛି।

https://www.thesakala.in/latest-odisha-news/income-tax-dept-raid-in-balangirs-liquor-businessman/article-28059
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର