ସୋଆରେ ଆରମ୍ଭ ହୋଇଛି ସାହିତ୍ୟ ମହାକୁମ୍ଭ, ଉତ୍ସବରେ ଦେଶର ୨୫୦ରୁ ଅଧିକ ତାରକା ସାମିଲ

The Sakala Picture
Published On

ଭୁବନେଶ୍ୱର: ‘ପ୍ରାଚୀନ’ର ଦ୍ବିତୀୟ ସଂସ୍କରଣ । ଦେଶର ପ୍ରଖ୍ୟାତ ସାହିତ୍ୟିକ, ସଂସ୍କୃତି ବିଶାରଦକୁ ନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଛି ସାହିତ୍ୟ ମହାକୁମ୍ଭ । ବିଶିଷ୍ଟ ସାହିତ୍ୟିକ ଡକ୍ଟର ପ୍ରତିଭା ରାୟ ଏହି ମହାକୁମ୍ଭର ଶୁଭାରମ୍ଭ କରିଛନ୍ତି । ଦେଶର ସାହିତ୍ୟ, ସଂସ୍କୃତି, କଳା, ମଂଚ ଓ ଚଳଚ୍ଚିତ୍ର କ୍ଷେତ୍ରର ପ୍ରାୟ ୨୫୦ରୁ ଅଧିକ କଳାକାର ଏଥିରେ ଯୋଗ ଦେଇଛନ୍ତି । ବଲିଉଡ ଅଭିନେତ୍ରୀ ଦିବ୍ୟା ଦତ୍ତା, ସାମାଜିତ ତତ୍ବଜ୍ଞ ତଥା ସମାଲୋଚକ ଆଶିଷ ନନ୍ଦୀ, କେନ୍ଦ୍ର ସାହିତ୍ୟ […]

ଭୁବନେଶ୍ୱର: ‘ପ୍ରାଚୀନ’ର ଦ୍ବିତୀୟ ସଂସ୍କରଣ । ଦେଶର ପ୍ରଖ୍ୟାତ ସାହିତ୍ୟିକ, ସଂସ୍କୃତି ବିଶାରଦକୁ ନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଛି ସାହିତ୍ୟ ମହାକୁମ୍ଭ । ବିଶିଷ୍ଟ ସାହିତ୍ୟିକ ଡକ୍ଟର ପ୍ରତିଭା ରାୟ ଏହି ମହାକୁମ୍ଭର ଶୁଭାରମ୍ଭ କରିଛନ୍ତି । ଦେଶର ସାହିତ୍ୟ, ସଂସ୍କୃତି, କଳା, ମଂଚ ଓ ଚଳଚ୍ଚିତ୍ର କ୍ଷେତ୍ରର ପ୍ରାୟ ୨୫୦ରୁ ଅଧିକ କଳାକାର ଏଥିରେ ଯୋଗ ଦେଇଛନ୍ତି । ବଲିଉଡ ଅଭିନେତ୍ରୀ ଦିବ୍ୟା ଦତ୍ତା, ସାମାଜିତ ତତ୍ବଜ୍ଞ ତଥା ସମାଲୋଚକ ଆଶିଷ ନନ୍ଦୀ, କେନ୍ଦ୍ର ସାହିତ୍ୟ ଆକାଡେମି ସଭାପତି ମାଧବ କୌଶିକ, ସଚିବ କେ. ଶ୍ରୀନିବାସ ରାଓ, ଆଇଏଏସ ତଥା ଲେଖକ ବିଶ୍ବାସ ପାଟିଲ, କବି ପ୍ରବୋଧ ପାରିଖ, ଲେଖିକା ସୌମିତା, ଲେଖକ ଓ ନିର୍ଦ୍ଦେଶକ ଅତୁଲ ତିୱାରୀ, ଲେଖିକା ସଲମା ପ୍ରମୁଖ ଯୋଗ ଦେଇଛନ୍ତି । ଉତ୍ସବରେ ୧୧ ଜଣ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ସମ୍ମାନିତ କରାଯିବ। ୩ ଦିନି ଧରି ଚାଲିବ ସୋଆ ସାହିତ୍ୟ ଉତ୍ସବ। ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ଭାରତୀୟ କଳା, ସଂସ୍କୃତି ଓ ସାହିତ୍ୟ ସମ୍ପର୍କରେ ଆଲୋଚନା ତଥା ମତ ବିନିମୟ କରିବେ।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଉତ୍ସବର ପ୍ରାରମ୍ଭରୁ ଉଦବୋଧନ ଦେଇଥିଲେ ପ୍ରାଚୀନ ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା। ଏହି ସାହିତ୍ୟ ମହାକୁମ୍ଭର ଶୀର୍ଷକ ରହିଛି ଶବ୍ଦ ଓ ଭାବନାର ଉତ୍ସବ । ଦେଶର ଆଗ ଧାଡିର ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ ଦ୍ୱିତୀୟ ଥର ପାଇଁ ଏହି ସାହିତ୍ୟ ଉତ୍ସବର ଆୟୋଜନ କରିଥିବା ବେଳେ ଦେଶ ବିଦେଶରୁ ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ, କବି, ସମାଲୋଚକ, ଐତିହାସିକ, ଅନୁବାଦକ, ଭାଷା ବିଜ୍ଞାନୀ, ଗବେଷକ, ସାମ୍ବାଦିକ ଓ ଚଳଚ୍ଚିତ୍ର ଜଗତର ପ୍ରମୁଖ ବ୍ୟକ୍ତିମାନେ ଏଥିରେ ଯୋଗ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର