ଆଜିଠୁ ନନ୍ଦନକାନନରେ ରୋପ୍‌-ୱେର ମଜାନେବେ ପର୍ଯ୍ୟଟକ; ଜାଣନ୍ତୁ କେତେ ରହିଛି ଟିକେଟ ଦର…

The Sakala Picture
Published On

ବାରଙ୍ଗ: ୧୩ ବର୍ଷ ଧରି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବନ୍ଦ ରହିଥିବା ରୋପ୍‌-‌ୱେ ସୁବିଧା ଆଜିଠାରୁ ପୁଣି ଆରମ୍ଭ ହୋଇଛି। ବହୁପ୍ରତୀକ୍ଷିତ ଏହି ରୋପ୍‌‌-ୱେ ସୁବିଧାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଶୁକ୍ରବାର ଉଦ୍‌‌ଘାଟନ କରିଛନ୍ତି। ଆଜିଠାରୁ ପର୍ଯ୍ୟଟକମାନେ ଏହାର ମଜା ନେଇପାରିବେ। କାଞ୍ଜିଆ ହ୍ରଦ ଉପରେ ହୋଇଥିବା ଏହି ରୋପ୍‌‌ୱେ ଜରିଆରେ ପର୍ଯ୍ୟଟକମାନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ଯାଇ ଆସିପାରିବେ। ଏହି ଅତ୍ୟାଧୁନିକୀକରଣ ରୋପ୍‌‌-ୱେ […]

ବାରଙ୍ଗ: ୧୩ ବର୍ଷ ଧରି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବନ୍ଦ ରହିଥିବା ରୋପ୍‌-‌ୱେ ସୁବିଧା ଆଜିଠାରୁ ପୁଣି ଆରମ୍ଭ ହୋଇଛି। ବହୁପ୍ରତୀକ୍ଷିତ ଏହି ରୋପ୍‌‌-ୱେ ସୁବିଧାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଶୁକ୍ରବାର ଉଦ୍‌‌ଘାଟନ କରିଛନ୍ତି। ଆଜିଠାରୁ ପର୍ଯ୍ୟଟକମାନେ ଏହାର ମଜା ନେଇପାରିବେ। କାଞ୍ଜିଆ ହ୍ରଦ ଉପରେ ହୋଇଥିବା ଏହି ରୋପ୍‌‌ୱେ ଜରିଆରେ ପର୍ଯ୍ୟଟକମାନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ଯାଇ ଆସିପାରିବେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଛୁରାମାଡ଼ କଲା ନୃଶଂସ ସ୍ୱାମୀ

ଏହି ଅତ୍ୟାଧୁନିକୀକରଣ ରୋପ୍‌‌-ୱେ ବ୍ୟବସ୍ଥା‌ରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ବିପଦମୁକ୍ତ ଓ ସ୍ୱୟଂଚାଳିତ ପୁଲିରୁ ରୋପ୍‌‌ୱେ ଖସିଲେ, ଆପେଆପେ ବିଦ୍ୟୁତ୍‌‌ ବିଚ୍ଛିନ୍ନ ହୋଇ ବନ୍ଦ ହୋଇଯିବ। ଏହା ଘଣ୍ଟାକରେ ୫ଶହରୁ ଅଧିକ ପର୍ଯ୍ୟଟକଙ୍କୁ ସେବା ଯୋଗାଇବ ବୋଲି ନିର୍ମାଣ ଦାୟିତ୍ୱରେ ଥିବା ମହେଶ ମାହୋତ କହିଛନ୍ତି। ଏହାକୁ ଚଲାଇବାକୁ ନେଇ କୋଲକାତାର ଦାମୋଦର ରୋପ୍‌‌ୱେ ଇନଫ ଲିଃ ଠିକା ସଂସ୍ଥାକୁ ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ୨ଟି ଟାୱାର ସହିତ ୬୨୬ ମିଟର ଲମ୍ବରୁ ଅଧିକ ମୋନୋ କେବୁଲ ପଲ୍ସଡ୍‌‌ ସହିତ ଏହି ରୋପ୍‌‌ୱେ ନିର୍ମାଣ କରାଯାଇଛି। ଗୋଟିଏ କ୍ୟାବିନ୍‌‌‌ରେ ୬ଜଣ ବସିପାରିବେ ଏବଂ ରୋପ୍‌-ୱେରେ ଏକକାଳୀନ ୧୨ଟି କ୍ୟାବିନ୍‌‌ କାମ କରିବ। ଏହିପରି ୭୨ ଜଣ ପର୍ଯ୍ୟଟକ ଏକାଥରକେ ଯାତ୍ରା କରିପାରିବେ। ଏହାର ସର୍ବନିମ୍ନ ଦର ୧୨୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଯଦି ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ପଟୁ ରୋପ୍‌‌-ୱେରେ ଯାଇ ବଟାନିକାଲ ଗାର୍ଡେନ୍‌ ବୁଲିବେ, ସେମାନଙ୍କୁ ୨୦ ଟଙ୍କା ଅଧିକ ଅର୍ଥାତ୍‌‌ ୧୪୦ ଟଙ୍କା ଦେବାକୁ ପଡ଼ିବ। ସେହିପରି ଯେଉଁ ପର୍ଯ୍ୟଟକ ବଟାନିକାଲ ଗାର୍ଡେନ୍‌ ପଟୁ ରୋପ୍‌‌ୱେରେ ଆସି ପ୍ରାଣୀ ଉଦ୍ୟାନ ବୁଲିବା ପାଇଁ ଚାହିଁ‌ବେ, ସେମାନଙ୍କଠାରୁ ୫୦ ଟଙ୍କା ଅଧିକ ଅର୍ଥାତ୍‌‌ ୧୭୦ ଟଙ୍କା ଆଦାୟ ହେବ। ପର୍ଯ୍ୟଟକମାନେ ବଟାନିକାଲ ଗାର୍ଡେନ୍‌ ଓ ଜୁଲୋଜିକାଲ ଉଦ୍ୟାନ ମଧ୍ୟରେ ସିଧାସଳଖ ଯିବାଆସିବା କରିବା ସହ ପ୍ରାକୃତିକ ପରିବେଶ ଘଞ୍ଚବନାନୀ ଓ ଜୀବଜନ୍ତୁଙ୍କ ସମ୍ଭାର ପର୍ଯ୍ୟଟକଙ୍କୁ ବେଶ୍‌‌ ମନମୁଗ୍ଧ କରିବ। ଆଜିର ଉଦ୍‌‌ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ, ସୁଶାନ୍ତ ନନ୍ଦ, ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି.ନାୟାର, ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ନାବାଳିକାକୁ ପ୍ରେମ ବିବାହ କରିଥିଲେ, ପୋଲିସ ଗିରଫ ଭୟରେ ରଶିରେ ଝୁଲିପଡିଲେ ଯୁବକ !

ସୂଚନା ଅନୁସାରେ, ୧୯୮୮ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରି କାଞ୍ଜିଆ ହ୍ରଦ ଉପରେ ରୋପ୍‌‌ୱେ ବ୍ୟବସ୍ଥା ଆରମ୍ଭ ପାଇଁ କୋଲକାତାର ସଷା ବ୍ରେକ୍‌‌ କମ୍ପାନୀ ଓ ସରକାରଙ୍କ ମଧ୍ୟରେ ଚୁକ୍ତିନାମା ହୋଇଥିଲା। ୧୯୯୪ ଅକ୍ଟୋବର ୧୦ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ରୋପ୍‌‌ୱେ ବ୍ୟବସ୍ଥାର ଲୋକାର୍ପିତ ହୋଇଥିଲା। ଦୁଇଥର ଦୁର୍ଘଟଣା ପରେ ୨୦୧୧ ଫେବୃଆରୀ ମାସରେ ରୋପ୍‌‌ୱେ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିଲା। ଏହି ବ୍ୟବସ୍ଥାକୁ ପୁଣି ଚାଲୁ କରିବା ପାଇଁ ୨୦୧୬ ଅଗଷ୍ଟ ୫ରେ ଦାମୋଦର ରୋପ୍‌‌ୱେ ଇନ୍‌‌ଫ ଲିଃକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଏହି ସଂସ୍ଥା କାର୍ଯ୍ୟ ଆରମ୍ଭ କଲାବେଳକୁ ଏହାର କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ନ ଥିବା ଅଭିଯୋଗ ଉଠିଥିଲା। ସେଥିପାଇଁ କାମ ବନ୍ଦ ରଖାଯାଇଥିଲା। ବହୁ ପର୍ଯ୍ୟଟକ ଏହି ରୋପ୍‌‌-ୱେରେ ବସିବା ପାଇଁ ଆସି ନିରାଶ ହୋଇ ଫେରୁଥିଲେ। ବର୍ତ୍ତମାନ ଏହି ବ୍ୟବସ୍ଥା ପୁନର୍ବାର ଚାଲୁ କରାଯିବା ପରେ ପର୍ଯ୍ୟଟକମହଲରେ ଖୁସି ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ କଳା ପତାକା ସହ ବାଙ୍କୀରେ ଜୋରଦାର ବିରୋଧ ପ୍ରଦର୍ଶନ

18 Nov 2023 By The Sakala

ଆଜିଠୁ ନନ୍ଦନକାନନରେ ରୋପ୍‌-ୱେର ମଜାନେବେ ପର୍ଯ୍ୟଟକ; ଜାଣନ୍ତୁ କେତେ ରହିଛି ଟିକେଟ ଦର…

ବାରଙ୍ଗ: ୧୩ ବର୍ଷ ଧରି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବନ୍ଦ ରହିଥିବା ରୋପ୍‌-‌ୱେ ସୁବିଧା ଆଜିଠାରୁ ପୁଣି ଆରମ୍ଭ ହୋଇଛି। ବହୁପ୍ରତୀକ୍ଷିତ ଏହି ରୋପ୍‌‌-ୱେ ସୁବିଧାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଶୁକ୍ରବାର ଉଦ୍‌‌ଘାଟନ କରିଛନ୍ତି। ଆଜିଠାରୁ ପର୍ଯ୍ୟଟକମାନେ ଏହାର ମଜା ନେଇପାରିବେ। କାଞ୍ଜିଆ ହ୍ରଦ ଉପରେ ହୋଇଥିବା ଏହି ରୋପ୍‌‌ୱେ ଜରିଆରେ ପର୍ଯ୍ୟଟକମାନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ଯାଇ ଆସିପାରିବେ।

ଏହି ଅତ୍ୟାଧୁନିକୀକରଣ ରୋପ୍‌‌-ୱେ ବ୍ୟବସ୍ଥା‌ରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ବିପଦମୁକ୍ତ ଓ ସ୍ୱୟଂଚାଳିତ ପୁଲିରୁ ରୋପ୍‌‌ୱେ ଖସିଲେ, ଆପେଆପେ ବିଦ୍ୟୁତ୍‌‌ ବିଚ୍ଛିନ୍ନ ହୋଇ ବନ୍ଦ ହୋଇଯିବ। ଏହା ଘଣ୍ଟାକରେ ୫ଶହରୁ ଅଧିକ ପର୍ଯ୍ୟଟକଙ୍କୁ ସେବା ଯୋଗାଇବ ବୋଲି ନିର୍ମାଣ ଦାୟିତ୍ୱରେ ଥିବା ମହେଶ ମାହୋତ କହିଛନ୍ତି। ଏହାକୁ ଚଲାଇବାକୁ ନେଇ କୋଲକାତାର ଦାମୋଦର ରୋପ୍‌‌ୱେ ଇନଫ ଲିଃ ଠିକା ସଂସ୍ଥାକୁ ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ୨ଟି ଟାୱାର ସହିତ ୬୨୬ ମିଟର ଲମ୍ବରୁ ଅଧିକ ମୋନୋ କେବୁଲ ପଲ୍ସଡ୍‌‌ ସହିତ ଏହି ରୋପ୍‌‌ୱେ ନିର୍ମାଣ କରାଯାଇଛି। ଗୋଟିଏ କ୍ୟାବିନ୍‌‌‌ରେ ୬ଜଣ ବସିପାରିବେ ଏବଂ ରୋପ୍‌-ୱେରେ ଏକକାଳୀନ ୧୨ଟି କ୍ୟାବିନ୍‌‌ କାମ କରିବ। ଏହିପରି ୭୨ ଜଣ ପର୍ଯ୍ୟଟକ ଏକାଥରକେ ଯାତ୍ରା କରିପାରିବେ। ଏହାର ସର୍ବନିମ୍ନ ଦର ୧୨୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଯଦି ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ପଟୁ ରୋପ୍‌‌-ୱେରେ ଯାଇ ବଟାନିକାଲ ଗାର୍ଡେନ୍‌ ବୁଲିବେ, ସେମାନଙ୍କୁ ୨୦ ଟଙ୍କା ଅଧିକ ଅର୍ଥାତ୍‌‌ ୧୪୦ ଟଙ୍କା ଦେବାକୁ ପଡ଼ିବ। ସେହିପରି ଯେଉଁ ପର୍ଯ୍ୟଟକ ବଟାନିକାଲ ଗାର୍ଡେନ୍‌ ପଟୁ ରୋପ୍‌‌ୱେରେ ଆସି ପ୍ରାଣୀ ଉଦ୍ୟାନ ବୁଲିବା ପାଇଁ ଚାହିଁ‌ବେ, ସେମାନଙ୍କଠାରୁ ୫୦ ଟଙ୍କା ଅଧିକ ଅର୍ଥାତ୍‌‌ ୧୭୦ ଟଙ୍କା ଆଦାୟ ହେବ। ପର୍ଯ୍ୟଟକମାନେ ବଟାନିକାଲ ଗାର୍ଡେନ୍‌ ଓ ଜୁଲୋଜିକାଲ ଉଦ୍ୟାନ ମଧ୍ୟରେ ସିଧାସଳଖ ଯିବାଆସିବା କରିବା ସହ ପ୍ରାକୃତିକ ପରିବେଶ ଘଞ୍ଚବନାନୀ ଓ ଜୀବଜନ୍ତୁଙ୍କ ସମ୍ଭାର ପର୍ଯ୍ୟଟକଙ୍କୁ ବେଶ୍‌‌ ମନମୁଗ୍ଧ କରିବ। ଆଜିର ଉଦ୍‌‌ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ, ସୁଶାନ୍ତ ନନ୍ଦ, ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି.ନାୟାର, ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଅନୁସାରେ, ୧୯୮୮ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରି କାଞ୍ଜିଆ ହ୍ରଦ ଉପରେ ରୋପ୍‌‌ୱେ ବ୍ୟବସ୍ଥା ଆରମ୍ଭ ପାଇଁ କୋଲକାତାର ସଷା ବ୍ରେକ୍‌‌ କମ୍ପାନୀ ଓ ସରକାରଙ୍କ ମଧ୍ୟରେ ଚୁକ୍ତିନାମା ହୋଇଥିଲା। ୧୯୯୪ ଅକ୍ଟୋବର ୧୦ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ରୋପ୍‌‌ୱେ ବ୍ୟବସ୍ଥାର ଲୋକାର୍ପିତ ହୋଇଥିଲା। ଦୁଇଥର ଦୁର୍ଘଟଣା ପରେ ୨୦୧୧ ଫେବୃଆରୀ ମାସରେ ରୋପ୍‌‌ୱେ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିଲା। ଏହି ବ୍ୟବସ୍ଥାକୁ ପୁଣି ଚାଲୁ କରିବା ପାଇଁ ୨୦୧୬ ଅଗଷ୍ଟ ୫ରେ ଦାମୋଦର ରୋପ୍‌‌ୱେ ଇନ୍‌‌ଫ ଲିଃକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଏହି ସଂସ୍ଥା କାର୍ଯ୍ୟ ଆରମ୍ଭ କଲାବେଳକୁ ଏହାର କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ନ ଥିବା ଅଭିଯୋଗ ଉଠିଥିଲା। ସେଥିପାଇଁ କାମ ବନ୍ଦ ରଖାଯାଇଥିଲା। ବହୁ ପର୍ଯ୍ୟଟକ ଏହି ରୋପ୍‌‌-ୱେରେ ବସିବା ପାଇଁ ଆସି ନିରାଶ ହୋଇ ଫେରୁଥିଲେ। ବର୍ତ୍ତମାନ ଏହି ବ୍ୟବସ୍ଥା ପୁନର୍ବାର ଚାଲୁ କରାଯିବା ପରେ ପର୍ଯ୍ୟଟକମହଲରେ ଖୁସି ପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର