ଅଭାବୀ ମହିଳାଙ୍କୁ ସ୍ୱାବଲମ୍ବୀ କରୁଛନ୍ତି ମାନସୀ

The Sakala Picture
Published On

ପୁରୀ/କୋଣାର୍କ : କୋଣାର୍କର ମାନସୀ ପୃଷ୍ଟି। ଜଣେ ଉଚ୍ଚଶିକ୍ଷିତା ମହିଳା। ପିଲାଟି ଦିନରୁ କିଛି ନିଆରା କରିବାର ଝୁଙ୍କ ରହିଥିଲା ମନରେ। ଏହି ଇଚ୍ଛାଶକ୍ତି ହିଁ ଆଜି ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇପାରିଛି। ବିଗତ ୧୦ ବର୍ଷ ହେଲା ଅଭାବୀ ମହିଳାମାନଙ୍କୁ ହସ୍ତଶିଳ୍ପ ପ୍ରସ୍ତୁତି ତାଲିମ ଦେଇ ସ୍ୱାବଲମ୍ବୀ କରିଆସୁଛନ୍ତି। ପୁଣି କରୋନା ମହାମାରୀ ସମୟରେ ୨୦୨୦ ମାର୍ଚ୍ଚରୁ ଏଯାବତ୍‍ ୧୧ ଲକ୍ଷ ମାସ୍କ ପ୍ରସ୍ତୁତ କରିସାରିଲେଣି। ତାଙ୍କ ପ୍ରସ୍ତୁତ ମାସ୍କ ମିଶନ ଶକ୍ତି ଜରିଆରେ […]

ପୁରୀ/କୋଣାର୍କ : କୋଣାର୍କର ମାନସୀ ପୃଷ୍ଟି। ଜଣେ ଉଚ୍ଚଶିକ୍ଷିତା ମହିଳା। ପିଲାଟି ଦିନରୁ କିଛି ନିଆରା କରିବାର ଝୁଙ୍କ ରହିଥିଲା ମନରେ। ଏହି ଇଚ୍ଛାଶକ୍ତି ହିଁ ଆଜି ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇପାରିଛି। ବିଗତ ୧୦ ବର୍ଷ ହେଲା ଅଭାବୀ ମହିଳାମାନଙ୍କୁ ହସ୍ତଶିଳ୍ପ ପ୍ରସ୍ତୁତି ତାଲିମ ଦେଇ ସ୍ୱାବଲମ୍ବୀ କରିଆସୁଛନ୍ତି। ପୁଣି କରୋନା ମହାମାରୀ ସମୟରେ ୨୦୨୦ ମାର୍ଚ୍ଚରୁ ଏଯାବତ୍‍ ୧୧ ଲକ୍ଷ ମାସ୍କ ପ୍ରସ୍ତୁତ କରିସାରିଲେଣି। ତାଙ୍କ ପ୍ରସ୍ତୁତ ମାସ୍କ ମିଶନ ଶକ୍ତି ଜରିଆରେ ଲୋକଙ୍କ ପାଖରେ ପହଞ୍ଚୁଥିବା ବେଳେ ନିଜ ଅଞ୍ଚଳରେ ନିଃଶୁଳ୍କ ବିତରଣ ମଧ୍ୟ କରୁଛନ୍ତି। ୨୦୧୩ ମସିହାରେ ଓର୍‍ମାସ ସହାୟତାରେ ୭ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୩୫ ଜଣ ମହିଳାଙ୍କୁ ନେଇ ମାନସୀ ଗଢିଛନ୍ତି ଓମ୍‍ ଗାୟତ୍ରୀ ଜୁଟ୍‍ କ୍ଲଷ୍ଟର। କଲିକତା ତଥା ଅନ୍ୟାନ୍ୟ ସହରରୁ କଞ୍ଚାମାଲ ଆଣି ଏସ୍‍ଏଚଜି ମହିଳାଙ୍କ ଦ୍ୱାରା ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ପ୍ରକାରର ଝୋଟ ବ୍ୟାଗ୍‍।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ମାନସୀଙ୍କ ପ୍ରସ୍ତୁତ କନ୍‍ଫରେନ୍ସ ବ୍ୟାଗ୍‍, ଲାପ୍‍ଟପ କ୍ୟାରିବ୍ୟାଗ, ଟିଫିନ ଓ ୱାଟର ବଟଲ କ୍ୟାରିବ୍ୟାଗ, ମହିଳାଙ୍କ ଭ୍ୟାନିଟ୍‍, ମନିପର୍ସ, ଫୋଲ୍‍ଡର ଓ ସପିଂ ବ୍ୟାଗ୍‍ର ଚାହିଦା କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରେ ବି ରହିଛି। ଦେଶର ବିଭିନ୍ନ ସହରରେ ଆୟୋଜିତ ହେଉଥିବା ବଡ଼ ବଡ଼ ହସ୍ତଶିଳ୍ପ ମେଳାରେ ତାଙ୍କ କ୍ଲଷ୍ଟର ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ସାମଗ୍ରୀ ଷ୍ଟଲ ପଡ଼ିବା ସହିତ ଲୋକଙ୍କ ଚାହିଦା ସାଉଣ୍ଟିଛି। ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାର (ଆଇଆଇଟିଏଫ୍‍)ରେ ମାନସୀଙ୍କ ଜୁଟ୍‍ ସାମଗ୍ରୀ ଷ୍ଟଲ ୫ ଥର ସାମିଲ ହୋଇ ସଫଳତା ପାଇଛି। ଏତଦ୍‍ବ୍ୟତୀତ ସରସ ମେଳା, ତୋଷାଳି ହସ୍ତଶିଳ୍ପ ମେଳା, ଆଦିବାସୀ ମେଳା, ଖଦି ଓ ଗ୍ରାମଦ୍ୟୋଗ ହସ୍ତଶିଳ୍ପ ମେଳାରେ ପ୍ରତିବର୍ଷ ଭାଗନେଇ ବିପଣନ ସଫଳତା ପାଇଛନ୍ତି ମାନସୀ। ୨୦୧୩ ମସିହାରେ ପ୍ରଥମେ ଓଏଲଏମ୍‍ରୁ ୩ ଲକ୍ଷ ୪୫ ହଜାର ଟଙ୍କା ଋଣ ଆଣି କାମ ଆରମ୍ଭ କରିଥିବା ଏହି ଏସ୍‍ଏଚଜି କ୍ଲଷ୍ଟର ସମ୍ପ୍ରତି ୨୦ଟି ସିଲେଇ ମେଶିନ, କଟିଙ୍ଗ ଟେବୁଲ, ଅନ୍ୟାନ୍ୟ ଯନ୍ତ୍ରାଂଶ ତଥା କଞ୍ଚାମାଲକୁ ମିଶାଇ ୧୫ ଲକ୍ଷ ଟଙ୍କା ପୁଞ୍ଜି ନିବେଶରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ମିଶନ ଶକ୍ତି ଓ ଓରମାସ୍‍ ସହଯୋଗରେ ତାଙ୍କର କ୍ଲଷ୍ଟରର ସଦସ୍ୟାମାନଙ୍କ ବ୍ୟତିରକେ ଶତାଧିକ ମହିଳାଙ୍କୁ ମାଗଣା ତାଲିମ ଦେଇ ସ୍ୱାବଲମ୍ବୀ କରିଛନ୍ତି। ଜଣେ ମହିଳା ନିଜର କାର୍ଯ୍ୟଦକ୍ଷତା ଆଧାରରେ ଏହି କ୍ଲଷ୍ଟରରେ ବ୍ୟାଗ୍‍ ପ୍ରସ୍ତୁତ କରି ମାସକୁ ୭ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ଯେଉଁମାନେ ଅଧିକ ସମୟ ଦେଉଛନ୍ତି ତଦନୁଯାୟୀ ଅଧିକ ରୋଜଗାର ମଧ୍ୟ କରୁଛନ୍ତି। ମିଶନ ଶକ୍ତି ଓ ଉତ୍କଳିକା ଜରିଆରେ ବର୍ଷକୁ ପ୍ରାୟ ୫୦ ଲକ୍ଷ ଟଙ୍କାର ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହେଉଥିଲା। କରୋନା ମହାମାରୀ ଯୋଗୁ ସାମଗ୍ରୀ ବିକ୍ରି ବାଧାପ୍ରାପ୍ତ ହୋଇଛି। ଏପରି ଏକ ଘଡ଼ିସନ୍ଦି ମୁହୂର୍ତ୍ତରେ ଅଭାବୀ ମହିଳାମାନଙ୍କୁ କର୍ମଯୋଗାଣ ନିମନ୍ତେ ୧୧ ଲକ୍ଷ କପଡ଼ା ମାସ୍କ ପ୍ରସ୍ତୁତ କରି ବିକ୍ରି କରିଛି ମାନସୀଙ୍କ ଅନୁଷ୍ଠାନ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ଛାତ୍ର ଜୀବନରୁ ମାଆ ମିନାକ୍ଷୀ ପୃଷ୍ଟିଙ୍କ ସହିତ ରାଜ୍ୟ ତଥା ରାଜ୍ୟ ବାହାରର ବଡ଼ ବଡ଼ ହସ୍ତଶିଳ୍ପ ମେଳାରେ ସାମିଲ ହେବାର ଅନୁଭୂତି ମାନସୀଙ୍କୁ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତି ଦିଗରେ ପ୍ରୋତ୍ସାହିତ କରିଥିଲା। ବିଜ୍ଞାନରେ ସ୍ନାତକ ପାସ୍‍ କରିବା ପରେ ୨୦୦୯ ମସିହାରେ ଭୁବନେଶ୍ୱରର ଏକ ଅନୁଷ୍ଠାନରୁ ଡ୍ରେସ୍‍ ଡିଜାଇନରେ ଡିପ୍ଲୋମା କରିଥିଲେ ମାନସୀ। ୨୦୧୦ ମସିହାରେ ବିବାହ ପରେ ସ୍ୱାମୀଙ୍କ କର୍ମକ୍ଷେତ୍ର ହାଇଦ୍ରାବାଦରେ ଏକ ଏକ୍ସପୋର୍ଟ ହାଉସ୍‍ ମର୍ଚ୍ଚାଣ୍ଟାଇନିଂରେ ଡ୍ରେସ ଡିଜାଇନର ଭାବେ ମାସକୁ ୩୦ ହଜାର ଟଙ୍କା ପାରିଶ୍ରମିକରେ ଚାକିରି କରିଥିଲେ। ୨୦୧୨ ମସିହାରେ ଯେତେବେଳେ ସେ ହାଇଦ୍ରାବାଦ ଛାଡିଲେ ମାସକୁ ୫୦ ହଜାର ଟଙ୍କା ଦରମା ପାଉଥିଲେ। ନିଜ ଜନ୍ମ ମାଟିରେ କିଛି କରିବାର ମହାତାକାଂକ୍ଷା ତାଙ୍କୁ ଆଜି ଏହି ଜାଗାରେ ପହଞ୍ଚାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର