ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସଙ୍ଗୀତକାର ସ୍ବରୂପ ନାୟକ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହେଲା ଶେଷକୃତ୍ୟ

The Sakala Picture
Published On

କଟକ: ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସଙ୍ଗୀତକାର ତଥା ଗୀତିକାର ସ୍ବରୂପ ନାୟକ। କଟକ ସତୀ ଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବରୁପ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବଡ଼ ଝିଅ ନିବୃତ୍ତି ନାୟକ ମୁଖାଗ୍ନି ଦେଇଛନ୍ତି। ଗତକାଲି ୭୭ ବର୍ଷ ବୟସରେ ସ୍ୱରୂପ ନାୟକଙ୍କ ପରଲୋକ ହୋଇଯାଇଥିଲା । ଗଳା କର୍କଟ ରୋଗରେ ପୀଡ଼ିତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସ୍ୱରୂପ ନାୟକ। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବିଭିନ୍ନ କ୍ଷେତ୍ରରେ ସେ […]

କଟକ: ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସଙ୍ଗୀତକାର ତଥା ଗୀତିକାର ସ୍ବରୂପ ନାୟକ। କଟକ ସତୀ ଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବରୁପ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବଡ଼ ଝିଅ ନିବୃତ୍ତି ନାୟକ ମୁଖାଗ୍ନି ଦେଇଛନ୍ତି। ଗତକାଲି ୭୭ ବର୍ଷ ବୟସରେ ସ୍ୱରୂପ ନାୟକଙ୍କ ପରଲୋକ ହୋଇଯାଇଥିଲା । ଗଳା କର୍କଟ ରୋଗରେ ପୀଡ଼ିତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସ୍ୱରୂପ ନାୟକ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବିଭିନ୍ନ କ୍ଷେତ୍ରରେ ସେ ସକ୍ରିୟ ଥିଲେ । ସଂଗୀତ ନିର୍ଦ୍ଦେଶନା କ୍ଷେତ୍ରର ସ୍ବରୂପ ନାୟକ ଅବିସ୍ମରଣୀୟ ସ୍ପର୍ଶ ଛାଡ଼ିଯାଇଥିବା ବେଳେ ସାଟାୟର ସଂଗୀତ ପାଇଁ ସେ ଥିଲେ ଲୋକପ୍ରିୟ । ସେ ୪୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ୩୦ଟି ଚଳଚ୍ଚିତ୍ର ପାଇଁ ଗୀତ ରଚନା, ୬ଟିରେ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ଓ ୬ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତାଙ୍କର ଦେହାନ୍ତ ପରେ ଓଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି । ସଙ୍ଗିତ କ୍ଷେତ୍ରରେ ଏକ ଅପୂରଣୀୟ ଶୁନ୍ୟସ୍ଥାନ ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

28 Oct 2023 By The Sakala

ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସଙ୍ଗୀତକାର ସ୍ବରୂପ ନାୟକ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହେଲା ଶେଷକୃତ୍ୟ

କଟକ: ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସଙ୍ଗୀତକାର ତଥା ଗୀତିକାର ସ୍ବରୂପ ନାୟକ। କଟକ ସତୀ ଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବରୁପ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବଡ଼ ଝିଅ ନିବୃତ୍ତି ନାୟକ ମୁଖାଗ୍ନି ଦେଇଛନ୍ତି। ଗତକାଲି ୭୭ ବର୍ଷ ବୟସରେ ସ୍ୱରୂପ ନାୟକଙ୍କ ପରଲୋକ ହୋଇଯାଇଥିଲା । ଗଳା କର୍କଟ ରୋଗରେ ପୀଡ଼ିତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସ୍ୱରୂପ ନାୟକ।

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବିଭିନ୍ନ କ୍ଷେତ୍ରରେ ସେ ସକ୍ରିୟ ଥିଲେ । ସଂଗୀତ ନିର୍ଦ୍ଦେଶନା କ୍ଷେତ୍ରର ସ୍ବରୂପ ନାୟକ ଅବିସ୍ମରଣୀୟ ସ୍ପର୍ଶ ଛାଡ଼ିଯାଇଥିବା ବେଳେ ସାଟାୟର ସଂଗୀତ ପାଇଁ ସେ ଥିଲେ ଲୋକପ୍ରିୟ । ସେ ୪୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ୩୦ଟି ଚଳଚ୍ଚିତ୍ର ପାଇଁ ଗୀତ ରଚନା, ୬ଟିରେ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ଓ ୬ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତାଙ୍କର ଦେହାନ୍ତ ପରେ ଓଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି । ସଙ୍ଗିତ କ୍ଷେତ୍ରରେ ଏକ ଅପୂରଣୀୟ ଶୁନ୍ୟସ୍ଥାନ ସୃଷ୍ଟି ହୋଇଛି ।

https://www.thesakala.in/latest-odisha-news/last-rituals-of-swarup-nayak-with-guard-of-honour/article-26772
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର