ଇଣ୍ଡିଆନ ଆଇଡଲ୍‌‌ ମଞ୍ଚରେ ଚମକିଲେ ଓଡ଼ିଆ ଡାକ୍ତର ରୋହନ୍‌‌ ବିଶ୍ୱାଳ

The Sakala Picture
Published On

ଭୁବନେଶ୍ୱର: ଇଣ୍ଡିଆନ୍‌ ଆଇଡଲ୍‌ ମଞ୍ଚରେ କମାଲ କରିଛନ୍ତି ଓଡ଼ିଆ ପୁଅ ଡାକ୍ତର ରୋହନ୍‌‌ ବିଶ୍ୱାଳ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ରୋହନ୍‌ ୧୪ତମ ଇଣ୍ଡିଆନ ଆଇଡଲ୍‌ ଅଡିସନ୍‌ରେ ଗୋଲ୍ଡେନ୍‌ ଟିକଟ ହାତେଇ ଥିଏଟର୍‌ ରାଉଣ୍ଡକୁ ପ୍ରବେଶ କରିଛନ୍ତି। ସଙ୍ଗୀତକୁ ସାଧନା କରି କଣ୍ଠଶିଳ୍ପୀମାନେ ଏହି ପ୍ଲାଟଫର୍ମ ଜରିଆରେ ନିଜ କ୍ୟାରିଅର ଗଢ଼ିବାର ସୁଯୋଗ ପାଉଥିବା ବେଳେ ଜଣେ ଡାକ୍ତରଙ୍କ ଏଭଳି ସଙ୍ଗୀତ ପ୍ରେମ ଦେଖି ବଲିଉଡ୍‌ର ଚର୍ଚ୍ଚିତ କଣ୍ଠଶିଳ୍ପୀ ତଥା ସୋ’ର ବିଚାରକ କୁମାର ସାନୁ […]

ଭୁବନେଶ୍ୱର: ଇଣ୍ଡିଆନ୍‌ ଆଇଡଲ୍‌ ମଞ୍ଚରେ କମାଲ କରିଛନ୍ତି ଓଡ଼ିଆ ପୁଅ ଡାକ୍ତର ରୋହନ୍‌‌ ବିଶ୍ୱାଳ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ରୋହନ୍‌ ୧୪ତମ ଇଣ୍ଡିଆନ ଆଇଡଲ୍‌ ଅଡିସନ୍‌ରେ ଗୋଲ୍ଡେନ୍‌ ଟିକଟ ହାତେଇ ଥିଏଟର୍‌ ରାଉଣ୍ଡକୁ ପ୍ରବେଶ କରିଛନ୍ତି। ସଙ୍ଗୀତକୁ ସାଧନା କରି କଣ୍ଠଶିଳ୍ପୀମାନେ ଏହି ପ୍ଲାଟଫର୍ମ ଜରିଆରେ ନିଜ କ୍ୟାରିଅର ଗଢ଼ିବାର ସୁଯୋଗ ପାଉଥିବା ବେଳେ ଜଣେ ଡାକ୍ତରଙ୍କ ଏଭଳି ସଙ୍ଗୀତ ପ୍ରେମ ଦେଖି ବଲିଉଡ୍‌ର ଚର୍ଚ୍ଚିତ କଣ୍ଠଶିଳ୍ପୀ ତଥା ସୋ’ର ବିଚାରକ କୁମାର ସାନୁ ତାଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

ଅତୀତରେ ବିଭିନ୍ନ ବୃତ୍ତିର ବ୍ୟକ୍ତିଙ୍କୁ ଏହି ମଞ୍ଚରେ ଦେଖିବାକୁ ମିଳିଥିବା ବେଳେ ରୋହନଙ୍କ ପରି ଜଣେ ଏମ୍‌‌ବିବିଏସ୍‌‌ ଡାକ୍ତରଙ୍କ ସଙ୍ଗୀତ ପ୍ରତି ଏଭଳି ଦୁର୍ବଳତା ଓ ଭଲ ପାଇବା ଇଣ୍ଡିଆନ୍‌ ଆଇଡଲରେ ପହଞ୍ଚିବା ବିଚାରକମାନଙ୍କୁ ପ୍ରଭାବିତ କରିଛି। ଏ ସଂପର୍କରେ ରୋହନ୍‌ କହିଛନ୍ତି, ଔଷଧ ଦ୍ବାରା ଶରୀରର କ୍ଷତ ଭଲ ହୋଇଥାଏ; କିନ୍ତୁ ସଂଗୀତ ମଣିଷର ମାନସିକ କ୍ଷତକୁ ଉପଶମ କରେ। ରୋହନ୍‌ଙ୍କ ଘର ଢେଙ୍କାନାଳରେ। ପିଲାଟି ଦିନରୁ ସେ ସଙ୍ଗୀତ ଶିକ୍ଷା କରୁଥିଲେ। ବର୍ତ୍ତମାନ ସେ ଗୁରୁ ପଣ୍ଡିତ ଦେବେନ୍ଦ୍ର ନାରାୟଣ ଶତପଥୀଙ୍କଠାରୁ ଗୀତ ଶିଖୁଛନ୍ତି। ଅପରପକ୍ଷେ ବିଭିନ୍ନ ଜିଲ୍ଲା ଓ ରାଜ୍ୟସ୍ତରୀୟ ମଞ୍ଚରେ ଗୀତ ଗାଇ ସେ ଅନେକଥର ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ରୋଗୀ ସେବା ସହ ସଙ୍ଗୀତ ଯାତ୍ରା; ଉଭୟରେ ସଫଳତା ହାସଲ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

17 Oct 2023 By The Sakala

ଇଣ୍ଡିଆନ ଆଇଡଲ୍‌‌ ମଞ୍ଚରେ ଚମକିଲେ ଓଡ଼ିଆ ଡାକ୍ତର ରୋହନ୍‌‌ ବିଶ୍ୱାଳ

ଭୁବନେଶ୍ୱର: ଇଣ୍ଡିଆନ୍‌ ଆଇଡଲ୍‌ ମଞ୍ଚରେ କମାଲ କରିଛନ୍ତି ଓଡ଼ିଆ ପୁଅ ଡାକ୍ତର ରୋହନ୍‌‌ ବିଶ୍ୱାଳ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ରୋହନ୍‌ ୧୪ତମ ଇଣ୍ଡିଆନ ଆଇଡଲ୍‌ ଅଡିସନ୍‌ରେ ଗୋଲ୍ଡେନ୍‌ ଟିକଟ ହାତେଇ ଥିଏଟର୍‌ ରାଉଣ୍ଡକୁ ପ୍ରବେଶ କରିଛନ୍ତି। ସଙ୍ଗୀତକୁ ସାଧନା କରି କଣ୍ଠଶିଳ୍ପୀମାନେ ଏହି ପ୍ଲାଟଫର୍ମ ଜରିଆରେ ନିଜ କ୍ୟାରିଅର ଗଢ଼ିବାର ସୁଯୋଗ ପାଉଥିବା ବେଳେ ଜଣେ ଡାକ୍ତରଙ୍କ ଏଭଳି ସଙ୍ଗୀତ ପ୍ରେମ ଦେଖି ବଲିଉଡ୍‌ର ଚର୍ଚ୍ଚିତ କଣ୍ଠଶିଳ୍ପୀ ତଥା ସୋ’ର ବିଚାରକ କୁମାର ସାନୁ ତାଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି।

ଅତୀତରେ ବିଭିନ୍ନ ବୃତ୍ତିର ବ୍ୟକ୍ତିଙ୍କୁ ଏହି ମଞ୍ଚରେ ଦେଖିବାକୁ ମିଳିଥିବା ବେଳେ ରୋହନଙ୍କ ପରି ଜଣେ ଏମ୍‌‌ବିବିଏସ୍‌‌ ଡାକ୍ତରଙ୍କ ସଙ୍ଗୀତ ପ୍ରତି ଏଭଳି ଦୁର୍ବଳତା ଓ ଭଲ ପାଇବା ଇଣ୍ଡିଆନ୍‌ ଆଇଡଲରେ ପହଞ୍ଚିବା ବିଚାରକମାନଙ୍କୁ ପ୍ରଭାବିତ କରିଛି। ଏ ସଂପର୍କରେ ରୋହନ୍‌ କହିଛନ୍ତି, ଔଷଧ ଦ୍ବାରା ଶରୀରର କ୍ଷତ ଭଲ ହୋଇଥାଏ; କିନ୍ତୁ ସଂଗୀତ ମଣିଷର ମାନସିକ କ୍ଷତକୁ ଉପଶମ କରେ। ରୋହନ୍‌ଙ୍କ ଘର ଢେଙ୍କାନାଳରେ। ପିଲାଟି ଦିନରୁ ସେ ସଙ୍ଗୀତ ଶିକ୍ଷା କରୁଥିଲେ। ବର୍ତ୍ତମାନ ସେ ଗୁରୁ ପଣ୍ଡିତ ଦେବେନ୍ଦ୍ର ନାରାୟଣ ଶତପଥୀଙ୍କଠାରୁ ଗୀତ ଶିଖୁଛନ୍ତି। ଅପରପକ୍ଷେ ବିଭିନ୍ନ ଜିଲ୍ଲା ଓ ରାଜ୍ୟସ୍ତରୀୟ ମଞ୍ଚରେ ଗୀତ ଗାଇ ସେ ଅନେକଥର ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ରୋଗୀ ସେବା ସହ ସଙ୍ଗୀତ ଯାତ୍ରା; ଉଭୟରେ ସଫଳତା ହାସଲ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର