ତିନି ଜଣିଆ ବାଇକ ଚୋର ଗ୍ୟାଙ୍ଗ ଠାବ, ୫ ବାଇକ ଜବତ

The Sakala Picture
Published On

ଭବାନୀପାଟଣା : ଭବାନୀପାଟଣା ସଦର ଥାନା ପୋଲିସ ଏକ ବାଇକ ଚୋର ଗ୍ୟାଙ୍ଗକୁ ଠାବ କରିଛି। ଏହା ସହ ସେମାନଙ୍କ ଠାରୁ ୫ ଟି ଚୋରୀ ମଟର ସାଇକେଲ ଉଦ୍ଧାର କରିଛି। ଏବଂ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରିଛି। ପ୍ରକାଶ ଯେ ଭବାନୀପାଟଣା ସହର ପୁରୁଣା ପଡାର ସ୍ନେହାସିସ ପାତ୍ରଙ୍କ ମଟରସାଇକଲ ଗତ ୭ ମେ ରେ ଚୋରି ହୋଇଥିଲା। ଏନେଇ ସେ ଭବାନୀପାଟଣା ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ. […]

ଭବାନୀପାଟଣା : ଭବାନୀପାଟଣା ସଦର ଥାନା ପୋଲିସ ଏକ ବାଇକ ଚୋର ଗ୍ୟାଙ୍ଗକୁ ଠାବ କରିଛି। ଏହା ସହ ସେମାନଙ୍କ ଠାରୁ ୫ ଟି ଚୋରୀ ମଟର ସାଇକେଲ ଉଦ୍ଧାର କରିଛି। ଏବଂ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରିଛି। ପ୍ରକାଶ ଯେ ଭବାନୀପାଟଣା ସହର ପୁରୁଣା ପଡାର ସ୍ନେହାସିସ ପାତ୍ରଙ୍କ ମଟରସାଇକଲ ଗତ ୭ ମେ ରେ ଚୋରି ହୋଇଥିଲା। ଏନେଇ ସେ ଭବାନୀପାଟଣା ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ. ୧୫୩/୨୦୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ସଦର ଥାନା ଅଧିନ ଠେମରା ଗ୍ରାମର ୨୧ ବର୍ଷୀୟ ଯୁବକ, କେଗାଁ ଥାନା ଅଧିନ କନ୍ଦାଖାଲ ଗ୍ରାମର ୩୧ ବର୍ଷୀୟ ଯୁବକ ଓ ସଦର ଥାନା ଅଧୀନ ତେନ୍ତୁଲିପଡାର ୩୦ ବର୍ଷୀୟ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫ ଟି ବାଇକ ଉଦ୍ଧାର ହୋଇଛି। ଗିରଫ ଅଭିଯୁକ୍ତ ମାନେ ଭବାନୀପାଟଣା ଟାଉନ ଥାନାର ୩ ଟି ଚୋରି ମାମଲାରେ ସମ୍ପୃକ୍ତ ଥିବା ପୋଲିସ କହିଛି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

02 Jun 2021 By The Sakala

ତିନି ଜଣିଆ ବାଇକ ଚୋର ଗ୍ୟାଙ୍ଗ ଠାବ, ୫ ବାଇକ ଜବତ

ଭବାନୀପାଟଣା : ଭବାନୀପାଟଣା ସଦର ଥାନା ପୋଲିସ ଏକ ବାଇକ ଚୋର ଗ୍ୟାଙ୍ଗକୁ ଠାବ କରିଛି। ଏହା ସହ ସେମାନଙ୍କ ଠାରୁ ୫ ଟି ଚୋରୀ ମଟର ସାଇକେଲ ଉଦ୍ଧାର କରିଛି। ଏବଂ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରିଛି। ପ୍ରକାଶ ଯେ ଭବାନୀପାଟଣା ସହର ପୁରୁଣା ପଡାର ସ୍ନେହାସିସ ପାତ୍ରଙ୍କ ମଟରସାଇକଲ ଗତ ୭ ମେ ରେ ଚୋରି ହୋଇଥିଲା। ଏନେଇ ସେ ଭବାନୀପାଟଣା ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ. ୧୫୩/୨୦୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ସଦର ଥାନା ଅଧିନ ଠେମରା ଗ୍ରାମର ୨୧ ବର୍ଷୀୟ ଯୁବକ, କେଗାଁ ଥାନା ଅଧିନ କନ୍ଦାଖାଲ ଗ୍ରାମର ୩୧ ବର୍ଷୀୟ ଯୁବକ ଓ ସଦର ଥାନା ଅଧୀନ ତେନ୍ତୁଲିପଡାର ୩୦ ବର୍ଷୀୟ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫ ଟି ବାଇକ ଉଦ୍ଧାର ହୋଇଛି। ଗିରଫ ଅଭିଯୁକ୍ତ ମାନେ ଭବାନୀପାଟଣା ଟାଉନ ଥାନାର ୩ ଟି ଚୋରି ମାମଲାରେ ସମ୍ପୃକ୍ତ ଥିବା ପୋଲିସ କହିଛି।

https://www.thesakala.in/latest-odisha-news/bike-thieves-gang-found-5-bike-seized/article-2612
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର